ଗଳ୍ପ

ପ୍ରକୋଷ୍ଠ ସଭା

Dr Nilamani Lenka's odia story Prakoshtha Sabhaa

ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ । ଆଗେ ଖାଇ ପିଇ ସୁସ୍ଥ ହେଲେ ସିନା ଆଉ ଯାହା କରିବା ।

ପ୍ରକୋଷ୍ଠ ସଭା

ହିନ୍ଦୁସ୍ଥାନ ଟ୍ରେଡ଼ର୍ସର ମାଲିକ ସୁରଥ ବାବୁ ସେଦିନ ମୋତେ ଫୋନ୍ କରି ଜଣାଇଲେ ଆସନ୍ତାକାଲି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେବା ଲାଗି । ଯଦିଓ ବର୍ଷର ବିଭିନ୍ନ ମାସଗୁଡ଼ିକରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଚର୍ଚ୍ଚା ସମ୍ପର୍କିତ ବିଭିନ୍ନ ଉତ୍ସବର ସମ୍ୱାଦ ଖବରକାଗଜମାନଙ୍କରେ ବାରମ୍ୱାର ବାହାରୁଥାଏ, କିନ୍ତୁ ଏସବୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଶ୍ଚୟ ବୋଧହୁଏ ନିଆରା ଥିଲା ।

ଖୁବ୍ ଆଗ୍ରହରେ ପ୍ରସ୍ତାବଟିକୁ ଗ୍ରହଣ କରିନେଲି । ଏଇ କିଛି ବର୍ଷ ଭିତରେ ହିନ୍ଦୁସ୍ଥାନ ଟ୍ରେଡ଼ର୍ସର ମାଲିକ ସୁରଥ ବାବୁ ମୋର ଘନିଷ୍ଠ ହୋଇ ଯାଇଥିଲେ । ଏହାର କାରଣ ଯାହା ଥାଉନା କାହିଁକି ମୋ ବିଚାରରେ ଭିନ୍ନ ଥିଲା । ପ୍ରଥମେ ମୁଁ ତାଙ୍କୁ ସାହିତ୍ୟାନୁରାଗୀ ଏବଂ ସାହିତ୍ୟ ବିକାଶର ଅନ୍ୟତମ ପୃଷ୍ଠପୋଷକ ଭାବରେ ପରିଗଣିତ କରିସାରିଥିଲି ।

ଫୋନ୍ର ପ୍ରତ୍ୟୁତ୍ତରରେ ହଁ କହିଲି ।

ମୋ ପାଖରେ ଯଥେଷ୍ଟ ସମୟ ନଥିଲା ଫକୀରମୋହନ ସେନାପତିଙ୍କ ଜୀବନଚର୍ଯ୍ୟା କିମ୍ୱା ସାହିତ୍ୟକୃତି ସମ୍ପର୍କରେ ନୂତନ ତଥ୍ୟ ସଂଗ୍ରହ କରିବା ପାଇଁ । ଘରେ ଥିବା କିଛି ବହିପତ୍ର ଘାଣ୍ଟିଲି । ବିଭିନ୍ନ ବନ୍ଧୁଙ୍କୁ ଟେଲିଫୋନ୍ କରି ତଥାପି ଅନେକ ତଥ୍ୟ ସଂଗ୍ରହ କଲି ।

ନିଶା ଗର୍ଜୁଥାଏ । ରାତି ପ୍ରାୟ ସାଢ଼େ ଗୋଟାଏ । ଘରେ ସ୍ତ୍ରୀ ପିଲାଛୁଆ ସମସ୍ତେ ମୋ ବିବ୍ରତବୋଧତାକୁ ଲକ୍ଷ୍ୟକରି ନିଘୋଡ଼ ନିଦରେ ଶୋଇପଡ଼ିଲେଣି । ସଂଗୃହୀତ ତଥ୍ୟକୁ ଖୁବ୍ ସଂକ୍ଷିପ୍ତ କରି ସୂଚୀଟିଏ କରୁ କରୁ ମୁଁ ବି କେତେବେଳେ ଶୋଇପଡ଼ିଲି ଜାଣି ପାରିଲି ନାହିଁ ।

ପାହାନ୍ତା ସମୟ । ବିଜୟାଲକ୍ଷ୍ମୀ ମୋତେ ଜୋର୍ କରି ହଲାଇ ଦେଇ କହିଲା- “ଏମିତି କ’ଣ ବାଉଳି ହେଉଛ ? ଫକୀରମୋହନ- ଫକୀର ମୋହନ ଘଣ୍ଟାଏ ହେଲା ଚିଲୋଉଚ ।”

ଉଠି ବସିଲି । ପିଲାମାନେ ଶୋଇ ଯାଇଛନ୍ତି । କେବଳ ବୋଉର ପାଟି ଶୁଣି ଝିଅ ସୁଷମା ଖଟର ଗୋଟିଏ କୋଣରେ ବସି ଆମ ଦୁହିଁଙ୍କୁ ନିଦ ବାଉଳାରେ ବଲବଲ କରି ଚାହୁଁଥିଲା ।

ନିଦ ବି ଭଲଭାବରେ ଆଉ ହେଲା ନାହିଁ । କହିଲି- “ବିଜୟାଲକ୍ଷ୍ମୀ ! ତମେ ଶୋଇଯାଅ । ଏଇ ଭୋରୁ ଭୋରୁ ପଏଣ୍ଟଗୁଡ଼ାକ ମନେରଖି ଦେଲେ ସୁବିଧା ହେବ ।”

ମୋର ଏ ଅଜବ ପଣକୁ ଦେଖି ନିଦ ହେଉନଥିଲେ ବି ବିଜୟାଲକ୍ଷ୍ମୀ ପୂର୍ବବତ୍ ଖଟ ଉପରେ ଲୋଟିପଡ଼ିଲା ।

ସକାଳ ହେଲା ପରେ ନିତ୍ୟକର୍ମ ସାରି ସୁରଥ ବାବୁଙ୍କୁ ମୁଁ ଫୋନ୍ କଲି ।

– ବନ୍ଧୁ ! ଆଜିର ସଭା ପ୍ରୋଗ୍ରାମ ଠିକ୍ ଅଛି ତ ?

– ହଁ. . . ସେଥିରେ ଆଉ ବ୍ୟତିକ୍ରମ ଅଛି ନା । ଆପଣ ଠିକ୍ ଚାରିଟାରେ ପହଞ୍ଚିବେ । ଭୁଲିବେ ନାହିଁ ।

ଘର କାମ ସାରି ଅଫିସ୍ ଗଲାପରେ ବି ସେଠି ମନ ଲାଗିଲା ନାହିଁ । ଅଫିସର ଫାଇଲ୍ କାମ ଭିତରେ ମନେ ମନେ ଘୋଷୁଥିବା ଫକୀର ମୋହନଙ୍କ ପଏଣ୍ଟ ଟିକେ ଭୁଲ୍ ହୋଇଗଲେ ପକେଟ୍ରୁ ଚିଠା କାଢ଼ି ଆଉଥରେ ପଢ଼ି ଦେଉଥିଲି ।

ମୋର ଏ ଆବଭାବ ଦେଖି ପାଖ ସହକର୍ମୀମାନେ ସନ୍ଦେହ ମନରେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ ବି ମୁହଁ ଖୋଲି ମୋତେ କହିବାକୁ ସାହସ କରିପାରୁନଥିଲେ ।

ଆମ ଅଫିସ୍‌ରେ କେତେ ଜଣ ଅଜବ ସ୍ୱଭାବର ବ୍ୟକ୍ତି ଥିଲେ । ପ୍ରତ୍ୟେକ ଫାଇଲ୍‌ରେ କଲମ ଲଗାଇବାକୁ ଲାଞ୍ଚ ଦାବି କରୁଥିବା ବଡ଼ବାବୁଙ୍କ ଚେହେରା ଖୁବ୍ ଆକର୍ଷଣୀୟ ଥିଲା । ମୁଣ୍ଡରେ ଲମ୍ୱା ଚନ୍ଦନଗାର ମଝିରେ ସିନ୍ଦୂର ଟୋପାକୁ ଦେଖିଲେ ଯେ କେହି ପ୍ରଥମ କରି ଆସୁଥିବା ବ୍ୟକ୍ତି ତାଙ୍କୁ ଜଣେ ଧର୍ମଭାବାପନ୍ନ ମଣିଷ ଭାବିବ ଏଥିରେ ଦ୍ୱିରୁକ୍ତି ନାହିଁ ।

ବେଳେବେଳେ ଅଫିସ୍‌ର ଅଜବ ସ୍ଥିତିକୁ ଦେଖିଲେ ବିସ୍ମୟ ଲାଗେ । ଅଫିସ୍ ଖୋଲାହେବା ମାତ୍ରକେ ଚତୁର୍ଥଶ୍ରେଣୀ କର୍ମଚାରୀ ଜଣକ ହାତରେ ଧରିଥିବା ଛୋଟ ପିତଳ ନୋଟାରୁ ଫୁଲ ଦ୍ୱାରା ପ୍ରକୋଷ୍ଠର ବିଭିନ୍ନ ଆଡ଼େ ପାଣି ଛିେଞ୍ଚ । ଧୂପ କେତେଟାରେ ଧୂଆଁ ସୃଷ୍ଟି କରି ଟେବୁଲ୍ ଏବଂ ଡ୍ରୟାର ପାଖରେ ବୁଲାଇ ଟଙ୍ଗା ଯାଇଥିବା ଫଟୋ ପାଖରେ ଲଗାଇ ଦେଇ ଭକ୍ତିପୂତ ଚିତ୍ତରେ ଆଣ୍ଠେଇ ପ୍ରଣାମ କରେ । ଏସବୁ ପରେ ବଡ଼ବାବୁଙ୍କ ଟେବୁଲ ଉପରେ କେଉଁ ଦିନରୁ ପଡ଼ିରହିଥିବା ପୁରୁଣା ଫାଇଲ୍ ଉପରେ ଫୁଲ ରଖିବାକୁ ଭୁଲିଯାଏ ନାହିଁ ।

ଅଫିସ୍ କାମ ଆରମ୍ଭ ହୋଇଗଲେ କେତେକ ଫାଇଲ୍‌ରେ ଗୋଡ଼ ଲଗାଇ ଚଲାଇବା ପାଇଁ ଚତୁର୍ଥଶ୍ରେଣୀ କର୍ମଚାରୀ ଜଣକ ବଡ଼ବାବୁଙ୍କର ମୋହରା ହୋଇଯାଇଥାଏ । ନାମାବଳୀ ଧରି ଚିତା କାଟୁଥିବା ଏହି ବଡ଼ବାବୁମାନଙ୍କ ଭିତରେ ଚେହେରା ଅନେକ ସମୟରେ ମୋତେ ବିସ୍ମିତ କରିଥିଲା ।

ବଡ଼ବାବୁଙ୍କର ଏତାଦୃଶ ବେଶଭୂଷା ପାଇଁ ସେ ଖୁବ୍ ପରିଚିତ ଥିଲେ । ଗୋଟାଏ ବାଜିଗଲେ ଅଫିସ୍ ପରିସରକୁ ଲାଗିଥିବା ଛୋଟିଆ ମନ୍ଦିର ପ୍ରାଙ୍ଗଣରେ ଘଣ୍ଟାଏ ପ୍ରବଚନ ଚାଲେ । ପ୍ରବଚକ ହୋଇଥାଆନ୍ତି ଆମ ଅଫିସ୍‌ର ବଡ଼ବାବୁ । ଶ୍ରୋତା ଥାଆନ୍ତି ତଥାପି ପନ୍ଦର କୋଡ଼ିଏ ଜଣ ତଳିଆ କର୍ମଚାରୀ ।

ଅନେକ ସମୟରେ ଖବରକାଗଜରେ ବଡ଼ବାବୁଙ୍କ ନାଁ ବାହାରେ । ଧର୍ମଚର୍ଚ୍ଚାରେ ମନନିବେଶ କରି ନିଜର ବେଶଭୂଷାକୁ ବଦଳାଇ ସାରିଥିବା ବଡ଼ବାବୁ ହାତରେ ଖବରକାଗଜ ଧରି ଅଫିସରେ ମୋତେ ପଢ଼ିବାକୁ ଦିଅନ୍ତି । ଏ ଗଛରୁ ସେ ଗଛକୁ ମାଙ୍କଡ଼ କୁଦା ମାରିଲାଭଳି ଖବର କାଗଜଟି ପ୍ରାୟ ସମସ୍ତ କର୍ମଚାରୀଙ୍କ ହାତ ଛୁଇଁଦେଇ ଆସେ ।

ଖବରକାଗଜରେ ବଡ଼ବାବୁଙ୍କ ଫଟୋ କିମ୍ୱା ନାଁ ବାହାରିବା ମୋ ଉପରେ ପ୍ରଭାବ ବିସ୍ତାର କରିଥିଲା ଅସ୍ୱୀକାର କରିପାରିବି ନାହିଁ । ସଂଗ୍ରହାଳୟ ପରି ଗୋଟିଏ ରେଜିଷ୍ଟର ପୃଷ୍ଠା ଗୁଡ଼ିକରେ ପ୍ରକାଶିତ ଅନେକ ସମ୍ୱାଦ କଟିଂ ଗୁଡ଼ିକୁ ଅଠା ଲଗାଇ ସାଇତି ରଖିଛନ୍ତି ବଡ଼ବାବୁ । ରେଜିଷ୍ଟାର ଉପରେ ଷ୍ଟିକରରେ ଲେଖା “ସ୍ମୃତି” ଏବଂ “କୃତି” ମୋ ଭଳି ଅନେକଙ୍କୁ ଈର୍ଷାନ୍ୱିତ କରୁଥିବ ନିଶ୍ଚୟ ଏ ବିଶ୍ୱାସ ମୋର ଥିଲା ।

ପ୍ରାୟ ତିନିଟା ବେଳେକୁ ମୁଁ ଅଫିସ୍ ଛାଡ଼ିଦେଲି । କାରଣ ଘରେ ପହଞ୍ଚି ପିନ୍ଧିଥିବା ପୋଷାକକୁ ତ ବଦଳାଇବାକୁ ପଡ଼ିବ । ବାର ଲୋକଙ୍କ ସାମ୍ନାରେ ଏ ନିତିଦିନିଆ ପ୍ୟାଣ୍ଟ ସାର୍ଟ ଫିକା ହୋଇଯିବାର ସମ୍ଭାବନାକୁ ମୁଁ ଏଡ଼ାଇ ଯାଇପାରୁ ନଥିଲି ।

ଯଥେଷ୍ଟ ପୂର୍ବରୁ ମୋ ଟେଲିଫୋନ୍ ପାଇ ବିଜୟାଲକ୍ଷ୍ମୀ ସାଇତି ରଖିଥିବା କଳା ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଫିକା ଫିକା ଯୁକ୍ତ ସାର୍ଟ କାଢ଼ି ମୋ ଟେବୁଲ୍ ଉପରେ ରଖିଦେଇଥିଲେ ।

ତିନିଟା ପଇଁଚାଳିଶ । ଆଉ ମୋ ପାଖରେ ସମୟ ନ ଥିଲା । ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରିବାକୁ ପ୍ରସ୍ତୁତ ହେଲାବେଳକୁ ଝିଅ ସୁଷମା କୋର୍ଟ ଏବଂ ଟାଇ ମୋ ହାତକୁ ବଢ଼ାଇ ଦେଇ କହିଲା- “ଏମିତି କ’ଣ ମଳିମକଚିଆ ହେଇ ଯାଉଚ ଯେ, ନିଅ ଏ କୋର୍ଟ ଟାଇ ପିନ୍ଧିଦିଅ ।”

ଅଠର ବର୍ଷ ତଳର ଏ କୋର୍ଟ ଟାଇ ମୋତେ ଫେରେଇ ନେଲା ଅସରନ୍ତି ସ୍ମୃତି ଆଡ଼କୁ । ବିଭାଘର ସମୟର ବରକନ୍ୟା ଲେଉଟାଣି ବେଳେ ମୁଁ ୟା’କୁ ପିନ୍ଧି ଆସିଥିଲି । ବଡ଼ ଶଳା ଭାଉଜଙ୍କର ଏହା ଥିଲା ସେ ସମୟରେ ମୋ ପାଇଁ ସ୍ୱତନ୍ତ୍ର ଉପହାର । ବାପଘରର କେତେକ ଜିନିଷକୁ ଯତ୍ନରେ ରଖିଲା ପରି ବିଜୟାଲକ୍ଷ୍ମୀ ଏହାକୁ ସାଇତି ରଖିଥିଲେ ଗଡ଼ରେଜ ଆଲମିରାରେ । ପ୍ରତିବର୍ଷ ଥରେ ଦୁଇଥର ଖରା ଦେଇ କାଗଜଗୁଡ଼ା କର୍ପୂର ପୁଡ଼ିଆ ପାଖରେ ରଖିଥାନ୍ତି ସେ । କେତେବେଳେ କେମିତି କୌଣସି ବିଭାଘର ଉତ୍ସବର ଭୋଜିକୁ ଯିବାକୁ ପଡ଼ିଲେ ଏହାର ଆବଶ୍ୟକତା ହିଁ ପଡ଼ିଥାଏ ।

ପୂର୍ବସୂଚିତ ସ୍ଥାନରେ ଠିକ୍ ଚାରିଟାରେ ମୁଁ ପହଞ୍ଚିଗଲି । ମୋ ଯିବା ପୂର୍ବରୁ ସୁରଥ ବାବୁ ତାଙ୍କ ହିନ୍ଦୁସ୍ଥାନ ଟ୍ରେଡ଼ର୍ସର ଅଫିସ୍ କକ୍ଷରେ ବସିଥିଲେ । ତାଙ୍କ ସାମ୍ନାରେ ବସିଥିଲେ ମାତ୍ର ତିନିଜଣ । ସେମାନେ ମୋର ଅଳ୍ପ ପରିଚିତ ଥିଲେ । ସଂଗୀତରେ ରୁଚି ରଖିଥିବା ଜଣେ ରାଜମିସ୍ତ୍ରୀ ଏବଂ ଆଉ ଜଣେ ଥିଲେ ଅବସରପ୍ରାପ୍ତ ଶିକ୍ଷକ ଓ ଅନ୍ୟର କବିତା ପତି ହଠାତ୍ ବଢ଼ି ଯାଉଥିବା କବି ଦ୍ୱୟ ।

ମୋତେ ଠିକ୍ ସମୟରେ ପହଞ୍ଚିବା ଦେଖି ସୁରଥବାବୁ ଖୁବ୍ ଖୁସି ହୋଇଗଲେ । ପାଞ୍ଚ ମିନିଟ୍ ବିଭିନ୍ନ ବାର୍ତ୍ତାଳାପ ଭିତରେ ଅଫିସ୍‌ରେ ଟହଲିଆ କାମ କରୁଥିବା ପିଲାଟି ଗୋଟିଏ ଲେଖାଏଁ ଜଳଖିଆ ପୁଡ଼ିଆ ଓ ପାଣି ପାଉଚ୍ ଧରାଇଦେଇ ଚା’ ଆଣିବାକୁ ଗଲା । ଆସୁ ଆସୁ ଏତେ ଶୀଘ୍ର ଜଳଖିଆ ଚା’ ବ୍ୟବସ୍ଥା ଦେଖି ପଚାରିଲି- “ଏଗୁଡ଼ାକ କାହିଁକି କରୁଥିଲେ ? ଆଣି ନଥିଲେ ଚଳିନଥାନ୍ତା କି ?”

ସେ ହସି ହସି ମୁଣ୍ଡ ହଲାଇ ମନା କଲେ । ବରଂ କହିଲେ- “ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ । ଆଗେ ଖାଇ ପିଇ ସୁସ୍ଥ ହେଲେ ସିନା ଆଉ ଯାହା କରିବା ।” ତାଙ୍କ କଥାରେ ମୁଁ ସମ୍ମତି ଜଣାଇଲି ।

– ତା ପରେ –

ଲୋକପ୍ରିୟ ଲେଖା

To Top