ଗଳ୍ପ

ଆଶ୍ଚର୍ଯ୍ୟ ଚିତ୍ରକର

Dr Bibhuti Pattanaik's odia story Aascharjya Chitrakar

କାନପୁର ଆଇ.ଆଇ.ଟି.ରେ ତତେ ଇଞ୍ଜିନିୟରିଂ ପଢ଼ାଇବା ପାଇଁ ମୁଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତୁ ଏତେ କୁଳାଙ୍ଗାର, ଫାଇନାଲ୍ ପରୀକ୍ଷାରେ ନ ବସି ଘରକୁ ପଳାଇ ଆସିଲୁ । ଇଞ୍ଜିନିୟରିଂ ପଢ଼ିବୁ ନାହିଁ ଯଦି ଏ ଘରେ ତୋର ସ୍ଥାନ ନାହିଁ ।

ଆଶ୍ଚର୍ଯ୍ୟ ଚିତ୍ରକର

ସେ କାନ୍ଦନ୍ତି ନାଇଁ, କିନ୍ତୁ ତାଙ୍କ ଦୁଇ ଆଖିରେ ଲୁହ ଟଳମଟଳ ହୋଇ ଉଠେ । ପୂର୍ଣ୍ଣମୀ ଆସିଲେ । ଶ୍ରାବଣ ପୂର୍ଣ୍ଣମୀ ।

ଛାତି ଭିତରେ କଣ୍ଟା ଫୋଡ଼ି ହୋଇଗଲା ଭଳି ଯନ୍ତ୍ରଣା ସେ ଅନୁଭବ କରନ୍ତି- ପ୍ରସବ ଯନ୍ତ୍ରଣା ।

ଏକ ଶ୍ରାବଣ ପୂର୍ଣ୍ଣମୀରେ ତେତିଶି ବର୍ଷ ତଳେ ସେ ଦ୍ୱିତୀୟ ସନ୍ତାନର ମାଆ ହୋଇଥିଲେ । ପୁଅର ମୁହଁ ଦେଖି ଦେଇ ସେ ଭୁଲି ଯାଇଥିଲେ ପ୍ରସବ ବେଦନା ।

ସେଇ ଦ୍ୱିତୀୟ ସନ୍ତାନ-ଅଜୁ-ଅଜୟ । ବାରବର୍ଷ ହେଲା ତାଙ୍କ ଆଖି ଆଗରୁ ଅନ୍ତର୍ଦ୍ଧାନ ହୋଇଯାଇଛି । ସେଦିନୁ ଏଇ ଶ୍ରାବଣ ତାଙ୍କ ପାଇଁ ଯନ୍ତ୍ରଣାର ମାସ ।  ପୂର୍ଣ୍ଣମୀ, ଯନ୍ତ୍ରଣାର ଜହ୍ନ ।

ସବୁ ବର୍ଷ ଭଳି ମନ୍ଦାକିନୀ ବଡ଼ି ଭୋଅରୁ ଉଠି ସ୍ନାନ ସାରି ପୂଜା ଦେବା ପାଇଁ ଲୁହ ଛଳଛଳ ଆଖିରେ ବାହାରି ପଡ଼ିଲେ ।

ସାନବୋହୂ ବାଟ ଓଗାଳିଲା ।

ଗାଧୋଇ ସାରି ଜଳଖିଆ ନ ଖାଇ କୁଆଡ଼େ ବାହାରିଲେ । ମୁଁ ପାଉଁରୁଟି, କ୍ଷୀର ଗରମ କରି ଆଣୁଛି । ଆଖିରୁ ଲୁହ ପୋଛି ପୂଜାଡ଼ାଲା ଧରି ବାରଣ ନ ମାନି ବାହାରିଗଲା ବେଳେ ସେ ଆଖିର ଚାହାଁଣିରେ କହିଗଲେ- “ଆଜି ଅଜୁର ଜନ୍ମଦିନ । ତମେ ସବୁ ପାସୋରି ଦେଇଥିଲେ ବି ମୁଁ ଭୁଲି ନାଇଁ ।” କୌଣସି ମାଆ ତା’ ପୁଅର ଜନ୍ମଦିନ ତିଥି ଭୁଲିଯାଇପାରେ ନାଇଁ । ସେ ପାଖରେ ଥାଉ କି ନ ଥାଉ- ତା’ ପାଇଁ ମନ୍ଦିରରେ ପୂଜା ଦେବା କୌଣସି ଦିନ ଭୁଲି ନାହାନ୍ତି ମନ୍ଦାକିନୀ । ଭୁଲିପାରି ନାହାନ୍ତି- ଯେତେ ଚେଷ୍ଟା କଲେ ବି !

ବ୍ରସ୍ କରି ସାରି ଚା’ ପିଇବା ପାଇଁ ଡ୍ରଇଂ ରୁମ୍‌କୁ ପଶି ଆସିଲାବେଳେ ପତ୍ନୀକୁ ଥ’ ହେଇ ଠିଆ ହୋଇଥିବା ଦେଖି ଚିଡ଼ିଗଲା ଅକ୍ଷୟ ।

ଚା’ ଆଣ ! ଖୁମ୍ୱ ଭଳି ଠିଆ ହୋଇ ରହିଛ କ’ଣ ?

ଖୁବ୍ ଡରିଡ଼ରି ଅନୁସୂୟା କହିଲା, “ବଡ଼ ଭୁଲ୍ ହୋଇଗଲା । ଆଜି ତମ ମଝିଆ ଭାଇଙ୍କ ଜନ୍ମଦିନ । ମାଆ ତାଙ୍କ ପାଇଁ ପୂଜା ଦେବାପାଇଁ ମନ୍ଦିର ବାହାରିଗଲେ । ମୁଁ ତାଙ୍କୁ ଜଳଖିଆ ଖାଇବା ପାଇଁ ପଛରୁ ଡାକି ଦେଲି ।”

ଅଜୁ ଭାଇର ଜନ୍ମଦିନ ?

ଗୋଟାଏ ପୁରୁଣା କ୍ୟାଲେଣ୍ଡର ପୃଷ୍ଟା ଓଲଟାଉ ଶ୍ରାବଣ ପୂର୍ଣ୍ଣିମା ପାଖରେ ଥକ୍କାମାରି ଠିଆ ହୋଇଗଲା ଅକ୍ଷୟ । ଅକ୍ଷୟ ରାଉତରାୟ ।

ଅନୁସୂୟା ସଯତ୍ନରେ ଚା’ କପ୍‌ଟା ଟିପୟ ଉପରେ ରଖି ଦେଇଗଲା ପରେ ମଧ୍ୟ କପ୍ ଉଠାଇ ନେଇ ଓଠରେ ଲଗାଇବାକୁ ତା’ର ଇଚ୍ଛା ହେଲା ନାହିଁ । ହାତ ଉଠିଲା ନାଇଁ । ଚା’ କପ୍‌ରେ ମଝିଆ ଭାଇର ମୁହଁଟା ହଠାତ୍ ପୁରୁଣା ଆଲବମ୍‌ରୁ ଉଠି ଆସି ତା’ ଆଖି ଆଗରେ ଝଲସି ଉଠିଲା ।

ତା’ କାନରେ ଶୁଭିଗଲା ବାବାଙ୍କ ଗର୍ଜନ ।

କାନପୁର ଆଇ.ଆଇ.ଟି.ରେ ତତେ ଇଞ୍ଜିନିୟରିଂ ପଢ଼ାଇବା ପାଇଁ ମୁଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତୁ ଏତେ କୁଳାଙ୍ଗାର, ଫାଇନାଲ୍ ପରୀକ୍ଷାରେ ନ ବସି ଘରକୁ ପଳାଇ ଆସିଲୁ । ଇଞ୍ଜିନିୟରିଂ ପଢ଼ିବୁ ନାହିଁ ଯଦି ଏ ଘରେ ତୋର ସ୍ଥାନ ନାହିଁ ।

ସେତେବେଳେ ଅକ୍ଷୟର ବୟସ ସତର । ମ୍ୟାଟ୍ରିକ୍ ପରୀକ୍ଷା ଦେଇ ରେଜଲ୍ଟକୁ ଅପେକ୍ଷା କରିଥାଏ । ବଡ଼ ଭାଇ ଡାକ୍ତର । ମଝିଆ ଭାଇକୁ ଇଞ୍ଜିନିୟରିଂ କରିବେ ବୋଲି ବାବା ତାଙ୍କର ଗ୍ରାମରେ ଥିବା ଚାଷଜମି, ବାଡ଼ିବଗିଚା ବିକ୍ରି କରି ଦେଇଥିଲେ । ମଝିଆ ଭାଇ ଆଇ.ଏସ୍‌ସି.ରେ ଖୁବ୍ ଭଲ ରେଜଲ୍ଟ କରିଥିଲା ବୋଲି କାନପୁର ଆଇ.ଆଇ.ଟି.ରେ ତାକୁ ସିଟ୍ ମିଳିଯାଇଥିଲା । ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ସବୁ ଏକଜାମ୍‌ରେ ଭଲ କରୁଥିଲା ଅଜୁ ଭାଇ । ଆଉ ବର୍ଷକ ପରେ ଇଞ୍ଜିନିୟର ହୋଇ ବାହାରି ଥାଆନ୍ତା । ବଡ଼ ଭାଇ ଡାକ୍ତର, ମଝିଆ ଭାଇ ଇଞ୍ଜିନିୟର୍ ହେଲେ ତାଙ୍କର ସବୁ ଦୁଃଖ ଯିବ ବୋଲି ବାବା ଦିନ ଗଣୁଥିଲେ ।

କିନ୍ତୁ ତାଙ୍କର ସବୁ ଗଣନାକୁ ଭୁଲ୍ ପ୍ରମାଣିତ କରିଦେଇ ମଝିଆ ଭାଇ ଫାଇନାଲ୍ ପରୀକ୍ଷା ନ ଦେଇ ଘରକୁ ଫେରି ଆସିଥିଲା ।

ଅନୁସୂୟା ଫେରି ଆସି ଦେଖିଲା, ସ୍ୱାମୀ ଚା’ ନ ଖାଇ ବାରଣ୍ଡା ଆଡ଼କୁ ଅନେଇ ରହିଛନ୍ତି । ଚା’ କପ୍ ଥଣ୍ଡା ହୋଇଯାଉଛି । ବାହାରକୁ ଅନେଇ କ’ଣ ଦେଖୁଛ ?

ମଝିଆ ଭାଇ ବାବାଙ୍କ ଠାରୁ ଗାଳି ଶୁଣି କେମିତି ମୁହଁ ବୁଲାଇ ଘରର ଫାଟକ ଡେଇଁ ଚାଲି ଯାଉଛି- ସେଇ ଦୃଶ୍ୟ ଦେଖୁଛି ।

କିନ୍ତୁ ସେ ବାରବର୍ଷ ତଳର ପୁରୁଣା ଦୃଶ୍ୟ । ସମୟର ଧୂଳିମଳିରେ ସେ ଦୃଶ୍ୟ ଢାଙ୍କି ହୋଇପଡ଼ିଛି ବୋଲି ସେ ନିଜେ ଦେଖିପାରୁଥିଲେ ବି, ଅନୁସୂୟାକୁ ସେ ଦୃଶ୍ୟ ଦେଖାଇ ପାରୁନଥିଲା ।

ଶୀତଳ ଚା’ କପ୍ ଦୂରକୁ ଠେଲି ଦେଇ ଅକ୍ଷୟ ଉଠିଲା ବେଳକୁ ଦେଖିଲା ମାଆ ଆସୁଛନ୍ତି । ତାଙ୍କର ମୁହଁରେ ହସ ନାହିଁ । ମଝିଆ ଭାଇ ବାବାଙ୍କ କଥାରେ ଘର ଛାଡ଼ି ଚାଲିଗଲା ପରେ ମାଆ ହସିବା ଭୁଲିଯାଇଛନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top