ଗଳ୍ପ

ଜୀବନର ମାପକାଠି

Paramita Mishra's odia story Jeebanara Maapakathi

ସ୍ୱାମି କୁ ଦେଖେଇ କହିଲା ଆମ ଗାଁ ସୁର ଦାଦାଙ୍କ ପୁଅ ତୁମକୁ କହିଥିଲିନା ୟାଙ୍କ ବିଷୟ ରେ ଆଉ ମତେ ପରିଚୟ କରେଇଲା – ଏ ମୋର ସ୍ୱାମି ଶ୍ରୀଯୁକ୍ତ ବିଭୁତିଭୁଷଣ ମିଶ୍ର ।

ଜୀବନର ମାପକାଠି

-: ପୂର୍ବରୁ :-

ଆରେ ଏ ତ ନନ୍ଦୁ ତାର ଏ ପୁରୁଣା ଅଭ୍ୟାଶ ଏ ଯାଏଁ ଯାଇନି ! କିନ୍ତୁ ପୁରୁଷ ଜଣକ, ନିଶ୍ଚୟ ତାର ସ୍ୱାମି । ଆଉ ଆଗକୁ ବା କଣ ଜିବି କେଉଁ ପରିଚୟ ଦେବି ନନ୍ଦୁ ର ସ୍ୱାମି କୁ ? ଖାଲି ଟିକେ ନନ୍ଦୁ ମୁହଁଟା ଦେଖିଦେଇ ମୁ ଚାଲିଯିବି । ହଠାତ୍`ଦୁଇଟି ଛୋଟ ଛୁଆ ଭୋ କରି ମତେ ପଛ ପଟେ ଧରି ନେଲେ ଆଉ କହୁଥିଲେ “ଆମେ ଚୋର ଧରିନେଲୁ”। ମୋତେ ଟିକେ ଅସହଜ ବୋଧ ହେଲା ନନ୍ଦୁ ଏବଂ ତାର ସ୍ୱାମି ମୋ ପାଖକୁ ଆସିଗଲେ । ମୁ କିଛି କହିବା ପୁର୍ବରୁ ନନ୍ଦୁ ମୋ ଗୋଡ ତଳେ ପଡି ମୁଣ୍ଡିଆ ହେଲା ଆଉ କହିଲା ଆରେ ଭରତ ଭାଇ ତମେ ଏଠି ? ଆସ ଆସ ଘର କୁ ଆସ । ଆଜି ମୋର କି ଭାଗ୍ୟ ! ସ୍ୱାମି କୁ ଦେଖେଇ କହିଲା ଆମ ଗାଁ ସୁର ଦାଦାଙ୍କ ପୁଅ ତୁମକୁ କହିଥିଲିନା ୟାଙ୍କ ବିଷୟ ରେ ଆଉ ମତେ ପରିଚୟ କରେଇଲା – ଏ ମୋର ସ୍ୱାମି ଶ୍ରୀଯୁକ୍ତ ବିଭୁତିଭୁଷଣ ମିଶ୍ର । ବିଭୁ ବାବୁ ମୋ ସହ ହାତ ମିସାଇଲେ । ମତେ ଚେୟାର ଦେଇ ଆଉ କପେ ଚା ପାଇଁ ଭିତରକୁ ଗଲେ । ମୁ ଭାବୁଥିଲି ନନ୍ଦୁ ଅଭିମାନ ରେ କିଛି କହିବ, ପ୍ରଥମେ ଭାଇ ଡାକି ମୋ ପାଦ ଛୁଇଁ ସେ ସ୍ପଷ୍ଟ କରିଦେଲା ଯେ ତା ମନ ରେ ମୋ ପାଇଁ କିଛି ନାଇଁ ଛୁଆଙ୍କୁ ଆଖି ଦେଖେଇ କହିଲା ମାମୁଁଙ୍କୁ ଏମିତି ହଇରାଣ କରନ୍ତି ? ଜାଅ ଖେଳିବ ।

ବୁଝିଲ ଭାଇ ପିଲା ଗୁଡା ପୁରା ବିଗିଡି ଜାଇଛନ୍ତି । ଆଉ ଘରେ ସବୁ ଭଲ ତ ? ସେ ଏକାନ୍ତରେ ଯାହା କହିବ ଭାବୁଥିଲି ସେ ବିଭୁ ଆସିଲା ପରେ ସେ ସବୁ ଆରମ୍ଭ କଲା । କହିଲା ବୁଝିଲ ଭାଇ ମୁ ତୁମର ଋଣ କେମିତି ସୁଝିବି ବିଭୁ ଆଡକୁ ମୁହଁ କରି ତାଙ୍କ ହାତ ଟିକୁ ଧରି ନନ୍ଦିତା କହୁଥିଲା ତୁମେ ସେଦିନ ମତେ ତିରସ୍କାର ନକରିଥିଲେ ମୁ ବିଭୁଙ୍କୁ କେବେ ପାଇ ପାରି ନଥାନ୍ତି । ବିଭୁ ବାବୁ ଚା କପ ଟି ମୋ ଆଡ କୁ ବଢାଇ ଦେଇ କହିଲେ ଧନ୍ୟବାଦ୍‍ ଭରତ୍‍ ବାବୁ । ମୁ ଲଜ୍ଜ୍ୟାସ୍ପଦ ହୋଇ ଚା କପ୍‍ ଟି ଧରିନେଲି ସିନା କିନ୍ତୁ ଭାରି ଖରାପ ଲାଗୁଥିଲା ଭାବୁଥିଲି ଏ ନନ୍ଦୁ ପେଟ ରେ ଲୁଣ ଟିକେ ବି ହଜମ ହୁଏନି । ଏସବୁ କଥା ସେ ସବୁ ବିଭୁ କୁ କହି ଦେଇଛି ହେଲେ ମୁ ତ କେବେ ମିତା ସହ ଏମିତି କଥା ହୋଇନି।

ବିଭୁ, ନନ୍ଦୁ ପାଖ ଚେୟାର ରେ ବସିଗଲେ । ଅତି ସ୍ୱଳ୍ପ ଭାସି ଲୋକ ଟିଏ କିନ୍ତୁ ହସ ଟି ଚିରସ୍ଥାଇ । ନନ୍ଦିତା କହିଲା ତୁମେ ତ ଏତେ ବଡ କଲେଜରେ ପ୍ରଫେସର, ବହୁତ ଗର୍ବ ଲାଗୁଚି ଭାଇ, ମୁ ତୁମର ସବୁ ଇଣ୍ଟରଭ୍ୟୁ ଶୁଣେ । ଶୁଣିକି ଟିକେ ହସ ଲାଗିଲା ବଦଳରେ ମୁ ବି ତାକୁ ତା ବିଷୟ ରେ ପଚାରିଲି, ଆଜି ବି ସେଇ ଭୋଲିପଣ, ହସି ଦେଇ କହିଲା, ଛାଡ ଭାଇ ମୁଁ ଆଉ କଣ କରିବି ମତେ ଆଉ କଣ ଆସେ, ସେମିତି କିଛି ବଡ କାମ କରିପାରିଲିନି । ତମେ ତ ଜାଣିଛ, ମୋର ଲେଖିବାର ପିଲାବେଳୁ ଟିକେ ଥିଲା । ଭାଗ୍ୟ କୁ ସ୍ୱାମି ଟି ବି ସେମିତି ମିଳିଲା ଭାଇ, ସେ ଆହୁରି ପ୍ରେଋଣା ଦେଲେ । ଆମ ଦୁଇଙ୍କର ବିଚାର ବି ଗୋଟେ, ଜୀବନ ଠାରୁ ବେଶି କିଛି ଅପେକ୍ଷା ନାହି ଆମର, ଆମ ଜୀବନରେ ପଇସା କମେଇ ପାରିଲୁନି ଭାଇ ଏଇ ଘର ପାଖରେ ଛୋଟିଆ ସ୍କୁଲ ଟି ବନେଇଛୁ, ଆଖ ପାଖ ର ଗରିବ ଛୁଆ ମାନଙ୍କୁ ପାଠ ପଢାଉ ବାସ୍‍ !

ଏତେ ସବୁ କଥା ସେ ଗୋଟେ ସୁର ରେ କହି ଜାଉଥିଲା ଆଉ ମୁ ତା କଥା ସବୁ ପାଣି ପରି ପିଇ ଜାଉଥିଲି।

ନନ୍ଦୁ କହିଲା ଛାଡ ମ ସେସବୁ କଥା ଭାଇ ତୁମେ ମୋ ଘର କୁ ପ୍ରଥମ ଥର ପାଇଁ ଆସିଛ ନଖୁଆଇ ଛାଡିବିନି । ମୁ ଧ୍ୟାନରୁ ବାହରି ହଠାତ୍‍ କହିଉଠିଲି ଆରେ ନା ନା ମୁଁ ଏଥର ଜାଉଛି ଆଉ କେବେ ଆସିବି । ଭୁଲ ସମୟରେ ଆସିଗଲି ଆଜି ରବିବାରଟାରେ ତୁମର ଶାନ୍ତି ଭଙ୍ଗ କଲି । ନନ୍ଦୁ ସ୍ୱାମିଙ୍କୁ ଇଙ୍ଗିତ କରି କହିଲା ନା ନା ଭାଇ ବିଲକୁଲ ଠିକ୍‍ ସମୟ ରେ ଆସିଛ, ଆଜି ରନ୍ଧା ପାଳି ଟା ବାବୁଙ୍କର । ଆମେ ବସିକି ଶାନ୍ତି ରେ କଥା ହେବା । ଖାଇକି କହିବ ମୋ ସ୍ୱାମି କେମିତି ରାନ୍ଧିନ୍ତି ।

ମୁଁ କେବେ ଭାବିନଥିଲି ଯେ ଏତେ ପ୍ରତିଷ୍ଠିତ ଲେଖିକା ଏତେ ସଧାରଣ ଜୀବନ ଜାପନ ଆଉ ସର୍ବୋପରି ତାର ପ୍ରତିଷ୍ଠା ପାଇ ବି ଟିକେ ଗର୍ବ ନାହିଁ । ବିଭୁ ବାବୁ ସହ ବହୁତ ସମୟ କଥା ହେଲାପରେ ତାଙ୍କ ଆଗରେ ସମ୍ମାନରେ ମୋ ମୁଣ୍ଡ ତଳକୁ ହୋଇଗଲା । ମୋ ଭାବନା ଠୁ ବହୁତ ଉପରେ ସେ, ବହୁତ ବଡ ଘର ର ପୁଅ, ନିଜର ସର୍ବସ୍ୱ ସମ୍ପତ୍ତି ସମାଜ ପାଇଁ ଦାନ ରେ ଦେଇ ଦେଇଚନ୍ତି । ତଥାପି ତାଙ୍କର ସ୍ତ୍ରୀ ପ୍ରତି ସମ୍ମାନ ଆଉ ଦରଦି ହ୍ରୁଦୟ କୁ ଦେଖି ମତେ ନିଜକୁ ଲାଜ ଲାଗୁଥିଲା । ଭାବୁଥିଲି ନିଜ କାମ ରେ ଆଉ ନାଁ କମେଇବାରେ ଏତେ ବ୍ୟସ୍ତ ରହୁଥିଲି ଯେ ମିତା କୁ ଘରେ କେବେ ସାହାଯ୍ୟ ଦରକାର ବୋଲି ମୁଣ୍ଡରେ ପସିନି ମଧ୍ୟ । ଆଜି ଭାବୁଛି ଆମ ବିବାହର ଏ ଅବସ୍ଥା କାହିଁକି ହୋଇଛି । ସବୁବେଳେ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲି, ଆଜି ନିଜକୁ ବହୁତ ଛୋଟ ଅନୁଭବ କରୁଥିଲି । କାଲି ଯେଉଁ ନନ୍ଦୁକୁ ମୁ ନିକୃଷ୍ଠ ଭାବି ଧୁତ କାରି ଆସିଥିଲି ଆଜି ନନ୍ଦିତା ମିଶ୍ର ଏତେ ଉପରକୁ ଉଠି ଜାଇଛି ଯେ ମୁ ତାକୁ ଆଖି ଉଠେଇ ଚାହିଁ ପାରୁନି । ସବୁଥିରେ ପ୍ରଥମ ଆସି ମଧ୍ୟ ଆଜି ମୁ ହାରି ଯାଇଛି, ଆଉ ନନ୍ଦୁ କେଉଁ ଥିରେ ଜିତୁ ବା ନ ଜିତୁ ଜୀବନରେ ଜିତି ଜାଇଛି । ଆଉ ବସିବାକୁ ଅସହ୍ୟ ହେଉଥିଲା କିନ୍ତୁ ନନ୍ଦୁକଥା ଟାଳିପାରିଲିନି ସେ ଦିନ ସେଠି ଖାଇକି ଆସିଲି।

ଜୀବନର ମାପକାଠି କ’ଣ ? ସଫଳତା ନା ସନ୍ତୁଷ୍ଟି ! ହୁଏତ ସଫଳତା, କିନ୍ତୁ ସନ୍ତୁଷ୍ଟ ରହିବା ନିଶ୍ଚିତ ଏକ ବଡ କଳା ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top