ଅଣୁଗଳ୍ପ

ଓଃ କି ବର୍ଷା

Oh Ki Barshaa an odia short story by Dibyajyoti Mohanty

ଉଦାସ ମନଟା ଖୋଜୁଥିଲା ତ ଝଡବତାସ, କାହିଁ ବର୍ଷାରେ ଭିଜାଇ ପକାଇଲୁ ପୁଣି ଥରେ ପ୍ରେମର ଫାଶ ।

ଓଃ କି ବର୍ଷା

ଓଃ କି ବର୍ଷା,

ନିର୍ଦ୍ଧୟ ବର୍ଷାଟା ପ୍ରତିଜ୍ଞା ବଦ୍ଧ ତନୁମନକୁ ପ୍ରେମ ପରଷରେ ଭିଜାଇ ସାରିଲାଣି । ମାତ୍ର ବିଡମ୍ବନା ଏତିକି ପ୍ରିୟାର ଦୂରତା ଅବସାଦ ଗଣେ ହୃଦୟର ବେଳାଭୂମିରେ । ସ୍ପନ୍ଦନ କଣିକା ଗୁଡିକୁ ଭିଜାଇ ବର୍ଷାରାଣୀ କରିଦେଇଛି ଜଡ ସଦୃଶ ନିରବ ନିସ୍ପଦ । ଯେଉଁଠି ଖେଳେ ଆଜି ଶୂନ୍ୟତାର ହାଃ ହାଃ କାର । କାହିଁକି ରେ ବର୍ଷା ତୁ ପୁଣି ଥରେ ବରଷିଲୁ ? ଉଦାସ ମନଟା ଖୋଜୁଥିଲା ତ ଝଡବତାସ, କାହିଁ ବର୍ଷାରେ ଭିଜାଇ ପକାଇଲୁ ପୁଣି ଥରେ ପ୍ରେମର ଫାଶ । ଭାଗ୍ୟର ନଈରେ ଉବୁଟୁବୁ ହେଉଥିବା ଜୀବନର ଦଦରା ନୌକା ବୁଡିଯିବା ପାଇଁ ଥିଲା ଆତ୍ମହରା ମାତ୍ର ଶ୍ରାବଣର ବରଷାରେ ତୋଳିଲୁ ପ୍ରେମ ଉନ୍ମାଦନା ।

ଲୋକପ୍ରିୟ ଲେଖା

To Top