ଗଳ୍ପ

ଧନ୍ୟ ତୁମେ ଗାଁ ଝିଅ ମାନୀ

Bidyadhara Panda's odia story Dhanya Tume Gaan Jhia Maani

ତାପରେ ମାନୀକୁ ଟେକିଆଣି ବେଡ଼୍ ଉପରେ କଚାଡ଼ି ଦେଇ ତାର ପୁରା ଶରୀରଟିକୁ ନିଜ ବାହୁ , ବକ୍ଷ ଏବଂ ଆଣ୍ଠୁ ଭିତରେ କୈଦ କରିନେଲେ । କିଛି ସମୟ ଛାଟିପିଟି ହେବାପରେ ମାନୀ କ୍ଲାନ୍ତ ହୋଇ ଶାନ୍ତ ହୋଇଗଲା ।

ଧନ୍ୟ ତୁମେ ଗାଁ ଝିଅ ମାନୀ

(ଏ ଗଲ୍ପଟି ସଂପୂଣ୍ଣ କାଲ୍ପନିକ ଓ କପୋଳ କଲ୍ପିତ । କୌଣସି ଜାଗା, କାଳ, ପାତ୍ର ସଙ୍ଗେ ଏହାର କିଛିବି ସାମଞସ୍ୟ ବା ସଂଯୋଗ ନାହିଁ)

ନିପଟ ମଫସଲରେ ଥିବା ଗୋଟିଏ ଗାଁ ର ଝିଅ ମାନୀ । ସତରେ! ଆଜି ସେ କେତେ ଖୁସି? ପ୍ରଥମେ ଜମିର ଦୁଇଫୁଟ ଉପରକୁ ଡେ଼ଇଁ ପଡି ଦୌଡ଼ିଲା ବାପାଙ୍କ ଆଡ଼କୁ । ବାପାଙ୍କ ବେକରେ ଦୁଇହାତର ଅଙ୍ଗୁଳି ଗୁଡ଼ାକୁ ଫାଶପରି ଛନ୍ଦିଦେଇ ଝୁଲିଗଲା । ମାଆ କିଛି ଦୁରରୁ ଏମିତି ଦୃଶ୍ୟ ଦେଖି କାଠଟି ପରି ଚାହିଁରହିଛନ୍ତି । କିଛି ନବୁଝିବା ଆଗରୁ ମାନୀ ଆସି ମାଆକୁ କୁଣ୍ଢାଇ ପକାଇଲା ଏବଂ ଗାଲରେ ଗୋଟିଏ ମସ୍ତଚୁମା କସି ଦେଇ କହିଲା ଦେଖିବୁ ମୁଁ ନିଶ୍ଚିତ ଭୁବନେଶ୍ୱର ପ୍ରତିଯୋଗୀତାରେ ପ୍ରଥମ ହୋଇ ଫେରିବି । ମାନୀ ପଢ଼ାରେ ଯେମିତି , ଗୀତ ବି ସେମିତି ଭଲ ଗାଉଛି । ଦୁଇ ସପ୍ତାହ ତଳେ ଭୁବନେଶ୍ୱରରୁ କେତେଜଣ ଭଦ୍ରବ୍ୟକ୍ତି ଆସି ଆଖପାଖ ସବୁ ଝିଅଙ୍କୁ ଡ଼ାକି “ରୁରାଲ୍ ଟ୍ୟାଲେଣ୍ଟ୍” ନାମକ ଏକ ସମାବେଶ କରି ନାଚ, ଗୀତ ଆଉ ସାଧାରଣ ଜ୍ଞାନ ପ୍ରଭୃତି ବିଷୟରେ ପରୀକ୍ଷା କରିଥିଲେ । ସେମାନଙ୍କ ଭିତରେ ମାନୀ ପ୍ରଥମ ହୋଇଛି ବୋଲି ଗତ ସପ୍ତାହରେ ଚିଠିଟିଏ ଆସିଛି ଆଉ ତା ସହିତ ଅଛି ଭୁବନେଶ୍ୱରକୁ ନିମନ୍ତ୍ରଣ । ସେଇଠି ବଛାହେବ ରାଜ୍ୟର ତେରଜଣ ସଫଳ ପ୍ରତିଯୋଗୀଙ୍କୁ । ମାନୀ ଘରର ପ୍ରତିରୋଧ ସତ୍ୱେ ପ୍ରତିଯୋଗୀତାରେ ଭାଗ ନେଲା । ମାନୀକୁ ବହୁତ ଭଲ ପ୍ରଶଂଶା କରି ଗୀତ ପ୍ରଶୀକ୍ଷକ କୃଷ୍ନଚନ୍ଦ୍ର କହିଲେ ତୁମକୁ ଟିକିଏ ତାଳ ଶିଖିବାର ଅଛି, ଆଉ ଦିନ ଏଗାରଟାରେ ସାର୍‌ଙ୍କ ବସାଘରକୁ ମାନୀ ଆସି ଗୀତ ଶିଖିବା କଥା ସ୍ଥିରହେଲା । ମାନୀର ମନରେ ଶିଖିବାର ପ୍ରବଳ ଇଛା । ଏମିତି ଏକ ଦୁର୍ଲ୍ଲଭ ସୁଯୋଗ ସେ ହାତଛଡ଼ା ବା କରନ୍ତା କିପରି? ନିଜ ଟ୍ରଙ୍କରେ ଥିବା ସବୁଠାରୁ ଭଲ ସ୍କଟ୍‌ବ୍ଲାଉଜ୍ ଯୋଡ଼ିଟିକୁ କାଢ଼ି ଛାତିରେ ଲଗାଇ ଆଇକୁ ପଚାରିଲା ଦେଖିଲୁ କେମିତି ଲାଗୁଛି?

ପ୍ରତିଯୋଗୀତାର ଅଧାଦିନ ବହୁତ ଭଲରେ କଟିଲାଣି, ଆଉ କେଇଟା ଦିନ ଠିକ୍ ଠାକ୍ ରହିଗଲେ ପୁରା ପରିବାର ଭଲରେ ରହିବାର ଯୋଗାଡ଼ ହୋଇଯିବ । ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ହିସାବରେ ମାନୀ କୃଷ୍ନସାର୍‌ଙ୍କ ଘରେ ପହଞ୍ଚିଲା । ଆଗରୁ ସେଠାରେ ପ୍ରଯୋଜକ ମହୋଦୟ ଏବଂ ନାଚସାର୍ ସୋଫା ଉପରେ ବସିଥାନ୍ତି । ମାନୀ ତିନିଜଣଙ୍କ ପାଦଛୁଇଁ ଠିଆହେଲା । ଦୁଇଟିକିଆ ସିଟ୍‌ରୁ କୃଷ୍ନସାର୍ ଉଠିଆସି ମାନିକୁ ଇଙ୍ଗିତ କଲେ ପ୍ରଯୋଜକଙ୍କ ପାଖସିଟ୍‌ରେ ବସିବାକୁ । ଟିକିଏ କ୍ଷଣ କୁଣ୍ଠାବୋଧ କରି ମାନୀ ଯାଇ ବସିପଡ଼ିଲା । କିଛି ସମୟ ସମସ୍ତେ ନିରବ ରହିଲା ପରେ ପ୍ରେମାନନ୍ଦ ବାବୁ କଥା ଆରମ୍ଭ କଲେ । ମାନୀ ! ତୋର ଆଜିଯାଏ ଯାହାସବୁ ହୋଇଛି ଚଳନିୟ କିନ୍ତୁ ଆଗକୁ ଧିରେ ଧିରେ ପ୍ରତିଯୋଗୀତା କଠିନ ହେବାରେ ଲାଗିଛି । ପ୍ରଥମେ କହ ଏଇ ପ୍ରତିଯୋଗୀତାଟି ଯଦି ତୁ ଜିତିଯାଉ ତୋର କଣ ହେବ? ଆଗରୁ ଯେଉଁ ଚାରୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ତା’ମଧ୍ୟରୁ ପାଖାପାଖି ସମସ୍ତ ସଫଳ ପ୍ରତିଯୋଗୀ ଆଜି ଗୋଟିଏ ଗୋଟିଏ ସିନେ ତାରକା । ପଇସା ସମ୍ମାନ ସବୁକିଛି ଆଜି ଅଛି ସେମାନଙ୍କ ପାଖରେ । ଯାହାହେଉ ତୋ ଇଛା କଣ? ଆମେ କାହାକୁ କେବେ ବି କୌଣସିଥି ପାଇଁ ବାଧ୍ୟ କରୁନି । ସଫଳତା ଅସଫଳତା ସବୁ ତୋରି ନିଜ ହାତରେ । ମାନୀ ମଫସଲ ଗାଁର ଛୋଟ ଛୁଆଟିଏ । ଗାଁ ରେ ବଢ଼ିଛି । ସହରି ଲୋକଙ୍କ ଜଟିଳ ଭାଷା ବୁଝି ପାରୁନଥାଏ । ତେଣୁ ପଚାରିଲା ସାର୍ ସଫଳତା ଅସଫଳତା ଆମ ହାତରେ କେମିତି ? ଆପଣ ତ ନମ୍ବର ଦେବେ ? ହଠାତ୍ ପ୍ରଯୋଜକ ମହୋଦୟ ଧନଞୟ ବାବୁ ମାନୀକୁ ନିଜକୋଳକୁ ଟାଣିନେଇ ତା ଓଠରେ ଚୁମାଟିଏ ଦେଇ ଛାଡ଼ିଦେଲେ । ମାନୀ ନିଜକୁ ବହୁତ ଅସହଜ ମନେ କରୁଥାଏ । ଏଥର ଟିକେ ଦୁରେଇକି ବସିଲା । ଶେଷରେ ଧନଞୟବାବୁ ମାନୀକୁ ଚାହିଁ କହିଲେ ଗୋଟିଏ ସପ୍ତାହର କଥା । ପ୍ରଥମହେବାକୁ ହେଲେ ଖାଲି କଣ୍ଠ ଭଲଥିଲେ ହେବନି । ସେମିତିତ ଅନେକ ଝିଅ ଭଲ ଗାଉଛନ୍ତି । ତେବେ ଆମେ ତୋତେ ପ୍ରଥମ କଲେ ଆମର ଲାଭ କଣ ? କାଲି ଠାରୁ କିଛି ରାତି ତୋତେ ଏଇଠି ରହି ଅଭ୍ୟାସ କରିବାକୁ ପଡ଼ିବ । ଆଇକୁ ବୁଝାଇବାକୁ ହେବ ବହୁତ ରାତି ଯାଏ ଅଭ୍ୟାସ ଚାଲୁଛି, ତେଣୁ ସେଇଠି ରହିବାକୁ ହେବ । ତୋ ସଂଗରେ ତମଗୃପର ଆଉ ବି କେତେଜଣ ଏଇଠି ରହିବେ । ଦୁଇଜଣ ରାଜି ହୋଇ ସାରିଛନ୍ତି ଆଉ ତୋତେ ମିଶାଇ ଆଉ ତିନି ଚାରିଜଣଙ୍କୁ ଯୋଗାଡ଼ କରାହେବ । ତୁମେମାନେ ସମସ୍ତେ ରାତି ନଅଟା ବେଳକୁ ଆସିବ ଆଉ ସକାଳ ଛଅଟା ବେଳକୁ ଚାଲିଯିବ । ଆମରି ଏଇ ଛୋଟିଆ ପ୍ରସ୍ତାବରେ ଦିନ କେଇଟା ପାଇଁ ଯଦି ରାଜି ହେବନି ତେବେ ଆମେ ଏତେ ସବୁ ତୁମମାନଙ୍କ ପାଇଁ କାହିଁକି କରିବୁ ? ସେମିତି କିଛି ଡ଼ରିବାର ନାହିଁ । ଟିକିଏ ମଉଜ ମଜଲିସ୍ କରିବା କଥା । ତେଣୁ ସମୟ ନଷ୍ଠ ନକରି ଏବେ ସିଧା ସିଧା କୁହ ମାନୀ ତମେ ଆମ କଥାରେ ରାଜି ନା ଅରାଜି ? ଅରାଜି ହେଲେ କାଲି ସନ୍ଧ୍ୟାରେ ତୁମେ ପ୍ରତିଯୋଗୀତାରୁ ବାହାରି ଯିବ ଆଉ ଜଦି ରାଜି ତେବେ ବେଡ଼ ରୁମ୍ ଭିତରକୁ ଆସ । ମୁଁ ବାକି କଥା ବୁଝାଇଦେବି । ଏହା କହି ଧନଞୟବାବୁ ମାନୀର ଗାଲଟିକୁ ଆଉଁସି ଦେଇ ବେଡ଼ ରୁମ୍ ଭିତରକୁ ଚାଲିଗଲେ ।

ପ୍ରେମାନନ୍ଦ ବାବୁ ମାନୀକୁ କହିଲେ ଏଭଳିହିଁ ସବୁ ପ୍ରତିଯୋଗୀତା ସହରରେ ହୁଏ । ପ୍ରତୀଭା ଭିତିରେ ପ୍ରତିଯୋଗୀତା ଜିତିବା କଥା ଏ ଯୁଗରେ କେବେ ବି ସମ୍ଭବ ନୁହେଁ । ତୁ ନହେଲେ ଆମପାଇଁ ଅନ୍ୟକେହି ମିଳିଯିବେ କିନ୍ତୁ ଆମେ ତୋତେ ସୁଯୋଗ ଦେବାକୁ ଚାହୁଁଥିଲୁ । ଭାବିଥିଲୁ ତୁ ଗୋଟିଏ ଗରିବ ଘରର ଝିଅ ।ବାପାଙ୍କୁ ଦେଖୁଛୁ କେତେ ପରିଶ୍ରମ କରୁଛନ୍ତି । ତୋର ବିମାର ବୁଢ଼ି ମା କେବଳ ଔଷଧ ବଳରେ ବଞ୍ଝିଛି । ଘରରୂଣପାଇଁ ଟଙ୍କା କଇଟା ଆଣିଛ ଯେ, ପୁରା ପରିବାର ସବୁ ମାସରେ ଶେଷ ସପ୍ତାହ ଓଳିଏ ଖାଇଲେ ଓଳିଏ ଉପାସ । ଆମେ ସବୁ ବୁଝିସୁଝି ତୋତେ ସୁଯୋଗ ଦେଉଥିଲୁ । ପ୍ରତିଯୋଗିତାଟି ଜିତିଗଲେ ପ୍ରାଇଜ୍ ଟଙ୍କା ଲକ୍ଷ ଆଉ ସେତିକି ତୁ ସବୁ ବର୍ଷ କମେଇଥାନ୍ତୁ । ମାନସଙ୍କୁ ତୋ ବାହାଘର ଚିନ୍ତା ବି ରହିବନି ଆଉ ପଇସା କଉଡ଼ିର କିଛି ସବୁ ସୁବିଧା ହୋଇଯିବ । ପୁରା ପରିବାର ଭଲରେ ରହିବ ।

ମାନୀର ମଥା ବେଳକୁ ବେଳ ଗରମ ହୋଇ ମୁଣ୍ଡଟା ଭିତରେ କେମିତି ଅସହ୍ୟ ଯନ୍ତ୍ରଣା ଅନୁଭବ ହେବା ଆରମ୍ଭ ହେଲାଣି । ଆଖିରୁ ଲୁହ ଗଢ଼ିବା ବନ୍ଦ ହେଉ ନଥାଏ । ସହରର ପ୍ରତିଯୋଗୀତା ଜିତିବାର ପ୍ରଥା ଯେ ଏତେ ଭୟଙ୍କର ସେ ସ୍ୱପ୍ନରେ ବି ଭାବିନଥିଲା । ଶେଷଥର ପାଇଁ କୃଷ୍ନସାର୍ ଚିଡ଼ିଯାଇ ପଚାରିଲେ ଦେଖ୍ ମାନି ସାର୍ ସିଆଡେ଼ ଅପେକ୍ଷା କରିଛନ୍ତି । ତୋର ଯିବା କଥା ଜଦି ଯାଆ ନହେଲେ ଆଉ ଜଣକ ଆସିବା ସମୟ ହୋଇଗଲାଣି । କଣ କହୁଛୁ? ଥଙ୍ଗ ଥଙ୍ଗ ହୋଇ ମାନୀ କ୍ଷୀଣ ଶ୍ୱରରେ କହିଲା- ମୋତେ ଟିକିଏ ସମୟ ଦିଅନ୍ତୁ ସାର୍ ମୁଁ ଆସୁଛି । ଫେରିଲା ବେଳେ ମାନିର ଆଖିରୁ ତତଲା ଲୁହ ଧାର ଗୁଡ଼ା ମନରେ ସାଇତିଥିବା ସ୍ୱପ୍ନଗୁଡ଼ିକୁ ନେଇ ମାଟିରେ ମିଶାଇ ଦେଉଥାନ୍ତି । ବସାଘର ପାଖ ହୋଇଅସିଲାଣି । ଆଇ ଜାଣିଲେ କହିବ ଏବେ ବାହାର ଘରକୁ ଚାଲିଯିବା । ଆମେଯେତେ ଝିଅ ଅଛୁ ସମସ୍ତେତ ଭଲପରି ଲାଗୁଛନ୍ତି । ଯଦି ସେମାନଙ୍କ ଏଭଳି ନିଚ ପ୍ରସ୍ତାବରେ କେହି ରାଜି ନହୁଅନ୍ତି ତେବେ ବାଧ୍ୟହୋଇ ଆମ ଭିତରୁ ଯିଏ ଭଲକରିବ ତାକୁଇ ସେମାନେ ବାଛିବେ । ତେଣୁ ଦେଖିବା ଆଗକୁ । ମୁହଁଟି ଭଲରେ ନଳକୁଅ ପାଣିରେ ଧୋଇଦେଇ ଆଇ ପାଖରେ ପହଁଚିଲା । ମଧ୍ୟାନ୍ନ ଭୋଜନର ସମୟ ହୋଇଯାଇଥାଏ । ଦୁଇଜଣ ରୋଷଘର ଆଡ଼କୁ ବଢ଼ିଲାବେଳେ ଆଇ ବୁଢ଼ି ପଚାରିଲା କଣ ସବୁ ଶିଖିଲୁ? ସେତେ କିଛି ନାଇଁ । ତେବେ ମାନି ମନେ ମନେ ଭାବୁଥାଏ ବୋଧହୁଏ କାଲି ତାର ପ୍ରତିଯୋଗୀତାର ଶେଷଦିନ । ଜଗନ୍ନାଥ ଭଜନଟି ସେ ବହୁତ ଭଲ ଗାଇଲା ଆଉ କମେଣ୍ଟବି ଠିକ୍ ଠାକ୍ ମିଳିଲା । ସେଦିନ ଜଣକୁ ମଞ୍ଚଛାଡ଼ି ଯିବାକୁ ହେଲା । ମାନି ହିସାବରେ ସେ ଜଣେ ଭଲ ପ୍ରତିଯୋଗୀ ଥିଲା । ତାର ମାଆ ସଂଗରେ ଆସିଥାଏ । ଗଲାବେଳକୁ ମାନି ବସାଘରୁ ବାଟୋଇ ଦେବାକୁ ଯାଇ ତାକୁ ପଚାରିଲା ଜଜ୍ ମାନଙ୍କ ବିଷୟରେ । ଝିଅଟି ଆଖି ବଡ଼ ବଡ଼ କହିଲା ଭେଡ଼ିଆ ଗୁଡ଼ା । ଝିଅ ମାନକୁ ଖେଳନା ପରି ଭାବୁଛନ୍ତି । ସେମାନେ କେହିହେଲେ ଜଣେ ବି ଭଲ ଲୋକ ନୁହଁନ୍ତି । ମାନି ସବୁ ବୁଝିଗଲା । ତା ପରେ ମାନୀ ଗୋଟିଏ ଗୋଟିଏ ଦିନ ଗଣୁଥାଏ । ଏମିତିରେ ଚାରିଦିନ ଚାଲିଗଲାଣି । ସବୁଦିନ ଜଣେ ଦୁଇଜଣ ମଞ୍ଚଛାଡ଼ି ଯାଉଥାନ୍ତି । ତା ଭିତରୁ କେତେ ଜଣକୁ ମାନି ଜଜ୍ ମାନଙ୍କ ବିଷୟରେ ପଚାରିଛି, ସେଇ ଏକା କଥା ସମସ୍ତଙ୍କର । ଲୋକଗୁଡ଼ାଙ୍କ ଚରିତ୍ର ମୋଟେ ଭଲନୁହଁ ।

ଶୁକ୍ରବାର ସକାଳେ ପୁଣି ମାନୀକୁ ଆୟା ହାତରେ ଖବର ଆସିଲା ସେଇ ଏକା ଜାଗାକୁ ଯାଇ ସାରଙ୍କୁ ଭେଟିବା ପାଇଁ । ଏଥର ପ୍ରେମାନନ୍ଦ ବାବୁ ହାତରେ କିଛି କାଗଜଗୁଛ ସହ ଥିଲା ଗୋଟିଏ ବ୍ୟାଙ୍କ୍ ଚେକ୍ । ସେ ମାନୀକୁ କହିଲେ ନିକଟ ଭବିଷ୍ୟତରେ ଧନଞୟବାବୁ ଗୋଟିଏ ଫିଲ୍ମ୍ କରିବାକୁ ଯାଉଛନ୍ତି । ସେଥିରେ ଖାସ୍ ତୋ କଣ୍ଠଶ୍ୱର ପାଇଁ ଗୀତିକାରକୁ କୁହାଯାଇଛି । ଏଇଟା ତୋର ଧନଞୟବାବୁଙ୍କ ଫିଲ୍ମରେ ଗୀତଗାଇବା ପାଇଁ ଆଗୁଆ ଫିସ୍ ପଚିଶ ହଜାର ଟଙ୍କା । ବାକି ପଚିଶ ହଜାର ରେକଡ଼ିଂ ସରିଲେ । ଏଇସବୁ ପେପର ଗୁଡ଼ାକ ଦସ୍ତଖତ କରି ଦେଲେ ହେଲା । ନେ’ ସେ ବେଡ଼୍ ରୁମ୍ ଭିତରୁ ପେନ୍‌ଟା ନେଇ ଆଣ୍ ଆଉ ସବୁ ଫର୍ଦ୍ଧର ତଳେ ଦସ୍ତଖତ କରିଦେ । ଟିକିଏ କଣ ଭାବିଲା ପରେ ମାନୀ ଡ଼ରି ଡ଼ରି ଉଠିଲା ବେଡ଼୍ ରୁମର ଟେବୁଲ୍ ଉପରୁ ପେନ୍‌ଟି ଆଣିବ । ବେଡ଼୍‌ରୁମର ପୁରା ଭିତର କୋଣରେ ଟେବୁଲ୍‌ଟି । ମାନୀ ଭିତରକୁ ଯାଇ ପେନ୍‌ଟି ଉଠାଇ ପଛକୁ ଫେରି ଦେଖିଲା ଧନଞୟବାବୁ ଘର ଭିତର ପଟରୁ କୁଣ୍ଡି ଲଗାଇ କବାଟଟିକୁ ବନ୍ଦ କରୁଛନ୍ତି । ସେ ଡ଼ରିଯାଇ ଚିତ୍କାର କରି ଉଠିଲା । କୁଣ୍ଡି ଖୋଲିବା ପାଇଁ ମାନିର ଉଚ୍ଚତା ପାଇବନି । ଧନଞୟବାବୁ ଟିଭି ସାଉୁଣ୍ଡ୍‌ ବଢ଼ାଇ ଦେଲେ । ତାପରେ ମାନୀକୁ ଟେକିଆଣି ବେଡ଼୍ ଉପରେ କଚାଡ଼ି ଦେଇ ତାର ପୁରା ଶରୀରଟିକୁ ନିଜ ବାହୁ , ବକ୍ଷ ଏବଂ ଆଣ୍ଠୁ ଭିତରେ କୈଦ କରିନେଲେ । କିଛି ସମୟ ଛାଟିପିଟି ହେବାପରେ ମାନୀ କ୍ଲାନ୍ତ ହୋଇ ଶାନ୍ତ ହୋଇଗଲା । ଧନଞୟବାବୁ ଏବେ ତା ଶରୀରକୁ ଟିକିଏ ଢ଼ିଲାଦେଇ ବୁଝାଇବାକୁ ଲାଗିଲେ । ତୁ ଆମ କଥା ମାନି ଯା, ଦେଖିବୁ ପୁରା ଓଡ଼ିଶାରେ ଫେମସ୍ ହୋଇଯିବୁ । ମାନୀ କହିଲା ବାବୁ ମୋର କିଛି ଦରକାର ନାହିଁ । ମୋତେ ଛାଡ଼ି ଦିଅନ୍ତୁ । ମୁଁ ଆମ ଗାଁକୁ ଆଜି ଚାଲିଯିବି । ମୋର କିଛିବି ଦରକାର ନାହିଁ । ଆଜିଠାରୁ ମୋ ଜିବନରେ କୌଣସି ସହରର ପ୍ରତିଯୋଗୀତାରେ ଭାଗ ନେବିନାହିଁ ।

ଠିକ୍ ଅଛି ଛାଡ଼ିଦେଲି ଯା, ତୁ ଏଠାରୁ ଶୀଘ୍ର ଚାଲିଯା । ତୁମେ ମାନେ ସବୁ ନରକର କିଡ଼ା । ସେଇ ମାଟିଝାଟି ଘରେ ପଡ଼ି ପଡ଼ି ମରିବ ସିନା ଭଲ ଘରେ ରହିବନି, ଭଲ ଖାଇବନି କି ଭଲ ପିନ୍ଧିବନି । ତୁ କେବଳ ଏପର୍ଯ୍ୟନ୍ତ ମୋ ପାଇଁ ପ୍ରତିଯୋଗୀତାରେ ଥିଲୁ । ଆଜି ଛାଡ଼ିଦେଇ ତୋତେ ଆଉ ଗୋଟିଏ ଦିନ ସମୟ ଦେଲି । ତୋ ସାଙ୍ଗ ମାନଙ୍କ ଭିତରୁ ଲୀନା, ରାଜଶ୍ରୀ, ବିନି ମୋ ସହ ସମ୍ପର୍କ ରଖି ଫେରିଛନ୍ତି । ଆଉ ତାଙ୍କର ଜିତିବାଟା ପକ୍କା । ତୁ କାଲି ଭିତରେ ଯଦି ମନ ବଦଳାଇ ମାନିଯାଉ ତେବେ ଯେକୌଣସି ସମୟରେ ମୋତେ ଜଣାଇବାର ଅଧିକାର ମୁଁ ତୋତେ ଦେଉଛି । କର୍କଷ ଗଳାରେ ଗର୍ଜନ କରି କହିଲେ -ତୁ ଏବେ ଆସିପାରୁ ଏବଂ କବାଟର କୁଣ୍ଡି ଖୋଲିଦେଲେ । ଯେମିତି ଗୋଟିଏ ପକ୍ଷୀ ବହୁବର୍ଷ ହେଲା ପିଞରା ଭିତରେ କୈଦ୍ ପରେ ଛାଡ଼ିଦିଆଗଲେ- ଆନନ୍ଦରେ ନାଚିଯାଏ ସେମିତି ମାନୀ ଘରୁ ବାହାରି ସିଧା ଦୌଡ଼ିବାକୁ ଲାଗିଲା- କିନ୍ତୁ କେଉଁ ଦିଗରେ କୁଆଡେ଼ ଦୌଡ଼ୁଛି ସିଏ କିଛି ଜାଣି ପାରୁନଥାଏ । ରାକ୍ଷସ କବଳରୁ ଖସି ଯାଇଥିବାରୁ ଖୁସି କିନ୍ତୁ ପ୍ରତିଯୋଗୀତାରେ ହାରିବାଟା ନିଶ୍ଚିତ କରି ଧାଇଁଥାଏ । ବାପା ତ ପ୍ରଥମରୁ ମନାକରୁଥିଲେ । ସିଏ ନିଜେ ଜିଦ୍ କରି ଏଠାକୁ ଆସିଲା । ଏବେ ଭାବୁଛି ନ ଆସିଥିଲେ ବହୁତ ଭଲ ହୋଇଥାନ୍ତା । ଇଛା ତ ହେଉଛି ଏବେ ଫେରିଯିବ କିନ୍ତୁ ଆଇକୁ କଣ କହି ଫେରିଯିବା ବୋଲି କହିବ କିଛି ବୁଝିପାରୁ ନଥାଏ । ନିଷ୍ପତି ନେଲା ଆଜି ବି ଚୁପ୍ ରହି ପ୍ରତିଯୋଗୀତାରେ ଭାଗ ନେବ । ମାନୀକୁ କିନ୍ତୁ ଡ଼ର ଲାଗୁଥାଏ । ସେମାନଙ୍କ ଏଇଟା ନିଜ ଜାଗା । ପ୍ରତିପତିଥିବା ବଡ଼ ଲୋକ ସମସ୍ତେ । ପ୍ରତିଯୋଗୀତା ଜାଗାରୁ ବସାଘରକୁ ଆସିବାକୁ ପ୍ରାୟ ଦୁଇ ମାଇଲ୍ ରାସ୍ତା । ରାତି ବେସି ହେଲେ ଅଟୋ ବି ମିଳେନା । ତଥାପି ଫାଇନାଲ୍ କଲା ଯେ ପ୍ରତିଯୋଗୀତାରେ ଭାଗ ନେବ । ଯାହା ମା’ ନାରାୟଣୀର ଇଛା ।

ବସାଘରେ ପହଁଚିଲା ଟିକିଏ ପୁର୍ବରୁ ଗୋଟିଏ ବୁଢ଼ି ଘରପାହାଚରେ ବସି ରାସ୍ତାକୁ କାହାକୁ ଅପେକ୍ଷା କଲା ପରି ଚାହିଁ ରହିଥାଏ । ବୁଢ଼ିକୁ ଟିକିଏ କଥାବାର୍ତା ହେବାକୁ ଜଣେ ଦରକାର ଥିଲା । ଏକାଦେଖି ମାନୀକୁ ପାଖକୁ ଡ଼ାକିଲା । । ଭୁବନେଶ୍ୱର ସହର ବୁଢ଼ାବୁଢ଼ିଙ୍କ ପାଇଁ ଭଲ ନୁହେଁ । ମାନୀ ଖୋଜୁଥିଲା ଆଇକୁ ନଜଣାଇବାକୁ ହେଲେ ଟିକିଏ ସମୟ ବାହାରେ ରହିବାକୁ ପଡ଼ିବ । ଦୁଇଜଣ କଥାବାର୍ତ୍ତା ହେଉ ହେଉ ଅଧଘଣ୍ଟାଏ ବିତିଗଲା, ସମୟ ଜଣା ପଡ଼ିଲାନି । ମାନୀ ପ୍ରଥମେ କହିଲା ମାଉସୀ ଯାଉଛି । ଆମେ ବୋଧେ କାଲି ପଳାଇଯିବୁ । ମାନୀ ଆସି ବସାଘରେ ଆଇକୁ ଦେଖାକରି ଲୀନା, ରାଜଶୀ୍ର ଏବଂ ବିନି ସହ ଅଲଗା ଅଲଗା କଥା ହେଲା । ସମସ୍ତେ ତ ଜାଲରେ ପଡ଼ି ସାରିଥିଲେ । ଉପରେ ଉପରେ କହୁଥିଲେ ଜଜ୍ ଏବଂ ପ୍ରଯୋଜକ ଭଲ ବୋଲି କିନ୍ତୁ କହିବା ଶୈଲୀରୁ ମାନୀ ସବୁକଥା ବୁଝି ପାରୁଥାଏ । ପ୍ରଯୋଜକ କହିବା ଅନୁଯାଇ ଠିକ୍ ସେଇଆ ହେଲା । ହଠାତ୍ ସବୁ ଜଜ୍ ଗୁଡ଼ା ମାନିର ଗୀତକୁ ଏତେ ଖରାପ କହିଲେ ଯେ, ଆଇବୁଢ଼ିଟା କାନ୍ଦି ପକାଇଲେ । ଦର୍ଶକ ମାନେବି ଏଥିରେ ଏକମତ ହୋଇପାରୁନଥିଲେ । ହେଲେ ଜଜ୍ ତ ଜଜ୍ । ମାନୀ ତ ସବୁ ଜାଣିସାରିଥିଲା, ତେଣୁ ତା ମୁହଁର ଭାବଭଙ୍ଗିରେ ବିଶେଷ କିଛି ଫରକ ପଡ଼ୁନଥାଏ । ପରଦିନ ଫେରିଲା ବେଳେ ତାକୁ କିଛି ଝିଅ ବାଟୋଇବା ପାଇଁ ଆସି କହିଲେ ତୁ ଯାହା କରିଛୁ ଠିକ୍ କରିଛୁ । ଆମେ ପ୍ରତିଯୋଗୀତା ଜିତିବୁ ସିନା କିନ୍ତୁ ତା ପ୍ରତିବଦଳରେ ଆମେ ବହୁତ କିଛି ଏଇଠି ହରାଇଦେଲୁ । ଏବେ ଭାବୁଛୁ ତୋ ଭଳି ପ୍ରତିଯୋଗୀତାକୁ ମଝିରେ ଛାଡ଼ି ଖାଲି ହାତରେ ଘରକୁ ଫେରିଯାଇଥିଲେ ଠିକ୍ ହୋଇଥାନ୍ତା ।

ତାଙ୍କ ମାନଙ୍କ ଠାରୁ ଢେ଼ର୍ ଅଧିକା ଜଚା ଯାଉଥିଲା ମାନୀକୁ କିନ୍ତୁ ଗାଁ ମାଟିର ସଂସ୍କାର ବାପା ମାଆଙ୍କ ବିଶ୍ୱାସ ଆଗରେ ସବୁ ଭୌତିକ ବସ୍ତୁକୁ ଗୋଇଠା ମାରି ନିଜର ସ୍ୱାଭିମାନକୁ ବଞ୍ଚାଇ ଏଇ ଗୋଟିଏ ପ୍ରତିଯୋଗୀତାରେ ହାରିଗଲା ସିନା କିନ୍ତୁ ଜିବନର ଆଗକୁ ବହୁ ପ୍ରତିଯୋଗିତା ଜିତିବା ପାଇଁ ମୁଳଦୁଆ ପକାଇଦେଲା । ଏବେ କେଇଦିନ ତଳେ ସେ ଗଣତନ୍ତ୍ର ଦିବସ ଅବସରରେ ଗୋଟିଏ ଗୀତଗାଇ ମନ୍ତ୍ରୀ ମହୋଦୟାଙ୍କ ଦ୍ୱାରା ସମ୍ମାନିତ ହୋଇଛି । ଏବେ ଖଣ୍ଡ ମଣ୍ଡଳରେ ମାନୀର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ ଭାରି ଭଲ ଲାଗୁଛି । ମାନସବାବୁଙ୍କୁ ଏବେ ବହୁତ ଲୋକେ ମାନୀର ବାପାବୋଲି ଚିହ୍ନିଲେଣି । ସେ ଏବେ ତା ଗାଁର ଗର୍ବ ଓ ଗୌରବ । ମାନୀପରି ଯଦି କିଛି ଝିଅ ଏପରି ସ୍ୱାଭିମାନି ହୋଇପାରନ୍ତେ ତେବେ ଅଗଣିତ ଜନ ସାଧାରଣ ପୂଜା କରୁଥିବା କେତେକ ନାୟକ ମାନଙ୍କ ପ୍ରକୃତ ଚେହେରା ସମାଜ ଦେଖିପାରନ୍ତା ଆଉ କେତେଜଣ ଚରିତ୍ରହୀନ କଳାକାର ଏମିତି ପ୍ରତିଯୋଗୀତାର ଆୟୋଜନରୁ ଦୂରରେ ରୁହନ୍ତେ ଏବଂ ତାଙ୍କର କଳା କାରନାମା ପାଇଁ ଜାଗା ମିଳନ୍ତାନି । ସବୁଠାରୁ ବଡ଼ କଥା ହେଲା ପ୍ରକୃତ ଦକ୍ଷତା ଓ ପ୍ରତିଭାକୁ ସମ୍ମାନ ମିଳିପାରନ୍ତା । ଗାଁ ଗହଳିର ସରଳ ଝିଅ ଗୁଡ଼ିକ ଶୋଷଣରୁ ବଞ୍ଚିଯାଆନ୍ତେ । ସମାଜରେ ନାରୀଜାତିର ମାନସମ୍ମାନ ଅକ୍ଷୁଣ୍ଣ ରହିଲେ ବହୁତ କିଛି ପରିବର୍ତନ ଦେଖିବାକୁ ମିଳିପାରନ୍ତା । ହେଲେ ନିପଟ ମଫସଲ ଗାଁ ର ଝିଅଟିଏ ଯାହା କଲା ଧନ୍ୟବାଦର ପାତ୍ର ଆଉ ସମସାମୟିକ ସମସ୍ତ ଝିଅ ମାନଙ୍କ ପାଇଁ ଉଦାହରଣ । ମନ୍ତ୍ରୀ ମହୋଦୟା ଗଲାବେଳେ କହିଯାଇଛନ୍ତି ଯେ ଦଶମ ପାଶ୍ ପରେ ମାନୀ ପାଇଁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ସଂଗୀତ ମହାବିଦ୍ୟାଳୟରେ ପଢ଼ାଇବା ପାଇଁ ସୁପାରିଶ୍ କରିବେ ଆଉ ସବୁତକ ଖର୍ଚ୍ଚ ସରକାର ବୃତି ଦେଇ ବହନ କରିବେ । ପ୍ରାଇଜ୍ ବି ମିଳିଗଲା ଆଉ ସ୍ୱାଭିମାନ ବି ବଞ୍ଝିଗଲା । ଧନ୍ୟ ତୁମେ ଗାଁ ଝିଅ ମାନୀ ।

—————x————-

Samir Mishra
ଉଦ୍‌ଘୋଷକ – ସମୀର ମିଶ୍ର , ଘର – ଜଦୁଚନ୍ଦ୍ରପୁର, ଭିତରଗଡ଼, କେନ୍ଦ୍ରାପଡ଼ା -୭୫୪୨୨୫ । ବୃତ୍ତି କାର୍ଯ୍ୟକ୍ରମ ଉଦ୍‌ଘୋଷକ, ଅଲ୍‌ ଇଣ୍ଡିଆ ରେଡିଓ, କଟକ । ଠିକଣା – C/O-Gadadhar Barik, Plot No 2294/2497, Gandarpur New Colony, P.P. College Square, Cuttack – 753003, Odisha ।

ଲୋକପ୍ରିୟ ଲେଖା

To Top