ଗଳ୍ପ

ଅହିନନ୍ଦିନୀ ଉଲୂପୀ

Dr Archana Nayak's odia story Ahinandini Ulupi

କାକମାନେ ଆସି ନୀତିନିଷ୍ଠ ବ୍ରାହ୍ମଣର ଯଜ୍ଞହବି ଅପହରଣ କଲେ, ଶାର୍ଦ୍ଦୁଳର ଗୁହାରେ ଶୃଗାଳ ନିଜର ପରାକ୍ରମ ପ୍ରଦର୍ଶନ କଲା ।

ଅହିନନ୍ଦିନୀ ଉଲୂପୀ

ଏହି ନୀଚ୍ଚ, ନୃଶଂସ, ପାପାଚାରୀ ବର୍ବରମାନେ ରାଜ୍ୟରେ ପ୍ରବେଶ କରି ଆମ୍ଭର ଗୋଧନ ବଳପୂର୍ବକ ହରଣ କରିନେଉଛନ୍ତି, ଅଥଚ କେହି ତା’ର ପ୍ରତିବାଦ କରୁନାହାନ୍ତି । ସବୁଠାରୁ ପରିତାପର ବିଷୟ ହେଲା ଏ ରାଜ୍ୟ ଧର୍ମାତ୍ମା, ବୀର, ପାଣ୍ଡବମାନଙ୍କ ଦ୍ୱାରା ଶାସିତ ହେଉଛି, ଯେଉଁମାନଙ୍କର ବୀରତ୍ୱର ଗାଥା ଏହି ସସାଗରା ଧରାରେ ବିଖ୍ୟାତ ।

ସେମାନଙ୍କ ରାଜତ୍ୱରେ ଏ ପ୍ରକାର ଅଘଟଣ କିପରି ବା ସମ୍ଭବ ହେଲା ?

କାକମାନେ ଆସି ନୀତିନିଷ୍ଠ ବ୍ରାହ୍ମଣର ଯଜ୍ଞହବି ଅପହରଣ କଲେ, ଶାର୍ଦ୍ଦୁଳର ଗୁହାରେ ଶୃଗାଳ ନିଜର ପରାକ୍ରମ ପ୍ରଦର୍ଶନ କଲା ।

ଯେଉଁ ରାଜା ପ୍ରଜାଙ୍କ ନିକଟରୁ ତାଙ୍କର ଉପାର୍ଜନର ଷଷ୍ଠାଂଶ କର ରୂପେ ଗ୍ରହଣ କରନ୍ତି ଓ ସେମାନଙ୍କର ରକ୍ଷଣାବେକ୍ଷଣ କରନ୍ତି ନାହିଁ ସାଧୁଗଣ ସେମାନଙ୍କୁ ପାପିଷ୍ଠ ଆଖ୍ୟା ଦେଇଛନ୍ତି ।

ହାୟ ମୋର ମନ୍ଦଭାଗ୍ୟ ! ଧର୍ମନିଷ୍ଠ ରାଜା ଯୁଧିଷ୍ଠିରଙ୍କ ଶାସନରେ ମଧ୍ୟ ଧର୍ମ ରକ୍ଷିତ ହେଉନାହିଁ । ଦୁର୍ବଳ ଉପରେ ସବଳର ଅତ୍ୟାଚାର ବଢୁଛି, ତା’ର ପ୍ରତିବିଧାନ କରାଯାଉନାହିଁ । ଆଉ କିଏ ଏହି ଅସହାୟ ଦୁର୍ବଳ ବ୍ରାହ୍ମଣର ସହାୟତା କରିବ ।

ଜଣେ ବ୍ରାହ୍ମଣ ଉଚ୍ଚକଣ୍ଠରେ ରୋଦନ କରୁଥିବାର ଅର୍ଜୁନ ଶୁଣିପାରିଲେ । ତତ୍‌କ୍ଷଣାତ୍ ତା’ର ପ୍ରତିକାର କରିବା ପାଇଁ ସେ ପ୍ରସ୍ତୁତ ହେଲେ । କିନ୍ତୁ ତାଙ୍କର ଅସ୍ତ୍ରସମୂହ ଯେଉଁ ସ୍ଥାନରେ ଅଛି ବର୍ତ୍ତମାନ ମହାରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କ ସହିତ ସେହି ଗୃହରେ ଅବସ୍ଥାନ କରୁଛନ୍ତି । ତେଣୁ ଏହି ସମୟରେ ସେଠାକୁ ଯିବା ନିଷିଦ୍ଧ ।

କିଛିଦିନ ପୂର୍ବେ ଦେବର୍ଷି ନାରଦଙ୍କର ଇନ୍ଦ୍ରପ୍ରସ୍ଥକୁ ଆଗମନ ହୋଇଥିଲା । ସେ କଥା ପ୍ରସଙ୍ଗରେ ସତର୍କ କରାଇ ଦେଇଥିଲେ ଯେ ଭ୍ରାତାଗଣଙ୍କ ମଧ୍ୟରେ ଯେତେ ସୁସମ୍ପର୍କ ଥିଲେ ବି, ସେମାନେ ଅନ୍ୟ ସବୁ ବିଷୟରେ ଏକ ମନ ହୋଇଥିଲେ ବି ଗୋଟିଏ କଥାରେ ତାହା ନଷ୍ଟ ହୋଇଯାଏ । ଦୈତ୍ୟ ସୁନ୍ଦ ଓ ଉପସୁନ୍ଦଙ୍କର ଦୃଷ୍ଟାନ୍ତ ଦେଇ ସେ ବୁଝାଇ ଦେଇଥିଲେ ଯେ ଅପ୍ସରା ତିଳୋତ୍ତମାଙ୍କ ପ୍ରତି ଉଭୟ ଆକୃଷ୍ଟ ହେବାରୁ ଓ ତାଙ୍କୁ ସର୍ବୋଽତ ଭାବରେ ପ୍ରାପ୍ତ ହେବା ପାଇଁ ଦୁହେଁ ପରସ୍ପର ସହ ଦ୍ୱନ୍ଦ୍ୱ ଯୁଦ୍ଧରେ ପ୍ରବୃତ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପାଣ୍ଡବମାନଙ୍କ କ୍ଷେତ୍ରରେ ପରିସ୍ଥିତି ଆହୁରି ବିଷମ ହୋଇପାରେ । ଅନିନ୍ଦ୍ୟ ସୁନ୍ଦରୀ କୃଷ୍ଣାଙ୍କର ପାଣ୍ଡବ ପଞ୍ଚଭ୍ରାତା ପତି ହୋଇଥିବାରୁ ଏକ ପ୍ରକାର କନ୍ଦଳର ସମ୍ଭାବନା ରହିଛି । ତେଣୁ ନିଜ ଭିତରେ ଦୃଢ଼ ଶୃଙ୍ଖଳାରକ୍ଷାର ପ୍ରୟୋଜନ ଅଛି ।

ଦେବର୍ଷି ନାରଦ ସମସ୍ତଙ୍କୁ ଶପଥ କରାଇଲେ ଯେ ଦ୍ରୌପଦୀ ପଞ୍ଚଭ୍ରାତାଙ୍କ ମଧ୍ୟରୁ ଜଣକ ସହିତ ଥିବାବେଳେ ଅନ୍ୟ କୌଣସି ଭ୍ରାତା ସେଠାରେ ପ୍ରବେଶ କରିବେ ନାହିଁ । ଯେଉଁ କାରଣରୁ ହେଉନା କାହିଁକି ଯଦି କେହି ଭ୍ରାତା ଏହି ନିୟମ ଲଙ୍ଘନ କରିବେ, ତେବେ ସେ ଦ୍ୱାଦଶ ବର୍ଷ ବ୍ରହ୍ମଚାରୀ ହୋଇ ରାଜ୍ୟ ତ୍ୟାଗ କରି ଅରଣ୍ୟରେ ବାସ କରିବେ ।

ପାଣ୍ଡବ ଭ୍ରାତାଗଣ ଏହି ପ୍ରତିବନ୍ଧକକୁ ସାଦର ଚିତ୍ତରେ ଗ୍ରହଣ କରିଥିଲେ । ସମସ୍ତେ ଏ ବିଷୟରେ ସଚେତନ ଥିବାରୁ ଏହାର ବ୍ୟତିକ୍ରମ ଘଟିନାହିଁ ।

ଏଣେ ବ୍ରାହ୍ମଣର ରୋଦନ ଓ ରାଜ ଶକ୍ତିର ଅପାରଗତା ପ୍ରତି ଆକ୍ଷେପୋକ୍ତି ଅର୍ଜୁନଙ୍କ କାନରେ ପଡୁଥିଲା । ସେ ଆଉ ଧୈର୍ଯ୍ୟଧରି ପାରିଲେ ନାହିଁ । ସେ ଭଲ ଭାବରେ ଜାଣିଥିଲେ ଅସ୍ତ୍ରାଗାର ମଧ୍ୟକୁ ଯିବାପଥରେ ରାଜା ଯୁଧିଷ୍ଠିର ଓ ଦ୍ରୌପଦୀଙ୍କ ଏକାନ୍ତସ୍ଥଳ ଅତିକ୍ରମ କରିବାକୁ ହେବ ଓ ସର୍ତ୍ତାନୁସାରେ ସେ ରାଜ୍ୟ ତ୍ୟାଗକରି ଅରଣ୍ୟବାସ କରିବେ । କିନ୍ତୁ ବ୍ରାହ୍ମଣଙ୍କୁ ସାହାଯ୍ୟ ନ କଲେ ଘୋର ଅଧର୍ମ ହେବ ଓ ତାଙ୍କ ଅଭିଶାପ ସମସ୍ତଙ୍କ ଉପରେ ପଡ଼ିବ । ରାଜା ନିନ୍ଦିତ ହେବେ । ତେଣୁ ବ୍ୟକ୍ତିଗତ ଭାବରେ ସେ ପଛେ ଦଣ୍ଡିତ ହେବେ କିନ୍ତୁ ରାଜା ଯୁଧିଷ୍ଠିରଙ୍କ ଶାସନରେ କୌଣସି ଅନ୍ୟାୟ ଅନୀତିକୁ ପ୍ରଶ୍ରୟ ଦେବେ ନାହିଁ ।

ଅର୍ଜୁନ ଚିତ୍ତ ଦୃଢ଼ କଲେ । ଯୁଧିଷ୍ଠିରଙ୍କର ଏକାନ୍ତ ବାସସ୍ଥଳରେ ପ୍ରବେଶ କରି ପ୍ରଥମେ ସେ ଦୁହିଁଙ୍କୁ କ୍ଷମା ମାଗିନେଇ ଅସ୍ତ୍ରାଗାରରୁ ନିଜର ଧନୁ ଓ ଖଡ୍ଗ ପ୍ରଭୃତି ଅସ୍ତ୍ର ନେଇ ବାହାରକୁ ଆସିଲେ । ବାହାରେ ପ୍ରସ୍ତୁତ ଥିବା ରଥରେ ଅଭିଯୋଗକାରୀ ବ୍ରାହ୍ମଣଙ୍କୁ ନେଇ ଅର୍ଜୁନ ତସ୍କରମାନଙ୍କର ପଶ୍ଚାଧାବନ କଲେ ଓ ଅଚିରେ ସେମାନଙ୍କୁ ଦଣ୍ଡିତ କରି ବ୍ରାହ୍ମଣଙ୍କର ଅପହୃତ ଗୋସମ୍ପଦ ଫେରାଇ ଆଣିଲେ ।

ଏବେ ସଙ୍କଟର ସମୟ ଉପଗତ ହେଲା । ଦେବର୍ଷି ନାରଦଙ୍କ ନିକଟରେ କରିଥିବା ଶପଥ ସେ ଭଙ୍ଗ କରିଛନ୍ତି । ତେଣୁ ସର୍ତ୍ତାନୁସାରେ ଦ୍ୱାଦଶ ବର୍ଷ ପାଇଁ ତାଙ୍କୁ ବନବାସ କରିବାକୁ ହେବ । ଅର୍ଜୁନ ପ୍ରସ୍ତୁତ ହେଲେ । ଯୁଧିଷ୍ଠିରଙ୍କ ନିକଟରୁ ବିଦାୟ ନେବା ପାଇଁ ତାଙ୍କ ନିକଟରେ ପହଞ୍ଚି ନିଜର ଉଦ୍ଦେଶ୍ୟ ବ୍ୟକ୍ତ କଲେ ।

ତାଙ୍କର ଏ ପ୍ରକାର ନିଷ୍ପତ୍ତିର କଥା ଶୁଣୁଶୁଣୁ ଯୁଧିଷ୍ଠିର ବ୍ୟାକୁଳ ହୋଇ କହିଲେ, “ହେ ଧନଞ୍ଜୟ, ତୁମ୍ଭେ ଯଦି ଭାବୁଥାଅ ଯେ ନିୟମ ଲଙ୍ଘନ କରି ତୁମେ ଅପରାଧ କରିଛ ବା ମୋର ଅପ୍ରିୟ କିଛି କରିଛ ତାହା ଆଦୌ ସତ୍ୟ ନୁହେଁ । ମୋ ହୃଦୟରେ କୌଣସି ଅପ୍ରିୟ ଭାବନା ସ୍ଥାନ ପାଇନାହିଁ । ଯଦି କନିଷ୍ଠ ଜ୍ୟେଷ୍ଠଙ୍କ ନିକଟକୁ ଯାଏ ତହିଁରେ ଦୋଷ ହୁଏନାହିଁ, କିନ୍ତୁ ଯଦି କନିଷ୍ଠ ନିଜ ଭାର୍ଯ୍ୟା ସହ ଥିବାବେଳେ ସେଠାକୁ ଜ୍ୟେଷ୍ଠଯାଏ ତେବେ ତାହା ଦୋଷାବହ ହୁଏ । ତେଣୁ ତୁମେ ଏ ନିଷ୍ପତ୍ତିରୁ ନିବୃତ୍ତ ହୁଏ ।

କିନ୍ତୁ ଅର୍ଜୁନ ନିୟମ ଲଙ୍ଘନ କରିଥିବାରୁ ସର୍ତ୍ତାନୁସାରେ ବନବାସ ଯିବା କଥାରେ ଅଟଳ ରହିବାରୁ ଯୁଧିଷ୍ଠିରଙ୍କ ସମେତ ସମସ୍ତ ଭ୍ରାତା ଓ ଦ୍ରୌପଦୀ ଦୁଃଖାତ୍ତ ଚିତ୍ତରେ ତାଙ୍କୁ ବିଦାୟ ଦେଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top