ଗଳ୍ପ

ଅନ୍ତିମ ନିଷ୍ପତ୍ତି

Asish Ranjan Das's Odia Story Antima Nispatti

ମା, ଅନେକ ଥର ତାକୁ ଡାକିଲେଣି । ସେ ବୋଧେ ଶୁଣି ପାରିନି । ସେ ଭବୁଛି ରାଜ୍ ତାର ସବୁଠୁ ପ୍ରୀୟ ସାଙ୍ଗକୁ ଛାଡି ଯାଇ ପାରିଲା କିପରି! ଗଲା ତ ଗଲା, ଯିବା ଆଗରୁ ଜଣାଇଲା ନାହି ମଧ୍ୟ ।

ଅନ୍ତିମ ନିଷ୍ପତ୍ତି

ପ୍ରିୟାର ଆଜି ଭାରି ମନ ଦୁଃଖ । ତାର ପ୍ରିୟ ବନ୍ଧୁ ରାଜ୍ ଅଜି ତା ଠାରୁ ବହୁତ୍ ଦୁରରେ । ଆଜି ତା ନିର୍ବନ୍ଧ ଦେବ୍ ସହିତ । ରାଜ୍ ଯଦି ଏଠି ଥାନ୍ତା ତ ବହୁତ୍ ମଜା କରୁଥାନ୍ତା । କିନ୍ତୁ ସେ ଆଜି ଅନେକ ଦୂରରେ । ଅଜାଣତରେ ପ୍ରିୟା ଆଖିରୁ ଦୁଈ ଟୋପା ଲୂହ ଝରି ପଡିଲା । ମା, ଅନେକ ଥର ତାକୁ ଡାକିଲେଣି । ସେ ବୋଧେ ଶୁଣି ପାରିନି । ସେ ଭବୁଛି ରାଜ୍ ତାର ସବୁଠୁ ପ୍ରୀୟ ସାଙ୍ଗକୁ ଛାଡି ଯାଇ ପାରିଲା କିପରି! ଗଲା ତ ଗଲା, ଯିବା ଆଗରୁ ଜଣାଇଲା ନାହି ମଧ୍ୟ । ପ୍ରଥମେ ପ୍ରିୟା ଭାବିଲା ତାକୁ ଫୋନ୍ କରି ଗାଳି ଦେବ । ପରେ ଅଭିମାନ କଲା, “ମୁଁ କାହିଁ କଲ୍ କରିବି? ତା ଭୂଲ୍, ସିଏ ଫୋନ୍ କରୁ ।”

ରାଜ୍ ଆଉ ପ୍ରିୟା, ଦୁଈଜଣ ବହୁତ୍ ଭଲ ବନ୍ଧୁ ଭାବେ କଲେଜ୍ ସାରା ସମସ୍ତେ ଜାଣନ୍ତି । କିନ୍ତୁ, କେବେ ଏହି ବନ୍ଧୁତା ନିଃସର୍ତ ପ୍ରେମରେ ପରିଣତ ହେଇଗଲା, ଏକଥା ନା ପ୍ରିୟା ଜାଣେ ନା ରାଜ୍ । ଗ୍ରାଜୁଏସନ୍ ପରେ ଦୁଈ ଜଣ ଏମ୍ .ବି .ଏ . କୋଚିଙ୍ଗ୍ ନେଇ ଏକା କଲେଜ୍ ରୁ ଏମ୍ .ବି .ଏ . କଲେ ।

ହଠାତ୍ ଦିନେ କଲେଜ୍ ରୁ ଫେରିବା ବାଟରେ ପ୍ରିୟାର ଜଣେ ବନ୍ଧୁ ଦେଖା ହେଲେ । ପ୍ରିୟା ତାଙ୍କ ସହ ଅଳ୍ପ ସମୟ କଥା ହେଲା । ସିଏ ଯିବା ପରେ ପ୍ରିୟା ଆଖିରୁ ଲୁହ ଜକେଇ ଆସୁଥିଲା । ରାଜ୍ ପଚାରିଲା କଣ ହେଲା? ତମେ କାନ୍ଦୁଛ କଣ ପାଇ? ବାରମ୍ବାର ପଚାରିବା ପରେ ପ୍ରିୟା କହିଲା । ସିଏ ଗୋଟିଏ ପୁଅକୁ ବହୁତ ଭଲ ପାଏ । କିନ୍ତୁ ସେ ଆଉ ଜଣକୁ ବାହା ହେଇ ଯାଈଛି । ପ୍ରିୟା କାନ୍ଦି କାନ୍ଦି କହିଲା ଆଜି ଠାରୁ ମୋର ଭଲପାଇବା ଉପରୁ ଭରଷା ଉଠିଗଲା ।

ଟ୍ରିଂ ଟ୍ରିଂ । ଡାକ ପିଅନ ଘଣ୍ଟିରେ ପ୍ରିୟା ପ୍ରକୁତିସ୍ଥ ହେଲା । ଚିଠି ନେଇ ପଢିବା ଆରମ୍ଭ କଲା ।

Dear Sweet Friend,

Sorry, ଆସିବା ଆଗରୁ ଦେଖା କରି ପାରି ନଥିଲି । ପ୍ରକୃତରେ ମୁଁ ତୁମକୁ କିଛି କହିବାକୁ ଚାହୁଥିଲି, ଯାହା କେବେ କହି ପାରି ନଥିଲି । ସେଥିପାଇଁ ଏଇ ଚିଠି ଲେଖୁଛି ।

ତୁମର ମନେ ଥିବ, ଥରେ କଲେଜ୍ ରୁ ଫେରିବା ବେଳେ ତମେ ତମ ଅତୀତ ବିଶୟରେ ମତେ କହିଥିଲ । ମୁଁ ପ୍ରଥମ ଥର ପାଇ ସେଦିନ ତୁମ ଆଖିରେ ଲୁହ ଦେଖିଲି । ସେହି ରାତୀରେ ମୁଁ ମଧ୍ୟ ବହୁତ୍ କାନ୍ଦିଛି । କାରଣ, ମୁଁ ମଧ୍ୟ ମୋ ପ୍ରେମିକା କୁ ହରାଇଲି ସବୁଦିନ ପାଇ ।

ସେବେଠାରୁ ମୁଁ ତୁମଠୁ ଦୂରକୁ ଯିବାକୁ ଚାହୁଥିଲି । ମୋତେ ସୁଯୋଗ ମିଳିଲା ଏଈ ଜବ୍ ଦ୍ଵାରା । ତମର ମନେଥିବ, ମୁଁ ତମ ଆଗରେ ଅନେକ ଝିଅ ଙ୍କ ସହ କଥା ହୁଏ । ତମକୁ ଚିଡେଇବା ପାଇଁ । କିନ୍ତୁ ପ୍ରକୃତରେ ମୁଁ ତୁମକୁ ଭଲପାଏ । ମୁଁ ଜାଣେ ତମେ ମୋତେ କେବଳ ଜଣେ ଭଲ ବନ୍ଧୁ ଭାବରେ ଦେଖ । ମୁଁ ମଧ୍ୟ ସେୟା ଚେଷ୍ଟା କରୁଥିଲି । କିନ୍ତୁ ମତେ ଲାଗିଲା ମୁଁ ନିଜ ସହ ନିଜେ ଛଳନା କରୁଛି । ମୁଁ ଯେବେ ତୁମକୁ ପ୍ରଥମେ ଦେଖିଲି, ମୋ ମନ ତୁମର ହେଇ ଯାଇ ଥିଲା । କିନ୍ତୁ ସେଦିନ ଘଟଣା ପର ଠାରୁ ମୋର ତୁମକୁ ମନକଥା କହିବାକୁ ସାହସ ହେଲାନାହି । ମୁଁ ଜାଣେ ଜୁଲି ମତେ ଭଲପାଏ । ଆଉ ତୁମେ ସବୁବେଳେ କୁହ, “ଯିଏ ତୁମକୁ ଭଲପାଏ, ତୁମେ ତାକୁ ଭଲପାଇଲେ ସେ ତୁମକୁ ଅଧିକ ଖୁସିରେ ରଖିବ ।” କିନ୍ତୁ ତମେ ମୋ ମନରେ ରହିଛ, ରହିବ ସବୁଦିନ ପାଇଁ ।

ମନଦୁଃଖ କରିବନି, ରହିଲି ।

ଇତି
ତୁମର ସବୁଠାରୁ ଭଲ ସାଙ୍ଗ
ରାଜ୍

ପ୍ରିୟା ପୁଣି ଭାବିଲା, କାହିକି ରାଜ୍ ଆଗରୁ ଏକଥା କହିଲାନି ! ଯଦି ସେ ଟିକେ ବି ଜାଣିଥାନ୍ତା ରାଜ୍ ତାକୁ ଭଲପାଏ ବୋଲି, ସେ କେବେବି ତାକୁ ଯିବାକୁ ଦେଇ ନଥାନ୍ତା । ସିଏବି ଭାବୁଥିଲା ରାଜ୍ ତାକୁ କେବଳ ସାଙ୍ଗ ହିସାବରେ ଦେଖେ ବୋଲି ।

ହଠାତ୍ ପ୍ରିୟାର ମୋବାଇଲ୍ ରିଂ ହେଲା । ରାଜ୍ ର ସାନ ଭଉଣୀ ମାମା ର ଫୋନ୍ । ପ୍ରିୟା ଫୋନ୍ ରିସିଭ୍ କଲା । “ହାଲୋ, ପ୍ରିୟା ଦିଦି, ରାଜ୍ ଭାଇର ଆକ୍ସିଡେଣ୍ଟ୍ ହେଇଯାଇଚି । ସିଏ ଆଜି ଆସି ପହଞ୍ଚିବାର ଥିଲା । ଷ୍ଟେସନ୍ ରୁ ଆସିବା ବାଟରେ…”

ତମେ ଶିଘ୍ର ଆସ । ଆମେ ସବୁ କଳିଙ୍ଗ ହସ୍ପିଟାଲ୍ ରେ ଅଛୁ । ସିଏ ବହୁତ୍ ସିରିୟସ ଅଛନ୍ତି । ଏତିକି କହି ମାମା ଫୋନ୍ କାଟିଦେଲା ।

ପ୍ରିୟା ତା ସ୍କୁଟି ଧରି ବାହାରି ପଡିଲା । ତା ମା ପଚାରିଲେ, ସନ୍ଧ୍ୟା ବେଳଟାରେ କୁଆଡେ ଯାଉଛୁ? ସେ ସବୁ କଥା କହିବା ପରେ ତା ମା ମଧ୍ୟ ସାଙ୍ଗରେ ଯିବାକୁ ବାହାରିଲେ । ଦୁଇଜଣ ହସ୍ପିଟାଲ୍ ରେ ପହଞ୍ଚିଲେ । ପ୍ରିୟା ତର ତର ହେଇ ରାଜ୍ ଥିବା କ୍ୟାବିନ୍ କୁ ଗଲା । ଡାକ୍ତର ତା ନାଡି ଦେଖି କହିଲେ, “Sorry! He is no more.” ।

ପ୍ରିୟା କିଛି କହିପାରିଲା ନାହି । କେବଳ ତା ଆଖିର ଧାର ଧାର ଲୁହ ରାଜ୍ ପାଇଁ ତା ଭଲପାଇବା ବର୍ଣ୍ଣନା କରୁଥିଲା । ତାର ମନେପଡିଯାଉଥିଲା ରାଜ୍ ଲେଖିଥିବା ସେଈ କବିତା ଧାଡି ଗୁଡିକ ।

ଭରଷା ଥିଲା ବୋଲି ମନ ଦେଲି ।
ଭରଷା ଥିଲା ବୋଲି ଜିବନ ଦେଲି ।
ଶେଷ ଦେଖା ପାଇ ଆସିବ ତୁମେ,
ଭରଷା ଥିଲା ବୋଲି ଚାହିଁ ରହିଲି । ।

ଲୋକପ୍ରିୟ ଲେଖା

To Top