ଗଳ୍ପ

ଗଣତନ୍ତ୍ର

Gaurahari Das's Odia Story GANATANTRA

ମଙ୍ଗୁଳିବାବୁଟା ତା’ ସାଙ୍ଗରେ ଏଭଳି ବିଶ୍ୱାସଘାତକତା କରିବ ବୋଲି ସେ କଦାପି ଭାବି ନ ଥିଲା । ଖାଲି କ’ଣ ମିଛଟାରେ ନକ୍ସଲମାନେ ପୁଲିସ୍‌ଙ୍କୁ ଧରି ବାଡ଼ଉଛନ୍ତି !

ଗଣତନ୍ତ୍ର

-: ପୁର୍ବରୁ :-

ସେମାନେ ଯିବାର ଦଶ ପନ୍ଦର ମିନିଟ୍ ପରେ ବିଜୁଳି ଆସିଗଲା । ଗୁଳୁଗୁଳି ଗରମ ଏବଂ ସେ ଲୋକମାନଙ୍କର ବ୍ୟବହାର ଦେଖି ରମେଶ ଦେହରୁ ଝାଳ ବୋହୁଥିଲା । ତାକୁ ଦେଖି ତା’ ସ୍ତ୍ରୀ ପଚାରିଲା, “କିଏ ଆସିଥିଲେ ? କ’ଣ କହୁଥିଲେ ?”

ରମେଶ କଥା ବାଆଁରେଇଲା କହିଲା, “ଏଇ ଲାଇନମ୍ୟାନ୍ ଆସିଥିଲେ । ବିଜୁଳି ଯୋଗାଣ ବିଷୟରେ ପଚାରୁଥିଲେ ।”

ତା’ପରେ ସେ ଶୋଇବାକୁ ଯାଇଥିଲା । କିନ୍ତୁ ସେତେବେଳକୁ ତା’ ଆଖିର ନିଦ କାହିଁ କେତେ ଦୂରକୁ ଚାଲିଯାଇଥିଲା ।

ସେ ଶୋଇ ଶୋଇ ଭାବୁଥିଲା, ଏ ଜାଗାଟି ଖାଲିଥିଲା, ଭଲ ହୋଇଥିଲା । ଲୋକେ ଆସି ମଇଳା ଆବର୍ଜନା ପକଉଥିଲେ । ସମୟେ ସମୟେ ମଲା କୁକୁର କି ଗାଈ ବି ଆଣି ଏଠି ମେହେନ୍ତର ପକେଇ ଦେଇ ଯାଉଥିଲା । ତଥାପି ଭଲ ଥିଲା । ଅନ୍ତତଃ ଆଜି ଭଳି ପରିସ୍ଥିତି ସୃଷ୍ଟି ହେଉ ନଥିଲା ।

ରମେଶ ଏଠି ଆଠବର୍ଷ ହେଲା ରହିଲାଣି । ନିଜର ସଞ୍ଚୟ ଏବଂ ବ୍ୟାଙ୍କ୍ ଋଣ ମିଶେଇ ଏ ଘରଟିକୁ ସେ କିଣିଛି । ଏଠିକି ଆସି ରହିଲା ପରେ ଦେଖିଥିଲା, ବାଁ ପଟ ଜାଗାଟି ଖାଲି ପଡ଼ିଛି ଓ ସେଇଠି ଆସି କଲୋନିଯାକର ଲୋକେ ତାଙ୍କ ଅଳିଆତକ ପକଉଛନ୍ତି । ଡାହାଣପଟେ ବିଜୁଳି ବିଭାଗର ଟ୍ରାନ୍ସଫର୍ମର ବସିଥିବା ଯୋଗୁଁ ସେ ଜାଗାଟି ଫାଙ୍କା । ଉଭୟ ପଟେ ଖାଲି ପଡ଼ିଆ ହୋଇଥିବା ଯୋଗୁଁ ତା’ ସ୍ତ୍ରୀକୁ ଭୟ ଲାଗୁଥିଲା । ରମେଶ ବାହାରକୁ ଯାଇଥିବାବେଳେ, ଏକୁଟିଆ ସ୍ତ୍ରୀ ଲୋକଟା ଝିଅକୁ ନେଇ ରହିବା ମଧ୍ୟ ତାକୁ ଚିନ୍ତାରେ ପକେଇ ଦେଉଥିଲା । ତେଣୁ ସେ ମଝିରେ ମଝିରେ ସ୍ଥାନୀୟ ଲୋକଙ୍କୁ କହୁଥିଲା, ଏଠି ଗୋଟାଏ ସ୍କୁଲ କି ଡାକଘର ହେଲେ ଭଲ ହୁଅନ୍ତା । ଭେଣ୍ଡିଂଜୋନ୍ ହେଲେ ବି ଜାଗାଟିର ଉପଯୋଗ ହୁଅନ୍ତା, ତା’ଛଡ଼ା ଲୋକେ ମଧ୍ୟ ଉପକୃତ ହୁଅନ୍ତେ ।

ମାଟ୍ରିକ୍ ପଢ଼ାଦିନୁ ଖବରକାଗଜ ସମ୍ପାଦକମାନଙ୍କୁ ସ୍ଥାନୀୟ ସମସ୍ୟା ନେଇ ଚିଠି ଲେଖିବା ରମେଶର ଏକ ଅଭ୍ୟାସ । ସିଏ ସରକାରୀ ଚାକିରୀ କରିଥିବା ହେତୁ କେତେକ କ୍ଷେତ୍ରରେ ନିଜ ନାଁ ନ ଦେଇ ଅନ୍ୟ ନାଁରେ ଖବରକାଗଜମାନଙ୍କୁ ଚିଠି ଲେଖେ । ମାତ୍ର ତା’ର ଯୁକ୍ତି ଦୃଢ଼ ଏବଂ ପ୍ରକାଶଭଙ୍ଗୀ ସ୍ୱଚ୍ଛ ହୋଇଥିବାରୁ ସେ ପଠଉଥିବା ଅଧିକାଂଶ ଚିଠି ଛପାଯାଇଥାଏ । ନିଜର ଏଇ ସାମର୍ଥ୍ୟର ଉପଯୋଗ କରି ରମେଶ ବାରମ୍ୱାର ଚିଠି ଲେଖିଛି- “ଏଠି କିଛି ଗୋଟାଏ ସର୍ବସାଧାରଣ ଅନୁଷ୍ଠାନ ତିଆରି ହେଉ । ନ ହେଲେ ପିଲାଙ୍କ ପାଇଁ ପାର୍କଟେ କରାଯାଉ । ତାହା ନ ହେଲେ ସରକାରୀ ଜମିଟି ଦିନେ ହୁଏତ ଜମି ମାଫିଆମାନଙ୍କ ହାତକୁ ଚାଲିଯିବ ।”

ମାତ୍ର ଅନେକ ଦିନ ପର୍ଯ୍ୟନ୍ତ ଏ ଜାଗାଟାରେ କିଛି ହେଲା ନାହିଁ । ଫାଙ୍କା ଜାଗାଟିରେ ସମସ୍ତେ ଆଣି ଅଳିଆ ପକେଇ ତାହାକୁ ଏକ ନିୟମିତ ବର୍ଜ୍ୟବସ୍ତୁ ପଡ଼ିଆରେ ପରିଣତ କରିଦେଲେ । ଧୀରେ ଧୀରେ ପରିସ୍ଥିତି ଏଭଳି ଦୁର୍ଗନ୍ଧମୟ ହେଲା ଯେ ରମେଶ ଓ ତା’ ପତ୍ନୀକୁ ଦିନରାତି କବାଟ-ଝରକା କିଳି ଓ ଧୂପକାଠି ଜାଳି ଭିତରେ ରହିବାକୁ ପଡ଼ିଲା । ଦିନେ କିନ୍ତୁ ରମେଶର ଆଶା ପୂରଣ ହେଲା । ସେଇ ଫାଙ୍କା ଜାଗାଟିରେ ଗୋଟେ ପ୍ରାଇମେରୀ ସ୍କୁଲ୍ ତିଆରି ହେଲା । ଅଳିଆ ଆବର୍ଜନାଗୁଡ଼ାକ ମ୍ୟୁନିସିପାଲଟିର ଟ୍ରକ୍ ଦୂରକୁ ହଟେଇ ନେଲେ । ରମେଶ କାମରୁ ଫେରିବା ପରେ ଓ କାମକୁ ଯିବା ଆଗରୁ ସେଇଠି ଠିଆ ହୋଇ ଘର ତିଆରି କାମ ଦେଖୁଥିଲା ଓ ମନେ ମନେ ଖୁସି ହେଉଥିଲା । ପାଚେରି ତୋଳା ସରିବା ପରେ ଦିନେ ସେ ଯାଇ ସେଇ ପାଚେରି କଡ଼ରେ ଗୋଟେ ଟଗର ଗଛ ଲଗେଇ ଦେଲା । ତା’ର ମାସକ ପରେ ଫାଟକର ଦି’ପଟରେ ଗୋଟେ କୃଷ୍ଣଚୂଡ଼ା ଓ ରାଧାଚୂଡ଼ା ଗଛ ।

ଗତବର୍ଷ ଜୁଲାଇରୁ ପାଠପଢ଼ା ଆରମ୍ଭ ହେଲା ଏ ସ୍କୁଲ୍‌ରେ । ସକାଳୁ ସକାଳୁ ସାନ ସାନ ପିଲାଏ ବସ୍ତାନି ଧରି ସ୍କୁଲ୍‌କୁ ଆସିବା ଦୃଶ୍ୟ ରମେଶ ଓ ତା’ ସ୍ତ୍ରୀ ଦିହିଁଙ୍କୁ ଖୁବ୍ ଆନନ୍ଦ ଦିଏ । ସେମାନଙ୍କର ଚାଲି, କଥାବାର୍ତ୍ତା, ଠାଣିବାଣି ଓ ସ୍ୱର ଲହରେଇ ପାଠ ଆବୃତ୍ତି ରମେଶର ସ୍ତ୍ରୀକୁ ବେଶି ଭଲ ଲାଗେ । ତା’ର ମନେହୁଏ ଛୋଟ ଛୋଟ ଚଢ଼େଇ କିମ୍ୱା ଫୁଲ ଗୋଛାଟା ଯେମିତି ତା’ ଘର ପାଖେ ଖେଳୁଛନ୍ତି । ସିଏ ତରବରରେ ରୋଷେଇବାସ କାମ ସାରି ଦେଇ ଝରକା ପାଖକୁ ଧାଏଁ ଓ ସେଇଠୁ ଥାଇ ସେଇ କୁନି କୁନି ପିଲାଙ୍କର କାରବାର ଦେଖେ । ଏହା ଭିତରେ କେତେବେଳେ ସମୟ ଗଡ଼ିଯାଏ ସେ କଥା ଜାଣିପାରେ ନାହିଁ । ସକାଳ ହେଲା କ୍ଷଣି ସେ ଅପେକ୍ଷା କରେ କେତେବେଳେ ପିଲାଏ ସ୍କୁଲ୍‌କୁ ଆସିବେ ।

କଲୋନିର କିଛି ଲୋକ ରମେଶକୁ ସାବାସି ଦିଅନ୍ତି । କହନ୍ତି- “ଯାହା ହେଉ, ଆପଣଙ୍କ ଉଦ୍ୟମ ଫଳରେ ଗୋଟେ ସର୍ବସାଧାରଣ କାର୍ଯ୍ୟ ହୋଇପାରିଲା ।” ରମେଶ ଉପରକୁ କପଟ ବିନୟ ଦେଖେଇ “ଇଏ ଆଜ୍ଞା କ’ଣ ଗୋଟେ କାମ” ବୋଲି କହିଲେ ମଧ୍ୟ ଭିତରେ ଭିତରେ ଖୁସି ହୁଏ । ସେ ଜାଣିପାରେ, ଲୋକମାନେ ତା’ର ପ୍ରତିଷ୍ଠା ବିଷୟରେ କିଛି କିଛି ଜାଣନ୍ତି । ପୁଣି ରମେଶର ଏ ଧାରଣାଟି ଅଧିକ ଦୃଢ଼ ହୋଇଗଲା, ଯେତେବେଳେ ନିର୍ବାଚନ ସମୟରେ ନିଜେ ଏମ୍.ଏଲ୍.ଏ. ଆସି ତା’ ଘରୁ ଦହି ସରବତ ପିଇଲେ । ରମେଶ କାନ୍ଧରେ ହାତ ପକେଇ ଅନ୍ୟମାନଙ୍କୁ ଶୁଣେଇବା ପରି କହିଲେ, “ହଜାରେ ତାରା ଥାଇ କିଛି ଲାଭ ନାହିଁ, ଗୋଟିଏ ଚନ୍ଦ୍ର ଥିଲେ ଆକାଶ ଉଜ୍ଜ୍ୱଳ !” ରମେଶ ବାବୁଙ୍କ ପରି ଜଣେ ସଚେତନ ନାଗରିକ ଥିଲେ ଏ ଅଞ୍ଚଳର କୌଣସି ସମସ୍ୟା ରହିବ ନାହିଁ ।

ରମେଶ ବ୍ୟସ୍ତ ହୋଇ ହାତ ଘଣ୍ଟାକୁ ଚାହିଁଲା ଦିନ ଦଶଟା ବାଜିବ, କେତେବେଳେ ଘରକୁ ଫେରିବ ଓ ଅଫିସ୍ ଯିବ । ଆଜି ବି ତାକୁ ତା’ ଅଫିସ୍‌ରୁ ଛୁଟି ନେବାକୁ ପଡ଼ିବ ବୋଧହୁଏ । ଯାହା ହେଉଛି ହେଉ, ସେ ଆଜି ଏମ୍.ଏଲ୍.ଏ.ଙ୍କୁ ଦେଖା କରିଯିବ । ମଙ୍ଗୁଳିବାବୁଟା ତା’ ସାଙ୍ଗରେ ଏଭଳି ବିଶ୍ୱାସଘାତକତା କରିବ ବୋଲି ସେ କଦାପି ଭାବି ନ ଥିଲା । ଖାଲି କ’ଣ ମିଛଟାରେ ନକ୍ସଲମାନେ ପୁଲିସ୍‌ଙ୍କୁ ଧରି ବାଡ଼ଉଛନ୍ତି !

ଗଲା ଦୋଳଯାଏ ସବୁ ଠିକ୍ ଥିଲା । ମାତ୍ର ଦୋଳ ଛୁଟି ଯୋଗୁଁ ସ୍କୁଲ୍ ବନ୍ଦ ହେବା ପରେ ମା’ କାଳୀ ଯୁବକ ସଂଘର ଅଦଉତି ଆରମ୍ଭ ହୋଇଗଲା । ଦିନେ ରାତିରେ ଦେଖିବାବେଳକୁ, ସ୍କୁଲ୍ ଅଗଣାରେ ଖନ୍ଦା ଜଳୁଛି । ଭୋଜିଭାତର ଆୟୋଜନ ଚାଲିଛି । ଦଶ ବାର ଜଣ ଯୁବକ ଏକାଠି ହୋ’ ହୋ’ ହେଉଛନ୍ତି ।

ରମେଶ ଲକ୍ଷ୍ୟ କରିଥିଲା, ପ୍ରାୟ ଚଉଦ ପନ୍ଦରଟି ମଟର ସାଇକେଲ୍-ସ୍କୁଟର୍ ରାତି ବାରଟା ପର୍ଯ୍ୟନ୍ତ ସ୍କୁଲ୍ ହତାରେ ଥିଲା । ଭୋଜିଭାତ ଚାଲିଥିଲା । ତା’ ସାଙ୍ଗରେ ବଡ଼ ପାଟିରେ କଥାବାର୍ତ୍ତା । ଭାଷା-ଅଭାଷାର କିଛି ବିଚାର ନଥାଏ । ତାକୁ ଏସବୁ ଭଲ ଲାଗିଲା ନାହିଁ ।

ପ୍ରଥମ ଘଟଣାର ଚାରିଦିନ ପରେ ପୁଣି ଥରେ ଭୋଜିଭାତ ହେଲା । ଏଥର ସ୍କୁଲ୍‌ର ଗୋଟିଏ କୋଠରୀର ଚାବି ଯୁବକ ସଂଘର ସଦସ୍ୟମାନେ ପାଇଥିଲେ । ଘର ଭିତରେ ବୋତଲ ଏବଂ ଗିଲାସର ଟୁଣ୍‌ଟାଣ୍ ଶୁଭିଲା । ଗୋଟେ ସାଉଣ୍ଡ୍‌ବକ୍ସରୁ ଶୁଭିଲା ସିନେମା ଗୀତ । ସେଦିନ ଭୋଜି ସରୁ ସରୁ ରାତି ଗୋଟାଏ ।

ନିର୍ବାଚନ ପାଖେଇ ଆସୁଥାଏ । ପ୍ରଚାର ମଧ୍ୟ ବଢୁଥାଏ । ତା’ ସାଙ୍ଗରେ ତାଳ ଦେଇ ଭୋଜିଭାତ କାର୍ଯ୍ୟକ୍ରମ ମଧ୍ୟ ବଢ଼ି ଚାଲିଥାଏ । ଧୀରେ ଧୀରେ କଥାଟି ପାଖ ପଡ଼ୋଶୀଙ୍କ ମହଲରେ ଆଲୋଚନା ବିଷୟ ହେଲା । ନାରଣ ସାହୁ ଚା’ ଦୋକାନରେ, ପଡ଼ୋଶୀ ଶ୍ୟାମାକାନ୍ତ ରମେଶକୁ ପଚାରିଲେ, “ରମେଶବାବୁ, ଏହାର ଗୋଟେ ପ୍ରତିକାର ହେବା ଦରକାର । ଆପଣଙ୍କ ପରି ଲୋକ ଏସବୁକୁ ବରଦାସ୍ତ କରୁଛନ୍ତି କିପରି ?”

ନାରଣ ସାହୁ ଚା’ ଦୋକାନରେ ସକାଳ ସାତରୁ ନଅଟା ଏବଂ ସଞ୍ଜବେଳେ ପାଖାପାଖି ସେତିକି ସମୟ ଖୁବ୍ ଚର୍ଚ୍ଚା ହୁଏ । ଦିଲ୍ଲୀର ପାର୍ଲାମେଣ୍ଟ୍‌ରୁ ନାରଗୋଦାର ପଥରଖୋଳା ପର୍ଯ୍ୟନ୍ତ ବହୁ ସମସ୍ୟା ଆଲୋଚିତ ହୁଏ । କଥାରେ କଥାରେ ଝଡ଼ ଉଠେ, ଚା’ର ବାମ୍ଫ ଏବଂ ସିଗ୍‌ରେଟ୍ ଧୂଆଁରେ ଯୁକ୍ତି ଚାଲେ । ମାତ୍ର ସମାଧାନ ହୁଏ ନାହିଁ । ସମୟ ହୋଇଗଲେ ସମସ୍ତେ ନିଜ ନିଜ ରାସ୍ତାରେ ଚାଲିଯାଆନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top