ଗଳ୍ପ

ଅଲିଅଳି ଶୁଭ

Munna Mohapatra's odia story Aliali Shubha

ଶୁଭକୁ ତା ସ୍ୱାମୀ ବହୁତ ଥର କହିଛନ୍ତି, ତୁମ ବାବାଙ୍କୁ କୁହ ଏଇଆ ଦେବେ, ସେଇଆ ଦେବେ, ଝିଅ-ଜ୍ୱାଇଁଙ୍କୁ ତ ଦେବେ ନା, ପରକୁ ନୁହଁ ଇତ୍ୟାଦି ।

ଅଲିଅଳି ଶୁଭ

ଦୁଇ ଭାଇରେ ଭଉଣୀଟେ ବୋଲି ନା’ ରଖାଯାଇଥିଲା ସୁଭଦ୍ରା । ବୋଧେ ଜେଜେ ମାଁ, ଆଈଙ୍କ ଶାସନ କାଳ, ବାପା, ମାଁ ମଧ୍ୟ ସ୍ୱୀକାର କରିଥିଲେ । କିନ୍ତୁ ସେ ଲୋକଙ୍କ ଠାରେ, ସମାଜ, ସାହିରେ ଶୁଭ ନା’ରେ ପରିଚିତ । ବାପାଙ୍କ ଅସରନ୍ତି ସମ୍ପତ୍ତି, ଦୁଇ ପୁଅରେ ଝିଅଟି ବୋଲି ଅଲିଅଳି ଶୁଭ । ପୂରା ପରିବାରର ନୟନ ପିତୁଳା ଝିଅଟେ ବୋଲି । ତା’ ଉପରକୁ କିଛି ଆସିଲେ କେହି ସମ୍ଭାଳନ୍ତି ନାହିଁ ।

ସମୟ କ୍ରମେ ଶୁଭର ବାହା ହେବା ବୟସ ଆସି ଯାଇଛି । ବର ଖୋଜା ନୁହଁ ତ ବର ଛଣା ଚାଲିଲା । ପୁରା ପରିବାର ଛାଣି ଚାଲିଲେ କୋଉଠୁ ସବୁ ଦୃଷ୍ଟିରୁ ଭଲ ବରଟେ ପାଇବେ, ଝିଅଟି ଶାନ୍ତିରେ କାଳ କାଟିବ । ପରିଶେଷରେ ନିର୍ବନ୍ଧ ଓ ବାହାଘର ସ୍ଥିର ।

ଘରେ କ’ଣ ବା ଅଭାବ ଯେ, ପୁଣି ଜ୍ୱାଇଁ ପୁଅ ମଧ୍ୟ ସେତେ ବଡ଼ ଘରୁ ନହେଲେ ମଧ୍ୟ ଭଲ କମ୍ପାନୀରେ ଉଚ୍ଚ ପଦସ୍ଥ ଅଫିସର ।

ଝିଅ ଜନମ ତ ପର ଘରକୁ, ପୁଣି ତ ଜନ୍ମ ଦେଇଛନ୍ତି । ଯୌତୁକ କଥା ଦୂରରେ ଥାଉ, “ଆମ ଝିଅଟିକୁ କିଚି ଅଭାବ ନରହୁ”, ବୋଲି ବାପା ଛୁଞ୍ଚିରୁ ଆରମ୍ଭ କରି ଗାଡ଼ି, ଗହଣା, ଟଙ୍କା ସବୁ କିଛି ଦେଇ ଝିଅକୁ ବିଦା କଲେ । ଝିଅ ନିଜର ରକ୍ତ, କିନ୍ତୁ ବାପା, ମାଁଙ୍କର କିଛିଟା ଦାୟିତ୍ୱ ବୋଝ କମିଗଲା । ଏତିକିରେ ତ ସମ୍ପର୍କ ତୁଟେନି, ଝିଅ-ଜ୍ୱାଇଁ ପୁଣି ନାତି-ନାତୁଣୀ, ଏ’ ସବୁରେ ସମ୍ପର୍କ ଘନେଇ ଆସେ ପୁଣି ।

ସୁଖରେ ସଂସାର ଚାଲିଛି ଝିଅର । ବାପା, ମାଁ, ଭାଇ, ପରିବାର ଯା’ଆସ କରନ୍ତି ଝିଅ ଘରକୁ । ଫୋନ୍‌ରେ ପ୍ରାୟ ନିତି କଥା ହୁଏ ଶୁଭ । ଭଲରେ ଅଛି, ସେ ବହୁତ ଭଲ, ଶାଶୁ ଶ୍ୱଶୁରଙ୍କ ଝିଅ ମୁଁ, ବୋହୁ ନୁହଁ ଇତ୍ୟାଦି । ବାପା ମାଁ ବହୁତ ଖୁସୀ, ଝିଅ ଭଲରେ ଅଛି ବୋଲି ।

କହନ୍ତି ସ୍ୱାମୀ-ସ୍ତ୍ରୀ, ବିହାହ-ବନ୍ଧନ ଏ’ ସବୁ ତ ପୂର୍ବରୁ ଯୋଖା । କେତେ ଛାଣିଲେ କ’ଣ ସଫା ପାଣି ମିଳିପାରେ ।

ଭିତିରିଆ କଥା ଜାଣେ କିଏ ? ଅଳ୍ପ କିଛି ଦିନ ଶାନ୍ତି ପରେ ଶୁଭର ଅଶାନ୍ତିର ଦିନ ଚାଲି ଆସିଥିଲା । ସେ ପ୍ରକାଶ କରିନି କାହାରି ଆଗରେ ।

ଯାହା ହାତ ଧରି ସେ ବାହା ହୋଇଛି, ଏବେ କ’ଣ ସେ ତାଙ୍କୁ ଛାଡ଼ି ଚାଲିଯିବ ! ନା….., ସେ ହିଁ ଜୀବନର ସାଥୀ, ଯାହା ହେଉ ପଛେ ।

କିନ୍ତୁ ଏମିତି ବି ମଣିଷ ଥାଆନ୍ତି, ବହୁତ କିଛି ପାଇଲା ପରେ ମଧ୍ୟ ବୋଧେ ଲୋଭ ଯାଏନି । ଶୁଭକୁ ତା ସ୍ୱାମୀ ବହୁତ ଥର କହିଛନ୍ତି, ତୁମ ବାବାଙ୍କୁ କୁହ ଏଇଆ ଦେବେ, ସେଇଆ ଦେବେ, ଝିଅ-ଜ୍ୱାଇଁଙ୍କୁ ତ ଦେବେ ନା, ପରକୁ ନୁହଁ ଇତ୍ୟାଦି ।

ବାପା, ମାଁଙ୍କୁ ଝିଅଟି କାହିଁକି ବା କଷ୍ଟ ଦେବ, ଯାହା ଦେଇଛନ୍ତି ଢେର, ଏ ହେଲା ଶୁଭର ନିଷ୍ପତ୍ତି । ଯାହା ଗାଳି ମାଡ଼ ସମ୍ଭାଳି ମଧ୍ୟ ଶୁଭ ଦିନେ ବି ବାପାଙ୍କୁ କିଛି କହିନି । ମୁହାଁ ମୁହିଁ କଥା ବା ଫୋନ୍‌ରେ ମଧ୍ୟ ଝିଅର ଅନ୍ତର କାନ୍ଦଣା ଶୁଣି ପାରିନାହାନ୍ତି ବାପା, ମାଁ ।

ୟା’ରି ଭିତରେ ଶୁଭର ପୁଅଟେ ମଧ୍ୟ ହୋଇ ସାରିଛି । ଏ’ପଟେ ନିତି ଦିନିଆ ଗାଳିଗୁଲଜ, ମାଡ଼ ଶୁଭ ପଇଁ ଅଭ୍ୟାସରେ ପରିଣତ ହୋଇସାରିଲାଣି । ତୁମ ବାପା ଏଇଆ ଦେଲେନି, ମୋ’ ସାଙ୍ଗର ସ୍ତ୍ରୀ ଆଣିଛି… ସୁବାସର ପୁଅ ପାଇଛି… ନଳନୀର ବୋହୁ ଆଣିଛି … ।

ତଥାପି ସବୁ ସହି ନିଏ ଶୁଭ, ଦିନେ ହଠାତ୍ ଲ୍ୟାଣ୍ଡଲାଇନ୍‌ରେ କଲ୍ ଆସିଲା, ଆପଣଙ୍କ ଝିଅକୁ ମାରି ଦିଆଯାଇଛି, ଆସିଯାଆନ୍ତୁ ଅମୁକ ଜାଗାକୁ ।

ଏତେ ଦିନ ଧରି ବୋହୁକୁ କେତେ କହିଲେ ମଧ୍ୟ ତା’ ବାପାଙ୍କୁ ପଦେ ସେ କହିବାକୁ ନାରାଜ । ସେ କହିଲେ ସମୁଦି ଦିଅନ୍ତେ କି ନ ଦିଅନ୍ତେ ଅଲଗା କଥା । ବୋହୁ ପଦଟେ କହିଲାନି କାହିଁକି । ବୋଧେ ସ୍ୱାମୀ, ଶାଶୁ ଏମିତି ମାରୁ ମାରୁ ମରିଯାଇଛି ।

ବାପା, ମାଁ, ପରିବାର ବିଶ୍ୱାସ କରି ଝିଅଟେ ପର ହାତରେ ସମର୍ପି ଦେବେ । ଝିଅର କିଛି ଅଭାବ ନରହୁ ବୋଲି ଯଥାଶକ୍ତି-ଶକ୍ତିରୁ ବାହାରେ ମଧ୍ୟ ଦେବେ । କିନ୍ତୁ ମଣିଷ ଏମିତି ବି ଥାଆନ୍ତି ଓଃ …. ।

ତା’ହେଲେ କ’ଣ କନ୍ୟାପିତାଙ୍କ ଏତେ ଦୁର୍ଭାଗ୍ୟ ଯେ ଝିଅକୁ ବାହା ଦେବେନି । ବୋହୁ-ନିର୍ଯ୍ୟାତନା ଭୟରେ କ’ଣ ଝିଅ ସବୁଦିନ ପାଇଁ ଅବିବାହିତ ରହିବା ଯୁକ୍ତିଯୁକ୍ତ । ଦୁନିଆରେ ଏମିତି ବି ଲୋକ ଥାଆନ୍ତି …. ।

ଲୋକପ୍ରିୟ ଲେଖା

To Top