ଗଳ୍ପ

ବର୍ଷା ମୋ ପ୍ରେମିକା

Paramita Mishra's odia story Barsha Mon Premikaa

ମୁଁ ଭାବିଥିଲି ମେଘା ତାକୁ ଚିହ୍ନି ବି ନଥିବ କିନ୍ତୁ ,ନା ମୁ ଆଉ କିଛି ଶୁଣିବା ଅବସ୍ଥାରେ ନଥିଲି ନିଜର ବାକ୍‍ ଶକ୍ତି ହରାଇବା ପୁର୍ବରୁ ମୁଁ ସେଠୁ ଚାଲିଗଲି ।

ବର୍ଷା ମୋ ପ୍ରେମିକା

ସୁନ୍ଦର ତୃପ୍ତିର ଅବଶାଦ ନାହିଁ
ଯେତେ ଦେଖୁଥିଲେ ନୁଆଁ ଦିଶୁଥାଇ।

ପିଲାଟି ଦିନୁ ତାକୁ ଦେଖି ଆସୁଛି ଏଯାଏଁ ମନ ଭରେନି । ନିଇତି ସେ ନୁଆଁ ହିଁ ଦିଶୁଛି । ତା ଆଖିରେ ମୋ ଚିତ୍ର ଦେଖିଲେ ଲାଗେ ମୁ ପୂର୍ଣ୍ଣ ହୋଇଗଲି । ଗୋଟିଏ ଗାଁ , ଗୋଟିଏ ସ୍କୁଲରେ,ଏକା ସହ ଖେଳି ବୁଲି ଆମ ଦିନ କଟିଛି । କେବଳ ଗୋଟିଏ କାନ୍ଥର ଫରକ ଆମ ଭିତରେ । ମୁ ସାତ ବର୍ଷର ଥିଲି ବାପା,ମାଁଙ୍କ ଦେହାନ୍ତ ପରେ ମୁ ମାମୁଘରେ ରହିବାକୁ ଚଲିଗଲି । ମାମୁଁଙ୍କୁ ଭାରି ଭୟ ଥିଲା ମୋ କକା ଖୁଡୀ ବାପାଙ୍କ ସବୁ ସମ୍ପତ୍ତି ନେଇ ମୋତେ ଠିକରେ ଦେଖ ରେଖ କରିବେନି କିନ୍ତୁ ମାଇଁ ଉପରେ ପୁରା ବିଶ୍ୱାସ ଥିଲା । ମାମୁ ସକାଳୁ ଖେତକୁ ଯାଆନ୍ତି ଆଉ ତାପରେ ମାଇଁ ଘରଟା ଜାକ କାମ ମୋ ଦେଇ କରାନ୍ତି । ଦିନେ ମାଇଁ ମତେ ଖୁବ ଗାଳି ଦେଇଥିଲେ, ଆମ ବାଡି ପଟେ ରିଷିକୁଲ୍ୟା ନଦିର ଧାର ଟିଏ ବହିଜାଇଛି, ମୁ ସେଠି ବସି ମୋ ମାଁ କୁ ମନେପକାଉଥିଲି ପଛରୁ ଏକ ସୁନ୍ଦର ଗୁଲୁଗୁଲିଆ ହାତ ମତେ ଧରିନେଲା ସେ ଛୁଆଁ ମୁ ଆଜି ଜାକେ ଭୁଲିନି । ସେ ଚେହେରା ଦେଖି ଦୁଃଖି ଦୁଃଖ ପସୋରି ଜିବ । କାଚ କେନ୍ଦୁ ପରି ଆଖି ଏକ ଦମ ଧଳା ଖିର ପରି ରଙ୍ଗ । ଆଖିରେ ଆଖିଏ ରସ ମାଁ କୁ ଖୋଜୁଥିଲା ସେ ମୁ ତାକୁ କୋଳେଇ ନେଲି, ତୋତଲା କଥା ରେ କହିଲା ମୋ ନାଁ ମେଧା, ସେଦିନଠୁ ଆମର ଏକ ସମ୍ପର୍କର ଡୋରି ବାନ୍ଧି ହୋଇଗଲା । ମାମୁ ମତେ ସ୍କୁଲରେ ଭର୍ତ୍ତି କରେଇ ଦେଲେ । ମେଘା ଆଉ ମୁ ଗୋଟିଏସ୍କୁଲରେ ପଢିଲୁ । ମେଘାର ମାଁ ମତେ ବହୁତ ଆଦର କରନ୍ତି । ସେ ବେଶ୍‍ ଜାଣନ୍ତି ମୋ ପେଟ କଥା ତାଙ୍କ ଘର ସହ ଆଉ ମେଘା ସହ ଏକ ଆତ୍ମିୟତା ଗଢି ଉଠିଲା ମୋର । ଧିରେ ଧିରେ ସେଇ ଆତ୍ମିୟତା ମୋର ଦୁର୍ବଳତାରେ ବଦଳି ଗଲା ।

ବଯସର ଟିକି ଚଢେଇରେ ଡେଣା ଲାଗି ସାରିଥିଲା । ସମୟ ର ହାଲୁକା ହାଲୁକା ପବନ ସ୍ପର୍ଷରେ ସେ ଉଡିବାକୁ ଚେଷ୍ଟା କଲାଣି । ବର୍ତ୍ତମାନ ସେ ଖୋଜି ବୁଲୁଥିଲା ଏକ ଖୋଲା ଆକଶ । ଯେଉଁଠି କିଛି ବାଧା ନଥିବ କେହି ଟୋକୁ ନଥିବେ । ଷୋଳ ଟି ଫଗୁଣର ରଙ୍ଗରେ ମନ ଏକ ବାରେ ରଙ୍ଗୀନ । ମନ ଓ ଦେହ ସତେଜ ହୋଇଜାଏ ଜେତେବେଳେ ଦଲକାଏ ପବନ ଦେହକୁ ଛୁଇଁ ଦେଇ ଚାଲିଜାଏ । ଆଉ ବର୍ଷା ! ବର୍ଷା ତ ଦେହ କୁ ଓଦାକରି ଯାଏ ସତେ ଜେପରି ସେ ଏ ବୟସ ଆଗମନକୁ ସ୍ୱାଗତ ଜଣେଉଛି । କେହି ନ ଦେଖିଲେ ବି ଲୋକଙ୍କ ଆଖି କହିଦିଏ । କେବେ ଚାହୁନଥିବା ଲୋକ ବି ତାକୁ ଘଡିଏ ଚାହି ଦିଅନ୍ତି । ଆଉ ମୋ ଦେହ ରେ ନିଆଁ ଲାଗିଜାଏ ।

ହଳଦି ରଙ୍ଗର ଓଢଣିରେ ଜେତେବେଳେ ସେ ଘରୁ ବାହାରେ ମୋ ହୃଦୟରେ ଏକ ଅଜିବ ଯନ୍ତ୍ରଣା ଅନୁଭବ ହୁଏ, ମିଠା ମିଠା ଯନ୍ତ୍ରଣା । ହଳଦି ରଙ୍ଗରେ ମେଘାର ମୁଖମଣ୍ଡଳ ଲାଗେ ସତେ ଚନ୍ଦ୍ରମାରୁ ଚାନ୍ଦିନୀ ବିଞ୍ଚି ହୋଇପଡୁଚି ପୃଥିବୀରେ । ମୋ ଆଖି ମୋ ବୋଲ ମାନି ବାକୁ ନାରାଜ । ତାର ସିମା ଲଂଘିବାକୁ ଉଦ୍ୟମ କରେ , ବହୁତ କଷ୍ଟ ରେ ମୁ ତାକୁ ସମ୍ଭାଳେ ଆଉ ଆଖି ଫେରେଇନିଏ ।

ସ୍କୁଲ ପର୍ଯ୍ୟନ୍ତ ଆମେ ମିଶିକି ପାଠ ପଢିଲୁ କିନ୍ତୁ କଳେଜରେ ଆମେ ଅଲଗା କଲେଜ ରେ ପଢିଲୁ । କିନ୍ତୁ କଲେଜରୁ ଘରକୁ ଆସିବା ମାତ୍ରେ ସେ ମୋ କାନ ପାଖେ ଗାଇବା ଆରମ୍ଭ କରିଦିଏ ତାର ଦିନ ସାରା ର ଗାଥା । ସେ କହି କହି ଥକି ଜାଏ କିନ୍ତୁ ମୁ ଥକେନା । ମୁଁ ତ ତାକୁ ଦେଖିଚାଲେ, ମନରେ ଭାବେ, ଗୋଧୁଳି ର ଏ ସଂଧ୍ୟା , ଚଗଲି ପବନ , ଆକାଶରୁ ଝରି ପଡୁଥିବା ଚାନ୍ଦିନୀ ବି ଆମକୁ ଦେଖି ବୁଝିଜାଉଥିବେ ମୋ ମନ କଥା ତେବେ ମେଘା କଣ ବୁଝି ପାରୁନି ? ନା ବୁଝିବାକୁ ଚାହୁନି । କାଶ୍‍ ଭାବନା ରେ ପକ୍ଷୀ ଲାଗି ଜାଆନ୍ତା କି, ଆପଣା ଛାଏଁ ଉଡି ଜାଆନ୍ତା ତାର ମନର ମଣିଷ ପାଖକୁ, ଆଉ ଗଢି ଦେଇ ଆସନ୍ତା ପ୍ରେମର ବସା । ଭଲପାଉଥିବା ମଣିଷଟିକୁ ଆଉ ଏତେ କଷ୍ଟ ହୁଅନ୍ତାନି । କିନ୍ତୁ ପ୍ରେମର ଅନ୍ୟ ନାମ ଯେ ଯନ୍ତ୍ରଣା ।

ମୁଁ ଜାଣି ସାରିଥିଲି ଜେ ମୋ ଭାଗ୍ୟ ରେ ପ୍ରେମ,ସ୍ନେହ ଏଭଳି ଶବ୍ଦ ର କୌଣସି ଅର୍ଥ ନାହିଁ । ପିଲା ବେଳୁ ଏ ଦୁର୍ଭାଗ୍ୟ ନେଇ ମୁ ବଞ୍ଚୁଛି । ଛୋଟ ବୟସ ରୁ ବାପା, ମାଁ ସ୍ନେହ ପାଇଲିନି ଆଉ ବଡ ହେଉ ହେଉ ମୋ ପଖରେ ରହି ଜାଇଥିଲା କେବଳ ମେଘା ର ଆତ୍ମିୟତା । ମୁ ତାକୁ କୌଣସି ମୁଲ୍ୟରେ ହରେଇବାକୁ ଚାହୁନଥିଲି ।

ପେଟ ପୋଷିବାକୁ ପଢିବା ସାଙ୍ଗେ ସାଙ୍ଗେ ମତେ କାମ କରିବାକୁ ପଡେ କିନ୍ତୁ ମେଘା ପାଇଁ ମୁ ସବୁବେଳେ ହାଜିର ହୋଇଜାଏ । ଦିନେ ମେଘା ଛାତର ଏକ କୋଣ ରେ ଉଦାସ ହୋଇ ବସିଥିଲା । ମୁ ଜାଇ ତା ପାଖରେ ଠିଆ ହୋଇସାରିଲିଣି ଅଥଚ ସେ ଜାଣି ବି ପାରିଲାନି । ଚମକି ପଡି କହିଲା ତୁଷାର ଏତେ ବେଳେ ମୋ କଥା ମନେ ପଡିଲା । ମୋ ଦେହରୁ ଜେମିତି ପ୍ରାଣ ଚାଲିଗଲା । ମୋ ଖୁସିରେ ଅତ୍ମହରା ହୋଇ ପଡିଲି । ଆଜି ସବୁ ଯନ୍ତ୍ରଣାର ଅନ୍ତ ହୋଇଜିବନି ତ । ଏତେ ଦିନ ରେ ଜାଇ ମୋ ମେଘା ମୋ ମନ କୁ ପଢି ନେଇଛି । ମୁ ତାକୁ ସାନ୍ତ୍ୱନା ଦେବା କୁ ଆଗକୁ ବଢିଲା ବେଳେ ସେ ଆଗୁଆ ମୋ ଆଡକୁ ଚାହିଲା, ଏତେ ବଡ ବଡ ଅଶ୍ରୁ ର ଧାର ମୁ ଦେଖି ତଟସ୍ଥ ହୋଇ ଗଲି କଣ ସତ ରେ ସେ ଏତେ ଭଲ ପାଏ ମତେ ? ମେଘା ମୁହଁରୁ ଗୋଟିଏ ଶବ୍ଦ ବାହାରିଲା, ରତନ !

ରତନ୍?

ମୋ ପାଦ ତଳୁ ମାଟି ଖସିଗଲା, ମତେ କେବଳ ରତନର ପ୍ରତିଧ୍ୱନି ବରମ୍ବାର ଶୁଭିଜାଉଥିଲା ମୁ କାନ କୁ ବିସ୍ୱାସ କରିପାରୁନଥିଲି, ମେଘା ସେ ରତନ କଥା କହୁଚି ।

ରତନ ମେଡିକାଲରେ ମତେ ତାକୁଦେଖିବାକୁ ଜିବାର ଅଛି, କାଲି କିଛି ଲୋକ ତାକୁ ବହୁତ ମାରିଛନ୍ତି, ମେଘା କହିଚାଲିଛି ।

ଇଏ ସେଇ ରତନ ,ବହୁତ ଦିନ ରୁ ଦେଖି ଆସୁଥିଲି ରତନ ଘର ପାଖେ ଠିଆ ହୋଇ ଘରକୁ ଉଣ୍ଡୁଥିଲା । କିନ୍ତୁ କାଲି ସକାଳେ ସେ ମେଘା ର ସାଇକଲକୁ ଅନୁସରଣ କରିବାର ଦେଖି ମୋ ରାଗ ପଞ୍ଚମକୁ ଉଠିଗଲା । ତେଣୁ ମୋ ସାଙ୍ଗ ମାନେ ଜାଇ ତାକୁ ଉଚିତ ସବକ ଶିଖେଇ ଆସିଥିଲେ । ମୁଁ ଭାବିଥିଲି ମେଘା ତାକୁ ଚିହ୍ନି ବି ନଥିବ କିନ୍ତୁ ,ନା ମୁ ଆଉ କିଛି ଶୁଣିବା ଅବସ୍ଥାରେ ନଥିଲି ନିଜର ବାକ୍‍ ଶକ୍ତି ହରାଇବା ପୁର୍ବରୁ ମୁଁ ସେଠୁ ଚାଲିଗଲି ।

ସାରା ରାତି ଖଟ ଉପରେ କଡ ଲେଉଟାଇ ଭାବୁଥିଲି ଶେଷ କୁ ମୁ ମେଘା ଆଖିର ଲୁହ ହୋଇଗଲି । ସେଇ ମେଘା ଯେ ସୁଖ, ଦୁଃଖ , ଭଲ , ମନ୍ଦ ସବୁ ଥିରେ ମୋ ସହ ରହିଲା ଜାହାର ପରିବାର ମୋ ପରି ଅନାଥ କୁ ନିଜର ପୁଅ ଭଳି ରଖିଲା ମୁ ତାଙ୍କରି ଅହିତ କରିଦେଲି । ମୁଁ କେମିତି ମୁହଁ ଦେଖେଇ ବି ମେଘାକୁ, ମୋର ସବୁ ଆଶା ସେ ସଂଧ୍ୟାର ଅନ୍ଧକାରରେ ଉଭେଇ ଗଲା ଆଉ ମୁ ହଜିଗଲି ପିଲାଦିନ ର ସବୁ ସୁନ୍ଦର ସ୍ମୁତି ଭିତରେ। ହଁ ମୁ ମେଘାର ଖୁସି ତାକୁ ଫେରେଇ ଦେବି । ରତନ ଜଦି ମେଘାର ଖୁସି ତାହେଲେ ମୁ ତାକୁ ତ ଖୁସି ଫେରେଇ ଦେବି । ଆଉ ଏଇଟା ହିଁ ମୋର ପଶ୍ଚାତାପ ହେବ ।

ବଡ ଧୁମ ଧାମରେ ମୋ ମେଘାର ବାହାଘର ହେଲା, ମୁ ଏକ ନିରବ ପ୍ରେମିକ ହୋଇ ଖାଲି ଦେଖି ରହିଗଲି ମୋ ଆଖି ସାମ୍ନାରେ ମେଘା ସବାରିରେ ବସି ଚାଲି ଗଲା । ଆଉ ମୁ ପ୍ରେମିକରୁ କବି ପାଲଟି ଗଲି । ମେଘା ମୋ ହାତ ପାହାନ୍ତାରୁ ବହୁତ ଦୁରକୁ ଚାଲି ଜାଇଥିଲେ ବି ମୋ ଭିତରେ ରହି ଜାଇଛି ସବୁଦିନ ପାଇଁ । ତେଣୁ ମୁ ଆଉ କାହାକୁ ମୋ ଭିତରକୁ ପ୍ରବେଶ କରେଇ ପାରିଲିନି । କେଜାଣି ମେଘା ମନ ଭାବନାକୁ ପଢିପାରିଥିଲା କି ନାହିଁ କିନ୍ତୁ ମୋର ସବୁ କବିତାକୁ ପଢେ ଆଉ ତା ଉପରେ ଗୁଡାଏ କଥା କହେ । ମୋର କବିତା “ବର୍ଷା ମୋ ପ୍ରେମିକା” ବହୁତ ପ୍ରସଂଶିତ ହୋଇଥିଲା ଜାହା ମୋ ଭବନାକୁ ଗୋଟି ଗୋଟି କରି ବଖାଣୁ ଥିଲା, ମେଘା ପଚାରିଲା ତୁଷାର ତୁମେ ନିଶ୍ଚୟ କାହା ପ୍ରେମରେ ପଡିଚ, କିଏ ସେ ? ମୁ କହେ “ବର୍ଷା ମୋ ପ୍ରେମିକା”, ଆଉ ଭାବେ କିଛି ମିଛ କହିନି କାରଣ ମେଘା ର ଅନ୍ୟ ନାମ ଯେ ବର୍ଷା ।

ଲୋକପ୍ରିୟ ଲେଖା

To Top