ଗଳ୍ପ

ଅମୃତ ମୁହୂର୍ତ୍ତ

Banka Bihari Das's Odia Story AMRUTA MUHURTTA

ଗାଁର ବସବାସ କରୁଥିବା ବାସିନ୍ଦାମାନଙ୍କୁ ଯୋଡ଼ ହସ୍ତରେ ସମ୍ୱୋଧନ କଲେ- ଏଠାରେ ରହଣିକାଳ ମଧ୍ୟରେ ମୋର ଦୋଷ ତ୍ରୁଟି ଥିଲେ ମାର୍ଜନା କରିବେ ।

ଅମୃତ ମୁହୂର୍ତ୍ତ

-: ପୁର୍ବରୁ :-

ସକାଳ ସୂର୍ଯ୍ୟର କିରଣ ସବୁଜ କ୍ଷେତ ଏବଂ ସେହି ଗହଳିଆ ଆମ୍ୱଗଛ ଉପରେ ପଡ଼ି ସୃଷ୍ଟି କରୁଛି ସ୍ୱର୍ଣ୍ଣାଭ ପରିବେଶ । ମୁଁ ବିଛଣାରୁ ଉଠିଲାବେଳକୁ ମୋ ପାଖରେ ବାପା ଠିଆ ହୋଇଛନ୍ତି । ତାଙ୍କ ମୁଖ ମଣ୍ଡଳରେ ସେ ବିରକ୍ତି ଓ ଗମ୍ଭୀରତା ନ ଥିଲା ପରି ଅନୁଭବ କଲି । ଆଜି ସେ ମୋ ପାଖରେ ବହୁବର୍ଷ ପରେ ମୁହଁ ଖୋଲିଲେ । କହିଲେ- “ତୋ ମମ୍ ସହିତ ଦେଖା ହୋଇଥିଲା, ସେ ଶଯ୍ୟାଶାୟୀ ।” ରଘୁକାକା କହୁଥିଲା ।

ମୁଁ ତଳକୁ ମୁହଁ ପୋତି ଧୀର ସ୍ୱରରେ କହିଲି- “ହଁ, ମୋତେ କାହିଁକି କହିନାହୁଁ ?”

କିଛି ଉତ୍ତର ଦେଇପାରିଲି ନାହିଁ । ପୁଣି କହିଲେ- “ସେ ଯୋଉଠି ଅଛି ତୁ ଜାଣୁ ?”

“ହଁ”

ଠିକ୍ ଅଛି । ମୁଁ କାଲି ମମ୍ ପାଖକୁ ଯିବି ତୋ ସହିତ । ହଠାତ୍ ବାପାଙ୍କର ମନ ପରିବର୍ତ୍ତନ ଦେଖି ଆନନ୍ଦରେ ବିଭୋର ହେଲି ।

ବାପା ମୋତେ ସାଥିରେ ନେଇ ଗାଁ ଭିତରକୁ ଗଲେ । ଗାଁର ମୂଲିଆ ଏବଂ ଭଦ୍ରବ୍ୟକ୍ତିମାନଙ୍କ କଥାବାର୍ତ୍ତା ପରେ ବିଦାୟ ନେଲେ । ସେମାନେ ବୁଝିଲେ ବାବୁ ଗାଁ ଛାଡ଼ି ସହରକୁ ଯାଉଛନ୍ତି । ଏହା ଏକ ପରିବର୍ତ୍ତନର ଚିହ୍ନ । ଯେମିତି ଅନ୍ଧାର ଅପସରି ଯାଇ ଆଲୋକର ଏବଂ ଯେମିତି ପଲ୍ଲୀ ସଭ୍ୟତାର ପରିବର୍ତ୍ତନରେ ସହର ସଭ୍ୟତାର ଆବିର୍ଭାବ । ବୋଧହୁଏ ପଲ୍ଲୀ ସଭ୍ୟତାରେ ବାବୁଙ୍କର ଥିଲା ଶେଷ ଅଙ୍କ । ସେ ଏତେ ବର୍ଷର ଅଭିନୟ କରି ଫେରିଯାଉଛନ୍ତି ସହର ଅଭିମୁଖେ । ଠିକ୍ ବୁଝିହୁଏନା ବାବୁଙ୍କର ସିଦ୍ଧାନ୍ତ । ବୁଝି ହୁଏନା ମନ ଓ ହୃଦୟର ବିଚାର ତଥା ଚିନ୍ତାଧାରା । ସେଇ ଅବୁଝା ଚିନ୍ତାଧାରା ନେଇ ବାବୁ ସହର ଅଭିମୁଖେ ଯାତ୍ରା କରିବେ ପୁଅ ଅୟସକାନ୍ତ ସହିତ । ଗାଁର ବସବାସ କରୁଥିବା ବାସିନ୍ଦାମାନଙ୍କୁ ଯୋଡ଼ ହସ୍ତରେ ସମ୍ୱୋଧନ କଲେ- ଏଠାରେ ରହଣିକାଳ ମଧ୍ୟରେ ମୋର ଦୋଷ ତ୍ରୁଟି ଥିଲେ ମାର୍ଜନା କରିବେ । ମୁଁ ଗ୍ରାମ୍ୟ ଜୀବନ ପରିତ୍ୟାଗ କରି ସହରକୁ ଯାଉଛି । ସୁଯୋଗ ଏବଂ ସୁବିଧା ହେଲେ ପୁଣି ଆସି ଦେଖା କରିବି ।

ଗାଁର ମୁଖିଆ ଏବଂ ସାଧାରଣ ଅଧିବାସୀ ଆପଣା ଆପଣା ଭିତରେ କଥା ହେଉଥିଲେ- “ରଣବୀରବାବୁ ଆମ ଗାଁ ପାଇଁ କ’ଣ ନ କରିଛନ୍ତି ! ସ୍କୁଲ୍, ସ୍ୱାସ୍ଥ୍ୟକେନ୍ଦ୍ର, ଗାଁ ରାସ୍ତା ଏବଂ ନଈରେ ପୋଲ କରିବାର ଯୋଜନା କରାଇ ଶୁଭ ଦିଆଇଛନ୍ତି । ଗାଁବାଲା ପୁରା ମଫସଲିରୁ ସହରୀ ପାଲଟିଯାଇଛୁ । ଆଜି ପୁଣି କ’ଣ ହେଲା ବାବୁ ଛାଡ଼ିଲା ଭଳି ସମ୍ୱୋଧନ କରୁଛନ୍ତି । ତାଙ୍କର ବୋଧହୁଏ ଗ୍ରାମ୍ୟ ଜୀବନର ଅବସାନ ଘଟିଛି । ନିଜି ନିଜ ଭିତରେ ତ୍ରୁଟି ପ୍ରକାଶ କଲେ ବାବୁ ସବୁବେଳେ ଆମମାନଙ୍କର ମଙ୍ଗଳ କାମନା କରି ଆସିଛନ୍ତି । ଗାଁର ଧର୍ମ ବଜାଇ ରଖିବା ପାଇଁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରିଛନ୍ତି । ଗାଁର ବାସିନ୍ଦାଙ୍କୁ ଏକଜୁଟ କରି ସଂକୀର୍ତ୍ତନ ମଣ୍ଡଳୀ କରାଇଛନ୍ତି । ପ୍ରତିଦିନ ସେହି ସଂକୀର୍ତ୍ତନ ମଣ୍ଡଳୀ ଗାଁର ମନ୍ଦିରରେ କୀର୍ତ୍ତନ କରିବା ବ୍ୟବସ୍ଥା କରିଛନ୍ତି, କିନ୍ତୁ ନିଜେ, କୌଣସି ସଂସ୍ଥା ସହ ମିଶି ନାହାନ୍ତି । ଦୁଃଖ ଲାଗେ ବାବୁ ଚାକିରୀରୁ ଅବସର ନେବା ପରଠାରୁ ଏକଦମ୍ ଗମ୍ଭୀର ଓ ଚୁପ୍ ରହି ଆସୁଥିଲେ, କିନ୍ତୁ ହଠାତ୍ ଏ ପରିବର୍ତ୍ତନ କାହିଁକି ?” ସେମାନେ କିଛି ବୁଝିପାରୁ ନଥିଲେ । ମୁଁ କିନ୍ତୁ ଠିକ୍ ବୁଝିଥିଲି । ବାପା ମମ ପାଖକୁ ଯାଉଛନ୍ତି । ଫେରିବା ହୁଏତ ସନ୍ଦେହଜନକ । ତେଣୁ ଗାଁବାସୀଙ୍କଠାରୁ ବିଦାୟ ନେବା ଉଚିତ୍ ମନେ କଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top