ଗଳ୍ପ

ଅମୃତ ମୁହୂର୍ତ୍ତ

Banka Bihari Das's Odia Story AMRUTA MUHURTTA

ମମ୍ କହିଲେ- “ସାମାନ୍ୟ ବୁଝାମଣାର ଅଭାବ ପାଇଁ ସାରା ଜୀବନ ଯେ ନଷ୍ଟ ହେଲା ଏ କଥା ବୁଝିପାରୁଛ ।”

ଅମୃତ ମୁହୂର୍ତ୍ତ

-: ପୂର୍ବରୁ :-

ରଘୁକାକା ଆଖିର ଲୁହ ବନ୍ଧବାଡ଼ ମାନିବାକୁ ନାରାଜ । ଗାଁର କେତେଜଣ ଉପସ୍ଥିତ ରହି ଦୁଃଖର ଦରିଆରେ ଭାସିଲାଭଳି ଅନୁଭବ କରୁଥାନ୍ତି । ଘର ସମ୍ମୁଖରେ ଥିବା ଶାଗୁଆ କ୍ଷେତ ହଳଦୀ ପଡ଼ିଗଲାଭଳି ଲାଗୁଥାଏ । ଟିକେ ଦୂରରେ ଥିବା ଗହଳିଆ ଆମ୍ୱଗଛର ଯେମିତି ପତ୍ର ସବୁ ଝଡ଼ିଯାଇ ଥୁଣ୍ଟା ପାଲଟି ଯାଇଛି । ନଦୀର କୁଳୁକୁଳୁ ଶବ୍ଦ ମଧୁର ଶୁଣାଯିବା ପରିବର୍ତ୍ତେ କର୍କଶ ସ୍ୱରରେ ଗଡ଼ି ଚାଲିଛି । ପୁଣି ଥରେ ହାତ ଯୋଡ଼ି ସମସ୍ତଙ୍କୁ ନମସ୍କାର କଲେ ଏବଂ କହିଲେ- “ରଘୁକାକା ଆପଣଙ୍କ ହେପାଜତରେ ରହିଲା । ତା’ ପ୍ରତି ଟିକେ ଦୟା ରଖିବେ ।” ରଘୁକାକାଙ୍କୁ କହିଲେ- “ତମେ ବ୍ୟସ୍ତ ହୁଅନି । ମଣ୍ଟୁ (ଅୟସକାନ୍ତ) ଏଠାକୁ ବରାବର ଆସିବ । ସମ୍ଭବ ହେଲେ ମୁଁ ମଧ୍ୟ ଫେରିବି ।” କାହା ଉତ୍ତରକୁ ଅପେକ୍ଷା ନ କରି ଆଗକୁ ପାଦ ବଢ଼ାଇଲେ । ମୁଁ ତାଙ୍କ ସହ ସେହି ନାଲି ଗୋଡ଼ି ରାସ୍ତା ଦେଇ, ଥରେ ସବୁଜରୁ ହଳଦୀ ପରି ଦିଶୁଥିବା କ୍ଷେତ, ସେହି ନଦୀ ଏବଂ ଆମ୍ୱଗଛକୁ ଅନେଇ ଅନେଇ ଆଗକୁ ପାଦ ପକାଇଲି ବାପାଙ୍କ ସହ ।

ମମ୍ ରହୁଥିବା ସି.ଡ଼ି.ଏ. ଘରେ ପହଞ୍ଚିଲୁ । ମମ୍‌ଙ୍କୁ ଦେଖି ବାପାଙ୍କ ଆଖିରୁ ଝରି ଚାଲିଥାଏ ଲୁହ । ମମ୍ ବାପାଙ୍କୁ ଦେଖି କିଛି କହିବା ପୂର୍ବରୁ ବାପା ପଚାରିଲେ- “କେମିତି ଅଛ ଅରୁ ?”

ଯେମିତି ଦେଖୁଛ ତମେ ।

ଭଲ ଅଛି, କ’ଣ ହୋଇଛି ?

ରାଜଯକ୍ଷ୍ମା, ଶେଷ ଅବସ୍ଥା, ଆଉ ଭଲ ହେବନି ବୋଲି ଡାକ୍ତରମାନେ କହୁଛନ୍ତି ।

ଏମିତି ଅବସ୍ଥା ହେଲାଣି । ମୋତେ ଟିକେ ଖବର ଦେଇଥିଲେ କ’ଣ ହୋଇନଥାନ୍ତା ?

ମମ୍ ଗମ୍ଭୀର ହୋଇ କହିଲେ- “ସେଦିନ ଆସିଲାବେଳେ ମୋତେ ଅଟକାଇ ଥିଲେ କ’ଣ ଚାଲିଆସିଥାନ୍ତି ।”

ବାପା ଛଳଛଳ ଆଖିରେ କହିଲେ- “ମୋର ଭୁଲ୍ ହୋଇଛି । ଏଥର ତମକୁ ଛାଡ଼ି ମୁଁ କୁଆଡ଼େ ଯିବିନାହିଁ । ଆସିଛି ଏତେଦିନର ବିଚ୍ଛେଦ ପରେ ଏକାଠି ଚିରନ୍ତନ ସାଥୀ ହୋଇ ରହିବା ପାଇଁ । ବାପା ମମ୍‌ଙ୍କୁ ବିଛଣା ଉପରେ ଆଲିଙ୍ଗନ କରି ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ ।” ମମ୍ କହିଲେ- “ସାମାନ୍ୟ ବୁଝାମଣାର ଅଭାବ ପାଇଁ ସାରା ଜୀବନ ଯେ ନଷ୍ଟ ହେଲା ଏ କଥା ବୁଝିପାରୁଛ ।”

ପ୍ରକୃତରେ ଜୀବନ ନାଟକର ଶେଷ ଦୃଶ୍ୟର ଯବନିକା ପଡ଼ିଲା । ବାଦ୍ୟଯନ୍ତ୍ରର ସମସ୍ତ ଶବ୍ଦ ବନ୍ଦ ହୋଇଯାଇଛି । ମୋ ଆଖିର ଲୁହକୁ ମୁଁ ଚାପି ରଖିପାରିଲି ନାହିଁ । ମମ୍‌ଙ୍କ ଘର ଛାଡ଼ି କାଠଯୋଡ଼ିର ପଥର ବନ୍ଧ ପାଖ ରାସ୍ତାକୁ ଉଠି ଆସିଲି ଏବଂ ଚାଲିଲି ଆଗକୁ ଆଗକୁ । କାଠଯୋଡ଼ିର ପାଣିରେ ସୂର୍ଯ୍ୟର କିରଣ ପଡ଼ି କେମିତି ତୀକ୍ଷ୍ଣ ପ୍ରତିଫଳକ ମୋ ଆଖିକୁ ଝଲସାଇ ଦେଉଥାଏ । ତଥାପି ମୁଁ ଧୀରେ ଧୀରେ ଆଗକୁ ଚାଲୁଥାଏ ।

ଲୋକପ୍ରିୟ ଲେଖା

To Top