ଗଳ୍ପ

ଗପ ହେଲେବି ସତ

Prasanta Kumar Nath's odia story Gapa Helebi sata

ମୋ ପାଇଁ ସେ ବରଗଛଟି ନୂଆ ନଥିଲା, କଲେଜ ପଢୁଥିବା ସମୟରେ କାହିଁ କେତେ ଥର ସେଠାରେ ବସି ଆମେ ଖଟି କରିଛୁ ।

ଗପ ହେଲେବି ସତ

ଆଷାଢ଼ ମାସ । ଖରାବର୍ଷାର ଖେଳରେ ଧରଣୀ ମାତା ସୁସଜ୍ଜିତ । ଗଛ ଗୁଡିକରେ ପତ୍ର କଅଁଳି ସାରିଥାଏ । ସବୁଜ ବନାନୀକୁ ଦେଖିଲେ ମନରେ ଖେଳିଯାଉଥାଏ ଏକ ଆନନ୍ଦର ଲହରୀ ।

ଏହି ଖୁସିର ମୁହୁର୍ତରେ ହଠାତ୍ ଆକାଶର ମେଘ ପରି ମୋର ହୃଦୟକୁ ପସି ଆସିଥିଲା ବର୍ଷା । କେମିତି ଭୁଲିବି ବର୍ଷା ସହ ମୋର ସେହି ପ୍ରଥମ ଦେଖା, ଆଉ ପ୍ରଥମ କଥାକୁ । ଏ ବର୍ଷା ପାଇଁ ମୁଁ ଆଜି ଧନ୍ୟବାଦ ଦେଉଛି ସେ ବର୍ଷାକୁ । ଯଦି ସେଦିନ ଆକାଶରେ ବର୍ଷା ଆସି ନଥାନ୍ତା ତାହେଲେ କ’ଣ ମୋର ଦେଖା ହୋଇଥାନ୍ତା ମୋ ପ୍ରିୟା ବର୍ଷା ସହ ।

ଶୁନ୍ଶାନ ରାସ୍ତା ମୁଁ ସେଦିନ ବାଇକ୍ ନେଇ ଯାଉଥାଏ ମୋର ଗନ୍ତବ୍ୟ ପଥରେ । କିନ୍ତୁ କେଜାଣି କାହିଁକି ଆକାଶରେ ଘୋଟି ଆସିଥିଲା ମେଘ । ଆଉ ବରଷି ଗଲା ଧରଣୀ ଉପରେ । କିନ୍ତୁ ଭିଜିବାର ମଜାକୁ ଥଣ୍ଡାର ଡର ପ୍ରତିଘାତ କରୁଥାଏ, ରାସ୍ତାରେ କୋିଣସି ଗୋଟିଏ ଘର ନଥାଏ । ଖାଲି ମଝିରେ ମଝିରେ ଥାଏ ଗଛ ଗୁଡିକ । ଗଛରେ ପତ୍ର କଅଁଳି ସାରିଥାଏ । ଶିତୁଆ ପବନ ଦେହରେ ଶିହରଣ ଖେଳାଇ ଦେଉଥାଏ । ଝିପି ଝିପି ବର୍ଷା ମଧ୍ୟ ପ୍ରଥମ ପ୍ରେମର ପହିଲି ଛୁଆଁ ପରି ଚୁମ୍ବନ ଦେଇ ଚାଳୁଥାଏ ସାରା ଶରୀରକୁ । ତେଣୁ ସେଦିନ ମୁଁ ସେହି ବୁଢା ବରଗଛ ପାଖେ ନିଜକୁ ସୁରକ୍ଷିତ ସ୍ଥାନ ଭାବି ଚାଲିଗଲି ସେହି ବରଗଛ ମୁଳକୁ । ମୋ ପାଇଁ ସେ ବରଗଛଟି ନୂଆ ନଥିଲା, କଲେଜ ପଢୁଥିବା ସମୟରେ କାହିଁ କେତେ ଥର ସେଠାରେ ବସି ଆମେ ଖଟି କରିଛୁ । ଆମ ଖରା ବର୍ଷାର ସାଥି ହେଉଛି ଏହି ବୁଢା ବରଗଛ । କିନ୍ତୁ ବହୁତ ଦିନ ପରେ ଆଜି ପୁଣି ଥରେ ସେହି ସୁଯୋଗ ଆଣି ଦେଇଛି ଏହି ଆଷାଢ଼ର ବର୍ଷା ।

ସେହି ସମୟରେ କଲେଜରୁ ଫେରୁଥାଏ ଏକ ଝିଅଟିଏ । ଆଉ ସେ ମଧ୍ୟ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେହି ବରଗଛ ମୁଳକୁ ଚାଲି ଆସିଲା । ହଠାତ୍ ସେ ମୋତେ ସେଠାରେ ଦେଖି ଚମକି ପଡିଲା ଆଉ ତାର ହାତରେ ଥିବା ବହି ଗୁଡିକ ତଳେ ପଡିଗଲା । କାହିଁକିନା ମୋ ମୁଣ୍ଡରେ ହେଲମେଟ୍ ଥିଲା । ବୋଧ୍ ହୁଏ ସିଏ ମୋତେ ଦେଖିଲା ପରେ ଡରି ଯାଇଥିଲା । ମୁଁ ମୁଣ୍ଡରୁ ହେଲମେଟ୍ଟିକୁ କଢିଦେଲି । ସେ ଟିକେ ଆସ୍ୱସ୍ତି ହେଲା ପରି ମୁଁ ଅନୁଭବ କଲି । କାହିଁକିନା ମୋର ଚେହେରା ଦେଖି ସାରିବା ପରେ ଡରିବାର ଆଉ କିଛି କାରଣ ହିଁ ନଥିଲା ।

ମୋତେ ଦେଖି ସିଏ ଯେମିତି ଦୋ ଦୋ ଚିହ୍ନା ହେଲା ପରି ଲାଗିଲା । ହାଠାତ୍ କିଛୀ ଗୋଟେ କହିବ ଭାବୁ ଭାବୁ ବନ୍ଦ କରିଦେଇଥିଲା । ଆଉ ଗୋଟାଏ ବହିର ପଛ ପୃଷ୍ଠା ଦେଖି ପୁଣି କଣେଇ କଣେଇ ମୋ ଆଡକୁ ଚାହୁଁ ଥିଲା । ମୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେଉଥିଲି ।

କିଛି ସମୟର ନିରବତା ପରେ ସେ ମନରେ ଦମ୍ଭ ରଖି ପଚାରିଲା ମୁଁ ଯଦି ଭୁଲ ହୋଇ ନଥାଏ ଆପଣ ପ୍ରଭାସ କୁମାର ନାଥ । ମୁଁ ଧିର ସ୍ୱରରେ ହଁ ଭରିଲି ଆଉ ପଚାରିଲି କିନ୍ତୁ ଆପଣ…… ମୋ ପାଟିରୁ କଥା ନସରିବା ପୂର୍ବରୁ ସେ ଦେଖାଇ ଥିଲେ ମୋର ପ୍ରଥମ ପଳ୍ପ ବହି “ନୂଆ ନୂଆ” । ମୋତେ ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ । ମୁଁ ଜାଣି ପାରିଲି ଯେ ସେ ମୋ ଗପର ଜଣେ ପ୍ରସଂଶିକା ଓ ପାଠିକା ।

ତା ପରେ ସିଏ ତାର ପରିଚୟ ଦେଇଥିଲା ମୁଁ ହେଉଛି ବର୍ଷାରାଣୀ ସାହୁ । ବର୍ତମାନ +୩ ଶେଷ ବର୍ଷର ଛାତ୍ରୀ । ମୁଁ ଆପଣଙ୍କ ଲେଖାର ଜଣେ ନିୟମିତ ପାଠିକା । ପ୍ରତିଦିନ ଖବରକାଗଜରୁ ଆପଣଙ୍କ ଲେଖା ପଢିଥାଏ । କିନ୍ତୁ ଆଜି ବୋଧେ ମୋ ଜୀବନର ସବୁଠାରୁ ଖୁସିର ଦିନ । ଆଜିର ଖୁସି ମୁଁ କେବେବି ଭୁଲି ପାରିବିନି ।

ଗୋଟାଏ ନୋଟ୍ ବୁକ କିଣିବାକୁ ବହି ଦୋକାନକୁ ଯାଇଥିଲି ସେଠାରେ ଆପଣଙ୍କ ବହି ଦେଖି ବହୁତ ଖୁସି ଲାଗିଲା ଆଉ କିଣି ଆଣିଥିଲି । ପୁଣି ଆପଣଙ୍କ ସହ ମୋର ଦେଖା ହୋଇଗଲା ଏହା ଠାରୁ ଆଉ ବଡ ଖୁସିର ଦିନ ମୋ ପାଇଁ କ’ଣ ହୋଇପାରେ ।

ତା’ ପରେ ଦୁହେଁ କିଛି ସମୟ କଥା ହୋଇଥିଲୁ । ତା ପରେ ସେ ମୋର ଫୋନ୍ ନମ୍ବର ନେଇଥିଲା । ତାପରେ ପ୍ରତିଟି ଗପ ଓ କବିତା ପଢି ସାରି ତାର ମତାମତ ରଖୁଥିଲା ଫୋନ୍ ମାଧ୍ୟମରେ ।

ଧିରେ ଧିରେ ଆମର ସମ୍ପର୍କ ଗତି କରିଥିଲା ଏକ ବିପରିତ ଦିଗକୁ । ଆଉ ଦୁହେଁ ପଡି ଯାଇଥିଲୁ ଦୁହିଁଙ୍କ ପ୍ରେମରେ ।

ଆଉ ସେଦିନର ବର୍ଷା ଆଜି ମୋ ହୃଦୟରେ କରୁଅଛି ପ୍ରେମର ବର୍ଷା ।

ସେଥିପାଇଁ ସହି ଦିନ, ସେହି ବୁଢା ବରଗଛ, ସେହି ବର୍ଷା, ଆଉ ଏ ବର୍ଷା ସବୁ କିଛି ମୋ ପାଇଁ ସ୍ମରଣୀୟ ହୋଇ ରହିଛି ।

ଲୋକପ୍ରିୟ ଲେଖା

To Top