ଗଳ୍ପ

ନୂଆ ପୃଥିବୀ

Smita Subhadarshini Mohanty's odia story Nooaa Pruthibi

ଲିପ୍ସା ମ୍ୟାମ୍ ବ୍ୟସ୍ତ ବିବ୍ରତ ହୋଇ ଘଡ଼ିରେ ଟାଇମ୍ ଦେଖୁଛନ୍ତି ଏ କ’ଣ ? ସମୟ ଛ’ଟା ବାଜି ଦଶ ମିନିଟ୍ ହେଲେ ଏ ଯାଏଁ ଝିଅର ତ ଦେଖାନାହିଁ । ଲିପ୍ସା ଦେବୀ ପୋଲିସ୍‌ରେ ଏଫାୟାର୍ ଦେବି ବୋଲି ଭାବିଲେ ।

ନୂଆ ପୃଥିବୀ

ସମୟ ସକାଳ ସାତଟା ବାଜି ପନ୍ଦର ମିନିଟ୍ । ଟ୍ରାଫିକ୍ର ଶବ୍ଦ, ସହରର ବ୍ୟସ୍ତ ବହୁଳ ଜୀବନରେ ଟିକେ ବି ଫୁରସତ୍ ମିଳେନା । Good Morning, Good Morning my dear ! ! ହଠାତ୍ ଦର୍ଶନ କୁମାର ପେପର୍‌ର ପୃଷ୍ଠା ଓଲଟାଉ ଓଲଟାଉ ଚମକି ପଡ଼ିଲେ । ଦେଖିଲେ ସ୍ତ୍ରୀ ଲିପ୍ସା ଦେବୀ ଚା’ କପ୍ ଧରି ପାଖରେ ଠିଆ ହୋଇଛନ୍ତି । ଦର୍ଶନ କୁମାର ସ୍ତ୍ରୀଙ୍କ ଆଡ଼କୁ ଅନାଇ କହିଲେ Oh ! Welcome seat here my dear ! ସ୍ତ୍ରୀ କହିଲେ “ନା ମୁଁ ବସିବି ନାହିଁ, ମୋର ରୋଷେଇ ଘରେ ବହୁତ କାମ ଅଛି ।” ଦର୍ଶନ କୁମାର ଚା’ କପ୍‌ଟା ହାତରେ ନେଇ ହାଲ୍କା ହସି କହିଲେ “Ok, ok ତମେ ଯାଅ ମୁଁ ମଧ୍ୟ ଅଫିସ୍ ଯିବାର ଅଛି ।” ସ୍ତ୍ରୀ ଲିପ୍ସା ମ୍ୟାମ୍ ରୋଷେଇ ଘରେ ଥାଇ କହିଲେ “Oh ! ଏଇ ସ୍ତ୍ରୀ ଭୂମିକାଟା ଏତେ ଯେ କଷ୍ଟ !” ଦର୍ଶନ କୁମାର ପେପର୍ର ଫର୍ଦ୍ଦ ଓଲଟାଉ ଓଲଟାଉ ହାଲ୍କା ହସି କହିଲେ “ଆଚ୍ଛା ହେଲା ମୁଁ ଲ୍ୟାବ୍ ବାହାରିଲି । ଠିକ୍ ଚାରିଟାରେ ଝିଅ ଆସି ଭୁବନେଶ୍ୱର Airport ରେ ପହଞ୍ଚିବ । ତମେ କାର୍ ନେଇ ଝିଅକୁ ଶୀଘ୍ର Pick କରିନବ, ମୁଁ ଅଫିସ୍‌ରୁ ଆସିପାରିବି ନାହିଁ, ବୋଧେ କାହିଁକି ନା ବହୁତ ଗୁଡ଼ାଏ assignment ବାକି ଅଛି ।” ଦର୍ଶନ କୁମାର ପୁଣି ବିରକ୍ତି ହୋଇ କହିଲେ “ଦୀର୍ଘ ତିରିଶ ବର୍ଷର ଚାକିରୀରେ ମୁଁ କ’ଣ satisfied ଅଛି ?” ସ୍ତ୍ରୀ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲେ “ତୁମେ ଏପରି କ’ଣ ଗୁଡ଼ାଏ invention କରି ପକେଇଚ କି ?” ଦର୍ଶନ କୁମାର କହିଲେ “ହଁ ଦଶବର୍ଷ ହେବ ଚେଷ୍ଟା ଚଲେଇଛି, ନୂଆ କିଛି ଉଦ୍ଭାବନ କରିବି ।” ସ୍ତ୍ରୀ ହସି କହିଲେ “କ’ଣ ?” ଦର୍ଶନ କୁମାର ଅଟ୍ଟହାସ୍ୟ କରି କହିଲ “ହା’ ହା’ ହା’ ନୂଆ ପୃଥିବୀ !”

ଅଫିସ୍‌ରେ ପହଞ୍ଚି ଦର୍ଶନ କୁମାର କହିଲେ “oh ! lab ଟା ଅସଜଡ଼ା ହୋଇ ପଡ଼ିଚି । ଓଃ କି ଅଦ୍ଭୁତ ମଣିଷ ଗୁଡ଼ା ନିଜର କର୍ତ୍ତବ୍ୟ ବି ଭଲ ଭାବରେ ତୁଲାଇ ପାରନ୍ତି ନାହିଁ ।” ଖୁବ୍ ଜୋର୍‌ରେ ପିଅନ ଡରି ଡରି ଆସି ଅସଜଡ଼ା ଲ୍ୟାବ୍‌କୁ ସଜାଡ଼ିବାକୁ ଲାଗିଲେ । ତା’ପରେ ଦର୍ଶନ କୁମାର ଈଷତ୍ ବିରକ୍ତିକର ଚାହାଁଣୀରେ ପିଅନ୍‌କୁ କହିଲେ “ଏଥର ତୁମେ ଯାଇପାର ।” ତା’ପରେ ସେ ତାଙ୍କ ଗବେଷଣାରେ ବ୍ୟସ୍ତ ରହିଲେ । ଲିପ୍ସା ଦେବୀ ଅପେକ୍ଷା କରିଥାନ୍ତି ଏୟାପୋର୍ଟରେ ୪ଟା ପରେ ପାଞ୍ଚଟା ବାଜିଲାଣି, ହେଲେ ଝିଅର ତ ଦେଖା ନାହିଁ । ମୋବାଇଲ୍ ଫୋନ୍‌ରେ ରିଂ କଲେ ହେଲେ ଫୋନ୍ ରିସିଭ୍ କରୁନି । ଏନ୍‌କ୍ୱାରୀ କାଉଣ୍ଟର ଆଡ଼କୁ ଦଉଡ଼ିଲେ ଏବଂ ବୁଝିଲେ ଫ୍ଲାଇଟ୍ already ପହଞ୍ଚିଗଲାଣି ।

ଲିପ୍ସା ମ୍ୟାମ୍ ବ୍ୟସ୍ତ ବିବ୍ରତ ହୋଇ ଘଡ଼ିରେ ଟାଇମ୍ ଦେଖୁଛନ୍ତି ଏ କ’ଣ ? ସମୟ ଛ’ଟା ବାଜି ଦଶ ମିନିଟ୍ ହେଲେ ଏ ଯାଏଁ ଝିଅର ତ ଦେଖାନାହିଁ । ଲିପ୍ସା ଦେବୀ ପୋଲିସ୍‌ରେ ଏଫାୟାର୍ ଦେବି ବୋଲି ଭାବିଲେ । କାଳେ କ’ଣ ଅଘଟଣ ଘଟିଥିବ କ’ଣ କରିବି ? କ’ଣ କରିବି ? ଭାବି ଲିପ୍ସାଦେବୀ ବ୍ୟସ୍ତ ହୋଇଗଲେ । ପତିଙ୍କ ସହ ପରାମର୍ଶ କରିବାଟା ଠିକ୍ ହବ, ହେଲେ ସେ ମଧ୍ୟ କାଇଁ Phone receive କରୁନାହାନ୍ତି । ଏତେ ବ୍ୟସ୍ତତା ଭିତରେ ମଧ୍ୟ ଲିପ୍ସା ଦେବୀ ଗ୍ୟାରେଜ୍‌ରୁ ଗାଡ଼ି ବାହାର କଲେ । କିଛି ସମୟ ପରେ ଘରେ ପହଞ୍ଚିଲେ, ଶୁଭଦ୍ରାଙ୍କୁ ଦେଖି ଦର୍ଶନ କୁମାର ଖୁସି ହୋଇ ଦଉଡ଼ି ଗଲେ ଝିଅକୁ ପାଛୋଟି ନବା ପାଇଁ । ପତି କାନ୍ଧରେ ମଥା ରଖି ସ୍ତ୍ରୀ କାନ୍ଦିବାକୁ ଲାଗିଲେ । ଏହା ଦେଖି ବୈଜ୍ଞାନିକ ମହାଶୟ ବ୍ୟସ୍ତ ହୋଇଯାଇ ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ । ଦର୍ଶନ କୁମାର ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ ହେଲା ପରେ ଇ-ଟିକେଟ୍ ବୁକ୍ କଲେ । ପରଦିନ ଫ୍ଲାଇଟ୍ରେ ସେ Delhi ଅଭିମୁଖେ ଯାତ୍ରାରମ୍ଭ କରିଦେଲେ । ଦିଲ୍ଲୀରେ ଝିଅ ରହୁଥିବା ଫ୍ଲାଟ୍ରେ ପଚରା ଉଚରା କଲାପରେ ଜାଣିବା ପାଇଁ ପାଇଲେ ଯେ ଅଫିସ୍‌ରୁ ଆସିବା ପରେ ଝିଅ ଏୟାର୍ପୋର୍ଟ ଚାଲିଯାଇଥିଲା । ଫ୍ଲାଟ୍ owner ଆଉ ବିଶେଷ କିଛି କହିଲେ ନାହିଁ । ଏହା ଅନୁଧ୍ୟାନ କଲାପରେ ସେ ପୋଲିସ୍ ଷ୍ଟେସନ୍‌ରେ ଏଫାୟାର୍ ଦର୍ଜ କରିବେ ବୋଲି ଭାବିଲେ ଏବଂ ପରଦିନ ପୋଲିସ୍ ଷ୍ଟେସନ୍‌ରେ ଏଫାୟାର୍ ଦର୍ଜ କରି BBSR ଅଭିମୁଖେ ଯାତ୍ରା କଲେ । ସମୟ ସନ୍ଧ୍ୟା ଛ’ଟା ବାଜି ପନ୍ଦର ମିନିଟ୍ । ଦର୍ଶନ କୁମାର ହତ୍‌ବାକ୍ ହୋଇ ଚାହିଁ ରହିଥାନ୍ତି । ଶୂନ୍ୟ ଆକାଶ ଆଡ଼େ ହଠାତ୍ କଲିଂବେଲ୍‌ର ଶବ୍ଦ ଶୁଣି ବାହାରେ ଦେଖିଲେ, ପୋଲିସ୍ ଇନ୍ସପେକ୍ଟର କହିଲେ “Hello sir ଗୋଟିଏ ଦୁଃଖ ଖବର ।” ଦର୍ଶନ କୁମାର ଧୈର୍ଯ୍ୟହରା ହୋଇ ପଚାରିଲେ “କ’ଣ ?” ପୋଲିସ୍ ଉଚ୍ଚାସ୍ୱରରେ କହିଲେ “ନିଖୋଜ !” ଦର୍ଶନ କୁମାର ବାବୁ କାନ୍ଥରେ ମଥାପିଟି କାନ୍ଦିବାକୁ ଲାଗିଲେ । ତାଙ୍କର କ୍ରନ୍ଦନ ଶବ୍ଦ ଶୁଣି ସ୍ତ୍ରୀ ଲିପ୍ସାଦେବୀ ଘରୁ ଦଉଡ଼ି ଆସି ସାନ୍ତ୍ୱନା ଦେବାକୁ ଲାଗିଲେ । ଏହା ମଧ୍ୟରେ ଦୀର୍ଘ ପନ୍ଦର ବର୍ଷ ବିତିଗଲାଣି, ସମୟର ମଲାଟ୍‌ରେ ମଣିଷର ଅସ୍ତିତ୍ୱର ପରିଚୟ ଖୋଜିବା ପାଇଁ କାହାର ବା ଇଚ୍ଛା ନଥାଏ । ଦର୍ଶନ କୁମାର ଓ ତାଙ୍କ ସ୍ତ୍ରୀ ଷାଠିଏ ବର୍ଷ ଅତିକ୍ରମ କରିଗଲେଣି । ସ୍ତ୍ରୀ ଲିପ୍ସା ଦେବୀ ରୋଷେଇ ଘରେ ଥାଇ କହୁଥାନ୍ତି, ଦେଖୁ ଦେଖୁ ପନ୍ଦର ବର୍ଷ ବିତିଗଲାଣି । ଖୁଁ ଖୁଁ କାଶର ଶବ୍ଦ ଘରର ବିଜ୍ଞାନ ରୁମ୍‌ରୁ ଶୁଣାଯାଉଥାଏ । ସ୍ତ୍ରୀ ଚା’ କପ୍ ଧରି Door ପାଖରେ ଚାହିଁ ରହିଥାନ୍ତି । ମାଇକ୍ରୋସ୍କୋପ୍‌ରେ ଦର୍ଶନ କୁମାର ଚାହିଁ କହୁଥାନ୍ତି ନୂଆ ପୃଥିବୀ । ସ୍ତ୍ରୀ ଲିପ୍ସା ଦେବୀ କହିଲେ “Oh my God” ତୁମେ ପାଗଳ ହୋଇଗଲଣି । ଦର୍ଶନ କୁମାର କାନ୍ଦିବାକୁ ଲାଗିଲେ । ସ୍ତ୍ରୀଙ୍କ ହାତରୁ ଚା’ କପ୍‌ଟି ତଳେ ପଡ଼ିଗଲା । ଦର୍ଶନ କୁମାରଙ୍କ ଚାହାଁଣୀରୁ ତାଙ୍କର ଦୁଃଖ ଅବସାଦ ଖୁବ୍ ଭଲ ଭାବରେ ବାରି ହୋଇ ଯାଉଥିଲା । ଆଖିର ଲୁହ ପୋଛି ମନର କୋହକୁ ଚାପି ଧରି ଖୁବ୍ ଉଚ୍ଚା ସ୍ୱରରେ କହୁଥାନ୍ତି “ନୂଆ ପୃଥିବୀ, ନୂଆ ପୃଥିବୀ, ନୂଆ ପୃଥିବୀ, . . . !”

ଲୋକପ୍ରିୟ ଲେଖା

To Top