ଗଳ୍ପ

ଦେବକନ୍ୟା

Dr Ajeet Kumar Tripathy's Odia Story DEBAKANYAA

ସେ ମୋତେ ଚିହ୍ନିଥିଲା ଠିକ୍ । ମୁଁ ମଧ୍ୟା ତାକୁ ଚିହ୍ନିବାରେ କୌଣସି ଭୁଲ୍ କରି ନ ଥିଲି ସେଦିନ । କିନ୍ତୁ ମୁଁ ମୋଟେ ଚାହୁଁନଥିଲି ଲୋକେ ମୋତେ ଦେଖନ୍ତୁ ସେ ବଦନାମ ନାରୀ ସରୋଜିନୀ ପାତ୍ର ସହିତ କୌଣସିଠାରେ ହେଲେ ।

ଦେବକନ୍ୟା

କୋଡ଼ିଏ ବର୍ଷ ତଳର କଥା । ଶରତର ରାଜତ୍ୱ ଆକାଶରେ, ପୃଥିବୀରେ । ବାଲିଗୁଡ଼ାରେ ଶୀତ ପଡ଼ି ଆସୁଥାଏ । ସେଦିନ ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡ୍‌ରେ ଦେଖା ହୋଇଥିଲା ସରୋଜିନୀ ପାତ୍ର ସହିତ । ପାଞ୍ଚବର୍ଷ ମୋ ସାଙ୍ଗେ ସ୍କୁଲ୍ ଓ କଲେଜ୍‌ରେ ପଢ଼ିଥିଲା ସେ । କେତେକ ବିଶେଷ କାରଣରୁ ତାକୁ ଦେଖି ନ ଦେଖିଲା ଭଳି ମୁଁ ବୁଲାଇ ଦେଇଥିଲି ମୁହଁ ।

ଏକଦମ୍ ମୋ ସାମନାକୁ ଚାଲି ଆସି ସରୋଜିନୀ କହିଲା, “ଆରେ, ତୁ ପରା ଅଧ୍ୟାପକ ବିଜୟ ରଥ । ମୋତେ କ’ଣ ନ ଚିହ୍ନିଲା ଭଳି ମୁହଁ ବୁଲାଇ ଦଉଛୁ । ତୁ ମୋ ସାଙ୍ଗେ ସ୍କୁଲ୍ ଆଉ କଲେଜ୍‌ରେ ପଢୁ ନଥିଲୁ ।”

ମୁଁ ପ୍ରସ୍ତୁତ ନ ଥିଲି ତା’ ନିକଟରୁ ଏପରି ଆକ୍ରମଣାତ୍ମକ ବ୍ୟବହାର ପାଇଁ । ପ୍ରଥମେ ଟିକିଏ ରହିଯାଇ କହିଲି, ନିଜକୁ ପ୍ରସ୍ତୁତ କରିନେଇ- “ମ୍ୟାଡ଼ାମ୍, ଆପଣଙ୍କର ଭୁଲ୍ ଧାରଣା ହୋଇଛି । ମୁଁ ବିଜୟ ରଥ ନୁହେଁ । ମୋ ନାଁ ମନୋରଞ୍ଜନ ମହାନ୍ତି । ମୁଁ ଅଧ୍ୟାପକ ନୁହେଁ । ମୁଁ ସମ୍ୱଲପୁର ଜିଲ୍ଲାର ଅବକାରୀ ସୁପରିଟେଣ୍ଡେଣ୍ଟ । ମୁଁ କେବେହେଲେ ଅଧ୍ୟାପକ ନ ଥିଲି । ପୂର୍ବେ କନ୍ଧମାଳରେ ପୋଷ୍ଟିଂ ଥିଲା ମୋର । ଗୋଟିଏ କୋର୍ଟରେ ଆସିଥିଲି ସାକ୍ଷୀ ଦେବାକୁ । ଆଜି ଫୁଲବାଣୀ ହୋଇ ବଉଦ ବାଟେ ଫେରିଯିବି ସମ୍ୱଲପୁର । ଆପଣ ଯାହାକୁ ବିଜୟ ରଥ କହୁଛନ୍ତି ସେ ହୁଏତ ଆଉ କେହି ହୋଇପାରନ୍ତି ଯିଏ ଦିଶୁଥିବେ ମୋ ଭଳି ।”

ସହଜରେ ଛାଡ଼ିବା ଲୋକ ନୁହେଁ ସରୋଜିନୀ । କହିଲା, “ବିଜୟ, ତୁ ଖେଳୁଛୁ ମୋ ସାଙ୍ଗେ । ତୋ ସାଙ୍ଗେ ସ୍କୁଲ୍ କଲେଜ୍‌ରେ ପାଞ୍ଚବର୍ଷ ପଢ଼ିଲା ପରେ ମୁଁ ତୋତେ ଚିହ୍ନିପାରୁ ନାହିଁ ବୋଲି ତୁ କହିପାରୁଛୁ କେମିତି । ଶୁଣ୍, ତୁ ଜାଣିଛୁ ମୋତେ ଆଦୌ ଭଲ ଲାଗେ ନାହିଁ ଥଟ୍ଟା ତାମସା । ତୁ ଅଧ୍ୟାପକ ଚାକିରୀ ଛାଡ଼ି ଯେତେବେଳେ ଅବକାରୀ ଇନ୍ସପେକ୍ଟର ଚାକିରୀରେ ଯୋଗ ଦେଇ ଆସି ହୋଇଛୁ ଅବକାରୀ ସୁପରିଟେଣ୍ଡେଣ୍ଟ । କିନ୍ତୁ ତୁ ବିଜୟ ରଥ ଛଡ଼ା ଆଉ କେହି ନୁହେଁ । ସତ କହ । ମୁଁ ଖାଇ ଯାଉନି ତୋତେ ।”

ମୁଁ କିଛିଟା ବିରକ୍ତି ଭାବ ଦେଖାଇ କହିଲି, “ମ୍ୟାଡ଼ାମ୍, ଆପଣ ମତେ ଜୋର୍ ଜବରଦସ୍ତି କରି ମନୋରଞ୍ଜନ ମହାନ୍ତିରୁ ବିଜୟ ରଥ କରାଇପାରିବେ ନାହିଁ । ଦୟାକରି ଛାଡ଼ନ୍ତୁ ମୋତେ । ମୁଁ ଆପଣଙ୍କ ସଙ୍ଗେ କେତେବେଳେ ପଢ଼ିଥିବାର ମୋର ଆଦୌ ମନେନାହିଁ ।”

ମୁହଁ ଛିଞ୍ଚାଡ଼ି ଚାଲିଗଲା ସରୋଜିନୀ । ଗଲାବେଳେ କହିଗଲା, “ହଉ ବିଜୟ, ମୋର ଏ କଥା ମନେ ରହିବ ।”

ସରୋଜିନୀ ଚାଲିଗଲା ସେଦିନ । ମୋତେ ଲାଗିଲା ମୁଁ ବଞ୍ଚିଗଲି । ସେ ମୋତେ ଚିହ୍ନିଥିଲା ଠିକ୍ । ମୁଁ ମଧ୍ୟା ତାକୁ ଚିହ୍ନିବାରେ କୌଣସି ଭୁଲ୍ କରି ନ ଥିଲି ସେଦିନ । କିନ୍ତୁ ମୁଁ ମୋଟେ ଚାହୁଁନଥିଲି ଲୋକେ ମୋତେ ଦେଖନ୍ତୁ ସେ ବଦନାମ ନାରୀ ସରୋଜିନୀ ପାତ୍ର ସହିତ କୌଣସିଠାରେ ହେଲେ ।

ମୁଁ ଖସିଗଲି ଦୃଢ଼ ଭାବେ ଡାହା ମିଛ କହି । ଜୀବନରେ ସବୁ ସମ୍ପର୍କ ବା ପରିଚୟକୁ ସବୁଦିନ ଲଗାଇ ରଖିବାର କିଛି ମାନେ ହୁଏନା । ବିଶେଷ କରି ସେଭଳି ସମ୍ପର୍କ ଯାହାକି ତୁମକୁ କୌଣସି ଆନନ୍ଦ ବା ସନ୍ତୋଷ ଦେବା ପରିବର୍ତ୍ତେ ଆଣିଦେବ ଅପମାନ ଓ ବଦନାମର ମାଳା । ତା’ପରେ ସରୋଜିନୀକୁ ମନେରଖିବାର ବା ତା’ ବିଷୟରେ ଖବର ରଖିବାର ନ ଥିଲା କୌଣସି ବିଶେଷ କାରଣ । ମଝିରେ ତା’ କଥା ମନେପଡ଼ିଛି କେତେବେଳେ କେମିତି । ବେଳେବେଳେ ମନକୁ ପାପ ଛୁଇଁଛି । ଭୁଲ୍ କଲି ନାହିଁ ତ ଏଡ଼େ ବଡ଼ ମିଛ କହି । ମୋତେ କ’ଣ ଭାବିଥିବ ସରୋଜିନୀ ?

ପ୍ରତିଥର କିନ୍ତୁ ମୁଁ ବୁଝାଇ ନେଇଛି ମନକୁ । ସରୋଜିନୀ ମୋ ବିଷୟରେ କ’ଣ ଭାବିବାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲୋକେ ତା’ ସାଙ୍ଗରେ ଦେଖିଲେ ମୋତେ କ’ଣ ଭାବିବେ ? ମୋର ତ ଅନେକ ଛାତ୍ର ବି ଥିବେ ବାଲିଗୁଡ଼ାରେ । ମୁଁ ଥିଲି ଫୁଲବାଣୀ କଲେଜରେ ସାତବର୍ଷ ଅଧ୍ୟାପକ । ସେମାନେ ମୋତେ ଚିହ୍ନିବେ । ସରୋଜିନୀର ଫୁଲବାଣୀ ଜିଲ୍ଲା ପୋଷ୍ଟିଂ ପାଇଁ ତାକୁ ମଧ୍ୟ ଜାଣିଥିବେ ଅନେକ । ତା’ ସାଙ୍ଗେ ବସ୍‌ଷ୍ଟାଣ୍ଡ୍‌ ରେ ଠିଆ ହୋଇ ଗପ ଜମାଇବା ମୋ ପାଇଁ ଥିଲା ଚିନ୍ତା ବାହାରେ । ନିଜକୁ ବୁଝେଇ ଦେଲି ମୁଁ ଏକଦମ୍ ଠିକ୍ କରିଛି ତାକୁ କରଛଡ଼ା ଦେଇ ।

ସେଇ ସରୋଜିନୀଠାରୁ ଏତେ ଦିନ ପରେ ଆଜି ମୋ ଠିକଣାରେ ଆସିଛି ଚିଠି । ମୋ ଅବସର ନେବାର ହୋଇଗଲାଣି ଦୁଇବର୍ଷ । ତେବେ ଆଜିର ଅଧ୍ୟାପକ ବିଜୟ ରଥ ସାଙ୍ଗେ ସରୋଜିନୀ ପାତ୍ରର କାମ କ’ଣ ? ତା’ର କ’ଣ ଉଦ୍ଦେଶ୍ୟ ଥାଇପାରେ ମୋ ଭଳି ଏ ଅବସରପ୍ରାପ୍ତ ପୌଢ଼ ଅଧ୍ୟାପକ ପାଖରେ ବିଶେଷ କରି ଉଭୟଙ୍କର ଅବସର ପରେ ।

ଛାତ୍ର ଜୀବନରେ ପ୍ରେମପତ୍ର ଆସିଲେ ତାକୁ ହଠାତ୍ ଖୋଲାଯାଏ ନାହିଁ । ପକେଟ୍‌ରେ ରଖାଯାଇ ନିଭୃତ ସ୍ଥାନ ଓ ନିରୋଳା ସମୟର ଅପେକ୍ଷା କରାଯାଏ । ମୁଁ ଚିଠିଟାକୁ ପକେଟ୍‌ରେ ରଖିଦେଲି, କାଳେ କିଏ ଦେଖି ନେବ । ମୁଁ ଯେ ଏତେ ବର୍ଷ ପରେ ମଧ୍ୟ ତାକୁ ଡରି ଯାଇଥିଲି ତା’ ନିଜେ ବିଶ୍ୱାସ କରିପାରୁ ନଥିଲି ।

ସେଭଳି ସ୍ଥାନ ଓ ସମୟ ଦେଖି ଖୋଲି ପଢ଼ିଲି ଚିଠିଟି । ମାତ୍ର ଚାରିଛଅ ଧାଡ଼ିର ଲେଖା ।

ବିଜୟ,

ମୋ ଶୁଭେଚ୍ଛା ନେବୁ । ଜୀବନ ହୁଏତ ମୋର ଆଉ ଖୁବ୍ ଅଳ୍ପ ଦିନ ରହିଲା । ତୁ ଥରେ ଆସି ମୋତେ ଦେଖିଯା’ । କାମ ଅଛି । ତୋତେ ଅପେକ୍ଷା କରି ରହିଲି । ଡେରି କରିବୁ ନାହିଁ । ସମୟ ନାହିଁ ହାତରେ ।

ସରୋଜିନୀ ପାତ୍ର
ବଲାଙ୍ଗୀର ସଦର ହସ୍ପିଟାଲ୍ ।

ସମ୍ୱୋଧନରେ ବା ବିଦାୟରେ ଏ ଚିଠିରେ ନ ଥିଲା କୌଣସି ଆକ୍ଷେପ ବା ଆତ୍ମୀୟତା ବୋଧକ ଶବ୍ଦ । କିନ୍ତୁ ଏ ଚିଠିରେ ଥିଲା ଏପରି ଏକ ଆହ୍ୱାନ ଯାହା ସମ୍ଭବ ନ ଥିଲା ଏଡ଼ାଇ ଯିବା । ସରୋଜିନୀ ସତରେ କ’ଣ ଏତେ ଶକ୍ତ ବେମାର ନା ଏଇଟା ଗୋଟିଏ ବାହାନା । ଭାବିଲି, ସେ ବାହାନା ବି କାହିଁକି କରିବ ? ମୋର ଅବସର ପରର ଘର ଠିକଣା ଯଦି ସେ ଜାଣିଛି ତେବେ ଏ କଥା ମଧ୍ୟ ନିଶ୍ଚୟ ଜାଣିଛି ଯେ ମୁଁ ଏକ ସୁଖୀ ପରିବାରର ଗୃହସ୍ଥ । ମୋର ପୁଅଝିଅ ଦୁଇଟି ପାଠ ସାରି ଚାକିରୀ କରିଗଲେଣି । ମୋର ପତ୍ନୀ ବିୟୋଗ ହୋଇନାହିଁ କିମ୍ୱା ବିବାହ ବିଚ୍ଛେଦ ହୋଇ ନାହିଁ । ନିଜ ଆୟୁଷ ଓ ମରଣ କଥା ନେଇ କିଏ କ’ଣ ମିଛ କହେ କି ?

ଏ ବୟସରେ ସରୋଜିନୀ ବା ଆଉ କାହା ସହିତ ଆଉ କୌଣସି ନୂଆ ସମ୍ପର୍କ ଗଢ଼ିବାର ସମ୍ଭାବନା ତ ମୋ ପାଇଁ ଆଦୌ ନାହିଁ । ତା’ ଛଡ଼ା ସ୍କୁଲ୍ ବା କଲେଜ୍‌ରେ ପଢ଼ିଲାବେଳେ ଆମ ଭିତରେ ସିଧାସାଦା ବନ୍ଧୁତ୍ୱ ବ୍ୟତୀତ ପ୍ରେମ ମଧ୍ୟ ନ ଥିଲା, ଯାହାକି ଆମକୁ ବାନ୍ଧୁଥିଲା ପରବର୍ତ୍ତୀ ସମୟରେ କୌଣସି କର୍ତ୍ତବ୍ୟ ବା ଦାୟିତ୍ୱରେ । ତେବେ ମୋତେ ଏ ଡାକରା କାହିଁକି ?

ଯଦି ସତରେ ମୃତ୍ୟୁ ଶଯ୍ୟାରେ ପଡ଼ି ଆଜି ସରୋଜିନୀ ମୋତେ ଡାକୁଛି, ତେବେ ମୋର ଯିବା ନିହାତି ଉଚିତ୍ । ସେ ମୋତେ କ’ଣ କହିବା ପାଇଁ ଡାକୁଛି ଏହା ଜାଣିବାର କୌତୂହଳ ଓ କିଛିଟା କର୍ତ୍ତବ୍ୟବୋଧର ଫେଣ୍ଟାଫେଣ୍ଟି ମୋତେ ଟାଣିଲା ବଲାଙ୍ଗୀର । ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଓ ମୋ ସାଙ୍ଗେ ପଢୁଥିବା ଜଣେ ଅବସର ପ୍ରାପ୍ତ ଭଦ୍ରମହିଳା ସହିତ ଦେଖା କରିବାକୁ ଯାଉଛି ବୋଲି ପତ୍ନୀଙ୍କୁ ସତ କହି ମୁଁ ବଲାଙ୍ଗୀର ବାହାରିଲି ।

ବଲାଙ୍ଗୀର ଜିଲ୍ଲା ସହର ହସ୍ପିଟାଲ୍‌ରେ ବେଡ୍‌ରେ ଦେଖା ହେଲା ସରୋଜିନୀ । ଆସନ୍ନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଭଳି ଜଣାଗଲା ତା’ର ଚେହେରା । କିନ୍ତୁ ତା’ର ମୁହଁରେ ନଥିଲା କୌଣସି ଦୁଃଖ ବା ଆତଙ୍କର ଛାପ । ମୋତେ ଦେଖି ତା’ ମୁହଁରେ ଫୁଟି ଉଠିଲା ଏକ ସ୍ମିତହାସ୍ୟା । କହିଲା, କ’ଣ ବିଜୟ ତୁ ସତରେ ଆସିବୁ ବୋଲି ମୋର ବିଶ୍ୱାସ ନ ଥିଲା । ଏଥର ନିଜକୁ ଆଉ ମନୋରଞ୍ଜନ ମହାନ୍ତି କହିବୁ ନାହିଁ । ଭଲ କଲୁ, ଆସିଲୁ । ଚଉକିଟା ଟାଣି ଆଣି ବସିପଡ଼ । ମୋ ହାତରେ ସମୟ ଅଳ୍ପ ।

ବସିଲା ପରେ ସେ ପ୍ରଥମେ ରଖିଲା ଗୋଟିଏ ସର୍ତ୍ତ । ପ୍ରଥମେ ସେ ମୋତେ ପଚାରିବେ କେତୋଟି ପ୍ରଶ୍ନ । ମୁଁ ତା’ର ଠିକ୍ ଠିକ୍ ସତ ଉତ୍ତର ଦେବି, ବିନା ସଙ୍କୋଚରେ । ତା’ପରେ ସେ ମୋତେ ଯାହା କିଛି କହିବ ମୁଁ ଶୁଣିବି ସବୁ । ଅଧୈର୍ଯ୍ୟ ହେବି ନାହିଁ ।

ମୋର ଏଭଳି କୌଣସି ସର୍ତ୍ତରେ ନଥିଲା ଅରାଜି ହେବାର, କାରଣ ତାରି କଥା ତା’ଠାରୁ ଶୁଣିବା ପାଇଁ ତ ମୁଁ ଯାଇଛି ଏତେ ବାଟ । ଏବେ ଅଧୈର୍ଯ୍ୟ ହେବା ବା ପଳାଇ ଆସିବାକୁ କିମ୍ୱା ତରବର ହେବାର କିଛି ମାନେ ନଥାଏ । ତା’ପରେ ଆମର ଏଭଳି ପରିସ୍ଥିତିରେ ଦେଖାକୁ ମୋ ପତ୍ନୀ ବା ଅନ୍ୟ କେହି କୌଣସି ସନ୍ଦେହ ଚକ୍ଷୁରେ ଦେଖିପାରିବେ ନାହିଁ । ଏବେ ତ କୌଣସି ରାଗ ଦ୍ୱେଷ ଆମ ପରସ୍ପର ମଧ୍ୟରେ ନଥିଲା ।

ପ୍ରଶ୍ନ ଓ ଉତ୍ତର ଆରମ୍ଭ ହେଲା-

– ମୋର ରଙ୍ଗ କେମିତି ?
– କଳା ।
– ପୁରା କଳା ନା ଏମିତି ଶ୍ୟାମଳୀ ବା ସାବନା କୁହାଯାଇପାରିବ ?
– ତୁ ବେଶ୍ କାଳୀ ।
– ମୁଁ ଦେଖିବାକୁ ସୁନ୍ଦର ନା ନୁହେଁ ?
– ନା, ସୁନ୍ଦର ନୁହେଁ ।
– ମୋତେ ଜଣେ ଅସୁନ୍ଦରୀ କହିଲେ କିଛି ଭୁଲ୍ ହେବ କି ?
– ନା, କିଛି ଭୁଲ୍ ହେବ ନାହିଁ ।
– ତୁ ଆମ ଘରକୁ କେବେ ବୁଲି ଆସିଥିଲୁ କି ?
– ନା, କେବେ ନୁହେଁ ।
– ଆମର କୌଣସି ସମ୍ପର୍କୀୟ ବନ୍ଧୁବାନ୍ଧବଙ୍କ ଘରକୁ କେବେ ବୁଲି ଆସିଥିଲୁ କି ?
– ନା, କେବେ ନୁହେଁ ।
– ତୁ ଆମ ଗାଁକୁ କେବେ ଯାଇଛୁ କି ?
– ନା ।
– ମୁଁ ଚାକିରୀରେ ଯେଉଁଠି ଯେଉଁଠି ପୋଷ୍ଟିଂ ହୋଇଛି ତୁ କେବେ ସେ ସହରରେ ଥିଲୁ କି ?
– ନା ।
– ଛାତ୍ରାବସ୍ଥାରେ ମୁଁ କାହାକୁ ପ୍ରେମ କରିବାର ବା ମୋତେ କେହି ହେଲେ ପ୍ରେମ କରିବାର ଖବର ତୋ ପାଖରେ ଅଛି ?
-ମୁଁ ତୋତେ ଯେତିକି ଜାଣିଛି ସେତେବେଳେ ତୋ ସାଙ୍ଗେ କେହି ପ୍ରେମ କରିନାହାନ୍ତି । ତୁ ମଧ୍ୟ କାହା ସାଙ୍ଗେ ପ୍ରେମ କରିନଥିଲୁ ।
– ମୋତେ କେହି କେବେ ସାଙ୍ଗରେ ନେଇ ବୁଲିଯିବା ବା ଛୁଟି କଟାଇବାକୁ ଯିବା କଥା ଶୁଣିଛୁ କି ?
– ନା – ଶୁଣିନାହିଁ ।
– ମୋ ବାପା ଧନୀ ଥିଲେ କି ?
– ନା, ସେ ନିମ୍ନ ମଧ୍ୟବିତ୍ତ ପରିବାରର ଥିଲେ ।
– ମୋର ଭାଇଭଉଣୀ କେତେ କ’ଣ ଥିଲେ ?
– ତୋତେ ମିଶାଇ ପାଞ୍ଚ ଥିଲେ ।
– ତୁ ଆମ ପରିବାରର ଆଉ କାହା ନାଁରେ କିଛି କେବେ ଶୁଣିଛୁ କି ?
– ନା, ଶୁଣିନାହିଁ ।
– ତେବେ ଏବେ ମୋତେ ତୁ କହ, ଏସବୁ ଯଦି ସତ୍ୟ, ତୁ ମୋ ନାଁରେ ଏମିତି କ’ଣ ସବୁ ଖରାପ କଥା ଶୁଣିଥିଲୁ ବା ଜାଣିଥିଲୁ ଯେ ମନା କରିଦେଲୁ ମୋତେ ଚିହ୍ନିବାକୁ ।

ମୁଁ ଭାବିନଥିଲି ସରୋଜିନୀ ଏ ପ୍ରଶ୍ନ ବାଣରେ ମୋତେ କରିଦେବ ଏତେ ଅପ୍ରସ୍ତୁତ । ଛାତ୍ରୀ ଥିଲାବେଳଠାରୁ ତା’ର ପ୍ରକୃତି ବେଶ୍ କିଛି ଥିଲା ଖୋଲାମେଲା । କିନ୍ତୁ ଏ ପରିଣତ ବୟସରେ ନିଜ ବିଷୟରେ ଏପରି ରୋକ୍‌ଠୋକ୍‌ ଅପ୍ରିୟ ସତ୍ୟ ସମ୍ୱଳିତ କଥାବାର୍ତ୍ତା ସେ କରିପାରିବ ବୋଲି ମୋର ନ ଥିଲା ଧାରଣା ।

ମୁଁ ତ ନିତାନ୍ତ ଦୟନୀୟ ଭାବେ ତା’ ପାଖରେ ଧରାପଡ଼ି ଯାଇଥିଲି । ତେବେ ସାନ୍ତ୍ୱନା ଏତିକି ଯେ ତାହା ଥିଲା କୋଡ଼ିଏ ବର୍ଷ ତଳର କଥା । ସରୋଜିନୀ ଆଜି ତା’ର ଉତ୍ତର ଦାବୀ କରୁଛି ନିଜର ମୃତ୍ୟୁଶଯ୍ୟାରେ । କେତେ ଭଲ ଓକିଲ ହୋଇନଥାନ୍ତା ସତେ । କ’ଣ କହିବି କିଛି ଜାଣି ପାରୁନଥିଲି । ଯାହା କହିବି ତା’ ପାଇଁ କେବେହେଳେ ଶ୍ରୁତି ମଧୁର ହେବ ନାହିଁ । ହେଲେ ନ କହି ଚାରା ନାହିଁ ।

ସରୋଜିନୀ ପୁଣି କହିଲା,

– ମୋ ପାଖରେ ସମୟ ବହୁତ କମ୍ । ତୁ ଜଲ୍‌ଦି କହିଯା’ । ତୁ କହିଯା’ ତୋର ଘୃଣାର ଗୋଟି ଗୋଟି କାରଣ । ମୋତେ ନ ଚିହ୍ନିବାର କାରଣ । ସତ ଯେତେ ଅପ୍ରିୟ ହେଲେ ବି ମୁଁ ଶୁଣିବାକୁ ଡାକିଛି, ତୋ ଠାରୁ । ସତ କହିବୁ । କିଛି ଲୁଚାଇବୁ ନାହିଁ ।

– ମୁଁ ଯାହା ଶୁଣିଛି କହୁଛି । କଣ୍ଟାପଡ଼ା ବ୍ଲକ୍‌ରେ ଏଲ୍.ଏସ୍.ଇ.ଓ. ଥିଲାବେଳେ ତୋର ଦୁର୍ନାମ ଥିଲା ଯେ ତୁ କଣ୍ଟାପଡ଼ା ବି.ଡ଼ି.ଓ.ଙ୍କର ଥିଲୁ ପ୍ରେମିକା, ଏବଂ ତାଙ୍କ ସୁନା ସଂସାରକୁ କରି ଦେଇଥିଲୁ ଚୂନା । ସେ ବି.ଡ଼ି.ଓ. ଜଣଙ୍କ କିଏ ମୋର ନାଁ ମନେ ନାହିଁ ଏବେ । ସେ ତୋ ପଛରେ ପାଗଳ ହୋଇ ସର୍ବନାଶ କରିଥିଲେ ତାଙ୍କ ପରିବାରକୁ । ଲୋକେ ସେତେବେଳେ ନାନା କଥା ହେଉଥିଲେ ।

ସରୋଜିନୀ ମୁହଁରେ ଏହା ଶୁଣି କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ ।

କଥା ସେତିକିରେ ସରିଲା ନାହିଁ । ତା’ପରେ କେତେ ବର୍ଷ ପରେ ତୋ ନାଁ ଯୋଡ଼ା ହେଲା ସୋନପୁର ସବ୍‌କଲେକ୍ଟରଙ୍କ ସଙ୍ଗେ । ଘଟଣା ଏ ଯାଏଁ ଗଲା ଯେ ତାକୁ ସରକାର ତୁରନ୍ତ ବଦଳି କରିଦେଲେ ସୋନପୁରରୁ । ତୋ ଏ ଦୁଇଟି ବଡ଼ ବଦନାମ ଶୁଣିଥିଲି ବୋଲି ମୋର ସେଦିନ ଇଚ୍ଛା ନ ଥିଲା ମୁଁ ତୋତେ ଚିହ୍ନିଛି ବୋଲି କିଏ ଜାଣୁ । କେହି ନ ଜାଣନ୍ତୁ, ଆମେ ଏକାଠି ପଢ଼ିଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top