ଗଳ୍ପ

ଶେଷ ଚିଠି

Deepak Baral's odia Short Story Shesha Chithi

ମୋ ସମୟ ସରିବା ପୂର୍ବରୁ ଯଦି ଏ ଚିଠି ତୁମକୁ ମିଳିଯାଏ ଆସିପାରିବ ତ ଠିକ୍‌, ନ ହେଲେ ଚିର – ବିଦାୟ ବନ୍ଧୁ ! ନିଜର ଯତ୍ନ ନେଉଥିବ, ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ

ଶେଷ ଚିଠି

ତା ଯିବାର ଆଜିକୁ ଆଠ ଦିନ ହେଇଗଲାଣି, ରଙ୍ଗମଞ୍ଚ ଉପରେ ସ୍ତବ୍ଧ ଭାବରେ ବସି ଅଜଣା ଠିକଣା ରୁ ଆସିଥିବା ଲୁହରେ ଭିଜା ଅନ୍ତିମ ଚିଠିକୁ ସମସ୍ତ ଦର୍ଶକଙ୍କ ଆଗରେ ପଢି ଚାଲିଛି ନାୟକ । ମନରେ ଖୁସୀର ଜୁଆର ଖେଳିଯାଉଛି, ଯିଏ ସବୁବେଳେ ହିଁ ମୋ ନୋଟ ବୁକ୍‌ରୁ କପି କରୁଥିଲା, ସେ ଆଜି ପ୍ରଥମ ଥର ପାଇଁ କିଛି ଲେଖି ମତେ ପଠେଇ ଥିଲା, ପଠେଇବାର ତାରିଖ ତା ମୃତ୍ୟୁର ଠିକ ଦୁଇ ଦିନ ପୂର୍ବରୁ ଥିଲା ।

ବାହାଘର ପରେ ତମେ ଏମିତି ଗଲ ଯେ ଯେମିତି ଗାୟବ ହୋଇଗଲ, ଦୁଇବର୍ଷ ହୋଇଗଲାଣି ତମର କିଛି ବି ପତା କି ଠିକଣା ନାହିଁ, କ’ଣ ହେଇଛି ? ମୋ ଉପରେ ଅଭିମାନ କରିଛ ? ଫୋନ୍‌ ନମ୍ବର ବଦଳେଇ ଦେଲ ଆଉ ମତେ ଟିକେ ଜଣେଇବା ଜରୁରୀ ମନେ କଲନାହିଁ ? ଘର ବଦଳାଇ ଦେଲ ଖବର ବି କଲ ନାହିଁ ? ଫୋନ ବି କରୁ ନାହଁ ? ବଡ କଷ୍ଟରେ ଏବେ ତମ ଠିକଣା ଖୋଜି ପାଇଛି ? ସତ କହିବାକୁ ଗଲେ, ମୁ ଏବେ ବି ନିଶ୍ଚିନ୍ତ ନୁହିଁ ଏ ଠିକଣା ତମର କି ନାହିଁ ?

ବହୁଦିନରୁ ମନ ଭିତରେ ଗୋଟିଏ କଥା ଥିଲା, ଭାବିଲି ଆଜି କହି ଦିଏ, ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କଲି, ହୁଏ ତ ତୁମେ କହିବ କିନ୍ତୁ ତାହା ହେଲା ନାହିଁ । ବୋଧ ହୁଏ ଆମ ବନ୍ଧୁତାର ମୁଁ ଆଉ କିଛି ଅଲଗା ଅର୍ଥ ବାହାର କରି ତୁମ ଠାରୁ ଏକ ଅଜଣା ଆଶା ବାନ୍ଧି ବସିଲି ଆଉ ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଆଶା କୁ ନିଜ ଭିତରେ ଜୀବିତ ରଖିଥିଲି ।

ମୋ ପାଖରେ ଏବେ ସମୟ ବହୁତ କମ, ମୁ ଜାଣିନି ଯିବା ପୂର୍ବରୁ ତୁମ ସହିତ ଆଉ କେବେ ଦେଖା ହେଇପାରିବ କି ନାହିଁ ? ତେଣୁ ଆଜି, ମୁ ନିଜେ ମୋ ମନ କଥା କହି ଦେଉଛି । ପ୍ରକୃତରେ ମତେ କେବେ ବୁଝି ଆସିନି, ତମକୁ ବା କେମିତି କହିବି, ଆଉ ଆଜି ବି ଜାଣିନି କୋଉ ଶବ୍ଦ ଲେଖିବି ସେଥିପାଇଁ କଲେଜ୍‌ ସମୟର ନିଜ ଡ଼ାଇରୀ ରୁ କିଛି ପେପେର ଫାଡ଼ି ପୋଷ୍ଟ କରୁଛି, ଆଶା କରେ ତୁମେ ପଢି ବୁଝି ପାରିବ ମୁ କଣ କହିବାକୁ ଚାହୁଁଛି ।

ଅନେକ ସମୟରେ ମୁ ଗୋଟିଏ ମିଛକୁ ବାରମ୍ବାର ଦୋହରାଉଥିଲି, ବୋଧ ହୁଏ ତୁମର ମନେ ନଥିବ !!! ବାହାରକୁ ଯିବା ପାଇଁ ମନ ହେଲେ ସବୁବେଳେ ତୁମକୁ ଡାକୁଥିଲି, କାହିଁକି କି ନା ମୁ ତୁମକୁ ସାଥିରେ ନେଇଯିବାକୁ ଚାହୁଁଥିଲି କିନ୍ତୁ ତେମେ ଆସିବାକୁ ସଫା ସଫା ମନା କରିଦେଉଥିଲା ବାଧ୍ୟ୍ୟ ହୋଇ ମତେ ମିଛର ସାହାରା ନେବାକୁ ପଡୁଥିଲା, ତାପରେ ଆରମ୍ଭ ହେଉଥିଲା ମୋର ପ୍ଳାନିଙ୍ଗ ଆଉ ପ୍ଳଟିଙ୍ଗ, ମୋ ଘରଲୋକ ତୁମକୁ ମୋ ଠାରୁ ଯେ ଅଧିକ ବିଶ୍ୱାସ କରୁଥିଲେ ସେଥିରେ ମୋର ଆଦୌ ସନ୍ଦେହ ନଥିଲା । ଘରେ ବାବା – ମା ଏକା ବାହାରକୁ ଯିବାକୁ ଦେଉନାହାନ୍ତି କିହି ତୁମକୁ ମନେଇ ଦିଏ ଆଉ ବାରମ୍ବାର ଅନୁରୋଧ କରେ, ପ୍ଲିଜ୍‌ ତମେ ଆସି ସାଥିରେ ଯିବାପାଇଁ ବାହାନାକର ଅନୁମତି ମିଳିଯିବ, ଆଉ ଠିକ ସେୟା ହିଁ ହେଉଥିଲା । !!!

ମୋ ସମୟ ସରିବା ପୂର୍ବରୁ ଯଦି ଏ ଚିଠି ତୁମକୁ ମିଳିଯାଏ ଆସିପାରିବ ତ ଠିକ୍‌, ନ ହେଲେ ଚିର – ବିଦାୟ ବନ୍ଧୁ ! ନିଜର ଯତ୍ନ ନେଉଥିବ, ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ !!!!

ତୁମେ ମୋର ଏକ ମାତ୍ର ଆଉ ସବୁଠାରୁ ଭଲ ବନ୍ଧୁ….. ୟୁ ଆର ମାଇ ଓଂଲି ବେଷ୍ଟ ଫ୍ରେଣ୍ଡ୍‌

ତା’ପରେ ଡ଼ାଇରୀ ର କିଛି ପୃଷ୍ଠା ଯାହା ସେ ପଠେଇ ଥିଲା ପଢିବା ଆରମ୍ଭ କଲି…

” ବୁଝି ଆସୁନି କେମିତି ମୁ ତାକୁ ମୋ ନିଜର ମନ କଥା କହିବି, କେବେ କେବେ ତା ଆଡକୁ ଦେଖୁଛି ତ ଲାଗୁଛି ଯେମିତି ସେ ବି ମୋତେ ଚାହୁଁଛି ହେଲେ ସେ କିଛି କହେ ନାହିଁ , ଆଜି କ୍ଳାସ୍‌ରେ ଚୋର ବାରମ୍ବାର ମତେ ଦେଖୁଥିଲା ଭାବୁଥିଲା ମତେ ଜଣାପଡିବନି ହେଲେ ମୁ ଜିଣିଛି ସେ ମୋ ଆଖିରୁ ଛପି ମତେ ହିଁ ଲୁଚି ଲୁଚି ଦେଖୁଥିଲା । ଯଦି ସତରେ ମତେ ଚାହୁଁ ଥିବ ତାହାଲେ ସେ ଏକ ଦମ ଲଲୁ (ବୋକା), ପୁରା ଦିନଯାକ ତା ହାତ ଧରି ବୁଲୁଛି ଏବେ ପୁଣି ୟା ଠୁ ବେଶି କଣ ଇଶାରା ଦେବି, କି ମୁ ବି ତାକୁ ଚାହୁଁଛି ବୋଲି । ”

ସେ ଡ଼ାଇରୀର ପୃଷ୍ଠା ଶେଷ ହେବା ପୂର୍ବରୁ ମୋ ଆଖିରୁ ଲୁହର ବନ୍ୟା ଉଛୁଳି ଯାଉଥିଲା, ଆଜି ପୁଣିଥରେ ମୋ ଦୁନିଆ ଅକାତ ପାଣିରେ ବୁଡି ଯାଇଥିଲା, ଆଜି ପୁଣି ଥରେ ମନ ହାରି ଯାଇଥିଲା, ମନ କରୁଥିଲା ଗୋଟେ ବଡ ପଥର ଧରି ଆକାଶରେ ବସିଥିବା ଉପରବାଲା (ଭଗବାନ)ଙ୍କ ଉପରକୁ ଜୋର୍‌ରେ ଉଛାଳି ଦିଅନ୍ତି । ଏବେ ରଙ୍ଗମଞ୍ଚର ଲାଇଟ୍‌ କୁ ଡିମ କରିଦିଆଯାଇଥିଲା କେବଳ ନାୟକର ଲୁହଝରା ମୁହଁ ଟି ଦେଖା ଯାଉଥିଲା ଠିକ ଏହି ସମୟରେ ଦର୍ଶକଙ୍କ ଭିଡ ଭିତରୁ ଜୋର ଜୋର କରତାଳି ଆରମ୍ଭ ହୋଇଯାଇଥିଲା କିନ୍ତୁ ଏପାଖେ ସେ ଚରିତ୍ରରେ ଜିଉଁଥିବା କଳାକାରର ଦୁନିଆ ଉଜୁଡି ଯାଇଥିଲା……..

ପବନରେ ଗନ୍ଧ ହୋଇ ଚାଲିଯିବି ତତେ ଛୁଇଁ
ଯଦି ମନ କେବେ ହୁଏ ତୋର ଛୁଇଁବାକୁ
ଧରି-ନେବୁ ରହିଯିବି ନିଶ୍ୱାସରେ ତୋ କ୍ଷଣିକ ପାଇଁ
ସକାଳ ର କିରଣ ରେ ଛୁଇଁବି ମୁ ତତେ
ମେଘ ହୋଇ ବର୍ଷାରେ ଭିଜେଇବି ତତେ
ଭିଜି ଯିବୁ କିଛି କ୍ଷଣ ନୀରବରେ ଉପରକୁ ଚାହିଁ…

ଲୋକପ୍ରିୟ ଲେଖା

To Top