ଗଳ୍ପ

ଖସଡ଼ା ବାଟ

Dr Sharat Chandra Parida's odia story Khasadaa Baata

ଏକାନ୍ତରେ ବାରମ୍ୱାର ଦେଖା ଚାହାଁ ମିଳାମିଶାରେ ଛାତି ତଳର ନିଆଁ ଆଖି ଆଇନାରେ ଧରା ପଡ଼ିଯାଇଥିଲା । କାମ ଜାତିଗୋତ୍ର ପଦପଦବୀ ମାନମର୍ଯ୍ୟାଦା ବଳବୟସକୁ ଅପେକ୍ଷା କରେ ନାଇଁ ।

ଖସଡ଼ା ବାଟ

ପାଠପଢ଼ା ସାରି ବାସୁ ବାବୁ ଗାଁ ମାଟି ଛାଡ଼ନ୍ତି । କିନ୍ତୁ ଗାଁର ମୋହକୁ ଏଡ଼ାଇବେ କିପରି ? ଚାକିରୀ ଜୀବନରେ କେତେବେଳେ କେମିତି ଟିକିଏ ଦାୟିତ୍ୱ ମୁକ୍ତ ହେଲେ ଫେରି ଯା’ନ୍ତି ଗାଁର କୋଳକୁ । ତା’ର ପଣତ ତଳକୁ । ସକାଳେ ଓ ସଞ୍ଜରେ ବୋରଡ଼ମ୍ କଟେଇବା ପାଇଁ ଖଣ୍ଡେ ଦୂରରେ ଥିବା ପୋଲ ଉପରକୁ ଚାଲିଯାନ୍ତି । ଯଦି ପୁରୁଣା ସାଙ୍ଗ ବା ଚିହ୍ନା ଜଣା ଲୋକ ଜୁଟି ଯା’ନ୍ତି ମନ ଖୋଲି କେଇ ପଦ କଥା ହୁଅନ୍ତି । ନତୁବା ଶୂନ୍ୟତାର ନୀରବତାରେ ଆତ୍ମବିଭୋର ହୋଇ ଦିଗ୍ବଳୟ ବ୍ୟାପୀ ଧାନ କିଆରି, ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟ, ଜାମୁଜୋରି ପୋଖରୀର କଇଁଫୁଲର ଶୋଭା ଦେଖନ୍ତି । ସେଦିନ ଘରୁ ବାହାରି ଛକରେ ପହଞ୍ଚିଲା ବେଳକୁ ଗାଁର ନଟିଆ ଦାଦା ଭେଟ ପଡ଼ିଗଲେ । ବୟସ ପାଖାପାଖି । ତଳ ଉପର ଶ୍ରେଣୀରେ ପଢୁଥିଲେ । ବେଙ୍ଗଡ଼ିଆଁ ପରି କେତେ ବର୍ଷ ବ୍ୟବଧାନ ପରେ ଦେଖା । “ଆରେ ବାସୁ କିରେ, ଚାଲ ପୋଲ ଆଡ଼େ ବୁଲି ଯିବା ।” ଏମିତି ଆକସ୍ମିକ ସାକ୍ଷାତ୍ ଓ କିଛି ସମୟ ଏକାନ୍ତରେ ବିତାଇବାର ସୁଯୋଗକୁ ବାସୁ ବାବୁ ହାତ ଛଡ଼ା କରନ୍ତେ କିପରି ? “ହଉ, ଚାଲ ଯିବା ।” ଦୁହେଁ ଧୀର ମନ୍ଥର ଗତିରେ ଚାଲିଲେ ଜାମୁଜୋରି ପୋଲ ଉପରକୁ ।

ସର୍ବସାଧାରଣ ରାସ୍ତାରେ ପୋଲଟି ବହୁ ବର୍ଷ ପରେ ତିଆରି ହୋଇଚି । ଚେକା ଚେକା ଖୁଣ୍ଟର ମଥାନରେ ଢଳେଇ ପୋଲ । ଖୁଣ୍ଟର ଦୁଇପାର୍ଶ୍ୱରେ କିଛି ଥାନ ଛଡ଼ା ଯାଇଥାଏ । ତା’ ଉପରେ ପାଦ ଥାପି ଅଳ୍ପ ଦୂରତ୍ୱରେ ବସି ପଡ଼ିଲେ ନଟିଆ ଦାଦା ଓ ବାସୁ । ନିଜ ନିଜର ଚାକିରୀ ଜୀବନରେ କ’ଣ କ’ଣ ସବୁ ଘଟୁଚି, ପାରିବାରିକ ଜୀବନ ଓ ଗାଁର ହାଲଚାଲ ଏ ସବୁ ବିଷୟରେ ଛେକ ଛେକ କରି ଆଲୋଚନା ହେଉଥାଏ । ମଝିରେ ମଝିରେ ନାନା କଥା ଉପରେ ହାଲ୍କା ଟିପ୍ପନୀ ଦେଇ ହସାହସି ହୁଅନ୍ତି ଦାଦି ପୁତୁରା । କଥା ଝୁଙ୍କରେ କେତେ କୁଆଡୁ ବିଷୟ ଗପି ହୋଇଯାଉଥାଏ, ଢିଙ୍କିରେ ଧାନ କୁଟିବା ପରି । ପଶ୍ଚିମ ଆକାଶରୁ ସୂର୍ଯ୍ୟ ଓହ୍ଲାଇବାକୁ ବସିଥା’ନ୍ତି । ଗାଁର ଗାଈ ବଳଦ ଛେଳି ମେଣ୍ଢା ଧୂଳି ଉଡ଼େଇ ପୋଲ ଉପରେ କଠଉ ମାଡ଼ିଲା ପରି ଖୁରାରେ ଠକ୍ ଠକ୍ ଶବ୍ଦ ସର୍ଜନା କରି ଫେରୁଥାନ୍ତି । ହଠାତ୍ ଶହେ ମିଟର ଦୂରରେ ଜଣେ କିଏ ଆସୁଥିବାରୁ ଦେଖାଗଲା । ସେ ଥିଲେ ଜଣେ ଯୁବତୀ । ତାଙ୍କ ଆଡ଼େ ଚାହିଁବା ନୀତି ବିରୁଦ୍ଧ ବୋଲି ବାସୁ ବାବୁ ଆଖି ଫେରାଇ ନେଲ । କିନ୍ତୁ ନଟିଆ ଦାଦି କାଇଁକି କେଜାଣି ଯୁବତୀ ଆଡ଼କୁ ନିରିଖେଇ ଅନିଶା କରି ରହିଥାନ୍ତି ଚକ୍ଷୁର୍ଲଜ୍ଜା ନ ରଖି । ବାସୁ ବାବୁଙ୍କୁ ଏହା ଖାପଛଡ଼ା ଲାଗୁଥାଏ । ତଥାପି ନଟିଆ ଦାଦାଙ୍କ ଆଖିର ଆଇନାରୁ ସେ ଯୁବତୀ ଜଣଙ୍କୁ ଦେଖୁଥାନ୍ତି । ଯୁବତୀଟି ପାଖେଇ ଆସୁଥିବାରୁ ପାଟିରୁ କଥା ଆସ୍ତେ ଆସ୍ତେ ସରି ଯାଉଥାଏ ସଙ୍କୋଚରେ । ଯୁବତୀ ପାଖ ପାରି ହେଲା ବେଳକୁ ତାଙ୍କର ଭାରାକ୍ରାନ୍ତ ପଦ ବିନ୍ୟାସକୁ ଯାହା ଥରେ ଦେଖି ନେଉଥିଲେ ବାସୁ ବାବୁ ।

ଯୁବତୀ ଜଣକ ଶ୍ରୁତିଗୋଚରରୁ ଚାଲିଯାନ୍ତେ ନଟିଆ ଦାଦା ପଚାରିଲେ- “ଚିହ୍ନିଲୁ ?” ବାସୁ ଆବା କାବା । କାହା କଥା ପଚାରୁଛନ୍ତି ଭାବି ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହନ୍ତେ ନଟିଆ ଦାଦା ଆରମ୍ଭ କଲେ- “ୟେ ହେଉଛି ସେ ଝିଅଟି ।” ବାସୁ ବାବୁଙ୍କ ଜିଜ୍ଞାସା ଓ ଉତ୍କଣ୍ଠା ଅସମ୍ଭବ ଭାବରେ ବଢ଼ି ଯାଇଥିଲା, କିଏ ସେ ଝିଅ ? ନଟିଆ ଦାଦା କହିଲେ- “ଏ ଯେଉଁ ଯୁବତୀ ଆମ ପାଖ ଦେଇ ଚାଲି ଯାଉଥିଲା ତା’ ମୁଣ୍ଡରେ ଥିଲା ଏକ ଅଖାବସ୍ତା । ବସ୍ତାର ଓଜନ ମୁଣ୍ଡରୁ ବାରି ହୋଇ ପଡୁଥିଲା । ଦେହରେ ସାମାନ୍ୟ ହଳଦି ରଙ୍ଗର ମଳିନ ଶାଢ଼ି । ଚାହାଁଣିରେ ନ ଥିଲା ସରସତା । ସତେ ଯେମିତି ଉଦାସପଣରେ ସେ ସମ୍ପୂର୍ଣ୍ଣ ସ୍ନାନ କରି ସାରିଚି । ମଥାର ଭାରକୁ ସମ୍ଭାଳି ନ ପାରି ସତେ ଯେମିତି ବେକ ବିଦ୍ରୋହ କରୁଥିଲା । ହାତ ଦି’ଟା ବେକକୁ ସମର୍ଥନ କରି ବସ୍ତାକୁ ମଝିରେ ମଝିରେ ମଥା ଉପରକୁ ଟେକି ଦେଉଥିଲେ । ହାତ ଦୁଇଟାକୁ ପଛେ କିଛି ସମୟ କଷ୍ଟ ହେଉ ମଥା ତ କିଛି କ୍ଷଣ ପାଇଁ ଭାରମୁକ୍ତ ହୋଇଯିବ । ଯୁବତୀ ଜଣକ ନିଜ ମୁଖକୁ ଲୁଚାଇବାକୁ ଚେଷ୍ଟା କରି ହାରି ଯାଉଥିଲା । ସମ୍ରାନ୍ତ ପଣିଆ ତା’ର ଚାହାଁଣି ଓ ଚାଲିରୁ ବାରି ହୋଇ ପଡୁଥିଲା ।”

ବାସୁ ବାବୁ ଅଧିକ କୌତୂହଳୀ ହେବାରୁ ନଟିଆ ଦାଦା ପଚାରିଲେ- “ଆଚ୍ଛା, ତୁ ବଟେଶ୍ୱର ଗାଁ ଜାଣିଚୁ ?” ଏ ଜାଣିଚି କ’ଣ ମ ? ଚାଲି ଶିଖିବା ପର ଠାରୁ ତ ସେଇ ଗାଁ ବାଟ ଦେଇ ଆମେ ପରା ହାଟ ବଜାର, ବନ୍ଧୁବାନ୍ଧବ, ପାଠପଢ଼ା ଚାକିରୀ ବାକିରୀ ସବୁ କରି ଆସିଚୁ । ସତେ ଯେମିତି ଆମ ଯିବା ଆସିବାର ମୂକସାକ୍ଷୀ ସେଇ ଗାଁ । ନଟିଆ ଦାଦା କହିଲେ “ଏ ଝିଅଟି ସେଇ ଗାଁର । ବ୍ରାହ୍ମଣ ଘରର ଝିଅ ।” ହଁ, ହୋଇପାରେ ବୋଲି ବାସୁ ନିର୍ଲିପ୍ତ ଭାବରେ କହିଲେ । ମାତ୍ର ନଟିଆ ଦାଦା କହିଲେ “ତୁ କ’ଣ କିଛି ଜାଣିନୁ ?” ନାଇଁ, ସେ ବିଷୟରେ ମୁଁ ବିନ୍ଦୁ ବିସର୍ଗ ମଧ୍ୟ ଜାଣି ନାଇଁ । କେମିତି ଜାଣିବି । ସବୁବେଳେ ତ ବାହାରେ । ତା’ ଛଡ଼ା ସେଇ ଗାଁର କୋଉ ଲୋକଙ୍କ ସଙ୍ଗେ ମୋର ସେମିତି ଖାସ୍ ସମ୍ପର୍କ ନାଇଁ ।

ଆରେ କ’ଣ କହିବି ? ଗୋଲୋକ ମିଶ୍ରଙ୍କ ଘର ସେଇ ଗାଁରେ । ବିଚରା ଚିରକାଳ ଦୁଃଖୀ ସେ । ପିଲାକବିଲା କିଛି ନହେବାରୁ ଗେରସ୍ତ ଭାରିଯା’ ମନ ମାରି ରହୁଥାନ୍ତି । ମା’ ଭଗବତୀଙ୍କ ପାଖରେ ମୁଣ୍ଡପିଟି କେତେ କ’ଣ ମନାସି ଶେଷରେ ଝିଅଟିଏ ପାଇଥିଲେ । ପୁଅ କ’ଣ ଝିଅ କ’ଣ ! ଝିଅକୁ କ’ଣ ପୁଅ ପରି ବଢ଼େଇ କୁଢ଼େଇଲେ ଦୁଃଖ ଯିବ ନାଇଁ ! ବଡ଼ ଗେଲବସରରେ ଝିଅଟିକୁ ପାଳିବାକୁ ଲାଗିଲେ । ନାଁ ଦେଲେ ଗେହ୍ଲୀ । ଅତି ଅଲିଅଳରେ ରହି ପୂର୍ଣ୍ଣିମା ଚାନ୍ଦପରି ବଢ଼ିବାକୁ ଲାଗିଲା । ମାତ୍ର ଏ ସୁଖ ବିଧାତା ବେଶି ଦିନ ସହିଲା ନାଇଁ । ବାଧିକାରେ ପଡ଼ି ଶ୍ରୀମତୀ ମିଶ୍ର ଆଖି ବୁଜିଲେ ସବୁଦିନ ପାଇଁ । ଗୋଲୋକ ନନାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ଚଉଦିଗରେ ଅଦିନିଆ ଅନ୍ଧାର ଘୋଟିଗଲା । ବନ୍ଧୁବାନ୍ଧବ ସାଇ ପଡ଼ିଶା କେତେ ବୁଝାଇଲେ ଦ୍ୱିତୀୟ ବିଭା ପାଇଁ । ଗୋଲୋକ ନନା ଲୋକାଚାର ବିଷୟରେ ଜାଣିବା ଲୋକ । ଗୋଟିଏ ବିମାତା ଆଣି ଝିଅକୁ ଦହଗଞ୍ଜ ଦେବାପାଇଁ ଇଚ୍ଛା ପ୍ରକାଶ କଲେ ନାଇଁ । ଝିଅର ସୁଖ ପାଇଁ ନିଜ ସୁଖସୁବିଧାକୁ ଚିତ୍ରୋତ୍ପଳା ନଈରେ ଭସେଇ ଦେଲେ । ମନ ଟାଣ କଲେ । ସେ ହେବେ ତା’ର ବାପା, ସେ ହେବେ ତା’ର ମା’ । ଘର ପାଖରେ ବଜାର । ମା’ ଛେଉଣ୍ଡୀ ଦୁଲ୍ଲାଳୀ ଝିଅଟା କାଳେ ମନ ଉଣା କରିବ ବୋଲି ଯେତେବେଳେ ଯାହା ଦରକାର ସବୁ ଖଞ୍ଜାଇ ରଖିଲେ । ପାଖ ସ୍କୁଲ୍‌ରେ ପାଠ ପଢ଼ାଇଲେ ।

ଗୋଲୋକ ନନାଙ୍କ ଅଚଳାଚଳ ଭୂସମ୍ପତ୍ତି ଥିଲା । ଶ୍ରୀମତୀ ମିଶ୍ର ଥିଲାବେଳେ ଘରେ ଗୋଟିଏ ଚାକର ପିଲା ରଖିଥିଲେ । ସେ ଚାଷବାସ କଥା ବୁଝାବୁଝି କରେ । ତା’ର ନାଁ ରଘୁଆ । ଜାତିରେ ବାଉରି । ସେ ହଳବଳଦର ଯତ୍ନ ନିଏ । ଶ୍ରୀମତୀ ମିଶ୍ର ଗଲାପରେ ରଘୁ ଉପରେ ନିର୍ଭରତା କରିବା ବଢ଼ି ଯାଇଥିଲା । ଗୋଲୋକ ନନା ତ ପୁରୁଷ ପୁଅ । ବିଲବାଡ଼ି, ମୂଲିଆ ପାନିଆ ହାଟ ବଜାର କଥା ବୁଝୁ ବୁଝୁ ଦିନ ଶେଷ । କିନ୍ତୁ ବଢ଼ିଲା ଝିଅଟା ଘରେ ଏକାକୀ ରହୁଥିବାରୁ ମନ ଦୁଡୁଗୁଡୁ ହେଉଥାଏ ସବୁବେଳେ ।

ଗେହ୍ଲୀକୁ ଚଉଦ ପୂରି ପନ୍ଦର ଚାଲିଲା । ମାଟ୍ରିକ ପାଠ ପଢୁଥାଏ । ତାଙ୍କର ବଡ଼ ଖଞ୍ଜା କୋଠା ଘର । ଦାଣ୍ଡ ଦୁଆର ମୁହଁ ବନ୍ଦ କରି ଦେଲେ ଖଞ୍ଜା ମଧ୍ୟରେ କିଏ ଅଛନ୍ତି କେଇ ଜାଣିପାରନ୍ତି ନାଇଁ । ଗୋଲୋକ ନନାକୁ ଛାଡ଼ି ଦେଲେ ଘରେ ଆଉ କିଏ ? କେବଳ ଗେହ୍ଲୀ ଆଉ ରଘୁ । ମୁନିଋଷିମାନେ କହିଛନ୍ତି ପରା ନିଆଁ ଓ ଘିଅକୁ ଏକାଠି ରଖିବା ମନା । ଗୋଲୋକ ନନା ସବୁ ଜାଣିଲେ ମଧ୍ୟ ଅକାଳେ ନିୟମ ନାସ୍ତି ନୀତିରେ ପରିସ୍ଥିତିକୁ ଏଡ଼ାଇ ପାରନ୍ତି ନାଇଁ । ସେ ସିନା କିଛି ପ୍ରତିକାର କରିପାରନ୍ତି ନାଇଁ । ହେଲେ ମୁନିଙ୍କ ଆପ୍ତବାକ୍ୟ କ’ଣ ଭୁଲ୍ ହୋଇଯିବ । ମଣିଷର ଇନ୍ଦ୍ରିୟ ପରା ଭାରି ଶକ୍ତିଶାଳୀ । ମଣିଷର ଦେହରେ ଯୌବନ ଆସିଲେ ମନ ଯମୁନାରେ ଜୁଆର ଉଠେ । ସ୍ୱପ୍ନିଳ ଓ ଚଞ୍ଚଳ ହୋଇଉଠେ ସେ । ତା’ର ଦେହ ମନରେ ଶିହରଣ ଖେଳିଯାଏ । ଗେହ୍ଲୀ ସଦ୍ୟ ଯୌବନା । ସ୍ୱର୍ଗର କେଉଁ ଏକ ପରୀ ପରି ଝଲସି ଉଠୁଥିଲା ବ୍ରାହ୍ମଣୀ କନ୍ୟା ଗେହ୍ଲୀ । ମଝିରେ ମଝିରେ ବାଙ୍କ ଚାହାଁଣିରେ ଚାହୁଁ ଥିଲା ପାଖରେ କାରବାର ହେଉଥିବା ରଘୁକୁ । ରଘୁ ମଧ୍ୟ ଭେଣ୍ଡିଆ ଯୁବକ । ତା’ର ମନର କୋଉ ଏକ କୋଣରେ ମଧ୍ୟ ଦୁର୍ଦମ କାମର ନିଆଁ ହୁତୁହୁତୁ ହୋଇ ଜଳୁଥିଲା । ଏକାନ୍ତରେ ବାରମ୍ୱାର ଦେଖା ଚାହାଁ ମିଳାମିଶାରେ ଛାତି ତଳର ନିଆଁ ଆଖି ଆଇନାରେ ଧରା ପଡ଼ିଯାଇଥିଲା । କାମ ଜାତିଗୋତ୍ର ପଦପଦବୀ ମାନମର୍ଯ୍ୟାଦା ବଳବୟସକୁ ଅପେକ୍ଷା କରେ ନାଇଁ ।

ତା’ପରେ

ଲୋକପ୍ରିୟ ଲେଖା

To Top