ଗଳ୍ପ

ଭୋକ

Matrudatta Mohanty's odia story Bhoka

ୟା’ଭିତରେ ସ୍ତ୍ରୀ ଲୋକଟି ପ୍ରମୋଦଙ୍କୁ ଅତିକ୍ରମକରି କଲୋନିର ଶେଷମୁଣ୍ଡକୁ ଚାଲି ଯାଇଥିଲା ।

ଭୋକ

ମନ୍ଦିର ଯିବା ପାଇଁ ସକାଳୁ ପ୍ରସ୍ତୁତି ଚଳାଇଥିଲେ ସ୍ମିତା । ଭୋରୁ ଉଠି ଗାଧୋଇସାରି ଶୋଇବା ଘରକୁ ଯାଇ ପ୍ରମୋଦଙ୍କୁ ନିଦରୁ ଉଠାଇଲେ । ଆଜି ରବିବାର । ପ୍ରମୋଦଛୁଟିରେ । ଏଣେ ଝିଅକୁ ବି ଟିକା ଖୁଆଇବା ପାଇଁ ପଡ଼ିବ । ମନ୍ଦିରରୁ ଫେରିବା ବାଟରେବଜାର ପାଖରେ ଥିବା ପ୍ରାଇମେରୀ ସ୍କୁଲରେ ଝିଅକୁ ଟିକା ଖୁଆଇ ସେ ଫେରିବେ । ସବୁକାମ ସାରିଲା ବେଳକୁ ପ୍ରାୟ ଦି-ତିନି ଘଣ୍ଟା ଲାଗିବ । ପ୍ରମୋଦ ଶୋଇଥିବା ଅବସ୍ଥାରେ ସେ ତାଙ୍କୁ କହି ଆସିଲେଫେରୁଫେରୁ ଡେରି ହେବ । ଏହା ବି କହିଲେ କି ଭିତର ପଟୁକବାଟ ବନ୍ଦ କରିଦିଅ । କାନ୍ଥରେ ଝୁଲୁଥିବା ଘଣ୍ଟାରେ ଢଂ ଢଂ କରି ଆଠଟା ବାଜିଲା । ତରତର ହୋଇ ଘରୁ ବାହାରି ପଡ଼ିଲେ ସ୍ମିତା । ଗଲା ବେଳେ ଚଉଁରା ପାଖରେ ମୁଣ୍ଡିଆମାରିଲେ । ତୁଳସୀ ମୂଳରୁ ମାଟି ଟିକେ ଆଣି ଝିଅ ମୁଣ୍ଡରେ ଲଗେଇଦେଲେ । କିଛି ସମୟ ଖଟରେ ପଡ଼ି ଛଟପଟ ହେଲେ ପ୍ରମୋଦ । ତା ପରେ ନିଦ ଭାଙ୍ଗିଗଲା । ମନେ ମନେ ସ୍ମିତାଙ୍କ ଉପରେ ଚିଡ଼ି ଉଠିଲେ । ‘ଆଜି ରବିବାରଟା, ଟିକେ ଡେରି ଯାଏଶୋଇଥିଲେ ହେଇ ନ ଥାନ୍ତା । ବିଛଣାରୁ ଉଠି ଆସି ନିତ୍ୟକର୍ମ ସାରି ବାଲକୋନିକୁଚାଲିଗଲେ ସେ । ବାଲକୋନିରେ ଟିକେ ଖୋଲା ପବନ ମିଳିବାର ଆଶାଥାଏ । ଏ ସହରରେକିନ୍ତୁ ମନ ବୁଝିବା ପରି ପବନ ଟିକେ ମିଳିବା ମୁସ୍କିଲ୍ । ତା ଛଡ଼ା ସେ ଯେଉଁଆପାର୍ଟମେଣ୍ଟରେ ରହୁଛନ୍ତି ସେଠି ସୂର୍ଯ୍ୟକିରଣ ଠିକ୍ ଭାବେ ପଡ଼େନି । ନଅ ମହଲାଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର୍ ରେ ସେ ରହନ୍ତି । ଏ ଘରଟା ତାଙ୍କର ବେଶି ବଡ଼ ନେହେଲେ ବି ସ୍ୱାମୀସ୍ତ୍ରୀ ଆଉ କୁନି ଝିଅଟା ପାଇଁ ଛୋଟ ନୁହେଁ । ଆକାଶରେ ଭେଳା ଭେଳାବାଦଲର ରୋଶଣି । ଅକ୍ଟୋବର ମାସର ଏ ସକାଳଟା ଟିକେ ଥଣ୍ଡାଥଣ୍ଡା ଲାଗୁଥାଏ । ଅଳସ ଭାଙ୍ଗିବା ପାଇଁ କପେ ଗରମ କଫି ଖୋଜୁଥିଲେ ପ୍ରମୋଦ । କିନ୍ତୁ ସ୍ମିତା ନ ଫେରିଲାଯାଏ ତାହା ସମ୍ଭବ ନୁହେଁ । ପ୍ରମୋଦ ବାଲକୋନିରେ ଥାଇ କଲୋନି ପ୍ରବେଶ ଦ୍ୱାରଆଡେ ଚାହଁଥିଲେ । କିଏ ଆସୁଛି ଯାଉଛି ତାହା ସ୍ପଷ୍ଟ ଭାବେ ତାଙ୍କ ବାଲକୋନିରୁ ଦୃଶ୍ୟମାନ ହୁଏ । ଆଜି ରବିବାର ହେତୁ ଫେରିବାଲା ଅଧିକ ସଂଖ୍ୟାରେ କଲୋନି ଭିତରକୁ ଆସିବାଆରମ୍ଭ କରି ଥାଆନ୍ତି । ଷ୍ଟିଲ୍ ବାସନ ମୁଣ୍ଡେଇ ଜଣେ ସ୍ତ୍ରୀ ଲୋକ କଲୋନି ଭିତରକୁପଶିଲା । ‘ଷ୍ଟିଲ ବାସନ ରଖିବ, ଲୁଗାପଟା ଦେଇ ଷ୍ଟିଲ ବାସନ ରଖିବ’ ଡାକି ଡାକିକଲୋନି ଭିତରକୁ ପଶିଆସିଲା । ବାଲକୋନିରେ ଅଥବା ବାହାରେ ଯଦି କାହକୁ ଦେଖୁଥିଲାସେଠି ଅଟକି ନବ କି ବୋଲି ପଚାରୁଥିଲା । ପ୍ରମୋଦ ବାଲକୋନି ଅତିକ୍ରମ କଲାବେଳେବି ସମାନ ପ୍ରଶ୍ନ ତାଙ୍କୁ ପଚାରିବାରେ ହେଳା କରି ନ ଥିଲା ସେ । ତାକୁ ଏ କଲୋନିରେଆଗରୁ କେବେ ଦେଖି ନଥିଲେ ପ୍ରମୋଦ । ହୁଏତ ପ୍ରଥମ ଥର ପାଇଁ ସେ ଏଠାକୁଆସିଥାଇ ପାରେ । କାଳି ସ୍ତ୍ରୀ ଲୋକଟା । ବେଶ୍ ଡେଙ୍ଗା । ପତଳା ବି । କୌଣସି ବଲିଉଡ୍‌ହିରୋଇନ୍ ପରି ଜିରୋ ସାଇଜ୍ ଫିଗର । ପତଳା ଅଣ୍ଟାରେ ଝୁଲୁଛି ଚାନ୍ଦିର ଗୋଟେକଡ଼ିଆ । ନାହି ତଳକୁ ଖସେଇ ପିନ୍ଧିଛି ବଡ ଫୁଲପକା ଲୁଗା ଖଣ୍ଡେ । ନାକରେ ଲଟକିଛିଘାସଫୁଲ ପରି ଛୋଟ ସୁନାଫୁଲଟିଏ । ତାର ସୌନ୍ଦର୍ଯ୍ୟରେ ଅନ୍ୟମନସ୍କ ହୋଇ ପଡିଥିଲେ ପ୍ରମୋଦ । କଲୋନିର କୌଣସି ଝିଅ ଅଥବା ସ୍ତ୍ରୀଲୋକ ତା’ ସୌନ୍ଦର୍ଯ୍ୟର ସମକକ୍ଷ ନୁହନ୍ତିବୋଲି ମନେମନେ ଅଙ୍କ କଷି ସାରିଥିଲେ ସେ । ‘କଣ ବାବୁ ଘରେ କିଛି କପଡ଼ା ଅଛିବାସନ ରଖିବ’? ପ୍ରଶ୍ନରେ ପ୍ରମୋଦ ଚମକି ପଡ଼ିଲେ । କିନ୍ତୁ ନିରୁତ୍ତର ରହିଲେ । ସେଆଗକୁ ପଳେଇଲା । ପ୍ରମୋଦ ଭୁଲି ପାରୁ ନ ଥିଲେ ତାକୁ । ଜଣେ ଫୁଟପାଥ୍‌ର ମଣିଷପାଖରେ ପୁଣି ଏତେ ସୌନ୍ଦର୍ଯ୍ୟ ଥାଇପାରେ ତାହା ବିଶ୍ୱାସ କରିପାରୁ ନ ଥିଲେ ସେ । ୟା’ଭିତରେ ସ୍ତ୍ରୀ ଲୋକଟି ପ୍ରମୋଦଙ୍କୁ ଅତିକ୍ରମକରି କଲୋନିର ଶେଷମୁଣ୍ଡକୁ ଚାଲି ଯାଇଥିଲା ।

କାହିଁ କେଜାଣି କଲୋନିରେ କେହି ଜଣେ ହେଲେବି ତା ପ୍ରତି ଧ୍ୟାନ ଦେଲେନି । ରବିବାରର ବ୍ୟସ୍ତତା ସତ୍ତ୍ୱେ କଲୋନି ଲୋକ କିଛି ନା କିଛି କିଣାକିଣି କରନ୍ତି । କିନ୍ତୁଆଜି ? ଛାଡ଼ ହୁଏତ ସ୍ତ୍ରୀ ଲୋକଟି ଟିକେ ବେଳାବେଳି ଚାଲି ଆସିଛି । ପ୍ରମୋଦଙ୍କୁ ଏଘଟଣା ଭଲ ଲାଗିଲାନି । ତାଙ୍କୁ ଲାଗିଲା ଯେମିତି ସାରା କଲୋନିଟା ବାସନବାଲିର ସୌନ୍ଦର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି । ଯାହା କରାଯିବା ଉଚିତ୍ ନୁହେଁ । ୟା ଭିତରେ ସ୍ତ୍ରୀ ଲୋକଟି ନିଜ ବାସନ ଟୋକେଇ ମୁଣ୍ଡେଇ କଲୋନି ଭିତରୁ ବାହାରି ଯିବାପାଇଁ ଫାଟକ ମୁହାଁ ହୋଇ ସାରିଥିଲା । ପ୍ରମୋଦଙ୍କ ଘର ସିଧାରେ ପହଞ୍ଚିଲାରୁ ସେ ତାକୁଅଟକାଇ ଦେଲେ । କ’ଣ କ’ଣ ଆଣିଛ ବୋଲି ପଚାରିବାରୁ ସ୍ତ୍ରୀ ଲୋକଟି ମୁଣ୍ଡରୁଟୋକେଇ ଖସେଇ ଦେଲା । ‘ଦେଖୁନ ବାବୁ ସବୁ ଆଣିଛି । ଯାହା ଖୋଜିବ ଏ ଝୁଡ଼ିରୁପାଇବ । ରୁପେୟା ପଇସା ନେବିନି, କପଡ଼ାପଟାରେ ଜିନିଷ ଦେବି’ । ପ୍ରମୋଦ ଏକଲୟରେ ଚାହିଁ ରହିଥିଲେ ତା ମୁହଁକୁ । ଏ ସହରରେ ରହି ବାସନ ବିକୁଥିବା ଏମିତି ଶହଶହ ସ୍ତ୍ରୀ ଲୋକଙ୍କୁ ସେ ଦେଖିଛନ୍ତି । କିନ୍ତୁ ୟା ପାଖରେ ଈଶ୍ୱର ଯେଉଁ ରୂପର ସମ୍ପତ୍ତି ଦେଇଛନ୍ତି ତାହା ଖୁବ୍ କମ୍ ନାରୀଙ୍କ ପାଖରେ ଥାଏ ବୋଲି ତାଙ୍କର ମନେ ହେଉଥିଲା । ଗୋଟେ ସ୍ତ୍ରୀ ପ୍ରତି ଜଣେ ପୁରୁଷ ଆକୃଷ୍ଟ ହେବାର ଯେଉଁ ପ୍ରଥମ ଓ ଶେଷ ଉପାଦାନଟି ଈଶ୍ୱର ସ୍ତ୍ରୀକୁ ଦେଇଛନ୍ତି ତାହା ହେଉଛି ତାର ସୌନ୍ଦର୍ଯ୍ୟ । ଖରାରେ ବୁଲି ଥକି ପଡ଼ିଥାଏ ସ୍ତ୍ରୀଲୋକଟି । ତା’ର ନାହି ଚାରିପାଖରେ ବିନ୍ଦୁବିନ୍ଦୁ ଝାଳ ଜକେଇ ଆସିଥାଏ । କଳା ମଚମଚ ପେଟ ଉପରେ ଝାଳ ବିନ୍ଦୁ ବେଶ୍ ଆକର୍ଷଣୀୟ ଦିଶୁଥାଏ । ଦେହରେ ଅଠା ପରି ଲାଗିରହିଥିବା ରଙ୍ଗିନ ବ୍ଲାଉଜ୍ ଓନ୍ଧିରୁ ଧାରେ ଝାଳ ନିଗିଡ଼ି ଆସିଥାଏ ତାର ତଳିପେଟ ଆଡ଼କୁ । ଲିପଷ୍ଟିକ୍ ବୋଳା ଓଠକୁ ନଚେଇ ବିଭିନ୍ନ ଭଙ୍ଗିରେ କଥା କହୁଥାଏ ସେ । ପ୍ରମୋଦ ତା’ମୁହଁକୁ ଚାହିଁ ଥାଆନ୍ତି । ପୁଣି ତାଙ୍କ ନଜର ଚାଲି ଯାଉଥାଏ ତା’ ଛାତି ପାଖକୁ । ଯେଉଁଠି ବ୍ଲାଉଜ୍ ଭିତରେ ସେ ଖୋସିଥାଏ ଟଙ୍କାମୁଣିଟା । ‘କ’ଣ ବାବୁ ନବ’? ପ୍ରମୋଦ ଚେତାେ‘ରି ପାଇଲେ । ହଁ, ନେବି । ଭିତରକୁ ଆସ । ସ୍ତ୍ରୀ ଲୋକଟି ଝୁଡ଼ି ଟେକି ଭିତର ପଟକୁଚାଲିଆସିଲା । ପ୍ରମୋଦ ବାଲକୋନିରୁ ଆସି କବାଟ ଖୋଲିଲେ । ‘ଆସେ ଭିତରକୁ ଚାଲିଆସେ । ଖରାରେ ବହୁତ ବୁଲିଲୁଣି; ଆଗ ପାଣି ପିଇ ଦେ’ । ଡ୍ରଇଁ ରୁମ୍‌ରେ ଝୁଡି ଥୋଇତଳେ ବସି ପଡ଼ିଲା ସେ । ପ୍ରମୋଦ ରେଫ୍ରିଜରେଟରରୁ ଥଣ୍ଡା ପାଣି ଗ୍ଲାସ୍ ଆଣି ତା ହାତକୁବଢ଼େଇ ଦେଲେ । ଝୁଡ଼ିରୁ କିଛି ବାସନ ବାଛି ତଳେ ଥୋଇଲେ । ‘ଏତକ ବାସନକୁ କେତେଲୁଗା’ ବୋଲି ପଚାରିଲାରୁ ସେ ବାସନର ଉପର ତଳ ଟେକି କ’ଣ ଦେଖିଲା କେଜାଣି; କହିଲା ଚାରିଟା ଶାଢି ନେବି । ପ୍ରମୋଦ ମନା କଲେ । କହିଲେ ନା ଦୁଇଟା ଦେବି । ପ୍ରମୋଦଙ୍କ ପ୍ରସ୍ତାବରେ ସେ ରାଜି ହେଲାନି । ଗ୍ରାହକ ଓ ବ୍ୟବସାୟୀ ଭିତରେ ଯାହା ହୁଏ, ତାହା ହେଲା । କଥା କଟାକଟି । ମୂଲଚାଲ । କେହି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ । ମୂଲଚାଲ ଭିତରେ ପ୍ରମୋଦ ତା’ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଆକୃଷ୍ଟ ହୋଇ ପଡ଼ିଥାଆନ୍ତି ।

ଭଗବାନ ସ୍ତ୍ରୀଙ୍କୁ ଏକ ଭିନ୍ନ ଇନ୍ଦ୍ରିୟ ପ୍ରଦାନ କରିଛନ୍ତି । ତାଙ୍କୁ ଦେଖୁଥିବା ଚାହାଣିଓ ତାଙ୍କୁ ସ୍ପର୍ଶ କରୁଥିବା ହାତ କ’ଣ ଚାହୁଛି, ତାହା ସେ ଜାଣି ପାରନ୍ତି । ହୁଏତ ପ୍ରକୃତିରଏହି ବରଦାନ ଯୋଗୁଁ ବାସନ ବିକୁଥିବା ସ୍ତ୍ରୀ ଲୋକଟି ଜାଣି ପାରିଥିଲା ପ୍ରମୋଦଙ୍କ ମନକଥା । ପ୍ରମୋଦ ଯେ ବାସନ କିଣିବେନି କେବଳ ମିଛରେ ମିଛରେ ମୂଲଚାଲ କରୁଛନ୍ତିସେ ବେଶ୍ ବୁଝି ପାରିଥିଲା । ତା ଛଡ଼ା ଝୁଡ଼ି ମୁଣ୍ଡେଇ ବାର ଦୁଆର ବୁଲୁଥିବା ଲୋକଟାଗରାଖ ମନ କଥା ପଢ଼ିବାରେ କେବେ କ’ଣ ହେଳା କରିପାରେ । ସ୍ତ୍ରୀ ଲୋକଟିର ଓଠକୋଣରେ ଚେନାଏ ହସ ଲାଖି ରହିଥିଲା । କଥାରେ କଥାରେ ସେ ଆରମ୍ଭ କରି ସାରିଥିଲା ଦୁଷ୍ଟାମି । ତା’ ଆଡ଼ୁ ପଚାରି ଦେଲା, ମା ଘରେ ନାହିଁ କି ? ପ୍ରମୋଦ ଚମକି ପଡ଼ିଲେ ।

ନାଇଁ । କ’ଣ ହେଲାକି ?

ନାଇଁ ବାବୁ ଏମିତି ପଚାରିଦେଲି । ତମକୁ ଏକା ଦେଖିଲି ତ ପଚାରିଦେଲି । ଭଗବାନ ସ୍ତ୍ରୀ ଲୋକାମାନଙ୍କୁ କିଛି ବିଚିତ୍ର ଶକ୍ତି ଦେଇଥିବା ବେଳେ ପୁରୁଷମାନଙ୍କ ପ୍ରତିବି ଅନ୍ୟାୟ କରି ନାହାନ୍ତି । ସେ ପୁରୁଷକୁ ଏମିତି ଏକ ଘ୍ରାଣ ଶକ୍ତି ପ୍ରଦାନ କରିଛନ୍ତି ଯାହାକି ସ୍ତ୍ରୀ ଭିତରେ ମିଳନର ଇଚ୍ଛା ଜାଗ୍ରତ ହେବାର ବାସ୍ନା ପୁରୁଷ ପାଖରେ ପହଞ୍ଚାଏ । ବୋଧେ ତାହା ହିଁ ଅନୁଭବକରି ପାରୁଥିଲେ ପ୍ରମୋଦ । ବାସନବାଲିର ମନ ଭିତରେ ଉଠୁଥିବା କାମନାର ତରଙ୍ଗ ମୁଣ୍ଡ ପିଟୁଥିଲା ତାଙ୍କ ଦେହରେ । ସେ ସାହାସ ଜୁଟେଇ ଧରିପକାଇଲେ ବାସନବାଲିର ହାତକୁ । ବାସନବାଲି ମୁହଁ ତଳକୁ ପୋତି ଦେଲା । ବସିବାଜାଗାରୁ ଉଠି ଛିଡ଼ାହେଲା । ଲାଜରେ ଜଡ଼ସଡ଼ ହୋଇ ପଡ଼ିଲା ସେ । ପ୍ରମୋଦ ଚେୟାରରୁ ଉଠିପଡ଼ି ତା ପାଖକୁ ଲାଗିଗଲେ । ଦୁଇହାତରେ ତୋଳି ଧରିଲେ ତାକୁ । ତା’ ଦେହଭିତରେ ଯେମିତି ଜଳୁଥିଲା ଗୋଟେ କୋଇଲା ଆଞ୍ଚ । ଯାହା ଆଜିର ନୁହେଁ ବରଂ ବର୍ଷବର୍ଷଧରି ଜଳୁଥିବା ପରି ମନେହେଉଥିଲା ।

ନିଜ ଶୋଇବା ଘରର ଖଟ ଉପରେ ବାସି ବିଛଣାରେ ଢଳି ପଡ଼ିଲେ ଉଭୟ । ବାସନବାଲିର ସୌନ୍ଦର୍ଯ୍ୟର ଧାସ ପୋଡ଼ି ପକାଉଥିଲା ପ୍ରମୋଦଙ୍କ ସମଗ୍ର ଶରୀରକୁ । ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ବେଳକୁ ବେଳ ଅସହାୟ ହୋଇ ପଡୁଥିଲେ । ସେହି ସ୍ତ୍ରୀ ଲୋକଟା ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିଲେ । ବାସନବାଲିର ଲାଉଡଙ୍କ ପରି ନହନହକା ଦେହରେ ଗୁଡ଼େଇ ହୋଇଥିବା ଶସ୍ତା ଲୁଗାକୁ ତା’ ଦେହରୁ ଅଲଗା କରିବାକୁ ତାଙ୍କୁ ବେଶି ସମୟ ଲାଗିଲାନି । ତା ଦେହର ଯେଉଁ ଯେଉଁ ଅଂଶତାଙ୍କ ଭିତରେ ଶୋଇଥିବା ପୁରୁଷତ୍ୱକୁ ଅବେଳରେ ଚିଅାଁଇଥିଲା ସେଠି ଆଖିବୁଝି ଚୁମା ଦେଇଚାଲିଲେ ସେ । ନାରୀର ଦେହକୁ ଯେମିତି ସେ ନୂଆକରି ଦେଖୁଥିଲେ ଛୁଉଁଥିଲେ । ବିବାହ ପରେ ପ୍ରଥମ ରାତିରେ ସ୍ମିତାଙ୍କୁ ଛୁଇଁବାବେଳେ ଯାହା ପାଇନଥିଲେ ତାହା ଏଇ ସ୍ତ୍ରୀ ଲୋକ ପାଖରେ ଥିଲା ପରି ମନେ ହେଉଥିଲା ତାଙ୍କର । ଏହି ଅପରିଚିତ ସ୍ତ୍ରୀ ଲୋକଟି ପାଲଟି ଯାଇଥିଲା ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର । ଆଉପ୍ରମୋଦ ପାଲଟି ଯାଇଥିଲେ ଅଭିଶପ୍ତ ଅହଲ୍ୟା । ଜନ୍ମଜନ୍ମାନ୍ତର ତୃଷ୍ଣା ଆଜି ମେଣ୍ଟିଗଲାପରି ଅନୁଭବ କରିଥିଲେ ସେ । ଆଶ୍ଚର୍ଯ୍ୟ ହେଉଥିଲେ, କିଛି ସମୟ ପୂର୍ବରୁ ଯେ ଲୁଗା ମାଗୁଥିଲା ଏବେ ସେ ନିଜର ସମସ୍ତ ବସ୍ତ୍ର ଦେଇ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ପଡିଛି । ତାଙ୍କ ଆଗରେ ମାଟି କଣ୍ଢେଇ ପରି ପଡ଼ି ରହିଛି । ଆଉ ନିଜ ଦେହ ଉପରେ ସମସ୍ତପ୍ରକାର ଦୁଷ୍ଟାମି କରିବା ପାଇଁ ତାଙ୍କୁ ସ୍ୱାଧୀନତା ଦେଇଛି ।

ଖଟ ଉପରେ ପଡ଼ିଥିବା ଅସଜଡ଼ା ଶେଯ ଆହୁରି ଲୋଚାକୋଚା ହୋଇ ଯାଇଥିଲା ।ପ୍ ରମୋଦ ଜାବୁଡ଼ି ଧରିଥିଲେ ବାସନବାଲିକୁ । ବେଶ୍ କିଛି ସମୟର କସରତ ପରେ ନିସ୍ତେଜ ହୋଇ ପଡ଼ିଥିଲା ପ୍ରମୋଦଙ୍କ ଶରୀର । ତାଙ୍କ ମୁହଁକୁ ଚାହିଁ ମୁରୁକି ହସୁଥିଲା ବାସନବାଲି । ସେ ଉଠିପଡି ଚଟାଣରୁ ସାଉଁଟିବାରେ ଲାଗିଥିଲା ନିଜ ଲୁଗାପଟା । ପ୍ରମୋଦ ଡ୍ରେସିଙ୍ଗ୍ ଟେବୁଲ ଡ୍ରୟାର୍‌ରୁ କିଛି ଟଙ୍କା ବାହାର କରି ବାସନାବାଲି ଆଡ଼କୁ ବଢ଼େଇଦେଲେ । ସେ ହସିଲା । ମୁଣ୍ଡ ହଲେଇ ମନାକଲା । କହିଲା ‘ବାବୁ ପଇସା ତ ମୁଁ ତମକୁଦବା କଥା’ । ପ୍ରମୋଦ କିଛି ବୁଝି ପାରିଲେନି । ବୋକାଙ୍କ ପରି ତା ମୁହଁକୁ ଚାହିଁଥିଲେ । ଚଟାଣରେ ବିଛାଡ଼ି ହୋଇ ପଡ଼ିଥିବା ଶାଢୀ ଗୋଟେଇ ନେଇ ସେଥିରେ ନିଜକୁ ଢାଙ୍କିଦେଲା ସେ । ଏକମୁହାଁ ହୋଇ ଚାଲିଗଲା ଡ୍ରଇଁରୁମ୍ ଆଡେ । ପ୍ରମୋଦ ତା ପଛେ ପଛେ ବାଧ୍ୟ ଶିଶୁଟି ପରି ଚାଲିଥିଲେ । ଡ୍ରଇଂରୁମ୍ ଛାଡ଼ିବା ପୂର୍ବରୁ ପ୍ରମୋଦ କହିଲେ ‘ତୁ ତାହାଲେ ତୋ ସ୍ୱାମୀକୁ ଏମିତି ଧୋକା ଦଉଛୁ’ । ହଠାତ୍ ତା ମୁହଁରୁ ହସ କେଉଁଠି ଲୁଚିଗଲା । ସେଗମ୍ବୀର ଦିଶିଲା । କହିଲା ‘ମୁଁ କାଇଁ ତାକୁ ଧୋକା ଦେବି । ସେ ମୋତେ ଧୋକା ଦେଇ ଦି’ ବର୍ଷ ହେଲାଣି ଆଉ ଗୋଟେ ଔରତ୍ ସାଙ୍ଗରେ ଘର କରିଛି । ମୋର ତ ପୁଣି ଦେହଅଛି । ସେ ଦେହର କିଛି ଜରୁରତ୍ ଅଛି ।’ ପ୍ରମୋଦ ଅଧିକ କିଛି ପଚାରିବା ଆଗରୁ ଝୁଡ଼ି ମୁଣ୍ଡେଇ ରାସ୍ତାକୁ ବାହାରି ଯାଇଥିଲା ସେ । ପ୍ରମୋଦ ବାଲକୋନିରେ ଛିଡ଼ା ହୋଇ ତା ଯିବା ବାଟକୁ ଚାହିଁଥିଲେ । ଧୀରେ ଧୀରେ ସେ କଲୋନିର ପ୍ରବେଶ ଦ୍ୱାରର ଫାଟକ ଅତିକ୍ରମ କରିଗଲା । କିନ୍ତୁ ପ୍ରମୋଦ ଅତିକ୍ରମକରି ପାରୁ ନ ଥିଲେ ସେଇ କେତୋଟି ମୂହୂର୍ତ୍ତକୁ । ସ୍ମିତା ଆସିବା ସମୟ ହୋଇ ଗଲାଣି । ତା’ ପୂର୍ବରୁ ଅସଜଡ଼ା ଶେଯକୁ ସଜାଡ଼ିବାକୁ ହେବ । ନିଜ ଦେହରୁ ଛଡ଼େଇବାକୁ ହେବ ବାସନା ବାଲିର ଝାଳୁଆ ଗନ୍ଧ । ବାଲକୋନିରୁ ଫେରି ଆସିଲେ ପ୍ରମୋଦ । ହାତରେ ତଉଲିଆ ଧରି ସିଧା ପଶିଗଲେ ବାଥରୁମ୍ ଭିତରକୁ ।

ଲୋକପ୍ରିୟ ଲେଖା

To Top