ଗଳ୍ପ

ସତୀଚଉଁରା

Dr Ajit Kumar Tripathy's odia story Sateechaunraa

ସତୀନାରୀ ଭାବେ ଜୋରଜବରଦସ୍ତି କରି ବିଡ଼ାନାସୀ ମଶାଣିରେ ବାଜା ବଜାଇ, ମୋତେ ସଜାଇ ଅଗ୍ନିରେ ନିକ୍ଷେପ କରାଯାଇଥିଲା । ସେହିଦିନଠାରୁ ହୁଏତ ଏ ମଶାଣିର ନାମ ସତୀଚଉରା । ସତୀଚଉରାର ପ୍ରଥମ ସତୀ ମୁଁ ।

ସତୀଚଉଁରା

ରାତି ଏଗାର । ଭାରତ ସରକାରଙ୍କର ଅବସରପ୍ରାପ୍ତ ଗୃହ ସଚିବ ବୀରକିଶୋର ରାତ୍ରଭୋଜନ ପରେ ଶେଯ ଉପରେ କଡ଼ ଲେଉଟାଉଛନ୍ତି ଅଧଘଣ୍ଟାଏ ହେଲା । ଅନ୍ୟଦିନଗୁଡ଼ିକରେ ପତ୍ରପତ୍ରିକା ପଢୁପଢୁ ଅଧଘଣ୍ଟାଏ ଭିତରେ ଗାଢ଼ ନିଦ ହୋଇଯାଏ । ହେଲେ ଆଜି କାହିଁକି ସେଥିରେ ବ୍ୟତିକ୍ରମ ହେଉଛି ଜାଣିପାରୁନାହାନ୍ତି ସେ । ବୟସ ଅଧିକ ହେଲେ ଶୋଇବା ସମୟ କମିଯାଏ ବୋଲି ଶୁଣିଛନ୍ତି । ଡାକ୍ତର ମଧ୍ୟ ଏବେ କହିଛନ୍ତି ସେଇଆ । ରାତି ଓ ଦିନ ମିଶି ଆଠଘଣ୍ଟା ଯଦି ଶୋଇପାରୁଛନ୍ତି, ତେବେ ଚିନ୍ତା କରିବାର ନାହିଁ । ବୀରକିଶୋର ରାତି ଦଶଟା ଭିତରେ ଖାଇନେଇ ସାଢେ଼ଦଶ ବେଳକୁ ଚାଲିଆସନ୍ତି ଶେଯକୁ । ନିଦ ନ ମାଡ଼ିଲେ ଗୁଡ଼ାଏ ଅଯଥା ଅତୀତ କଥା ମନକୁ ଚାଲିଆସେ । ଅତୀତର ଅନେକ ଅପାଶୋରା ସ୍ମୃତି ରୋମନ୍ଥନ ସମସ୍ତଙ୍କ କ୍ଷେତ୍ରରେ ଅନନ୍ୟ ଅନୁଭବ । ତଥାପି ବୀରକିଶୋରଙ୍କୁ ନାମ ଜପ କଲେ, ନିଦ କୁଆଡ଼େ ଥାଏ, ଚାଲିଆସେ ।

ପିଲାଦିନରୁ ତାଙ୍କର ଅଭ୍ୟାସ ବଡ଼ି ସକାଳୁ ଉଠିବା । ତେଣୁ ସକାଳ ପାଞ୍ଚଟାକୁ ଆପେ ଆପେ ଭାଙ୍ଗିଯାଏ ନିଦ । ନିତ୍ୟକର୍ମ ସାରି ସେ ବାହାରି ପଡ଼ନ୍ତି ପାର୍କକୁ ଘଣ୍ଟାଏ ଦେଢ଼ଘଣ୍ଟା ବୁଲି ଆସିବା ପାଇଁ ।

ଅବସର ଗ୍ରହଣ କରିବା ହେଲାଣି ତେର ବର୍ଷ । ଅବସର ପରେ ସେ ନିଜ ରାଜ୍ୟ ଓଡ଼ିଶାକୁ ବାହୁଡ଼ି ଆସିଛନ୍ତି । ଆଜିକାଲି ରାଜଧାନୀରେ ଘର କରି ରହିବାକୁ ଅନେକଙ୍କ ଆଗ୍ରହ । କିନ୍ତୁ ବୀରକିଶୋରଙ୍କ ଅଧିକ ଆକର୍ଷଣ କଟକ ସହର ପାଇଁ । ଏଇ ଧାରଣା ପାଇଁ ପିଲାଦିନେ ପାଠ ପଢ଼ିଥିବା କଟକ ସହରରେ ନୂଆ ଘର କରି ଅବସର ଜୀବନ କଟାଉଛନ୍ତି ବୀରକିଶୋର । କଟକରେ ଅନେକ ସାଙ୍ଗ ସାଥୀ ଏବେ ମଧ୍ୟ ଜୀବିତ ଅଛନ୍ତି ଏବଂ ତାଙ୍କ ସଙ୍ଗେ ସମ୍ପର୍କ ରକ୍ଷା କରିଛନ୍ତି, ଯାହାକି ଭୁବନେଶ୍ୱର ହୋଇଥିଲେ ହୁଏତ କେବେ ସମ୍ଭବ ହୋଇ ନ ଥାଆନ୍ତା । ମଧ୍ୟାହ୍ନଭୋଜନ ପରେ ଦେଢ଼ଘଣ୍ଟାରୁ ଦୁଇଘଣ୍ଟା ବିଶ୍ରାମ ନେବା ମଧ୍ୟ ପ୍ରାୟ ଏକ ପ୍ରକାରର ଅଭ୍ୟାସରେ ପଡ଼ିଗଲାଣି ତାଙ୍କର । ମଧୁମୂତ୍ର, ହୃଦ୍ରୋଗ, ରକ୍ତଚାପ, ଗଣ୍ଠିବାତ, ଆଜମା ଆଦି କୌଣସି ଏକ୍ଜିକ୍ୟୁଟିଭ୍ ବେମାରି ତାଙ୍କୁ  ଏ ଯାଏଁ ଆକ୍ରମଣ କରି ନାହିଁ ।

ଦ୍ୱିପ୍ରହର ନିଦ୍ରା ସମୟରେ ତାଙ୍କୁ କୌଣସି ଫୋନ୍ ଦିଆଯିବ ନାହିଁ । କିଏ ଦେଖା କରିବାକୁ ଆସିଲେ ତାକୁ ଦିନ ସାଢେ଼ ଚାରିଟା ପରେ ଆସିବାକୁ କୁହାଯିବ । ସଂଯତ ଓ ଆଦର୍ଶ ଜୀବନ ଶୈଳୀ ତାଙ୍କର ଛାତ୍ରଜୀବନରୁ ଅଛି ଆଜି ଯାଏ । ପଢ଼ାପଢ଼ି ଓ ଟି.ଭି. ଦେଖାରେ କଟିଯାଏ ସମୟ । ଚିନ୍ତା ଭାବନା ଆଜି ସେ ଆଦୌ ଭଲ ପାଆନ୍ତି ନାହିଁ ।

ପତ୍ନୀ ସୁମିତ୍ରା ଚାଲିଯିବାର ହୋଇଗଲାଣି ସାତବର୍ଷ । ସୁମିତ୍ରାଙ୍କ ଯିବା ପରେ ଭାରି ଏକଲା ଲାଗୁଥିଲା ତାଙ୍କୁ । ଠାକୁରଙ୍କୁ ଡାକୁଥିଲେ ଆରପାରିର ଡାକରା ଚଞ୍ଚଳ ଆସିଯାଉ ବୋଲି, କିନ୍ତୁ ଜୀବନ ଡୋରି ଯେ ପରମେଶ୍ୱରଙ୍କ ହାତରେ- ସେଥିରେ ଅନ୍ୟଥା ହେବ କେମିତି ?

ପୁଅ ବୋହୂ ଆମେରିକା ଯିବାର ହୋଇଗଲାଣି ଅନେକ ବର୍ଷ । ଝିଅ ବାହା ହୋଇ ଅଷ୍ଟ୍ରେଲିଆ ଯିବାର ହେଲାଣି ଦଶ ବର୍ଷ । ସେମାନେ ଆସନ୍ତି ପ୍ରତିବର୍ଷ, ଫେରିଯାଆନ୍ତି କିଛିଦିନ ରହି । ନାତିନାତୁଣୀଙ୍କ ମେଳରେ କିଛିଦିନ କଟିଯାଏ ଖୁସିରେ । ତା’ପରେ ପୁଣି ଚିରାଚରିତ ତାଙ୍କର ଏକଲାପଣ ।

ଚାକର ପିଲାଟିଏ, ପୂଜାରୀଟିଏ, ଆଉ ଗୋଟିଏ ଡ୍ରାଇଭର୍‌କୁ  ନେଇ ତାଙ୍କର ଦୈନନ୍ଦିନ ଜୀବନ । ପେନ୍‌ସନ୍ ଯାହା ମିଳେ ସେଥିରେ ସେମାନଙ୍କର ପାଉଣା ଦିଆଗଲା ପରେ ଚଳିବାକୁ ଯଥେଷ୍ଟ ବଳେ । ଆଗରୁ ଭୁବନେଶ୍ୱରରେ ବିଜେବି ନଗରରେ ଯେଉଁ ଘର ତିଆରି ହୋଇଥିଲା, ସେଥିରୁ ଭଡ଼ା ଆସେ ମାସକୁ ପନ୍ଦର ହଜାର । ସେଥିରୁ ଦୁଇହଜାର ଟଙ୍କା ମାସକୁ ପଠାଇଦିଅନ୍ତି ଏସ୍.ଓ.ଏସ୍. ଭିଲେଜ୍‌କୁ  ଅନାଥ ପିଲାଙ୍କ ପାଇଁ । ଚାକିରୀ ଥିଲା ଦିନରୁ ସ୍ୱାସ୍ଥ୍ୟବୀମା କରାଇ ନେଇଛନ୍ତି ବୀରକିଶୋର । ପ୍ରତିବର୍ଷ ପ୍ରିମିୟମ୍ ନିୟମିତ ଦେଇଦିଅନ୍ତି । ତେଣୁ କଦବା କେମିତି ହସ୍ପିଟାଲ୍ ଚିକିତ୍ସାର ଆବଶ୍ୟକତା ପଡ଼ିଲେ କୌଣସି ଅସୁବିଧାର ଭୟ ହିଁ ନ ଥାଏ ।

ବୀରକିଶୋରଙ୍କୁ ନିଦ ଆସିବାର ଯାଇଛି ହୁଏତ ଦଶ ପନ୍ଦର ମିନିଟ୍- କବାଟରେ ଶବ୍ଦ ଆସିଲା ଚାକର ନରିଆର । ସାର୍. . . ଆପଣଙ୍କୁ ଜଣେ ମ୍ୟାଡ଼ାମ୍ ଦେଖା କରିବାକୁ ଆସିଛନ୍ତି । ମୁଁ ମନା କଲେ ଶୁଣୁନାହାନ୍ତି, କହୁଛନ୍ତି ଆଜି ରାତିରେ ଯେମିତି ହେଲେ ଦେଖା କରିବି । କହୁଛନ୍ତି, ଖୁବ୍ ଜରୁରୀ ।

ତାଙ୍କୁ ଭିତରକୁ ଆସିବାକୁ ଦେ ନରିଆ, କହିଲେ ବୀରକିଶୋର । ପାଖେଇ ଆସୁଛି ନୂପୁର ନିକବଣର ଛମ୍‌ଛମ୍ ଶବ୍ଦ । ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଲେ ବୀରକିଶୋର । ମନ ଭିତରେ ଅଳ୍ପ ଭୟ ସଞ୍ଚରିଗଲା । ପର ମୁହୂର୍ତ୍ତରେ ତାଙ୍କର ଅନୁଭୂତି ଓ ପ୍ରକୃତିଗତ ସାହସ ହେତୁ ସେମିତି ଚାହିଁ ରହିଲେ ଆସିଥିବା ନାରୀଟିର ଗତିବିଧି ଉପରେ । ନାରୀଟି ଆସି ସାମନାରେ ଠିଆ ହେଲା । ବୀରକିଶୋର ନିର୍ବାକ ବିଭୋର ବିସ୍ମୟରେ ଚାହିଁ ରହିଥାଆନ୍ତି । ଅପରୂପା ନାରୀଟିର ମୁଣ୍ଡରେ ବଡ଼ ନାଲିସିନ୍ଦୂର ଟୋପା । ସୁନ୍ଥାରେ ଉଜ୍ଜ୍ୱଳ ସିନ୍ଦୂର । ହାତରେ ନାଲି ଶଙ୍ଖା । କପାଳ ପର୍ଯ୍ୟନ୍ତ ଓଢ଼ଣା । ହାତରେ ଖଡୁ ଆଉ କଙ୍କଣ । ହଳଦୀଗଣ୍ଠି ସୁନା ଅଳଙ୍କାରରେ ସତେ ଯେମିତି ସେ ମଣ୍ଡି ହୋଇଛନ୍ତି ।

ବେଶଭୂଷା, ସମ୍ଭ୍ରମ ଓ ପରିପାଟୀରୁ ଜଣାଯାଉଥିଲା ଯେପରି ପୁରାଣ ବର୍ଣ୍ଣିତ ସାବିତ୍ରୀ, ରମ୍ଭା, ମେନକା ବା ଶକୁନ୍ତଳା ଆସିଛନ୍ତି ମର୍ତ୍ତ୍ୟକୁ । ଉତ୍କଳୀୟ ସଂସ୍କୃତିର ସତେ ଯେପରି ସେ ମୂର୍ତ୍ତମନ୍ତ ପ୍ରତୀକ । ଅତିଥିଙ୍କୁ ବସିବାକୁ ଏକ ଚଉକି ଦେଇ ବୀରକିଶୋର ରୁମ୍‌ର  ବଡ଼ ଲାଇଟ୍ ଜାଳିଦେଲେ ।

“ଆପଣ ମୋତେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପାରନ୍ତି, କିନ୍ତୁ ଆଦୌ ଭୟଭୀତ ହୁଅନ୍ତୁନାହିଁ । ମୁଁ ଆପଣଙ୍କର କୌଣସି କ୍ଷତି କରିବି ନାହିଁ ବୋଲି କଥା ଦେଉଛି । ମୁଁ ଏ ଶତାବ୍ଦୀର ଲୋକ ନୁହେଁ । ମୋ ନାଁ ମନ୍ଦାକିନୀ । ସପ୍ତଦଶ ଶତାବ୍ଦୀରେ ଜନ୍ମ ନେଇଥିବା ଓ ଶରୀର ତ୍ୟାଗ କରିଥିବା ମୁଁ ଗୋଟିଏ ଅଶରୀରି ଆତ୍ମା ।”

“ଏଁ. . . ତମେ ଅଶରୀରି !” ବୀରକିଶୋର ଚମକି ପଡ଼ିଲେ ।

ନା- ଦେଖୁଛ ତ । ମୁଁ ଶରୀର ନେଇ ସଶରୀରେ ଆପଣଙ୍କ ସମ୍ମୁଖରେ ଦେଖାଯାଉଛି । ମନ୍ଦାକିନୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ।

ମୋ ବିବାହର ଚଉଠି ରାତିରେ ୧୬୧୫ ଖ୍ରୀଷ୍ଟାବ୍ଦରେ ମୋ ପତି ବଙ୍ଗର ଆଫ୍‌ଗାନ୍ ସୈନ୍ୟମାନଙ୍କ ସଙ୍ଗେ ଲଢ଼ି ପ୍ରାଣ ଦେଇଥିଲେ । ବଙ୍ଗ ମୁସଲମାନ ସେନାର ହଠାତ୍ ଉତ୍କଳ ଆକ୍ରମଣ ଯୋଗୁଁ ବିବାହ ଦିନ ସମ୍ଭବ ହୋଇ ନଥିଲା ଆମର ମଧୁରାତ୍ରିର ମିଳନ । ସତୀନାରୀ ଭାବେ ଜୋରଜବରଦସ୍ତି କରି ବିଡ଼ାନାସୀ ମଶାଣିରେ ବାଜା ବଜାଇ, ମୋତେ ସଜାଇ ଅଗ୍ନିରେ ନିକ୍ଷେପ କରାଯାଇଥିଲା । ସେହିଦିନଠାରୁ ହୁଏତ ଏ ମଶାଣିର ନାମ ସତୀଚଉରା । ସତୀଚଉରାର ପ୍ରଥମ ସତୀ ମୁଁ । ମୋ ପରେ ଆଉ ଅନେକ ନାରୀ ଏଠାରେ ସତୀ ହୋଇଛନ୍ତି । ଶତାଧିକ ଦେବୀ ପ୍ରତିମ ଉତ୍କଳୀୟ ସତୀନାରୀଙ୍କ ମଧ୍ୟ ନିଜର ସ୍ୱାଭାବିକ୍ ମୃତ୍ୟୁ ପରେ ଏଠାରେ ଦାହ ସଂସ୍କାର କରାଯାଇଛି । ତେଣୁ ଏ ପୀଠକୁ ଅତି ପବିତ୍ର ବୋଲି ଧରାଯାଏ । ସତୀଦାହ କରି ମୋତେ ହତ୍ୟା କରାଯାଇଥିଲେ ହେଁ ମୁଁ କେବେ କାହାରି କ୍ଷତି କରିନାହିଁ ।

ଅନେକ ଅନୁଢ଼ା ଅକ୍ଷତା ଯୋବନା ଆଫ୍‌ଗାନ୍ ଓ ମରାଠା ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଆତ୍ମହତ୍ୟା କରିଥିବା ଝିଅ ମଧ୍ୟ ଏଠି ଚିର ବିଶ୍ରାମ ନେଇଛନ୍ତି । ଆମେ ସମସ୍ତେ ଏକାଠି ସମ୍ପୂର୍ଣ୍ଣ ଶାନ୍ତିରେ ଅଛୁ ।

ମୋ ପାଖରେ ସମୟ ବହୁତ କମ୍ । ଆପଣଙ୍କୁ ମୁଁ ଯାହା କହିବି ଧୈର୍ଯ୍ୟର ସହିତ ଶୁଣିବେ ।

ଦୟାକରି ମୋତେ ମଝିରେ ବାଧା ଦେବେ ନାହିଁ । ଏହି ସର୍ତ୍ତରେ ମୁଁ କଥା ଆରମ୍ଭ କରିବି ଓ ଶେଷକୁ ମୋର ଅନୁରୋଧ ରକ୍ଷା କରି ମୁଁ ଯାହା କହିବି ଆପଣଙ୍କୁ ଭଲ ଲାଗିଲେ କରିବେ ।

ବୀରକିଶୋର ମୁଣ୍ଡ ହଲାଇ ସମ୍ମତି ଜଣାଇଲା ପରେ ଯୁବତୀ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ ।

ଆପଣଙ୍କର ପିଲାଦିନ ସାଙ୍ଗ ଦେବେନ୍ଦ୍ର ମୋହନଙ୍କ କଥା ମନେ ପକାନ୍ତୁ । ସେ ମଧ୍ୟ ଆପଣଙ୍କ ଭଳି କେନ୍ଦ୍ର ସରକାରଙ୍କର ସର୍ବୋଚ୍ଚ ପଦବୀରେ ନେଇଥିଲେ ଅବସର । ଉଭୟ ସହପାଠୀ, ଓଡ଼ିଶାରେ ଆଉ ଆହ୍ଲାବାଦରେ । ତାଙ୍କର ଏମ୍.ଏ.ରେ ବିଷୟ ଥିଲା ଅର୍ଥନୀତି ଆଉ ଆପଣଙ୍କର ଥିଲା ଇତିହାସ ।

ଆପଣ ତାଙ୍କଠାରୁ ଏକବର୍ଷ ଆଗରୁ ପାଇଥିଲେ ଆଇ.ଏ.ଏସ୍. । ଆପଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟ କ୍ୟାଡ଼ର ପାଇଥିଲାବେଳେ ସେ ପାଇଥିଲେ ଦକ୍ଷିଣ ଭାରତର ଗୋଟିଏ ରାଜ୍ୟ କ୍ୟାଡ଼ର୍ । ଦେବେନ୍ଦ୍ର ମୋହନର ପିଲାଦିନେ ହେଲେ ମଧ୍ୟ ଆପଣଙ୍କର ଅବସର ତିନିବର୍ଷ ପରେ ସେ ଅବସର ନେଇଥିଲେ ।

ବଏଜ୍ ହାଇସ୍କୁଲ୍‌ରେ  ପଢ଼ିଲାବେଳେ ଦେବେନ୍ଦ୍ର ସବୁବେଳେ କ୍ଲାସ୍ ଛାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଆଡ଼େ ବୁଲି ଯାଉଥିଲା । ସେଠାରେ ବାଳିକା ବିଦ୍ୟାଳୟ ସାମନା ଦୋକାନମାନଙ୍କରେ ପଇଁତରା ମାରି ଚୁଇଙ୍ଗମ୍ ଖାଇ ଝିଅମାନଙ୍କୁ ଚିଡ଼ାଇବା ବା ପ୍ରେମ ନିବେଦନ କରିବାକୁ ସେ ପଛାଉ ନଥିଲା । ଥରେ ଥାନାକୁ ଡକାଯାଇ ତାକୁ ଏ ବିଷୟରେ ସତର୍କ ମଧ୍ୟ କରି ଦିଆଯାଇଥିଲା । ଦେବେନ୍ଦ୍ରର ବାପା ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିବାରୁ ପୋଲିସ୍‌ଠାରୁ ଥାନାରେ ତାଙ୍କ ପୁଅ ମାଡ଼ କେବେ ଖାଇ ନଥିଲା । ସବୁବେଳେ ତା’ ବାପାଙ୍କର ସେହି ଉତ୍ତର । ମୋ ପୁଅ କ୍ଲାସ୍‌ରେ  ଫାଷ୍ଟ୍ ହେଉଛି । ରେକର୍ଡ ମାର୍କ ରଖୁଛି । ତାକୁ ଈର୍ଷା କରି ଅନ୍ୟମାନେ ମିଥ୍ୟା ଆକ୍ଷେପ ଆଣୁଛନ୍ତି ।

ତାଙ୍କ ମତରେ ମନୁଷ୍ୟ ଜୀବନର ସମସ୍ତ ସାଫଲ୍ୟ ଆଇ.ଏ.ଏସ୍. ଚାକିରୀରେ । ସେ କହୁଥିଲେ, ମୋ ପୁଅ ଆଇ.ଏ.ଏସ୍. ପାଇଯାଉ । ଦେଖିବ, ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ ଆପେ ଆପେ ।

ତା’ପରେ କଲେଜ୍‌ରେ  ଦେବେନ୍ଦ୍ରର ପ୍ରେମିକ ଜୀବନରେ ଆରମ୍ଭ ହେଲା ଗୋଟିଏ ନୂତନ ଅଧ୍ୟାୟ । ଅଧ୍ୟାପକ ଡ. ପ୍ରକାଶ ମହାପାତ୍ରଙ୍କ ଝିଅ ବନ୍ଦନା ପଢୁଥିଲା ଆପଣଙ୍କଠାରୁ ଦୁଇବର୍ଷ ତଳେ । ଆପଣଙ୍କର ମନେଥିବ, ସେ ଥିଲା ଅସାମାନ୍ୟ ସୁନ୍ଦରୀ । ଗୋଟିଏ ଚାଉଳରେ ଗଢ଼ା । ତା’ର ସ୍ୱଭାବ ଥିଲା ଅତ୍ୟନ୍ତ ସଂଯତ ଓ ମାର୍ଜିତ । କଲେଜ୍‌ର  କୌଣସି ପୁଅ ଆଡ଼କୁ ମୁହଁ ଉଠାଇ ଦେଖୁ ନଥିଲା ସେ । ସିଏ ଭଲ ତ ତା’ ପାଠ ଭଲ ।

ତା’ ବାପା ପ୍ରକାଶବାବୁ ଥିଲେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଓ ମାଆ ସଂଯୁକ୍ତା ମହାପାତ୍ର ମନସ୍ତତ୍ତ୍ୱର ଅଧ୍ୟାପିକା । ଯଦିବା ସେତବେଳେ କଲେଜ୍‌ରେ  କଲେଜ୍ କୁଇନ୍ ପ୍ରତିଯୋଗିତା ହେଉ ନଥିଲା, ନିର୍ବିବାଦରେ ବନ୍ଦନା ସବୁଠାରୁ ସୁନ୍ଦରୀ ଓ ସର୍ବଗୁଣ ସମ୍ପନ୍ନା ଥିବାରୁ ତାକୁ ସାଙ୍ଗମାନେ ଡାକୁଥିଲେ କଲେଜ୍ କୁଇନ୍ ।

ଆଖି ତା’ ଉପରେ ପଡ଼ିଲା ମାତ୍ରେ ଦେବେନ୍ଦ୍ର ନିଷ୍ପତ୍ତି ନେଲା ଏଭଳି ଝିଅକୁ ଯଦି ନିଜର ପ୍ରେମଜାଲରେ ଛନ୍ଦି ନ ପାରିବ, ତେବେ ତା’ର ପ୍ରେମିକ ଜୀବନର ସାଫଲ୍ୟ କେଉଁଠି ରହିବ ?

ଯେଉଁ ଝିଅକୁ ପ୍ରେମରେ ଫାନ୍ଦିବା ସବୁଠାରୁ କଷ୍ଟକର ବୋଲି ଜାଣିଥିଲେ ସମସ୍ତେ, ଆଠମାସ ଚେଷ୍ଟାରେ ଦେବେନ୍ଦ୍ର ତା’ ପ୍ରେମ ହାସଲ କରିନେଲା । ଦୁହିଁଙ୍କୁ କଲେଜ୍‌ର  ବିଭିନ୍ନ ସ୍ଥାନରେ ଆପଣମାନେ ଏକାଠି ଦେଖିବାକୁ ପାଇଛନ୍ତି ।

ପୁଣି ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ବଦଳିଗଲା ଦେବେନ୍ଦ୍ରର ଦୃଷ୍ଟିଭଙ୍ଗୀ ଓ ପ୍ରେମ । ପ୍ରବଞ୍ଚନାମୂଳକ ଚିଠି ଲେଖୁଥିଲା ନିୟମିତ ସେ ବନ୍ଦନା ପାଖକୁ, କିନ୍ତୁ ସନ୍ଧାନ କରୁଥିଲା ଏମିତି ଏକ ଝିଅକୁ ଯିଏ କି ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ପାଇବାର ସମ୍ଭାବନା ଖୁବ୍ ଥିବ । ଆହ୍ଲାବାଦ୍‌ରେ  ଏମିତି ତିନୋଟି ଝିଅଙ୍କୁ ନେଇ ଅତ୍ୟନ୍ତ ଚତୁରତାର ସହ ଦୁଇବର୍ଷ ଖେଳିଲା ଦେବେନ୍ଦ୍ର ପ୍ରେମର ଖେଳ । ସେମାନଙ୍କ ମଧ୍ୟରୁ ଦେବେନ୍ଦ୍ର ଦୁଇବର୍ଷ ଅଧ୍ୟାପକ ହେବା ପରେ ଆଇ.ଏ.ଏସ୍. ପାଇଲା ପର୍ଯ୍ୟନ୍ତ କେହି ହେଲେ ଅନ୍ୟ କିଛି ସର୍ଭିସ୍ ପାଇଲେ ନାହିଁ ।

ମସୁରୀରେ ଆଇ.ଏ.ଏସ୍. ଟ୍ରେନିଂ ନେଲାବେଳେ ଦେବେନ୍ଦ୍ରର ଆଖି ଘୂରି ବୁଲିଲା ଏକ ମେଧାବିନୀ ଚାକିରିଆ ପତ୍ନୀ ସନ୍ଧାନରେ । ତାକୁ ମିଳିଗଲା ନମ୍ରତା, ଭାରତୀୟ ବନ ସେବାର ଅଧିକାରୀ । ନିଜ ବଡ଼ ଭଉଣୀ ସେ ପର୍ଯ୍ୟନ୍ତ ବିବାହ କରି ନଥିଲାବେଳେ ଦେବେନ୍ଦ୍ର ବାହା ହୋଇପଡ଼ିଲା ନମ୍ରତାକୁ, ଅବଶ୍ୟ ଉଭୟ ପକ୍ଷର ପିତାମାତାଙ୍କର ସମ୍ମତି ସହ । ନମ୍ରତାର ସାଧାରଣ ସୌନ୍ଦର୍ଯ୍ୟ ମଧ୍ୟ ନଥିଲା, କିନ୍ତୁ ଚାକିରୀ ଥିଲା ଏକ ସର୍ବ ଭାରତୀୟ ସେବା, ଯାହା କି ଦେବେନ୍ଦ୍ର ପାଇଁ ଥିଲା ସବୁଠାରୁ ବଡ଼ ଆକର୍ଷଣ ।

ବନ୍ଦନା ରହିଗଲା ଓଡ଼ିଶାରେ ଆଖିର ଲୁହ ଆଖିରେ ମାରି । ଦେବେନ୍ଦ୍ର ସାମାନ୍ୟ ସୌଜନ୍ୟତା ନଥିଲା ଅନ୍ତତଃ ଚିଠିରେ ହେଲେ ବି ବନ୍ଦନାଠାରୁ ଦୁଃଖ ପ୍ରକାଶ କରି ବିଦାୟ ନେବା ପାଇଁ । ଆମେରିକାରେ ଅବସ୍ଥାପିତ ଜଣେ ଓଡ଼ିଆ ଇଞ୍ଜିନିୟର୍‌ଙ୍କୁ  ସେ ପରେ ବିବାହ କରି ରହିଲା ଖୁସିରେ । କିନ୍ତୁ ଦେବେନ୍ଦ୍ରକୁ ଜୀବନଯାକ ପାଇଁ କ୍ଷମା କରିପାରି ନଥିଲା । କଲେଜ୍‌ରେ  ଯାହାକୁ ଶିକ୍ଷକ ଓ ପିଲାଏ ଆଦର୍ଶ ତପସ୍ୱିନୀର ସମ୍ମାନ ଦେଉଥିଲେ, ତାକୁ ରାଜରାସ୍ତାକୁ ନେଇଆସି ଦେବେନ୍ଦ୍ର ଉଡ଼ିଗଲା ଅନ୍ୟ ବସାକୁ । ନିର୍ଲଜ ସ୍ୱାର୍ଥପରତାର ଏହାଠାରୁ ବଳି ବଡ଼ ଉଦାହରଣ ସେତେବେଳ ଯାଏ କମ୍ ଦେଖିବାକୁ ମିଳିଥିଲା ।

ଶୁଣାଯାଏ, ଦେବେନ୍ଦ୍ର ଥରେ ଆମେରିକା ଗସ୍ତବେଳେ ଫୋନ୍ ନ କରି, ଖବର ନ ଦେଇ ବନ୍ଦନା ଘରେ ଏକୁଟିଆ ହାଜର ହୋଇଥିଲା ତା’ ସ୍ୱାମୀ ନଥିଲାବେଳେ । ବନ୍ଦନା କଥାବାର୍ତ୍ତା କିଛି ନ କରି, ତା’ ମୁହଁରେ ଶକ୍ତ ଚାପୁଡ଼ାଟାଏ ମାରି, କବାଟ ବାଡ଼େଇ ଦେଇଥିଲା । ପଳାଇ ଆସିବାକୁ ବାଟ ପାଇ ନଥିଲା ଦେବେନ୍ଦ୍ର । ଏ କଥା ସେ କାହାକୁ କହି ନ ଥିଲା ଲାଜରେ । ବନ୍ଦନାର ଜଣେ ଆମେରିକାବାସୀ ବାନ୍ଧବୀଙ୍କଠାରୁ ଅନ୍ୟମାନେ ଜାଣିପାରିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top