ଗଳ୍ପ

ଜାତିର ଧକ୍କା

Godabarisha Mohapatra's odia story Jaatira Dhakkaa

ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା

ଜାତିର ଧକ୍କା

(୧)

ଦିନ ନାହିଁ, ରାତି ନାହିଁ, କାମ ଚାଲିଛି । ଧରଣୀର ମାଟି ଗୋଡ଼ି ପଥର ସଙ୍ଗେ ଧରଣୀବାସୀ କେତେଗୁଡ଼ିଏ ମାନବ ସେଠି ସମାନ ହୋଇ ମିଶି ରହିଛନ୍ତି । ସେମାନଙ୍କର ଜାତି ମହତ୍ତ୍ୱ ନାହିଁ, ମାନ ଗୌରବ ନାହିଁ, କଲିବର ମହିମା ବା ଅଭିଶାପରେ ଓଡ଼ିଆ, ତେଲଙ୍ଗା, ହିନ୍ଦୁ, ମୁସଲମାନ ସମସ୍ତେ ସେଠାରେ ସମାନ ।

ଅନବରତ କାର୍ଯ୍ୟ ଚାଲିଛି । ପର୍ବତ ତାଡ଼ି ପଥର ଫଟା ଯାଉଛି, ହାତୁଳି ଧରି ପଥର ଗୁଣ୍ଡା କରାଯାଉଛି, ଆଉ, ବୁଭୁକ୍ଷୁ ମାନବ ସେ ଗୁଡ଼ାକ ବୁଭୁକ୍ଷୁ ଭାବରେ ବୋହି ନେଇ ଠାଏ ଠାଏ ଜମା କରୁଛି- ସେହିଠାରେ ରସୁଲକୋଣ୍ଡାର ବିରାଟ ଘାଇ ବନ୍ଧା ଯାଉଛି ।

ଏ ପାଖେ ପର୍ବତ, ସେ ପାଖେ ପର୍ବତ- ଏ ମଧ୍ୟରେ ମାଟି ପଥର ଓ ମାନବର ଲୀଳା ଅନେକ ଦିନ ହେଲା ଚାଲିଛି । ମଣିଷ ମୁଣ୍ଡରୁ ବାଳ ଉପୁଡ଼ି ଯାଉଛି, ଆଖିର ତେଜ କମି ଆସୁଛି, ପାଦର ଗତି ଶିଥିଳ ହୋଇପଡୁଛି, ତଥାପି ସେହି ମାନବ-କୁଲି ମାଟି, ଗୋଡ଼ି, ପଥର ବୋହିବାରୁ ବିରତ ହେଉ ନାହାନ୍ତି ।

ଏହି କୁଲି ପ୍ରାଣରେ ପୁଣି ହସ । ତାହା ବଡ଼ ବିଚିତ୍ର ଧରଣର ହସ । କିଏ କେତେ ମାଟି ବୋହିଲା, କିଏ କେତେ ପଇସା ପାଇଲା- ଏଥିରେ ହିଁ ସେମାନଙ୍କର ସାନ ବଡ଼ର ମହିମା । ସେଠି ଯେବେ କିଏ ବଡ଼ ଜାତିର ଲୋକ ଛୋଟ ଜାତିର ଲୋକକୁ ଜାତି କଥା ପଚାରେ, ଉତ୍ତର ପାଏ- “ମୁଁ କୁଲି, କୁଲିଗିରି କରି ମୁଁ ପଇସା ପାଏ ।” ଗଙ୍ଗାନାଇଡୁ, ରାମଦାସ, ମଧୁରାଉଳ, ରଘୁମିଶ୍ର ସମସ୍ତଙ୍କ ସାଙ୍ଗର ମୁଁ ଜଣେ ।

ରସୁଲକୋଣ୍ଡାର ଘାଇ ଏହିପରି ସାମ୍ୟଶିକ୍ଷା ଦେଇ ଅନେକ ଦିନ ଅନେକ ମାନବପ୍ରାଣୀଙ୍କୁ ବଞ୍ଚାଇ ରଖିଥିବା କଥା ଏବେ ମଧ୍ୟ ସେ ଅଞ୍ଚଳର ବନବାସୀ କନ୍ଧଙ୍କଠାରୁ ପ୍ରାସାଦବାସୀ ଭଦ୍ରଲୋକଙ୍କ ପର୍ଯ୍ୟନ୍ତ ଅନେକଙ୍କ ମୁହଁରୁ ନିରାଟ ସତ୍ୟ ରୂପେ ଶୁଣାଯାଏ ।

(୨)

ସେଦିନ ଏବେ ଅର୍ଦ୍ଧଶତାବ୍ଦୀରୁ ବଳିଗଲାଣି । ସେଠାରେ ମାଟି ଗୋଡ଼ି ବର୍ତ୍ତମାନ ସୁନା ପାଲଟି ମାନବର ଅକଳନ୍ତି ରତ୍ନ ଭଣ୍ଡାରରେ ପରିଣତ ହୋଇଗଲାଣି । ସେଠାର ପାଣି ବର୍ତ୍ତମାନ ଭଞ୍ଜଭୂମି ଗଞ୍ଜାମରେ ଅମୃତଧାରା ରୂପେ ଗ୍ରାମ ବିଲ ପ୍ରାନ୍ତରରେ ସୁନାର ଫୁଲ ଫୁଟାଇ ଦେଲାଣି । ଆଉ ସେ ଯୁଗର କଥା- ସେହି କୁଲି-ଧର୍ମର ସାମ୍ୟପୀଠ କଥା କିଏ ମନେ ପକାଉଛି । ସେହି ଯୁଗର ଏକ ମାତୃବର କ୍ଷୁଦ୍ର କାହାଣୀ ଏହିଠାରେ ଏତେ ଦିନ ପରେ କୁହାଯାଉଛି ।

ଦିନେ ସେଠାରେ ସନ୍ଧ୍ୟା ହେଲା । ଦୂର ମଫସଲ ଭିତରେ ଯେପରି ସନ୍ଧ୍ୟାର ନୃତ୍ୟଛାୟା ଆରମ୍ଭ ହୁଏ, ସେପରି ହେଲା ନାହିଁ । କ୍ରମେ ତରୁଲତା ମୂଳ ଅନ୍ଧାର- ତା’ପରେ ଗିରିଗୁହା ଅନ୍ଧାର, ତା’ପରେ ପର୍ବତର ଶିଖର ଦେଶ ନିଷ୍ପ୍ରଭ, ଶେଷରେ ନିଭଶ୍ଚୁମ୍ୱୀ ପାହାଡ଼ଟା କେଉଁଆଡ଼େ ଅଦୃଶ୍ୟ । ଚାହୁଁ ଚାହୁଁ ନିବିଡ଼ ଅନ୍ଧକାର ଭିତରେ ବିଶାଳ ଧରଣୀ କୁଆଡ଼େ ବୁଡ଼ିଗଲା । ଖାଲି ଶୁଭିଲା ବନ୍ୟ ପଶୁର ବିକଟ ଚିତ୍କାର, ଆଉ ପବନର ସନ ସନ ଶବ୍ଦ ।

ସେହି ଭିତରେ କିନ୍ତୁ ଧରଣୀବାସୀ ସେହି ଶ୍ରାନ୍ତ କ୍ଳାନ୍ତ କୁଲିଗୁଡ଼ାକ ଆନନ୍ଦରେ ଅଧୀର ହୋଇ ମାତି ଉଠିଲେ । କିଏ କହିଲା-

“ଜୟ ହେ ରଘୁପତି ରାଜା ରାମ ।”

କିଏ କହିଲା-

“କହ ଭାଇ, ଆଲ୍ଲା ହୋ ଆକବର ।”

କାହାର ଗମ୍ଭୀର ସ୍ୱର ଚମକ ଦେଇ ଉଠିଲା-

“ବଂ ବଂ ଶିବ- ଭୋଳାନାଥ. . . ।”

ଏହିପରି କେତେ ପ୍ରକାରେ ମହା-ମହିମଙ୍କ ମହିମା ସଙ୍ଗୀତ ଶୁଣାଗଲା । ରସୁଲକୋଣ୍ଡାର ନିର୍ଜୀବ ଗୋଡ଼ି, ମାଟି, ପଥର ଭିତରୁ ପ୍ରତିଧ୍ୱନି ଉଠି ବେଳେ ବେଳେ ଶାନ୍ତ ନୈଶ ଗଗନକୁ ଚମକାଇ ଦେଇ ନୂତନ ବିଶ୍ୱ ସୃଷ୍ଟିକଲା ।

ସେହି ସନ୍ଧ୍ୟାରେ ଘାଇରେ କାମ କରୁଥିବା କୁଲିମାନଙ୍କର ଏକ ବଣଭୋଜୀ । ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କର ଉତ୍ସବ । ସମସ୍ତେ କୁଲି- ସମସ୍ତେ ବୁଝିଥିଲେ ସେଠି ସମସ୍ତେ ସମାନ । ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା । ତେଣୁ ସମସ୍ତେ ସମସ୍ତଙ୍କୁ ଜାଣିଥିଲେ- ସମସ୍ତେ ସମସ୍ତଙ୍କୁ କୁଲି ବୋଲି ପରିଚୟ ଦେଉଥିଲେ ।

ସେହି ଭୋଜୀରେ ସାମ୍ୟ ଧର୍ମ ପାଳିତ ହେଲା ।

ତାପରେ

ଲୋକପ୍ରିୟ ଲେଖା

To Top