ଗଳ୍ପ

ରାଜେଶ୍ୱରର ଦୁଇଟି ବନ୍ଧୁ

Rajeshwarara Duiti Bandhu an odia story by Kalindicharana Panigrahi

ଦେଖ ବିନୁ- ଶୁଣିବା କଥା ହେଉ, ଦେଖିବା କଥା ହେଉ, ଏହା ତୁମକୁ ମାନିବାକୁ ହେବ ଯେ, ବିଶ୍ୱଙ୍କର କହିବାରେ ବାହାଦୂରି ଅଛି, ଯାହା ସମସ୍ତଙ୍କର ନ ଥାଏ । ଆଚ୍ଛା ବିଶ୍ୱ, ତାହାପରେ କ’ଣ ହେଲା ?

ରାଜେଶ୍ୱରର ଦୁଇଟି ବନ୍ଧୁ

“ଉମାର ଦେଢ଼ଗଜ ଲମ୍ୱା କଳା ବେଣୀଟା କାନ୍ଧ ଉପରେ ବଙ୍କେଇ ଆସି ଛାତି ପାଖରେ ପଡ଼ିଥାଏ, ଆଉ ସେହି ବେଣୀ ଆଗରେ ଗାଢ଼ତର କଳା ଉଲର ଗୋଟିଏ ନକଲି ଫୁଲ ଝୁଲୁଥାଏ । ଉମା ସେହି ଫୁଲଟାକୁ ମନ୍ଦାର ପାଖୁଡ଼ା ପରି ନିଜର ଲାଲ ପାପୁଲି ଉପରେ ନଚାଇ ନଚାଇ କହିଲା ।”

“କିନ୍ତୁ ଆଗ ଆମକୁ ବଞ୍ଚିବାକୁ ତ ହେବ ?”

ରାଜେଶ୍ୱର ମୃଦୁ ହସିଲା- “ବଞ୍ଚିବା ଭିତରେ ବି ଅନେକ ରକମ ତଫାତ୍ ଅଛି ଉମା । ସବୁ ଜୀବ ଅବଶ୍ୟ ବଞ୍ଚନ୍ତି, କିନ୍ତୁ ଆମେ ତ କେବଳ ଜୀବନ ନୋହୁଁ, ମଣିଷ ମଧ୍ୟ ।”

ଉମା ମଧ୍ୟ ନିଜର ଭାବୁକତା ଦେଖାଇ ଉତ୍ତର କଲା, କିନ୍ତୁ ମଣିଷର ବଞ୍ଚିବାଟା ବହିପଢ଼ା ଓ ଖାଲି ବହି ଲେଖାରେ ଆବଦ୍ଧ ନାହିଁ । ମଣିଷ ବଞ୍ଚିବା ପାଇଁ ପୋଥି ଗୋଟାଏ ସାମାନ୍ୟ ଉପାଦାନ ମାତ୍ର । ବହି ପଢ଼ା ଓ ବହି ଲେଖା ସିନା ବଞ୍ଚିବା ପାଇଁ ଅସଂଖ୍ୟ ବଡ଼ ବଡ଼ ଉପାଦାନ ଅଛି ।

ରାଜେଶ୍ୱର ବହି ଲେଖେ ନାହିଁ, ପଢ଼େ । ପାଠନି ହିସାବରେ ମଧ୍ୟ ସେ ଯେ ଖୁବ୍ ଗଭୀର, ତାହା କେହି ପରୀକ୍ଷା କରି ନାହିଁ, କିନ୍ତୁ କଥା କଥାକେ ସେ ଅନେକ ଲେଖକ ଓ ପାଠକଙ୍କ ନାମ କହିପାରେ, ବେଶ୍ ଦି’ପଦ ଯୁକ୍ତି କରିପାରେ । ଉମା ମଧ୍ୟ ଅଠରଗୋଟି ବର୍ଷା ବସନ୍ତର ଅଭିଜ୍ଞତା ଘେନି ଓ କଟକ ରେଭେନ୍ସା ବାଳିକା ବିଦ୍ୟାଳୟରୁ କଲିକତା ବେଥୁନ କଲେଜ ପର୍ଯ୍ୟନ୍ତ ସର୍ବମୋଟ ଚାରି ପାଞ୍ଚ ଶହ ମାଇଲ ଭ୍ରମଣ କରି ନାନା ଦେଶର ଖବର ଓ ନିଜ ଜୀବନର ଅଭିଜ୍ଞତା ସମ୍ୱନ୍ଧରେ ଗୋଟିଏ ଘଣ୍ଟା ଆଲୋଚନା କରିପାରେ ।

ବିଶ୍ୱମୋହନ ତାହା କଥାଗୁଡ଼ିକୁ ବେଶ୍ ପରେ ପରେ ସଜାଇ ନେଇ କହିଯାଉଥାଏ । ସଙ୍ଗୀମାନଙ୍କ ଭିତରୁ କେହି କେହି ଏକ ମନରେ ତାହା ଶୁଣୁଥିଲେ । ଆଉ କିଏ ଭରା କାଠଯୋଡ଼ିର ମନ୍ଥର ଗତି ଉପରେ ଯେଉଁ ଛୋଟ ଛୋଟ ବୀଚି ଓ ପ୍ରକାଣ୍ଡ ଭଉଁରୀ ଉଠୁଥିଲା, ସେଥି ସଙ୍ଗେ ଜ୍ୟୋତ୍ସ୍ନାର ଚପଳ ନାଚ ଦେଖି ଗୁଣୁ ଗୁଣୁ ସ୍ୱରରେ ଗାଉଥିଲେ । ଆଉ କିଏ ବଡ଼ ବୁରୁଜ ଦେହରେ ସୁଅର ଧକ୍କାକୁ ନିରୀକ୍ଷଣ କରି ଅନ୍ୟମନସ୍କ ଥିଲେ । ଯେଉଁମାନେ ବିଶ୍ୱମୋହନ କଥାକୁ ଶୁଣୁଥିଲେ, ତାଙ୍କ ଭିତରୁ ବିନୋଦ ପଚାରିଲା ।

ତୁମେ ମଧ୍ୟ ଶୁଣିବା କଥାଟାକୁ ଯେମିତି କହିପାରୁଚ, ତାହା ଦେଖିବା କଥାଠାରୁ ବଳି ପଡ଼ିଛି ।

ସ୍କୁଲ୍ କଲେଜ୍‌ରେ ଡିବେଟିଂ ଘରଠାରୁ ସୁବକ୍ତା ବୋଲି ବିଶ୍ୱମୋହନ ଖ୍ୟାତି ଲାଭ କରିଚି । ଅନେକ କରତାଳି ଆଦାୟ କରିବାର ଶକ୍ତି ଅର୍ଜିଚି ମଧ୍ୟ । ସେଥିପାଇଁ ତାହାର କଥା ଉପରେ ଆଉ କାହାକୁ ବାଧା ଦେବାକୁ ସେ ସହ୍ୟ କରିପାରେ ନାହିଁ । ବିନୋଦକୁ ଗୋଟାଏ ଉପଯୁକ୍ତ ଜବାବ ଦେବାକୁ ସେ ଯାଉଥିଲା, କିନ୍ତୁ ରସଭଙ୍ଗର ଆଶଙ୍କା ଦେଖି ମଝିରେ ଆନନ୍ଦ କହି ଉଠିଲା-

ଦେଖ ବିନୁ- ଶୁଣିବା କଥା ହେଉ, ଦେଖିବା କଥା ହେଉ, ଏହା ତୁମକୁ ମାନିବାକୁ ହେବ ଯେ, ବିଶ୍ୱଙ୍କର କହିବାରେ ବାହାଦୂରି ଅଛି, ଯାହା ସମସ୍ତଙ୍କର ନ ଥାଏ । ଆଚ୍ଛା ବିଶ୍ୱ, ତାହାପରେ କ’ଣ ହେଲା ?

ବିଶ୍ୱମୋହନ କହିବାକୁ ଲାଗିଲା, ବଞ୍ଚିବା ସମ୍ୱନ୍ଧରେ ଉମା ଯେଉଁ ଫିଲସଫି ପ୍ରକାଶ କଲା, ତାହା ଯେ ଖୁବ୍ ଅସାଧାରଣ ନୁହେଁ, ସେଥିପାଇଁ ରାଜେଶ୍ୱର କହିଲା, ହଁ, ଏକଥା ଆଜିକାଲି ଅନେକ ଲୋକ କହନ୍ତି ।

“ଅନେକ ଲୋକ କହନ୍ତି ବୋଲି ତାହା କ’ଣ ଭୁଲ୍ ?” ଉମା ପଚାରିଲା ।

ରାଜେଶ୍ୱର କହିଲା, “ନା, ଭୁଲ୍ କି ଠିକ୍ ସେ କଥା ମୁଁ କହିବାକୁ ଯାଉ ନାହିଁ । ମୁଁ କହେ, ଯେଉଁମାନେ ଭାବୁକ ବା ସ୍ରଷ୍ଟା ସଚରାଚର ତାଙ୍କ ଥାନା ଉଚ୍ଚରେ- ଯେମିତି ତୁମର ଏଲେନ୍ କେଇ ମନ୍ତେସରା ବା ମାଦାମ କୁରୀ ।”

ବେଣୀ ଅଗଟା ଆର କାନ୍ଧରେ ପକାଇ ଦେଇ ଉମା ଉତ୍ତର କଲା, “ଏ କଥାଟା କିନ୍ତୁ ଅଧା ସତ ବୋଲି ମୋର ମନେ ହୁଏ । ଏଲେନ୍ କେଇ ତାଙ୍କ ସ୍ୱଜାତି ପାଇଁ ଯେମିତି ସ୍ୱାଧୀନ ଚିନ୍ତା କରିଛନ୍ତି, ମନ୍ତେସରୀ ଯେମିତି ଶିଶୁ ଶିକ୍ଷାରେ ନାରୀର ବିଚକ୍ଷଣତା ଦେଖାଇଛନ୍ତି କିମ୍ୱା ମଦାମ କୁରୀ ଯେମିତି ନାରୀର ମେଧା ଓ ମନୀଷୀର ପରିଚୟ ଦେଇଛନ୍ତି, ସେମିତି ହୁଏତ ଜୋଆନ୍ ଅଫ୍ ଆର୍କ, ଫ୍ଲୋରେନ୍ସ ନାଇଟିଙ୍ଗେଲ ଓ ଇସାଡ଼ୋରା ଡନ୍‌କ୍ୟାନ୍ ପ୍ରଭୃତି ଆର୍ଟିଷ୍ଟକାଲୀ ବଞ୍ଚିବାର ଆଦର୍ଶ ରଖିଯାଇଛନ୍ତି । କିଏ ଅବା ବହି ଲେଖେ, ଆଉ କିଏ ଲେଖାଏ । ନେପୋଲିୟନ୍ ନିଜେ କବି ବା ଗ୍ରନ୍ଥାକାର ନ ଥିଲେ, କିନ୍ତୁ କବିତା ଲେଖିବାର ଓ ଇତିହାସ ଗଢ଼ିବାର ଅନେକ ଉପାଦାନ ସେ ତାଙ୍କ ଜୀବନରେ ରଖି ଯାଇଛନ୍ତି । ସେମାନଙ୍କ ଭିତରୁ ଆମେ ଆଉ ଉଚ୍ଚ ନୀଚ ବାଛିବା କ’ଣ ?”

ଉମା ଓ ରାଜେଶ୍ୱରଙ୍କ ଭିତରେ ରୋଜ ଏପରି ନାନା ବିଷୟରେ ଆଲୋଚନା ହୁଏ । ଉମାର ସାନଭଉଣୀ ଦୁଇଟି ବହି ପାଖରେ ବସି ବସି ଘୁମାନ୍ତି । ରାଜେଶ୍ୱର ତାହା କର୍ତ୍ତବ୍ୟରେ ହେଲା କରେ ବୋଲି ଉମାର ବାପା ମା’ଙ୍କ ନଜରରେ ଯେମିତି ପଡ଼େ ନାହିଁ, ସେ ନିଜେ ମଧ୍ୟ ସେଥିପାଇଁ ଅନୁତପ୍ତ ନୁହେଁ । ଉମାର ଭଉଣୀ ଦୁଇଟିଙ୍କୁ ପାଠ ପଢ଼ାଇଭା ଅପେକ୍ଷା ଉମାର ଯେ କାହିଁକି ଛଅଟି ମାସ ବେଥୁନ୍ କଲେଜରେ ପଢ଼ି ପାଠ ପ୍ରତି ବୈରାଗ୍ୟ ଆସିଲା, ସେ କଥା ବୁଝିବାକୁ ରାଜେଶ୍ୱରର ବେଶି ଆଗ୍ରହ । ପହିଲେ ସେହି ସୂତ୍ରରୁ ହିଁ ଆଲୋଚନାଟା ଆରମ୍ଭ ହୋଇ କ୍ରମେ ଘନିଷ୍ଠ ଆଳାପରେ ପରିଣତ ହୋଇ ପଡ଼ିଅଛି । ରାଜେଶ୍ୱରର ମନେହୁଏ ଖାଲି ଉମା ଯୋଗରୁ ହିଁ ସେ ଯେମିତି ଟୁଇଶନ୍ କରୁଚି । ଉମାକୁ ମଧ୍ୟ ଶସ୍ତା ଓ ସୁବିଧାରେ ଆଳାପ କରିବାକୁ ମିଳେ, ସେ ସୁଯୋଗ ସେ ଛାଡ଼ିବ କାହିଁକି ?

ତା’ପରେ

ଲୋକପ୍ରିୟ ଲେଖା

To Top