ଅଣୁଗଳ୍ପ

ୱାର୍ଡମେମ୍ୱର

Hemanta Kumar Rout's odia short story Wardmember

ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।

ୱାର୍ଡମେମ୍ୱର

ମରିବା ଆଗରୁ ନକୁଳ ତା’ ପୁଅକୁ ଶେଯ ପାଖକୁ ଡାକି ଧୀରେ ଧୀରେ କହିଲା, “ଜୀବନ ସାରା ବହୁ କଷ୍ଟ କରି ୱାର୍ଡମେମ୍ୱର ଜିତି ପାରିଲି ନାହିଁ । ଆକୁଳା ମତେ ସାତଥର ହରେଇ ଦେଲା । ମୋର ଦିନେ କାଳ ଶେଷ ହୋଇଯିବ । ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।

ତୁ ଯେବେ ପ୍ରକୃତରେ ମୋ ପୁଅ ହୋଇଥିବୁ, ତେବେ ତାକୁ ଯେମିତି ହେଲେ ହରେଇବୁ, ନଚେତ୍ ପରପାରିରେ ମୋ ଆତ୍ମା ଶାନ୍ତି ପାଇବନି ।

ଯଉଦିନ ଜିତିବୁ ସେଦିନ ଗୋଟେ ପ୍ରୋସେସନ୍‌ରେ ଯାଇ ତୋ ବେକରେ ଥିବା ଫୁଲହାରକୁ ଛିଣ୍ଡେଇ ମୋ ସମାଧି ଉପରେ ବିଞ୍ଚି ଦେବୁ ।”

ତା’ ପୁଅ ନକୁଳା ସବୁ କଥା ମଥାପାତି ମାନିନେଲା ।

ଲୋକପ୍ରିୟ ଲେଖା

To Top