ଗଳ୍ପ

ମାଆ

Dibyajyoti Mohanty's odia story Maa

ଅମାବାସ୍ୟାର କଳା ଅନ୍ଧାର ଘରେ ସେଦିନ ମା’ କୁ କେହି ଟିକିଏ ଗାଳି ବି କରୁନଥିଲେ । ଘରେ ସମସ୍ତ ଲୋକଙ୍କ ନଜର ଆଢୁଆଳରେ ରହିଯାଉଥିଲି କିନ୍ତୁ ମୁ ଯେପରି ଘରେ ମୁ ନାହିଁ କି ମୋର କୌଣସି ଆବଶ୍ୟକତା ନାହିଁ ।

ମାଆ

ପିଲାଟିଏ ଯେତବେଳେ ଜନ୍ମ ହୁଏ ବାପା ମା’ ଠୁ ଆରମ୍ଭକରି ବନ୍ଧୁ ବାନ୍ଧବ ସାହିପଡିଶା ସମସ୍ତେ ଖୁସି ହୋଇଥାନ୍ତି । କିନ୍ତୁ ମୋ ଜୀବନରେ ସେଭଳି କିଛି ଘଟିନଥିଲା ନା ଖୁସି ଥିଲେ ଘରଲୋକ ନା ଖୁସି ହେଉଥିଲେ ସାହିପଡିଶା । ସତେ ଯେପରି ଦୁଃଖ ଦରିଆ ଭିତରେ ମୋ ଜନ୍ମ ହେବା ଖୁସିଟା ଜଳ ବିନ୍ଦୁଟେ ପରି ମିଳେଇ ଯାଇଥିଲା । ତଥାପି ଏହି ଦୁଃଖ ଦରିଆ ଭିତରେ କାଣିଚାଏ ଖୁସିର ଆସର ନେଇ ଯିଏ ଆସିଥିଲା ସେ ହେଉଛି ମୋ ମା’ । ମୋ ପାଇଁ ବହୁତ କଷ୍ଟ ସହିବାକୁ ପଡୁଥିଲା ମୋ ମା’ କୁ, ସତେ ଯେପରି ଦୁନିଆର ସବୁଠୁ ବଡ ଭୁଲ୍ କରିଛି ସେ ମତେ ଜନ୍ମ ଦେଇ । ଏମିତିକି ନା ମତେ ବାପା ଭଲ ପାଉଥିଲେ ନା ଘରଲୋକେ । ଛୋଟ ପିଲାଟିକୁ ଘରେ ସମସ୍ତେ ଆଦର କରନ୍ତି କୋଳେଇ ନିଅନ୍ତି ଗେଲ ବି କରନ୍ତି, କିନ୍ତୁ ଘରେ ମା ଛଡା ମତେ କୋଳେଇ ନେବା ପାଇଁ କାହା ହାତ ବି ଯାଉନଥିଲା । ମରୁଭୁମିରେ ଜଳ ଖୋଜିଲା ପରି ଟିକିଏ ସ୍ନେହ ମମତା ଖୋଜି ଖୋଜି ଚାଲିଯାଏ ଚାରିବର୍ଷ । ଏହି ସମୟରେ ଜନ୍ମନିଏ ମୋର ଗୋଟେ ଛୋଟ ଭାଇ ଯେପରି ଆକଶର କଳା ମେଘଟାକୁ ଆଜି ହଟେଇ ପୁର୍ଣ୍ଣିମାର ଚାନ୍ଦ ଆସିଯାଇଛି ଆମ ଘର ଆକଶରେ । ଯାହାହେଉ ସେଦିନ କିନ୍ତୁ ମୋ ମା ଜୀବନରୁ ହଟି ଯାଇଥିଲା ଅମାବାସ୍ୟାର କଳା ଅନ୍ଧାର ଘରେ ସେଦିନ ମା’ କୁ କେହି ଟିକିଏ ଗାଳି ବି କରୁନଥିଲେ । ଘରେ ସମସ୍ତ ଲୋକଙ୍କ ନଜର ଆଢୁଆଳରେ ରହିଯାଉଥିଲି କିନ୍ତୁ ମୁ ଯେପରି ଘରେ ମୁ ନାହିଁ କି ମୋର କୌଣସି ଆବଶ୍ୟକତା ନାହିଁ । କିଛି ଦିନ ପରେ ଆମ ଭାଇ ଭଉଣୀ ଦୁଇ ଜଣଙ୍କର ପାଠ ପଢା ଆରମ୍ଭହେଲା ମୋ ଭାଇ ପଢିଲା ଗାଁ ଠୁ ଅନତୀ ଦୁର କେଉଁ ଗୋଟେ ବଡ ସହରର ଏକ ଇଂଲିଶ ମିଡିୟମ ସ୍କୁଲ୍ରେ ଆଉ ମତେ ପଢାଗଲା ସେଇ ଆମର ଗାଁ ସ୍କୁଲ୍‌ରେ । ମୁ ଭଲ ପାଠ ପଢୁଥାଏ ବୋଲି ଆମ ସ୍କୁଲ୍ ସାର୍ ଘରେ ଆସି କହିଲେ ମଧ୍ୟ ବାପାଙ୍କ ମନରେ ଟିକିଏ ଖୁସିନଥାଏ ମୋ ପାଠ ପଢିବାକୁନେଇ ।

…….କିଛିଦିନ ପରେ ଦଶମ ପରିକ୍ଷା ପଢିବାକୁ ମତେ ଟାଇମ୍ ବି ଟିକେ ଘରେ ଦେଉନଥାନ୍ତି । ଜେଜେ ମା’ ସବୁବେଳେ କହୁଥାନ୍ତି ତୁ ତ ଟୋକି ଟା ପଢି କି କଣ କରିବୁ, ଯାଇ ଯାଇ ସେଇ ଚୁଲି ମୁଣ୍ଡକୁ ଯିବୁ ଯା କାମ ଦାମ ଟିକେ ସିଖ୍ ଶାଶୁଘରେ କାମଦେବ । ତଥାପି ମା’ ସମସ୍ତଙ୍କ ନଜର ଆଢୁଆଳରେ ପଢିବାକୁ ମତେ ପଠାଇଦିଏ । ଶେଷରେ ମୋର ଦଶମ ପରିକ୍ଷା ହେଲା ଆଉ ମୁ ଭଲମାର୍କ ରଖି ରଜ୍ୟ ସରକାରଙ୍କ ଦ୍ୱାରା ପୁରଷ୍କୃତ ବି ହେଲି । ଆଉ ତାର କିଛି ଦିନପରେ ମୋ ଭାଇ ଅଳ୍ପ କିଛି ମାର୍କ ରଖି ପାସ୍ କଲା ଆଉ ଗୋଟେ ଭଲ କଲେଜ୍‌ରେ ପଢିଲା । କିିନ୍ତୁ ମୋ ଦଶମ ପରିକ୍ଷା ପରେ ମତେ ଆଉ କଲେଜ୍‌ରେ ପଢିବାକୁ ଦିଆଯାଉନଥିଲା ତଥାପି ମା’ ର ବାପାଙ୍କୁ ବହୁତ ବୁଝାଇବାପରେ ମୁ କଲେଜ୍‌ରେ ପଢିଲି । ଯାହାହେଉ ସେଦିନ ମା’ ର ବାପାଙ୍କୁ ସେଇ ନେହୁରା ପାଇଁ ମୁ ଆଜି ଗୋଟେ ଭଲ ଜାଗାରେ ଚାକିରି କରିଛି । ହେଲେ ମୋ ଭାଇ ଏବେ ପାଠ ସାଠ ପଢି ବି ମଦ ଗେଞଇ ଖାଇ ରାସ୍ତା ଘାଟରେ ଗଡୁଛି ଆଉ ଘରଲୋକଙ୍କୁ ବହୁତ ହଇରାଣ କରୁଛି । ଆଜି ଘରେ ସମସ୍ତେ ବଦଳିଯାଇଛନ୍ତି ଓ ବାପା ତାଙ୍କ ଭୁଲ୍ ବୁଝିପାରିଛନ୍ତି ଏମିତିକି ଦିନେ ଯେଉଁ ଜେଜେ ମା’ ମତେ କାମ କରିବାକୁ ବାଧ୍ୟ କରୁଥିଲା ସେ ବି ଆଜି ମତେ ଟିକେ ବି କାମ କରିବାକୁ ଦେଉନି । ପିଲାଦିନର ହରେଇଥିବା ସବୁ ସୁଖ ଆଜି ପାଇଛିସିନା ହେଲେ ତୁ ମୋ ପାଖରେ ନାହୁଁ ମା’ । ତୋର ସେଦିନର ସେଇ ସ୍ନହ ଭଲପାଇବା ଆଉ ମୋଲାଗି ସହିଥିବା ଘରଲୋକଙ୍କଠୁ ପ୍ରତ୍ୟେକଟି କଷ୍ଟ ପାଇଁ ମୁ ଆଜି ଏଠି ପହଞ୍ଚିଛି । ଯେତବେଳେ ମୁ ସବୁକିଛି ପାଇଛି ମୋ ହାତ ପାହାନ୍ତାରେ ସେତବେଳେ ତୁ ନାହୁଁ ମୋ ପାଖରେ । ଝଡ ତୋଫାନର ରାତିସିନା ମୋ ଜୀବନରୁ ଚାଲିଯାଇଛି ହେଲେ ସେ ଝଡ ତୋଫାନ ନେଇଯାଇଛି ମୋ ଅତି ଆପଣାର ମା’ କୁ କାହିଁ କେତେ ଦୁରକୁ । ସତରେ ମା’ ମୁ ତତେ ବହୁତ୍ ମିସ୍ କରୁଛି । ଯଦି ଆଉଗୋଟେ ଜନ୍ମ ଦିଅନ୍ତେ ଭଗବାନ୍ ତେବେ ମା’ ମୁ ପୁଣିଥରେ ତୋରି କୋଳରେ ଜନ୍ମ ନେବାକୁ ଭଗବାନ୍‌ଙ୍କ ପାଖରେ ପ୍ରାର୍ଥନା କରିବି ।

ଲୋକପ୍ରିୟ ଲେଖା

To Top