ଗଳ୍ପ

ଏ ଜନ୍ମର ତୀର୍ଥକ୍ଷେତ୍ର

Godabarisha Mohapatra's odia story E Janmara Teerthakshetra

ଏହି ଯେଉଁ ଭକ୍ତଦଳ ଦୟାନଦୀ କୂଳର ମଫସଲ ଭିତରୁ ବାହାରି ଅଇଁଠା ପରି ଜୀବକୁ ଟାଣି ଆଣି ପାରିଲେ, ଏମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଯୁବକ । ଖାଲି ନାଁକୁ ଯୁବକ ନୁହଁନ୍ତି ଯୁବକସୁଲଭ ଶକ୍ତି ସାମର୍ଥ୍ୟ ନେଇ କିଏ କେମିତି ଦୁଇ ଚାରି ପାଞ୍ଚ ଯୁଦ୍ଧରେ ଜୟବାନା ମଧ୍ୟ ଉଡ଼ାଇ ଆସିଛନ୍ତି ।

ଏ ଜନ୍ମର ତୀର୍ଥକ୍ଷେତ୍ର

ପୂର୍ବରୁ

ଏହିପରି ସମୟରେ ଓଡ଼ିଶାର ରଣଦୀପ୍ତ ଗଗନକୁ ମୁଖରିତ କରି ରୋଳ ଉଠିଲା- “ଭଜ ହରେକୃଷ୍ଣ ହରେରାମ” ! ସୁନ୍ଦର ସୁଗଠିତ ଖଣ୍ଡାୟତ ଯୁବକ ଯେତେବେଳେ ସୁଗୋଲ ବାହୁ, ପ୍ରଶସ୍ତ ଲଲାଟଦେଶରେ ନାମାବଳୀ ଚିତା ଘେନି ଗଳାରେ ତୁଳସୀମାଳ ଲମ୍ୱାଇ କାଞ୍ଚି, ଗୋଲକୁଣ୍ଡା ନିଜାମ ରାଜ୍ୟତୁ ଯୁଦ୍ଧଯାତ୍ରା ପରିବର୍ତ୍ତରେ କୀର୍ତ୍ତନଯାତ୍ରାରେ ବାହାରିଲେ, ପାପୀପୁତ୍ର ଅଇଁଠାର କୌତୂହଳର ସୀମା ରହିଲା ନାହିଁ । ତାହାରି ଗାଁରେ କେତେ କୀର୍ତ୍ତନ ହେଲା, କେତେ ଲୋକ ମାଳା, ଚିତା ଲଗାଇ ଖୋଳ କରତାଳ ଧଇଲେ । ଯୁଦ୍ଧ ଲୀଳାର କ୍ଷତସ୍ଥାନ ତୁଳସୀ ଚନ୍ଦନରେ ରଞ୍ଜିତ ହେଲା । ସେ ସବୁ ଦେଖି ତା’ ମନଟା ବେଳକୁବେଳ ଉଚ୍ଚାଟ ହେଲା । ନିତାନ୍ତ ମୂର୍ଖ ସେ । ପାଠଶାଠ କ’ଣ, ସେ ଜାଣେ ନାହିଁ । ମୁକ୍ତିମାର୍ଗ କ’ଣ, ବୁଝେ ନାହିଁ । ସେ କ’ଣ ବୁଝିବ ଭକ୍ତି ମାହାତ୍ମ୍ୟ ? ସେ କ’ଣ ବୁଝିବ ହେତୁକୀ, ଅହେତୁକୀ ଭକ୍ତି ରହସ୍ୟ ? କେବଳ ସେ ବେଳେବେଳେ କୌତୂହଳ ଏଡ଼ି ନ ପାରି ପଚାରେ- “ଏ ଯେ ବାଇଦ ବଜାଉଛନ୍ତି କ’ଣ କରୁଛନ୍ତି ?”

ଉତ୍ତର ମିଳେ, “କୀର୍ତ୍ତନ ପରା କରୁଛନ୍ତି ।”

ପୁଣି ପଚାରେ- “ସୁଖରେ ଅଛନ୍ତି ନା ଦୁଃଖରେ ଅଛନ୍ତି ?”

ଶୁଣେ ବେଶ୍ ସୁଖରେ ଅଛନ୍ତି ।

ଠିକ୍ ବର୍ଷକ ପରେ. . . ।

ବର୍ଷକ ପରେ ଦେଖାଗଲା, ଅଇଁଠାର ବିଲକୁ ଆଉ ଠିକ୍ ସମୟରେ ହଳ ଯାଉନାହିଁ । ତା’ର ଗାଈ ବଳଦଗୁଡ଼ାଙ୍କର ଶ୍ରୀ ଆଉ ପୂର୍ବପରି ନାହିଁ, ବେଶ ବାସ ମଧ୍ୟ ତା’ର ବଦଳିଯାଇଛି ।

ହଠାତ୍ ଦିନେ ଏକ ପତଙ୍ଗ ଭିତରେ ଅଇଁଠାର ଆସନ ପଡ଼ିଲା । ସେ ଚରଣାମୃତ ପାନ କରି ଦିନକେ ମୁଠାଏ ଅରୁଆ ଭୋଗ ପାଇ ହାତରେ ଝୁଲି କରତାଳ ଧଇଲା । ଅନ୍ତର୍ବାସ ଉପରେ ଛୋଟିଆ ବହିର୍ବାସଟି ତାକୁ ବେଶ୍ ସୁନ୍ଦର ଦେଖାଗଲା । ମୁଣ୍ଡରେ କେବେ ତେଲ ହାତ ବାଜିଲା ନାହିଁ । ବୈଷ୍ଣବ ଦଳରେ ରହିବା ଫଳରେ ତା’ର ସେହି ଅର୍ଦ୍ଧପିଙ୍ଗଳ କେଶଗୁଚ୍ଛ ଜଟା ଦିଗକୁ ଗତି କଲା ।

ଏହି ଯେଉଁ ଭକ୍ତଦଳ ଦୟାନଦୀ କୂଳର ମଫସଲ ଭିତରୁ ବାହାରି ଅଇଁଠା ପରି ଜୀବକୁ ଟାଣି ଆଣି ପାରିଲେ, ଏମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଯୁବକ । ଖାଲି ନାଁକୁ ଯୁବକ ନୁହଁନ୍ତି ଯୁବକସୁଲଭ ଶକ୍ତି ସାମର୍ଥ୍ୟ ନେଇ କିଏ କେମିତି ଦୁଇ ଚାରି ପାଞ୍ଚ ଯୁଦ୍ଧରେ ଜୟବାନା ମଧ୍ୟ ଉଡ଼ାଇ ଆସିଛନ୍ତି । କାହାର ବାହୁରେ ଶତ୍ରୁର କରବାଳ ଚୋଟ ବାଜିଛି ତ ତାଳୁରେ ବର୍ଚ୍ଛାଘାତ ହୋଇଛି । କିଏ କୃଷ୍ଣାକୂଳରେ ଶତ୍ରୁ ଶିବିର ପୋଡ଼ି ଆସିଛି । କଳବର୍ଗ ଦୁର୍ଗତଳେ କିଏ ଅସିପାତ ସହି ଆସିଛି, ଧଳଭୂମି ସୀମାରେ କାହାର ବା ବାହୁ ଛେଦନ ହୋଇଛି ।

ଓଡ଼ିଆ ଜାତିର ଏହି ଜୀବନ କୋହିନୁରଗୁଡ଼ିକ ଯେତେବେଳେ ରଣକ୍ଷେତ୍ରର ଆଉ ସୁଯୋଗ ପାଇଲେ ନାହିଁ, ସେମାନଙ୍କ ଗୌରବ ପିପାସା ମେଣ୍ଟାଇବା ପାଇଁ ରାଜ-ସନ୍ନ୍ୟାସୀ ଗଜପତି ଦର୍ଶନରେ ପୁରୀ ଅଭିମୁଖରେ ଦିନେ ଯାତ୍ରା ଆରମ୍ଭ କଲେ । ଅଇଁଠା ହେଲା, ଏହି ଦଳର ଜଣେ ସଙ୍ଗୀ ।

ଗାଁ ଗାଁ କୀର୍ତ୍ତନ, ଘର ଘର ଭିକ୍ଷାମଗା ଚାଲିଲା । ବିଶ୍ରାମବେଳ ହେଲା କେବଳ ପୂର୍ବ ଜୀବନର ଆଲୋଚନା । ସମସ୍ତେ କହିଲେ ସମୟ କାହାଣୀ, ଯେପରି ସେ କଥା ସେମାନେ ଭୁଲି ପାରୁ ନଥିଲେ । ଯୁଦ୍ଧରୁ ଫେରି, ଶତ୍ରୁର ରକ୍ତଦାଗ ନ ଲିଭାଇ ବର୍ଷକ ପରେ କଉପୁନୀ ମାରି ଭିକ୍ଷା ମାଗି ବୁଲିବା କି ଦାରୁଣ ଚିତ୍ର । ଇଃ ! ରକ୍ତଟିକା ଲିଭି ନାହିଁ, ଅସିଘାତ ଉପଶମ ହୋଇ ନାହିଁ, ରଣକାଳୀନ ଧମନୀର ଉତ୍ତେଜନା ଶାନ୍ତ ହୋଇନାହିଁ- ଏତିକିବେଳେ ଯୁବକଦଳ ଗାଇ ଉଠିଲେ-

“ଭିକାରୀ ଜନରେ କରୁଣା କର ହେ ନାଥ ।”

– x x x –

ଭକ୍ତଦଳ ଯେତେବେଳେ ନିଜ ନିଜର ବିଶାଳ ଅନୁଭୂତିର ପରିସର ଭିତରେ ରହି ଆଲୋଚନା କରନ୍ତି, ଅଇଁଠା ସେତେବେଳେ ମୂଳ ହୋଇ ବସେ । ସେ ଦୟାନଦୀ ଛଡ଼ା ଜଗତରେ ଆଉ ନଦୀ ଦେଖିନାହିଁ । ନିଜ ଗାଁ ଛଡ଼ା ଆଉ ବଡ଼ ଗାଁ ଦେଖି ନାହିଁ । ସେ ହଳିଆ-ଗୀତ- “ରାମ ଯେ ଲଇଖଣ” ଛଡ଼ା ଆଉ ଗୀତ କେବେ ଶୁଣିନାହିଁ ।

ଆଜି ଏହି ନୂଆ ଜଗତରେ ତା’ର ଏହି ପ୍ରଥମ ନବଜନ୍ମ । ଏହି ନବଜନ୍ମର ପ୍ରଭାତ ଆଲୋକରେ ବସି ସେ କେବଳ ସ୍ୱପ୍ନ ଦେଖିଲା- ନାଲି ଗୁଲୁ ଗୁଲୁ ଧାନ କିଆରି, କୁଳୁ କୁଳୁ ଜଳଧାରା, ଦୂରରେ ଧୂସର ପର୍ବତର ବଙ୍କିମ ସୀମା, ପଶ୍ଚିମ ଗଗନର ପ୍ରଦୋଷକାଳୀନ କଳରୋଳ. . . ଇତ୍ୟାଦି କେତେ କଥା । ଏ ସବୁ ଛାଡ଼ି ସେ ଆସିଛି, ନୂତନ ଜଗତକୁ ନୂତନ ଧନ ସନ୍ଧାନରେ । ସମସ୍ତେ କରନ୍ତି ଗପସପ, ଆଲୋଚନା, ଏ ଘୋରି ବସେ ଚିତାମାଟି । ସମସ୍ତେ ଗୀତ ଆରମ୍ଭ କଲାବେଳେ ତାଙ୍କ ମୁହଁକୁ ବଲ ବଲ ଚାହିଁ ରହିଥାଏ । ଚାଲିଶ ବର୍ଷର ଅଗୀତ କଣ୍ଠ ତା’ର ଜଡ଼ ହୋଇଆସେ ।

ଦିନେ ଅଇଁଠା ସ୍ୱପ୍ନରୁ ଉଠିଲା । ଦେଖିଲା ତା’ର ମନକୁ ଖାଦ୍ୟ ଅଭାବ ହେଉଛି । ଦେହର ଖାଦ୍ୟ ଅଭାବ ହେଲେ ମନୁଷ୍ୟ କିଛିଦିନ ଚଳିପାରିବ, ମାତ୍ର ମନର ଖାଦ୍ୟ ଅଭାବ ହେଲେ ପାଗଳାମୀ ଛଡ଼ା ଆଉ ଉପାୟ ନାହିଁ । ଅଇଁଠା ଘର ଛାଡ଼ିବାର ବର୍ଷକ ପରେ ଏ ଅଭାବ ତୀବ୍ର ଭାବରେ ଅନୁଭବ କଲା । ତା’ର ଶିରା ପ୍ରଶିରା ଧରି ଚିତ୍କାର ଉଠିଲା-

କାହିଁ ମୋର ଦେବତା ! କାହିଁ ମୋର ଦେବତା !

ତା’ପରେ

ଲୋକପ୍ରିୟ ଲେଖା

To Top