ଗଳ୍ପ

ଜୀବନର ମାପକାଠି

Paramita Mishra's odia story Jeebanara Maapakathi

ସେତେବେଳେ ବୋଉ ନନ୍ଦୁ ଖୁଡି କଥା ହେଉଥିଲେ ଆମ ବାହାଘର କରେଇବାକୁ ନେଇ । ମୁଁ କିନ୍ତୁ ରୋକଠୋକ୍‍ ମନା କରିଥିଲି ଏ ଗଧୁଣି କୁ କିଏ ବାହାହେବ ।

ଜୀବନର ମାପକାଠି

ରାଜଧାନୀ ରାସ୍ତା ଦୁଇ ପାର୍ଶ୍ୱରେ ସବୁଜ ବନାନି । ଭରତ୍ ସକାଳ ଭ୍ରମଣରେ ଚାଲୁଚି ସତ କିନ୍ତୁ ମନ ରେ ଅନେକ ପ୍ରଶ୍ନ । ଏଡେ ବଡ କଲେଜର ପ୍ରଫେଶର୍ ସେ ତଥାପି…..। କେତେ ପରିଶ୍ରମ କରି ପାଠ ପଢିଲା । କ୍ୟାରିଅର ଫାଷ୍ଟ କ୍ଲାସ ,ତାର କଣ କିଛି ମୁଲ୍ୟ ନାହିଁ । ମନରେ ଏମିତି ଭାବନା ଟା କଣ ଈର୍ଶା ନା ..। ନା ନା ବୋଧେ ମୋ ଆଖି ଧୋକା ଖାଇଚି ସେ ଆଉ କିଏ । ଆଖିକୁ ବିଶ୍ୱାସ ହେଉନି ଜେ କାଲି କ୍ଲାସ ରୂମ ରେ ସେ ଯେଉଁ ପାଠ ଟା ପଢେଉଥିଲି ତାର ଲେଖକ ନନ୍ଦିତା ମିଶ୍ର, ନା ଜମା ନୁହଁ ଏ ନନ୍ଦିତା ମିଶ୍ର ସେ ନନ୍ଦୁ କେବେ ହୋଇନଥିବ । କିନ୍ତୁ ପାଖରେ ଫଟୋଟା ତ ଚିହ୍ନା ଚିହ୍ନା ଲାଗୁଚି ।ରାଜଧାନୀ ରାସ୍ତା ଦୁଇ ପାର୍ଶ୍ୱରେ ସବୁଜ ବନାନି । ଭରତ୍ ସକାଳ ଭ୍ରମଣରେ ଚାଲୁଚି ସତ କିନ୍ତୁ ମନ ରେ ଅନେକ ପ୍ରଶ୍ନ । ଏଡେ ବଡ କଲେଜର ପ୍ରଫେଶର୍ ସେ ତଥାପି…..। କେତେ ପରିଶ୍ରମ କରି ପାଠ ପଢିଲା । କ୍ୟାରିଅର ଫାଷ୍ଟ କ୍ଲାସ ,ତାର କଣ କିଛି ମୁଲ୍ୟ ନାହିଁ । ମନରେ ଏମିତି ଭାବନା ଟା କଣ ଈର୍ଶା ନା ..। ନା ନା ବୋଧେ ମୋ ଆଖି ଧୋକା ଖାଇଚି ସେ ଆଉ କିଏ । ଆଖିକୁ ବିଶ୍ୱାସ ହେଉନି ଜେ କାଲି କ୍ଲାସ ରୂମ ରେ ସେ ଯେଉଁ ପାଠ ଟା ପଢେଉଥିଲି ତାର ଲେଖକ ନନ୍ଦିତା ମିଶ୍ର, ନା ଜମା ନୁହଁ ଏ ନନ୍ଦିତା ମିଶ୍ର ସେ ନନ୍ଦୁ କେବେ ହୋଇନଥିବ । କିନ୍ତୁ ପାଖରେ ଫଟୋଟା ତ ଚିହ୍ନା ଚିହ୍ନା ଲାଗୁଚି ।

ନିଜର ଉତ୍ସୁକତା ଆହୁରି ଅଧିକ ହେବକୁ ଲାଗିଲାଣି । ସତ ଟା ଜାଣିବାକୁ ହିଁ ପଡିବ । କିନ୍ତୁ କାହାକୁ ପଚାରିବି କୋଉ ସାଙ୍ଗ ସହ ଆଉ ସେମିତି ସମ୍ପର୍କରେ ବି ନାହିଁ । ସାଥି ପ୍ରଫେସର୍‍ ମାନଙ୍କୁ ପଚାରିଲେ ସେମାନେ କଣ ଯେ ଭାବିବେ କିନ୍ତୁ ତଥାପି ରମେଶକୁ ପଚାରିଦେଲା ରୁ ସେ ମୋ ମୁହଁ କୁ ବଲବଲ କରି ଚାହିଁ ରହିଲା.. । କହିଲା ଭରତ ତୁ ନିଉଜପେପର୍‍ ପଢୁନୁ କି ନନ୍ଦିତା ମିଶ୍ର ଏକ ଜଣାସୁଣା ଚେହେରା । ପ୍ରତିଦିନ ତାଙ୍କର ଗୋତେ କଲମ୍‍ ତ ନିଶ୍ଚୟ ଥିବ । ହଁ ହଁ ଜାଣିଚି ମୁ ତେବେ ତୁ କହ ତୁ ଆଉ କଣ ଜାଣିଚୁ ରମେଶ କହିଲା, ତେବେ ଅଧିକ ଜାଣିବାକୁ ଚାହୁଁଚୁ ତ ହେଲେ ଇନ୍ଟେରନେଟରେ ଖୋଜିବାକୁ ଚେଷ୍ଟା କର ତାଙ୍କ ବିଷୟରେ ସବୁ ପାଇଜିବୁ । କ୍ଷଣିଏ ସେଇ ଚେୟାରରେ ସ୍ଥିର ହୋଇ ବସିଗଲା ଭରତ । ହୁଏତ ଆଗରୁ ବହୁତ ଥର ଏଇ ନା ଟିକୁ ପଢିଚି କିନ୍ତୁ ମୁ କେବେ ଏ ଆଡକୁ ଏତେ ଧ୍ୟାନ ଦେଇନଥିଲି, ଅବା ଆଶା କରିନଥିଲି ତେଣୁ…। ନନ୍ଦୁ ର ନାଁ କୁ ଏବେ ଇନ୍ଟେରନେଟ ରେ ଖୋଜାଜାଉଛି । ଏତ ନିଶ୍ଚିତ ଯେ ସେ ନନ୍ଦୁ ନୁହଁ ଭାବି ବି ପକେଟ୍‍ ରୁ ଫୋନ୍‍ ଟା ବାହାର କରି ସାଙ୍ଗେ ସାଙ୍ଗେ ଖୋଜିବା ଆରମ୍ଭ କରିଦେଲା । ଫଟୋଗୁଡାକୁ ତନଖି ତନଖି ଦେଖିବାକୁ ଲାଗିଲା , ଏ ତ ନନ୍ଦୁ ଆମ ଗାଁ ରତନ କକାଙ୍କ ଝିଅ ହଁ କିଛି ବଦଳି ଜାଇଛି ଏତେ ସୁନ୍ଦର ତ ଆଗରୁ କେବେ ଦିଶିନି । ହଁ ମନେ ଅଛି ମୋର ପିଲା ବେଳେ ପାଠ ପାଇଁ କେତେ ମାଡ ଖାଏ କାକାଙ୍କ ଠୁ । ଏଇ ଗିତ, ଗପ ପିଲାବେଳୁ ହିଁ ତାର ଅଭ୍ୟାସ । ପାଠ ଛାଡି ଏଇ ସବୁ କରୁଥିଲା । ମୋର ଆଜି ବି ମନେ ଅଛି ମୁ ଆମ ତାଲୁକାର ମ୍ୟାଟ୍ରିକରେ ଟପର ଥିଲି, ନନ୍ଦୁ କମ ମାର୍କ ରେ ପାସ୍ କରିଯାଇଥିଲା । ମୁ ସାଇନ୍ସରେ ଆସିଲି ଆଉ ନନ୍ଦୁ ଆର୍ଟସ୍‍ ରେ ଗଲା । ସେଠି ବି ମୁ ଟପ୍‍ କରିଥିଲି । ସେତେବେଳେ ବୋଉ ନନ୍ଦୁ ଖୁଡି କଥା ହେଉଥିଲେ ଆମ ବାହାଘର କରେଇବାକୁ ନେଇ । ମୁଁ କିନ୍ତୁ ରୋକଠୋକ୍‍ ମନା କରିଥିଲି ଏ ଗଧୁଣି କୁ କିଏ ବାହାହେବ । ଜାଣିଥିଲି ନନ୍ଦୁ ବି ମନେ ମନେ ପସନ୍ଦ୍ କରୁଥିଲା, ମୁ କିନ୍ତୁ ଆଉ ପଛ କୁ ଫେରିଚାହିନି । ଆଖି ଟଳ ଟଳ କରି ଚାହି ରହିଥିଲା, ମୁ ସହର କୁ ଚାଲିଗଲି ଆଗକୁ ପାଠ ପଢିବା ପାଇଁ । ତେବେ ସେ ଆଜି ବି ମୋ ଅପେକ୍ଷା ରେ ଥିବ ? ହେଁ ଏମିତି ଭାବିବା ଟା ମୋର ଭୁଲ କାଲି ଯାଏଁ ତ ତା କଥା ଭାବିନଥିଲି ତେବେ ଆଜି କାହିକି କଣ ତାର ପ୍ରଖ୍ୟାତି ଦେଖି ।

ଜୀବନରେ ଯାହା ଚାହିଁଲି ସବୁ କୁ ପାଇଲି । ଜାହାକୁ ଚାହିଲି ତାକୁ ବାହାହେଲି । ଏ ଅଲଗା କଥା କଥା ଯେ ଆଜି ଆମେ ଏକାଠି ରହୁନୁ । ମିତା ଆଉ ମୁଁ ଗୋଟେ କଲେଜରେ କାମ କରୁଥିଲୁ ବର୍ତମାନ ସେ ଦିଲ୍ଲୀ ୟୁନିଭେର୍‍ସିଟିରେ କାର୍ୟ୍ୟରତ । ଆମର ଗୋଟିଏ ବୋଲି ଝିଅ ଭୁମି ମିତା ପାଖରେ ରହୁଚି । ମିତା ଆଉ ମୋର ଛାଡପତ୍ର ହୋଇଗଲାଣି । ଝିଅ କୁ ଦେଖିବାକୁ ଯାଇଥାଏ ମୁଁ । ଭାବୁଛି ଏସବୁ କାହିଁକି ଘଟିଗଲା ,କୋଉଠି ଭୁଲ୍‍ ରହିଲା,ଏବେ ଆଉ ଏସବୁ ଭାବିବାରେ କିଛି ଲାଭ ନାହିଁ ।

ଏବେ କାହିଁକି କେଜାଣି ନନ୍ଦୁକୁ ଟିକେ ଦେଖିବାକୁ ଭାରି ଇଚ୍ଛା ହେଉଛି । କିନ୍ତୁ ସେ ଯଦି ମୋତେ ଧକ୍କା ମାରି ବାହାର କରିଦିଏ, ସେଦିନ ର ପ୍ରତିସୋଧ ନିଏ ତାହେଲେ, ଇଣ୍ଟେରନେଟ୍‍ ରେ ତାର ଠିକଣା ଟା ମିଳିଗଲା । କାଲି ରବିବାର ମୁଁ ନିଶ୍ଚୟ ଜିବି ପାଖକୁ ନଗଲେବି ଦୁରରୁ ଦେଖିକି ଆସିଯିବି ।

ରବିବାର ସକାଳୁ କେତେବେଳେ ଯେ ହିଁ ପାଦ ନନ୍ଦୁ ଘର ଆଡକୁ ଗଡିଗଲା । କିନ୍ତୁ ଭିତରକୁ ଯିବାକୁ ସାହସ ନଥିଲା

ଦୁରରୁ କୃଷ୍ନଚୁଡା ଗଛ ଆହୁଡାରେ ରହି ଦେଖିବାକୁ ଚେଷ୍ଟା କରୁଥିଲି, ଅତି ସୁନ୍ଦର ସ୍ୱତନ୍ତ୍ର ଘର ଟିଏ । ଘର ବାହାରେ ଛୋଟିଆ ବଗିଚା ଖଣ୍ଡେ ତା ଠାରୁ କିଛି ଦୁରରେ ବେତ ଚେୟାର ରେ କେହିଜଣେ ସ୍ତ୍ରୀ ଲୋକ ମୋ ଆଡକୁ ପଛ କରି ବସିଛନ୍ତି । ଘର ଭିତରୁ କେହି ଜଣେ ପୁରୁଷ ବାହାରିଲେ ହାତ ରେ ଦୁଇ କପ୍‍ ଚା ଧରି , ଆଉ ସେ ସ୍ତ୍ରୀଲୋକ ଆଡକୁ ବଢାଇ ଦେଲେ । ସ୍ତ୍ରୀ ଲୋକ ଜଣକ ନିଜ ହାତ ର କଲମ ଟିକୁ ନିଜ ର ଜୁଡା ଭିତରେ ଖେଞ୍ଚି ପକାଇ ଚା କପ ଟି ଧରିଲେ । ଇଏ କିଏ ? ଆଉ କୋଉ ଭୁଲ ଠିକଣାରେ ଆସିଗଲି କି ?

– ତା’ପରେ –

ଲୋକପ୍ରିୟ ଲେଖା

To Top