ଗଳ୍ପ

ସାବିତ୍ରୀ

Prasanta Kumar Nayak's odia story Sabitree

ମା, ଜୀବନଟି ଖୁବ ଛୋଟ, ତେଣୁ ଏହି ସୀମିତ ସମୟମଧ୍ୟରେ ନିଜର ସମସ୍ତ ଇଛାକୁ ପରିପୂର୍ଣ କରିବା ଖୁବ ଜରୁରୀ

ସାବିତ୍ରୀ

ଭାରତ ଦେଶର ପୂର୍ବଭାଗରେ ଅବସ୍ଥିତ ରାଜ୍ୟ ଓଡିଶାରେ ଗ୍ରୀଷ୍ମ ସମୟର ଏକ ପର୍ବ ହେଲା ସାବିତ୍ରୀ ବ୍ରତ । ବିବାହିତା ନାରୀମାନେ ଏହି ବ୍ରତଟିକୁ ପାଳନ କରିଥାନ୍ତି । ମୂଳ ଉଦେଶ୍ୟଯେ ନିଜ ପତିଙ୍କର ଲମ୍ବା ଜୀବନ କାମନା କରିବା । ସବୁ ନାରୀଙ୍କ ପରି ‘କଳ୍ପନା’ ମଧ୍ୟ ନିଜର ପତି ପ୍ରତାପ’ଙ୍କର ଲମ୍ବା ଜୀବନର କାମନା କରି ନିର୍ଜଳା ଉପବାସ ରଖିଥାନ୍ତି । ଏହିବର୍ଷ ଯେ ବ୍ରତଟି ଆହୁରି ମହତ୍ଵପୁର୍ଣ ହୋଇଯାଇଥାଏ କାରଣ ତାଙ୍କର ଏକମାତ୍ର ପୁତ୍ର ‘ରୋହନ’ ଯେ ବିବାହ କରିଛନ୍ତି ଏବଂ ବୋହୂ ‘ତନ୍ନଭୀ’ ପ୍ରଥମଥର ପାଇଁ ସାବିତ୍ରୀ ବ୍ରତ ପାଳନ କରିବେ । ସେଥିପାଇଁ ଗତ କେତେଦିନଠାରୁ କଳ୍ପନା ଯେ ତନ୍ନଭିଙ୍କୁ ଫୋନକରି ସବୁ ବିଧି ମନେପକାଇ ଚାଲିଥିଲେ । କଳ୍ପନା ଓ ପ୍ରତାପ ଯେ ବିବାହର ୨୫ବର୍ଷ ପାଳନ କରିବାକୁ ଯାଉଛନ୍ତି । ପରିବାରଟି ଓଡ଼ିଶାର କଟକ ସହରର ବାସିନ୍ଦା । ପରିବାରଟି ଖୁବ ବଡ଼ ଏବଂ ପୁରୁଣା ଖୟାଲ ବା ସଂସ୍କୃତୀକୁ ଜାବୁଡି ଧରି ରଖିଥିଲେ । ନୂଆବୋହୂ ରୁପରେ ତନ୍ନଭି ଯଦି କିଛି ଭୁଲ କରିଦେବେ, ତାହେଲେ ଉଭୟ ଶାଶୁ ଓ ବୋହୂଙ୍କୁ ଯେ ତାଙ୍କର ଜେଠାଣି ଓ ନଣନ୍ଦ ମାନଙ୍କଠାରୁ କେତେ କଥା ଶୁଣିବାକୁ ପଡିବ; ଏହା ଭାବିଚାଲିଥିଲେ କଳ୍ପନା । ରୋହନ ଏବଂ ତନ୍ନଭି ନିୟୁଦିଲ୍ଲୀ ନିକଟସ୍ଥ ଗୁଡ଼ଗାଁ ସହରରେ ବାସ କରୁଥିଲେ । ଘରଠୁ ଏତେ ଦୁରରେ ଥିଲେ ମଧ୍ୟ୍ୟ କଳ୍ପନା ବୋହୂକୁ ବ୍ରତ ପାଳନର ପ୍ରତ୍ୟେକ ବିଧି ବୁଝାଇଚାଲିଥିଲେ । କହିବାକୁଗଲେ କଳ୍ପନା ଦିନରେ ୫ଥର ତନ୍ନଭିଙ୍କ ସହିତ କଥା ନହେଲେ, ତାଙ୍କର ଦିନଟି ସରେନାହିଁ । ଆଜିମଧ୍ୟ ସେ ବୋହୂ ସହିତ ଗପ କରିବାକୁ ଫୋନ କରି୍‌ଥିଲେ । ଯେହେତୁ ତନ୍ନଭି ଅଫିସରେ ବ୍ୟସ୍ତଥିଲେ, ସେ ଯେ ମାଙ୍କ ସହିତ ଠିକ୍‌ରେ କଥା ହୋଇପାରିନଥିଲେ । କଳ୍ପନା ଫୋନ୍‌ଟି ଧରି ସେହି ସୋଫା ଉପରେ ବସି ବସି ବର୍ଷେତଳର ପୂର୍ବ କଥାକୁ ମନେ ପକାଇଚାଲିଥିଲେ ।

ସେହି ସମୟଟି କଳ୍ପନା’ଙ୍କ ଜୀବନରେ ଖୁବ ମହତ୍ଵପୁର୍ଣ । ପ୍ରଥମଥର ପାଇଁ ସେ ରୋହନ’ର ପସନ୍ଦ ତନ୍ନଭି’ଙ୍କ ସହିତ ଭେଟ କରିଥିଲେ । ତନ୍ନଭି’ଙ୍କୁ ଦେଖି କଳ୍ପନା ଭାବିଚାଲିଥିଲେ ଯେ ଏପ୍ରକାର ପିଲା କଣ ରୋହନପାଇଁ ଉପଯୁକ୍ତ; କଣ ସେ ରୋହନ’ର ଯତ୍ନ ନେଇପାରିବେ? ପୁଣି ସେଯେ ମା ଛେଉଣ୍ଡ ପିଲା । ଘରର କାମଦାମ କଣ ଠିକ୍‌ରେ କରିପାରିବେ । ଏତେବଡ଼ ପରିବାରରେ କେତେଯେ କଟୁକଥା ଶୁଣିବାକୁ ମିଳିଥାଏ । ତନ୍ନଭି କଣ ସେ ପୁରୁଣା ସଂସ୍କାର ପଦ୍ଧତିକୁ ପାଳନ କରିପାରିବେ? ଏହିପରି କେତେ ପ୍ରଶ୍ନଗୁଡିକ କଳ୍ପନାଙ୍କ ମନ ଭିତରେ ଭାସି ଚାଲିଛି । ସେ ଯେ ତନ୍ନଭି’ଙ୍କୁ ଆଖିମିଳାଇ ଦେଖିନାହାନ୍ତି କିମ୍ବା ପଦେ କଥାବି ହୋଇନାହାନ୍ତି । ତନ୍ନଭି ଯେ ତାଙ୍କର ପସନ୍ଦ ଆସିନଥାଏ । ଉଭୟ ଚୁପ ଚାପ । ରୋହନ ଯେ ବଡ଼ ଦ୍ୱନ୍ଦ୍ୱରେ ପଡିଗଲେ । ସେ ଭାବିଲେ ଯଦି ଏ ସମ୍ପର୍କକୁ ଯୋଡିବାକୁ ହେବ, ତେବେ ଉଭୟ ମା ଓ ତନ୍ନଭି’କୁ ସମାଧାନ ଖୋଜିବାକୁ ପଡିବ । ତେଣୁ ସେ ଦୁଇ ନାରୀଙ୍କୁ ସେହି ସ୍ଥାନରେ ଛାଡ଼ି ମଲର ଅନ୍ୟ ଦୋକାନ ଗୁଡିକୁ ଦେଖିବା ଉଦ୍ଦେଶ୍ୟରେ ଚାଲିଗଲେ । ବର୍ତ୍ତମାନ ଯେ କଳ୍ପନା ଓ ତନ୍ନଭି । ଶାନ୍ତି ଭଙ୍ଗକରି ହଠାତ ତନ୍ନଭି କଲ୍ପନା’ଙ୍କର ହାତ ଧରି କହିଉଠିଲେ ମା । ରୋହନ କହିଥିଲେଯେ ଆପଣଙ୍କୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଶୁଣିବା ଓ ଓଡିଶୀ ନୃତ୍ୟକରିବା ଖୁବ ପସନ୍ଦ । ମୋତେ ମଧ୍ୟ ଶାସ୍ତ୍ରୀୟ ସଂଗୀତ କିଛିମାତ୍ରାରେ ପସନ୍ଦ, ମାନେ ଅଳ୍ପକି; ଏପରି ନକହିଲେଯେ ଆପଣ ମୋତେ ପସନ୍ଦ କରିବେନାହିଁ । ମା ଶବ୍ଦଟି ଶୁଣି କଳ୍ପନାଙ୍କ ମନମଧ୍ୟରେ ତୁରନ୍ତ ଏକ ବାତ୍ସଲ୍ୟ ମମତାର ଅନୁଭୂତି ଜାଗ୍ରତ ହୋଇଥିଲା; ବୋଧହୁଏ ତନ୍ନଭି ରୁପରେ ତାଙ୍କୁ ଝିଅଟିଏ ମିଳିବାର ଥିବାରୁ ତାଙ୍କର ନିଜର ଝିଅଟିଏ ନଥିଲା । କଳ୍ପନା ଭାବୁଥିଲେଯେ ଏକ ଅଜଣା ଅଶୁଣା ଝିଅଟି କେତେ ସହଜରେ ତାଙ୍କୁ ମା ବୋଲି ଡାକିପାରିଲେ ଏବଂ ଯେହେତୁ ସେହି ଝିଅଟି କେବେ ମା’ର ସ୍ନେହ ପାଇନଥିଲେ, ସେ ଯେ ଚାତକ ପରି ଆତୁର ଥିଲେ ସେହି ସ୍ନେହକୁ ପାଇବାପାଇଁ । ପୁଣି ଶାନ୍ତି ଭଙ୍ଗକରି ତନ୍ନଭି କହିଲେକି ମା, ଆହୁରି କେତେ କଥା ରୋହନ କହିଥିଲେ । ମା’ଙ୍କୁ ପୁରୁଣା ହିନ୍ଦୀ ଫିଲ୍ମ ଦେଖିବାକୁ ଭଲ ଲାଗେ । ମୋତେ ମଧ୍ୟ ଭଲ ଲାଗେ; ନାହିଁ ପୁରା ସତ ନୁହେଁ, କିନ୍ତୁ ଏମିତି ନକହିଲେ ଯେ ଆପଣ ମୋତେ ପସନ୍ଦ କରିବେନାହିଁ । ମା, ମୋତେ ପୁରୁଣା ଫିଲ୍ମ ପସନ୍ଦ, କିନ୍ତୁ ତାଠୁ ଅଧିକ ପସନ୍ଦ ଆଜିକା ସମୟର ହିରୋ ହୃଥିକ ରୋଶନ । କେଉଁ ରାଇଜର ଚଢେଇଟି ଆଜି ଉଡିଆସି କଳ୍ପନା ରୂପଧାରୀ ବୃକ୍ଷରେ ବସି, ସେହି ବୃକ୍ଷକୁ ନିଜର ମା ବୋଲି ଗ୍ରହଣ କରିନେଇଛି । ତନ୍ନଭିର କଥାଶୁଣି କଳ୍ପନା ନିଜର ଅଶ୍ରୁ ରୋକିପାରିନଥିଲେ । ସେ ହାତ ଦୁଇଟି ମେଲାକରି ହୃଦୟରେ ଲଗାଇନେଇଥିଲେ ତନ୍ନଭିଙ୍କୁ । ସେ ଯେ ତନ୍ନଭିର ସରଳ ଓ ସୁନ୍ଦର ସ୍ଵଛ ହୃଦୟଟିକୁ ଖୁବ ଭଲ ପାଇଗଲେ । ବୋଧେ ଏହାହିଁ ସେହି କାରଣ, ଯେଉଁଥିପାଇଁ ରୋହନ ତନ୍ନଭିଙ୍କୁ ଏତେ ଭଲ ପାଆନ୍ତି । ବିବାହର ୨୫ବର୍ଷ ପରେ ଆଜି ଭଗବାନ ଯେ ତାଙ୍କର ଡାକ ଶୁଣିଥିଲେ ଏବଂ ତନ୍ନଭି ରୁପରେ ଝିଅଟି ପ୍ରଦାନ କରିଥିଲେ । ରୋହନ ଫେରି ଦେଖନ୍ତି ଯେ ମା ଓ ତନ୍ନଭିଙ୍କର ସମ୍ପର୍କ ଯେ ବହୁତବର୍ଷ ପୁରୁଣା ପରି ଅନୁଭବ ହେଉଛି । ସେ ଦୁହେଁ ଏତେ ଗଳ୍ପରେ ମଜିଯାଇଛନ୍ତି ଯେ ରୋହନଙ୍କୁ ଦେଖିବାକୁ ମଧ୍ୟ ସମୟ ନଥାଏ । ମନେ ମନେ ଖୁବ ଖୁସି ହୋଇଗଲେଯେ ମା ଓ ତନ୍ନଭି ଉଭୟ ପରସ୍ପରଙ୍କୁ ଖୁବ ପସନ୍ଦ କରିଛନ୍ତି ।

ସମ୍ପର୍କଟି ଆଗେଇଥିଲା, ରୋହନ ଓ ତନ୍ନଭିଙ୍କର ବିଭାଗର ଖୁବ ଆନନ୍ଦରେ ସମ୍ପୂର୍ଣ ହୋଇଥିଲା । ବଡ଼ ପରିବାର ହେତୁ ବିବାହ ସମୟରେ ରାଗ, ମତାନ୍ତର ହେବାତ ସ୍ୱାଭାବିକ । ସେହିପରି କେତେଯେ ଅଜଣା ସମ୍ପର୍କମାନଙ୍କୁ ଖୋସାମତ କରି କଳ୍ପନା ଓ ପ୍ରତାପ ଯେ ପୁତ୍ରର ବିବାହଟି ଶେଷ କରିଥିଲେ । ଏ ପ୍ରକାର ଖୋସାମତ ଆଉଯେ କରିବାକୁ ପଡ଼ିବନି, କାରଣ ରୋହନ ଯେ ତାଙ୍କର ଏକମାତ୍ର ପୁତ୍ର, ଏଥିଲାଗି ପ୍ରତାପ ମନେ ମନେ ଖୁସି ହୋଇଥିଲେ । ତନ୍ନଭି ବୋହୂରୁପରେ ଆସି ଗୃହ ପ୍ରବେଶ କରିଥିଲେ । ଲକ୍ଷ୍ମୀପ୍ରତିମା ରୁପରେ ସ୍ୱାଗତ ପାଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କଳ୍ପନାର ଶାଶୁ ଓ ଜେଠାଣି ଯେ ଦୁଇପଦ କଟୁ ଭାଷା ମଧ୍ୟ କହିବାକୁ ଭୁଲି ନଥିଲେ । ନିଜ ବୋହୂକୁ ସମସ୍ତଙ୍କର କଟୁ ନଜରରୁ ବଞ୍ଚାଇରଖିବା ପାଇଁ କଳ୍ପନା ଯେ ସଦା ତତ୍ପର । ସେ ପ୍ରାୟ ତନ୍ନଭିର ସାଥେ ସାଥେ ରହି ତାଙ୍କୁ ସବୁ ବୁଝାଇଚାଲିଥିଲେ । ଏହି କେତୋଟି ଦିନ ମଧ୍ୟରେ ତନ୍ନଭିଯେ ଏକ ମା ରୂପୀ ବନ୍ଧୁ ପାଇଥିଲେ । ସେ କୌଣସି ବିଷୟରେ ଯେ ମା କଳ୍ପନାଙ୍କ ସହିତ କଥା ହୋଇ ପାରୁଥିଲେ ଏବଂ ଗତ ୨୫ବର୍ଷ ମଧ୍ୟରେ ତାଙ୍କ ଜୀବନର ସ୍ୱପ୍ନନଗୁଡିକ, କିଛି ସାକାର ଥିଲା ତ କିଛି ଭାଙ୍ଗି ଚୁରମାର ହୋଇ ଯାଇଥିଲା, ସେ ସବୁ ବିଷୟ କଳ୍ପନା ବହୁତ ସହଜରେ ତନ୍ନଭି ସହିତ ବାଣ୍ଟି ଚାଲିଥିଲେ । କଳ୍ପନାକୁ କଟୁକଥା କହିବାକୁ ଯାଇ ତାଙ୍କ ଶାଶୁ କହିଥିଲେ ଯେ ‘ବୋହୂକୁ ବୋହୂଭଳି ବ୍ୟବହାର ଦେବା ଉଚିତ, ଝିଅପରି ବ୍ୟବହାର ଦେଲେ ମୁଣ୍ଡରେ ଚଢ଼ିବାକୁ ଅଧିକ ସମୟ ଲାଗିବ ନାହିଁ’ । ସେକଡେ ଜେଠାଣି ଯେ ଦୁଇପଦ ତାନା ମାରିଗଲେ, କିନ୍ତୁ କଳ୍ପନାଯେ ମା ଛେଉଣ୍ଡ ଝିଅଟିକୁ ବୋହୂ କରିଆଣିଛନ୍ତି । ତେଣୁ ସେ ସବୁ ତାନା ଗୁଡିକୁ ନିଜ ଉପରକୁ ନେଇ ତନ୍ନଭିକୁ ଘଣ୍ଟ ଘୋଡାଇ ରଖିଥିଲେ |

ବିବାହ ପରେପରେ ସାତପିଢୀ ପରମ୍ପରାରୁ ଚାଲିଆସୁଥିବା ଶାଢ଼ୀ, ଗହଣା ଇତ୍ୟାଦି ଏବେ ତନ୍ନଭିଙ୍କୁ ସ୍ୱୀକାର କରିବାକୁ ପଡିବ । ଆଧୁନିକ କନ୍ୟା ଥିଲେ ମଧ୍ୟ ତନ୍ନଭି ଖୁବ ଇଚ୍ଚୁକ ଥିଲେ, ଏହି ପ୍ରଥାଗୁଡିକ ବିଷୟରେ ଜାଣିବାକୁ । ଷ୍ଟୋରରୁମ ମଧ୍ୟକୁ ପ୍ରବେଶ କଲେ ଉଭୟ ତନ୍ନଭି ଓ କଳ୍ପନା । ସେ କକ୍ଷରେ ଯେ ସବୁ ଅଳିଆ ବର୍ଷ ବର୍ଷରୁ ଗଦା ହୋଇ ଆସିଥିଲା । ତେଣୁ କକ୍ଷ ମଧ୍ୟରେ ନିଶ୍ୱାସ ନେବାଯେ କଷ୍ଟକର ହୋଇପଡୁଥିଲା । ହଠାତ ତନ୍ନଭିଙ୍କର ନଜର ପଡିଗଲା ଗୋଟେ ବହୁତ ପୁରୁଣା ଖେଳଣା ଉପରେ । ଖେଳଣା ଗାଡିଟିକୁ ଉଠାଇ ସେ ପଚାରିଥିଲେ ମା, ଏ କାହାର ଖେଳଣା, ଏବଂ ଖୁସିରେ ଝଲସିଯାଇ କଳ୍ପନା ଉତ୍ତର ଦେଇଥିଲେ ରୋହନ ଯେତେବେଳେ ୫ବର୍ଷର ଥିଲେ, ଦୁର୍ଗାପୂଜା ସମୟରେ ଏହି ଖେଳଣା କିଣି ଆଣିଥିଲେ । ସେ ଖେଳଣାଟିଯେ ରୋହନଙ୍କର ଜୀବନରେ କେତେ ଖୁସି ଭରି ଦେଇଥିଲା । ତେଣୁ ତନ୍ନଭି ସେ ଖେଳଣାକୁ ନେବାକୁ ଆଦେଶ ମାଗିଥିଲେ । କଳ୍ପନା ହଁ କହି ବହୁତ ଗୁଡିଏ ଟିଣ ବାକ୍ସ ଖୋଲି ଚାଲିଥିଲେ । ସେ ଅଜାଣତର ଭାବରେ ବାହାରି କରି ଆଣିଥିଲେ ଗୋଟେ ପୁଡିଆ, ଯେଉଁଥିରେ ଋଣଝୁଣ ଶବ୍ଦ କରି ବାହାରି ଆସିଥିଲେ ଦୁଇଟି ପାଦର ଘୁଙ୍ଗୁର । ସେ ଦୁଇଜୋଡି ଘୁଙ୍ଗୁରକୁ ଦେଖି ନୟନରୁ ଅଶ୍ରୁଧାରା ବହିଚାଲିଲା । ଏହାଦେଖି ତନ୍ନଭି ମାଙ୍କୁ ନିଜ ବକ୍ଷରେ ଜାବୁଡି ନେଇଥିଲେ । ଏଥିରେଯେ କଳ୍ପନାଙ୍କୁ ଏକ ସୁନ୍ଦର ଅନୁଭୂତି ମିଳିଥିଲା । ଜଣେ ବୋହୂ, ଯେକି ବିନା ମାର ସ୍ନେହରେ ବଢିଛନ୍ତି, ସେ ଆଜି ନିଜର ଶାଶୁମାଙ୍କୁ ସ୍ନେହ ଓ ପ୍ରେମର ସହିତ ଜାବୁଡି ଧରିଛନ୍ତି । ସେ ଖୁସିରେ ଆହୁରି କାନ୍ଦି ଚାଲିଲେ । ତନ୍ନଭି ପଚାରିବାରୁ କଳ୍ପନା କହିଥିଲେ ଯେ ବିବାହ ପୂର୍ବରୁ ସେ ଖୁବ ଆଦରର ସହିତ ଓଡିଶୀ ନୃତ୍ୟ କରୁଥିଲେ । ସେ ପାଠ ପଢିବା ସହିତ ନୃତ୍ୟଶିକ୍ଷା ମଧ୍ୟ ନେଇଚାଲିଥିଲେ । ସେ ନିଜ ବିଦ୍ୟାଳୟ ଓ କଲେଜରେ ନୃତ୍ୟ କରି ଆସିଥିଲେ । ସେହି ନୃତ୍ୟର ଜରିଆରେ ଯେ ତାଙ୍କର ବିବାହ ପ୍ରସ୍ତାବ ଆସିଥିଲା । ପ୍ରତାପ ଓ ତାଙ୍କ ପରିବାର ଏବିଷୟରେ ଆପତ୍ତି କରିନଥିଲେ, କିନ୍ତୁ ବିବାହର ପରେ ଯେ ବୋହୂକୁ ନୃତ୍ୟକରିବାର ଆଦେଶ ମିଳିନଥିଲା । ତାଙ୍କର ସେ ନୃତ୍ୟ କରିବାର କଳା ଯେ ମନମଧ୍ୟରେ ସୀମିତ ହୋଇ ରହିଯାଇଥିଲା । ସେ ବହୁତଥର ଅନୁରୋଧ କରିଥିଲେ କିନ୍ତୁ ଶାଶୁମା କଦାପି ଆଜ୍ଞା ଦେଇନଥିଲେ । କିନ୍ତୁ ତନ୍ନଭି, ମୁଁ ଆଜି ତୋର ଶାଶୁମା ରୁପରେ ତୋର କୌଣସି ଇଚ୍ଛାରେ ବାଧା ଦେବିନାହିଁ । ନିଜର ଇଚ୍ଛାକୁ ମାରି ପୁରା ଜୀବନଟି କାଟିବାଯେ ଖୁବ କଠିନ, ପଞ୍ଜୁରୀରେ ବାନ୍ଧିହୋଇ ରହିଥିବା ଶୁଆଟି ପରି । ଏହା ଶୁଣି ତନ୍ନଭି ଯେ ନିଜର କୋହ ସମ୍ଭାଳି ପାରିନଥିଲେ । ସେ ନିଜକୁ ଖୁବ ଭାଗ୍ୟବାନ ବୋଲି ମନେ କରିଥିଲେ । ମା କଲ୍ପନାଙ୍କର ଜୀବନରେ ନୃତ୍ୟର ମହତ୍ୱ ଖୁବ ଥିଲେ ମଧ୍ୟ ସେ ତାକୁ ଚିରଦିନ ପାଇଁ ତ୍ୟାଗ କରିଥିଲେ । ସେ ତ୍ୟାଗଯେ ଖୁବ ମହାନ । ଟିଣ ବାକ୍ସଟିକୁ ବନ୍ଦକରି ସେ ଅନ୍ୟ ଏକ ବାକ୍ସରୁ ନିଜର ପୁସ୍ତନି ଶାଢ଼ୀ ଓ କପଡାଲତା ବାହାରକରି ତନ୍ନଭିଙ୍କୁ ଭେଟ ଦେଇଥିଲେ । ସାଧାରଣତଃ ବିବାହପରେ ପ୍ରଥମ ସାବିତ୍ରୀ ବ୍ରତ ସମୟରେ ନୂତନ ବୋହୂକୁ ଏ ଶାଢ଼ୀ ଏବଂ ଗହଣାଗାଣ୍ଠି ଗୁଡିକୁ ଧାରଣ କରିବାକୁ ପଡିଥାଏ । ଶାଢ଼ିଟିଯେ ଖୁବ ପୁରୁଣା ଏବଂ ଖୁବ ଓଜନଦାର । ସେଥିରେ ବିଭିନ୍ନ ପ୍ରକାରର ଜରିକାର୍ଯ୍ୟ ହୋଇଥିବାରୁ ତାକୁ ଧାରଣ କରିବା ଯେ କଷ୍ଟକର । କିନ୍ତୁ ନିୟମତ ନିୟମ, ତାହା ପରିବର୍ତିତ ହୋଇ ପାରିବନାହିଁ । ତେଣୁ ଖୁସି ମନରେ ତନ୍ନଭି ସେଗୁଡିକୁ ଧରି କକ୍ଷ ବାହାରକୁ ଆସିଥିଲେ |

ଆଜିଯେ ତନ୍ନଭି ବିବାହର ଏକବର୍ଷ ପରେ ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବେ । ତେଣୁ ଗତ ଏକସପ୍ତାହ ହେବ ଶାଶୁମା କଳ୍ପନା ଯେ ତାଙ୍କୁ ବାରମ୍ବାର ଫୋନ୍‌କରି ସବୁ ପୂଜାପଦ୍ଧତି ତଥା ବେଶଭୁଷା ବିଷୟରେ ବୁଝାଇ ଚାଲିଥିଲେ । ସେ ଚାହୁଁନଥିଲେ ଯେ ତାଙ୍କର ବୋହୂକୁ ତାଙ୍କର ଶାଶୁ କି ଜେଠାଣି କିଛି କଟୁଶବ୍ଦ କହିଯାଆନ୍ତୁ । ଦିନସାରା ନିଜର ସାବିତ୍ରୀ ବ୍ରତ ପାଇଁ ସବୁକିଛି ଯୋଗାଡ଼ କରି ଥକି ଯାଇଥିଲେ କଳ୍ପନା । ସେଦିନ ଯେ ରବିବାର ଥିବାରୁ ସୁବିଧା ହେଲାଯେ ତନ୍ନଭି ଅଫିସକୁ ଯାଇନଥିବେ । ଛୁଟିଦିନେ ଘରେ ରହି ରୋହନର ସାହଯ୍ୟଦ୍ୱାରା ଠିକରୁପରେ ପୂଜା ସମ୍ପନ୍ନ କରିପାରିବେ ।

ଏହି ସମୟରେ ମନ ଅଥୟ ହେବାରୁ କଳ୍ପନା ଫୋନ କରିଥିଲେ ରୋହନଙ୍କୁ । ମାଙ୍କ ଫୋନ ଦେଖି ରୋହନ ଖୁସିର ସହିତ ପୂଜା ବିଷୟରେ ବିବରଣୀ ଦେଇଚାଲିଲେ । କଳ୍ପନା କହିଥିଲେ ଯେ ତନ୍ନଭି ଯେମିତି ହେଲେବି ସେ ପୁସ୍ତନି ଶାଢ଼ୀ ଓ ଗହଣା ପିନ୍ଧିବା ଦରକାର । ରୋହନ ଉତ୍ତର ଦେଇଥିଲେ ଯେ ସେତ ଏବେବି ଜିନ୍ସ ଓ ସାର୍ଟ ପିନ୍ଧି ପୂଜାସାମଗ୍ରୀ ଯୋଗାଡ଼ କରୁଛି । କଳ୍ପନାଙ୍କ ମନ ମଧ୍ୟରେ ଢେଉ ଉଠିଥିଲା । ସେ ଭାବିଥିଲେ ଯେ ଯେଉଁ ବୋହୂକୁ ସେ ନିଜର ଝିଅ ପରି ସ୍ନେହ ଦେଇଚାଲନ୍ତି, ସେ ଯେ ତାଙ୍କର ଗୋଟେବି ଅନୁରୋଧ ରଖି ପାରିଲେନି । ମନ ଦୁଃଖରେ ସେ ଫୋନ୍‌ କାଟିଥିଲେ । ସନ୍ଧ୍ୟାସମୟରେ ବ୍ରାହ୍ମଣ ଆସିବାରୁ ପୂଜାପାଇଁ କଳ୍ପନା, ଜେଠାଣି ଓ ଶାଶୁମା ସମସ୍ତେ ତୟାର ହୋଇ ବୃନ୍ଦାବତୀଙ୍କ ଚଉଁରା ନିକଟରେ ପହଞ୍ଚିଥିଲେ |ଏହି ସମୟରେ କଳ୍ପନା ସ୍ୱାମୀ ପ୍ରତାପଙ୍କୁ କହିଥିଲେ ଯେ ପୂଜାର ବହି ତ ବ୍ରାହ୍ମଣ ପଢିବେ । ତେଣୁ ଭିଡ଼ିଓକଲ କଲେ ସେପଟେ ତନ୍ନଭି ମଧ୍ୟ ଦେଖି ଓ ଶୁଣିପାରିବେ । ପ୍ରତାପ ଭିଡ଼ିଓକଲ କରିବାରୁ କଳ୍ପନା ଦେଖିପାରିଥିଲେ ତାଙ୍କର ବୋହୁ ତନ୍ନଭିଙ୍କୁ । ସେ ଓଜନଦାର ଜରି ଶାଢ଼ୀକୁ ପିନ୍ଧିବାଯେ ଖୁବ କଷ୍ଟକର । ତଥାପି ତନ୍ନଭି ଶାଶୁମାଙ୍କର ମନ ରଖିବା ପାଇଁ ଚେଷ୍ଟା କରିଥିଲେ । ସେ ପୁରୁଣା ଗହଣାଗୁଡିକ ଏତେ ଓଜନଦାର ହେଲେ ମଧ୍ୟ୍ୟ ତନ୍ନଭି ସେଗୁଡିକୁ ମଧ୍ୟ୍ୟ ଧାରଣକରିଥିଲେ । ମଥାରେ ନାଲି ରଙ୍ଗର ବଡ଼ ସିନ୍ଦୁର ଟୋପାଟି ଲଗାଇ ତନ୍ନଭି ଯେ ଖୁବ ସୁନ୍ଦର ଦିଶୁଥିଲେ । ଭିଡ଼ିଓକଲ ହେତୁ ତନ୍ନଭି ନିଜକୁ ସଂଯମ କରି ପଚାରିଥିଲେ ମା, ମୁଁ କେମିତି ଦିଶୁଛି ? ତନ୍ନଭି ଯେ ଆଧୁନିକ ଯୁଗର କନ୍ୟା ହୋଇ ମଧ୍ୟ୍ୟ ମାର ମନ ରଖିବାପାଇଁ ସେହି ପୁରୁଣା ସଂସ୍କାରକୁ ଧାରଣ କରିବାକୁ ଖୁବ ଚେଷ୍ଟା କରିଥିଲେ । ଆଜି ଉତ୍ତର ଯେ କେବଳ କଳ୍ପନା ଦେଇ ନଥିଲେ, ତାଙ୍କ ସାଥୀରେ ତାଙ୍କର ଜେଠାଣି ଓ ଶାଶୁମା ସମସ୍ତେ କହିଉଠିଥିଲେ ଯେ ଖୁବ ସୁନ୍ଦର ଦିଶୁଛୁ । ସମସ୍ତଙ୍କର ସେହି ଆଶୀର୍ବାଦ ଥିଲା ଯେ ‘ସଦା ସୁହାଗନ ରହୋ’ । କଲ୍ପନାଙ୍କର ଅଶ୍ରୁ ବହି ଚାଲିଥିଲା । ସେ ଜାଣି ପାରିଥିଲେ ଏବଂ ପ୍ରମାଣ ପାଇସାରିଥିଲେ ଯେ ତନ୍ନଭିର ମନମଧ୍ୟରେ କେତେ ସ୍ନେହ ଓ କେତେ ସମ୍ମାନ ଭରି ରହିଛି । ସେ ବୃନ୍ଦାବତୀଙ୍କ ପାଖରେ ହାତଯୋଡ଼ି ପ୍ରଣାମ କରିଥିଲେ ଯେ ତନ୍ନଭି ଭଳି ପତ୍ନୀ ପାଇ ରୋହନର ଜୀବନ ସୁଖମୟ ହୋଇଯାଇଛି |

ପୂଜା ସରିବାପରେ ଥକିଯାଇ ସୋଫା ଉପରେ ବସି ପଡ଼ିଥିଲେ କଳ୍ପନା । ଏହି ସମୟରେ ପ୍ରତାପ ଏକ ଗିଫ୍ଟ ପ୍ୟାକେଟ ଧରି ପହଞ୍ଚିଥିଲେ କଳ୍ପନାଙ୍କ ନିକଟରେ ଏବଂ କହିଥିଲେ ଯେ କୋରିଅରଟି ତୁମ ନାଁରେ ତନ୍ନଭି ପଠାଇଛି । ନିଜର ବୋହୂଠୁ ଆସିଥିବା ଗିଫ୍ଟକୁ ଖୁବ ଆଗ୍ରହର ସହିତ ଖୋଲିଦେଖନ୍ତି ଯେ ସେଥିରେ ଦୁଇଯୋଡି ଘୁଙ୍ଗୁର ଓ ଓଡିଶୀ ନୃତ୍ୟ ପାଇଁ ଉପଯୁକ୍ତ ଶାଢ଼ିଟି ଥିଲା । ନିଜର ସାକାର ନହୋଇଥିବା ସ୍ୱପ୍ନଗୁଡିକଯେ ତାଙ୍କୁ ବହୁତ କଷ୍ଟ ଦେଇ ଚାଲିଥିଲା । କିନ୍ତୁ ତନ୍ନଭି ତାହା ବୁଝିପାରିଥିବାରୁ ଏକ ନୂତନ ଚିନ୍ତାଧାରା ଓ ଚେଷ୍ଟା ଆରମ୍ଭ କରିବାକୁ ଯାଇ ଏହି ଉପହାର ପଠାଇଥିଲେ । ପ୍ୟାକେଟ ମଧ୍ୟରେ ଗୋଟେ ଛୋଟ ଚିଠିଟିରେ ତନ୍ନଭି ଲେଖିଥିଲେ ଯେ “ମା, ଜୀବନଟି ଖୁବ ଛୋଟ, ତେଣୁ ଏହି ସୀମିତ ସମୟମଧ୍ୟରେ ନିଜର ସମସ୍ତ ଇଛାକୁ ପରିପୂର୍ଣ କରିବା ଖୁବ ଜରୁରୀ” । ଖୁବ ଜୋରରେ କାନ୍ଦି ଉଠିଥିଲେ କଳ୍ପନା । ପ୍ରତାପ ଯେ ବ୍ୟସ୍ତ ହୋଇ ଉଠିଲେ । ଏହି ସମୟରେ ଜେଠାଣି ଓ ଶାଶୁମା ସେଠି ପହଞ୍ଚିଥିଲେ ଏବଂ ତନ୍ନଭିଙ୍କର ଏପ୍ରକାର ସ୍ନେହ, ମମତା ଓ କର୍ତ୍ତବ୍ୟର ପ୍ରମାଣ ଦେଖିପାରିଥିଲେ । ଯେପରି କଳ୍ପନା ତନ୍ନଭିଙ୍କୁ ନିଜ ଝିଅପରି ସ୍ନେହ କରନ୍ତି, ଆଜି ଠିକ ସେହିପରି ତାଙ୍କର ଶାଶୁ ଆସି କଳ୍ପନାଙ୍କ ମୁଣ୍ଡରେ ହାତ ରଖି କହିଥିଲେ ବୋହୂ, ସଂସ୍କାର ଓ ପରମ୍ପରା ନାମରେ ମୁଁ ଯେ ତୋର କେତେ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଛି । ମୋତେ କ୍ଷମା କର ମା । ଆଜି କିନ୍ତୁ ଏହି ଛୋଟ ଝିଅଟି ମୋର ଆଖି ଖୋଲିଦେଲା । ତୋ ପାଖରେ ଏବେବି ସମୟ ଅଛି । କମସେକମ ତୋର ନିଜର ଖୁସିପାଇଁ ତୁ ଓଡିଶୀ ନୃତ୍ୟ କରିପାରୁ ।

ପରଦିନ ପ୍ରାତଃକାଳରୁ ନିଜ କକ୍ଷର କବାଟ ବନ୍ଦକରି ପାଦରେ ଘୁଙ୍ଗୁର ବାନ୍ଧି ଓଡିଶୀ ନୃତ୍ୟ ଆରମ୍ଭ କରିଥିଲେ କଳ୍ପନା । ସକାଳର ନୀରବତା ମଧ୍ୟରେ ଏହି ଋଣଝୁଣ ଘୁଙ୍ଗୁରର ଶବ୍ଦ ଯେ ଏକ ଭିନ୍ନ ଅନୁଭୂତୀ ଦେଇପାରିଥିଲା । ପ୍ରତାପ ଯେ ଏହି ସମୟରେ ଭିଡ଼ିଓକଲଟି ତନ୍ନଭିଙ୍କୁ କରିଥିଲେ । କଳ୍ପନା ନିଜର ନୃତ୍ୟ ଦୁନିଆକୁ ୨୫ବର୍ଷ ପରେ ଫେରିଥିଲେ । କହିବାକୁଗଲେ ସେ ନୃତ୍ୟକୁ ସମ୍ପୂର୍ଣ ରୁପରେ ଭୁଲିଯାଇଥିଲେ । କିନ୍ତୁ ସେ ଆଜି ନିଜ ପାଇଁ ନାଚୁଥିଲେ । ଭୁଲ କିମ୍ବା ଠିକ୍‌କୁ ଧ୍ୟାନ ନଦେଇ ସେ ନାଚି ଚାଲିଥିଲେ । ଥକିଯାଇ ତଳେ ବସିପଡ଼ିଲାରୁ, ସେ ଶୁଣିଥିଲେ ତାଳିର ଶବ୍ଦ । ଘୁରି ଦେଖିଥିଲେ ଯେ ପ୍ରାତଃକାଳରୁ ତନ୍ନଭି ତାଙ୍କର ନୃତ୍ୟକୁ ଦେଖିଚାଲିଛନ୍ତି ଏବଂ ଖୁବ ଖୁସିର ସହିତ ଉପଭୋଗ କରିଚାଲିଛନ୍ତି । କଳ୍ପନା ଯେ ଦୌଡ଼ିଯାଇ ଫୋନ୍‌କୁ ଧରି ଚୁମି ଚାଲିଥିଲେ |

ସେହିଦିନହିଁ କଲ୍ପନା’ଙ୍କର ଜେଠାଣି ଓ ଶାଶୁ ଏହା ବୁଝିପାରିଥିଲେ ଯେ ସମ୍ପର୍କକୁ ମନରୁ ବାନ୍ଧିବା ଉଚିତ ଏବଂ ସେଥିରେ ନିଜର ଅହଂକାର ଯୋଡ଼ିଦେଲେ ତାହା ଏକ ଭୟର ରୂପ ନେଇଥାଏ । ଏହାର ଚାପରେ ଯେ କେତେ ବୋହୂମାନଙ୍କର ସ୍ୱପ୍ନ ଧୂଳିସାତ ହୋଇଯାଏ । କଳ୍ପନା ବିବାହର ୨୫ବର୍ଷ ପରେ ପ୍ରଥମଥର ନିଜପାଇଁ ବଞ୍ଚିବାକୁ ସୁଯୋଗ ପାଇଥିଲେ । ସମୟ ବିତିଯାଇଥିଲା, କିନ୍ତୁ ସେ ତାହା ଭୁଲି ବର୍ତ୍ତମାନରେ ବଞ୍ଚିରହିବାକୁ ପସନ୍ଦ କରିଥିଲେ କାରଣ ତାଙ୍କର ସେ ବୋହୂ ତନ୍ନଭି ଯେ ପ୍ରତ୍ୟେକ ଭିଡ଼ିଓକଲରେ ଏହି ଉପଦେଶ ଦେଇଚାଲିଥିଲେ । ତାଙ୍କର ଉପଦେଶଯେ ସିରୋଧାର୍ଯ୍ୟ । କଳ୍ପନା ଏହା ବୁଝିପାରିଥିଲେ ଯେ ତନ୍ନଭି ତ ରୋହନ ପାଇଁ ଆବଶ୍ୟକରୁ ଅଧିକ ଉପଯୁକ୍ତ, ତାସହିତ ରୋହନର ମାଙ୍କ ପାଇଁ ମଧ୍ୟ । ମନୁଷ୍ୟର ଚିନ୍ତାଧାରାହିଁ ତାକୁ ବଡ଼ କିମ୍ବା ଛୋଟ କରିଥାଏ, ବୟସତ ତା ବାଟରେ ଚାଲିଥାଏ |

ଲୋକପ୍ରିୟ ଲେଖା

To Top