ଗଳ୍ପ

ରାଣ୍ଡିପୁଅ ଅନନ୍ତା

Byaasakabi Fakir Mohan Senapati's odia story Raandipua Anantaa

ପିଠି ହାତ ପୋଡି ଉଠିଲେ ଚାପଡ଼ା ଚାପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ , “ଆଲୋ ମାଳତୀ ! ଆଲୋ ଶୁକ୍ରୀ ! ଆଲୋ କାଳୀ !” କୁହାଟି ଦିଏ ।

ରାଣ୍ଡିପୁଅ ଅନନ୍ତା

ସୁବଳ ମହାକୁଡ଼ ଓରଫେ ସୁବଳ ସିଂହର ବାପା ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ଼ ହରିଶପୁରର ବଣ ଭିତରେ ପଲରେ ସବୁବେଳେ ଥାଏ । ଘରକୁ ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା ପକ୍ଷରେ ସମାନ । ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ । ଚରା ଢ଼େର ମିଳେ, ମଇଁଷି ଗୁଡ଼ାକ ଭଲ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପର ଟିଏ ମୁଣ୍ଡରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନଯାକ ମଇଁଷିଙ୍କ ପଛେ ପଛେ ଧାଇଁଥାଏ । କାହିଁ ଆଣ୍ଠୁଏ , କାହିଁ ଅଣ୍ଟେ ପାଣି, ଦେହଯାକ କାଦୁଆ ଲଟପଟ, ଏଟା ତାର ଭାରି ଆନନ୍ଦ । ମହାକୁଡ଼ର ଆଉ ଦିନେ ଘର ଦରକାର ନାହିଁ । ରନ୍ଧା ବଢ଼ା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର । କେତେଟା ଡାଳ ପୋତି ତାହା ଉପରେ ବିଡ଼ାକାତେ ବେଣାଘାସ ପକାଇଦେଇ ଗୋଟିଏ ପଲା ତିଆରି କରେ । ପଲାଟି ନିହାତି ନୁଆଁଣ । ବସି ବସି ଭିତରକୁ ଯାଏ । ବସି ବସି ଭାତ ରାନ୍ଧେ । ଠିଆହେଲେ ପଲା ମୁଣ୍ଡରେ ବାଜିବ । ପଲା ଚାରିପାଖେ ବାଡ଼ ନାହିଁ , କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ ; ଦିଶିବ ନାହିଁ । ରାତିରେ ପଲା ଭିତରେ ଡେମ୍ଫେ ଉଞ୍ଚା କଠୋଉ ଯୋଡ଼ାକ ମୁଣ୍ଡ ତଳେ ଦେଇ ଟୋପରଟାରେ ମୁହଁ ଢାଙ୍କି ଦିଏ । ମୁହଁଟାରେ ପାଣି ନ ପଡିଲେ ହେଲା । ତା’ଚାରିପାଖେ ମଇଁଷି ଛୁଆ ଗୁଡ଼ିଙ୍କୁ ଗୋଡ଼ରେ ଦଉଡି ଲଗାଇ ଖଟାଇ ପକାଏ । ବର୍ଷା ହେଲେ ମଇଁଷି ଛୁଆର ମଇଳା ଓ ମୁତ ଧୋଇ ଆସି ପଲା ଭିତରେ ଲହଡ଼ି ଖେଳୁଥାଏ । ମହାକୁଡ଼ ତାହାରି ଉପରେ ଚେଙ୍ଗ ମାଛ ପରି ଲଟପଟ ହେଉଥାଏ । ମଇଁଷିଗୁଡ଼ା ବସା ଚାରିପାଖେ ବଣ ଆଡ଼କୁ ମୁହଁ କରି ଶୋଇଥାନ୍ତି । ରାତି ତିନିପହର ସରିକି ମଇଁଷିଗୁଡାକ ଉଠି ବଣକୁ ଚାଲନ୍ତି ତେତେବେଳୁଁ ମହାକୁଡ଼ ଜାଗ୍ରତ ଥାଏ । ଠେଙ୍ଗାଟା ପାଖରେ ପଡ଼ିଥାଏ ; କାରଣ ତେତିକିବେଳେ ନେକଡ଼ିୟା ଆସି ବାଛୁରୀଟା ଘେନି ପଳାଇପାରେ । ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ଆସିଛି ବୋଲି ମହାକୁଡ଼ ଜାଣିପାରେ । ଆରେ ରେ ରେ ମାରିଦେଲେ ଯେଡ଼େ ବାଘ ହେଉ ଛାଡି ପଳାନ୍ତି । ବାଘ ଗୁଡାକ ମହାକୁଡ଼ ଡାକ ବାରି ପାରନ୍ତି । ବଣରେ ଯେମିତି କୁକୁଡ଼ା ଗୁଡାକ କୁକୁ କୁକୁ କରିବେ ମଇଁଷି ପଲ ବସାକୁ ନେଉଟି ଆସନ୍ତି । ତେତିକିବେଳେ ମହାକୁଡ଼ ଦୁହାଁଳୀ ମଇଁଷି ଗୁଡ଼ାକୁ ଛନ୍ଦି ଦୁହିଁ ପକାଏ । ଦିନ ଘଡ଼ିକି ସାରିକି ମହାକୁଡ଼ାଣୀ ଦେବକୀ କାଣ୍ଡିଆ କୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡ଼ପିଠା, ପାଞ୍ଚ ସେରେ ଅକାଣ୍ଡିଆ ବରଗଡ଼ା ଚାଉଳ ଆଉ ଧୂଆଁପତ୍ର ବିଡ଼େ ଧରି ଗୋଠରେ ହାଜର । ମହାକୁଡ଼ର ତେତିକି ମାତ୍ର ଦୈନିକ ଖାଦ୍ୟ । ସକାଳୁ ପିଠାଟି ଖାଇ ଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଏ । ଦିନ ଦୁଇ ପହାରକ ସରିକି ଅଢ଼େଇସେର ଚାଉଳ ଟିକିଏ ଫୁଟାଫୁଟି କରିଦିଏ । ବଣରୁ ଯଦି କିଛି କାଙ୍କଡ଼, ଡଙ୍କ , ମଟକା, ଫୁଟଗୁଡୀ ମିଳିଥାଏ ତାକୁ ସେଇ ଚାଉଳରେ ପକାଇ ଦେଇଥାଏ । ତରକାରୀ ପାଇଁ ଶୋଚନା ନ ଥାଏ । ବଖାତାରେ ଅଢ଼େଇସେର ଚାଉଳ, ଦୁଇସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ । ବୋଇଲା –

ମଇଁଷି ମଣେ ନୁହା ଚଣାଖିଆ,
ଘୁଷୁରୀ ମଣେ ଧାଈ ।

ମହାକୁଡ଼ାଣୀ ଚାଉଳ ପିଠା ତେତିକି ଦେଇ ଘରର ଦୁଃଖ ସୁଖ, ଗାଁର ହାଲଚାଲ, ବନ୍ଧୁ ବାନ୍ଧବ ଖବରାଖବର କହି ନୀତି ଦୁଧ କାଳିସୀଟୀ ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡ଼ି ଆସେ । ଗ୍ରୀଷ୍ମକାଳରେ ମହାକୁଡ଼କୁ କିଛି ହରବରରେ ପଡ଼ିବାକୁ ହୁଏ । ବଣରେ ନାହିଁ ପାଣି, ଏଣେ ମଇଁଷିଗୁଡାକ ଦୁଇପହର ଯାଏ ଜଳାଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ଦିଶୁଥାଏ । କ’ଣ କରିବେ ? ବଣରୁ ବାହାରି ପାଟକୂଳରେ ଆସି ପଡ଼ନ୍ତି । ସେଠାରେ ପାଣି ଆଉ ଚରାର ଅଭାବ ଥାଏ ନାହିଁ । ମହାକୁଡ଼ ବଡ ଗୋଟାଏ ତାଳପତ୍ର ଛତା ପାଟ କୂଳରେ ପୋତିଦେଇ ତାହାରି ଭିତରେ ରୋଷେଇବାସ କରେ ଓ ରାତିରେ କଠୋଉ ଯୋଡ଼ାକ ମୁଣ୍ଡରେ ଦେଇ ତେଲୁଗୁଣି ପୋକପରି ମୋଡ଼ିମାଡି ଶୁଏ । ଶୋଇବା ପାଖରେ ଦୁଇ ତିନି ଗଦା ମଇଁଷି ଗୋବର ଘଷିରେ ଧୂଆଁ ଜଳୁଥାଏ । ତେବେ ସୁଦ୍ଧା ପାଟ କୂଳରେ କାଳିଆ କାଳିଆ ଡେଙ୍ଗା ଗୋଡ଼ିଆ ବଡ ବଡ ଏତେ ମଶା ଯେ ସମ୍ଭାଳି ହୁଏ ନାହିଁ । ମହାକୁଡ଼ କଣ କରେ କି ପାତରୁ ହାଣ୍ଡିଏ ପଙ୍କ ଆଣି ଗୋଡ଼ ଆଙ୍ଗୁଠି ଠାରୁ ଅଣ୍ଟା ଯାଏ ଲେପିଦେଇ – “ଯା ଗିହାଳୁ ଭାଇଏ ମଶା” କହି ଶୋଇପଡ଼େ । ପିଠି ହାତ ପୋଡି ଉଠିଲେ ଚାପଡ଼ା ଚାପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ , “ଆଲୋ ମାଳତୀ ! ଆଲୋ ଶୁକ୍ରୀ ! ଆଲୋ କାଳୀ !” କୁହାଟି ଦିଏ । ମଇଁଷିଗୁଡ଼ାକ ମହାକୁଡ଼ କଥା ବୁଝନ୍ତି, ଦୂରରେ ଥିଲେ ପାଖକୁ ଆସନ୍ତି । ଓଳିଆ ମଇଁଷି ବେକରେ କାଠ ଘଣ୍ଟ ବନ୍ଧା ଥାଏ, ଫାଶ ଫନ୍ଦା ଡ଼ାଳୁଅ ବିଲରେ ପଡ଼ିଲେ ଧାଇଁଯାଇ ବାଡ଼େଇ ଆଣେ ।

ବର୍ଷେ କଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆଦି ପଲରେ ପଶିଗଲା । ଦିନ ଆଠଟା ଭିତରେ ଅଢ଼େଇ ବୋଡ଼ିଆ ପଲଟା ଏକାବେଳକେ ପଟାରୁଟ୍‌ । ମହାକୁଡ଼ର ତ ଅଣ୍ଟା ବସି ଗଲାଣି । ଗାଲରେ ହାତଦେଇ ବସିଥାଏ । ମହାକୁଡ଼ାଣୀ ଆସି କହିଲେ, “କିରେ ମହାକୁଡ଼ ! ତୁ ଇମିତି ବସି ଭାବୁଛୁ କ୍ୟାଁ ? ଅଣ୍ଟା ବସି ଗଲାଣି ! ଓହୋ ! ଏ ଲାଗି ଗୋଟିଏ ଭାବନା ? ଯା ହେବାର ହେଲା । ଆରେ ମୋ ଭାଇ ଗୋଠରୁ, ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇଦେବି ବେପାର । ବର୍ଷ ଦି’ଟା ଭିତରେ ଯେ ପଲକୁ ସେ ପଲ, ଗୋଟି ଗୋଟି ଗଣି ନେ ।”

ମହାକୁଡ଼ କଣ କଲା କି ଠାକୁରାଣୀଦାଢ଼ ବାହୁଡା ପିଲାପିଚିକା ଯେ ଦୁଇ ଚାରିଖଣ୍ଡ ଲାଙ୍ଗୁଡ଼ ଥିଲା , ବିକି ବାକି ପକାଇ ଜମିଦାରର ଚାରି ପଲରେ ସେଠ ହେଲା । ଏଡ଼େ ବଡ଼ ଚାକିରୀ ହେବାରୁ ମହାକୁଡ଼ାଣୀ ତ ବଡ ଖୁସି , ଗାଁରେ ତାକୁ କେହି ସେଠାଣୀ ନ କହିଲେ ଭାରି କଳି କରେ, ମାଇକିନିଆ ହେଉ ମିଣିପ ହେଉ ବାଡ଼େଇବାକୁ ଧାଏଁ ।

ତା’ପରେ

ଲୋକପ୍ରିୟ ଲେଖା

To Top