ଗଳ୍ପ

ଶେଷ ଇଣ୍ଟରଭ୍ୟୁ

ଉଭୟ ଲାଗିପଡ଼ନ୍ତି ପ୍ରସ୍ତୁତିରେ । ପ୍ରତ୍ୟେକ ଦିନ ମନ୍ଦିର ଯାଇ ନିଜ ଦୁଃଖ ଜଣାନ୍ତି ପ୍ରଭୁଙ୍କୁ । କାହିଁକି ନା ଏହି ଇଣ୍ଟରଭ୍ୟୁଟି ତାଙ୍କ ବୟସ ଅନୁସାରେ ଶେଷ ଇଣ୍ଟରଭ୍ୟୁ ।

ଶେଷ ଇଣ୍ଟରଭ୍ୟୁ

ଆଜାକାଲି ଏ ଦୁନିଆଁରେ ଶିକ୍ଷିତ ବେକାର ଯୁବକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତେ ପାଠ ପଢ଼ିଥିଲେ ବି ଚାକିରୀ ଖଣ୍ଡେ ମିଳିବାଟା ଭାରି କଷ୍ଟ ହେଇ ପଡୁଛି ଯୁବକ, ଯୁବତୀଙ୍କୁ ।

ଏମିତି ଦୁଇଜଣ ସାଙ୍ଗ ସତ୍ୟ ଓ ଗୌରବ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଇ ଦେଇ ପୁରା ବିରକ୍ତ ହୋଇପଡ଼ିଲେଣି । ହେଲେ ସୁଧା କୌଣସି ସ୍ଥାନରେ ଚାକିରୀ ପ୍ରାପ୍ତ ହେଉନଥାଏ ଏମାନଙ୍କୁ । ଦିନକୁ ଦିନ ବୟସ ବଢ଼ିବା ସାଙ୍ଗକୁ ଚାକିରୀ ଖଣ୍ଡେ ନ ପାଇ ଚିନ୍ତା ବି ବଢ଼ିବାରେ ଲାଗିଥାଏ । କୌଣସି ନିରୋଳା ସ୍ଥାନରେ ବସି ବହୁତ ଅନ୍ତରଙ୍ଗ ଆଳପ କରନ୍ତି ଏମାନେ । ସେଇ ଆଳପର ମୁଖ୍ୟ ପ୍ରସଙ୍ଗ ଥାଏ ଚାକିରୀ । କେମିତି ଚାକିରୀ ଖଣ୍ଡେ ମିଳିଯାଆନ୍ତା କି । ଗୋଟେ ବଡ଼ ଦୁଃଖ ଚାଲି ଯଆନ୍ତା । କାହିଁକି ନା ବେପାର ଏମାନଙ୍କର ସାତପୁରୁଷରେ କେହି ହେଲେ ମଧ୍ୟ କରି ନାହାନ୍ତି କି ଏମାନଙ୍କୁ ମଧ୍ୟ ବେପାର ସମ୍ପର୍କରେ କୌଣସି ଧାରଣା ନଥାଏ । ସବୁଠାରୁ ଦୁଃଖର ବିଷୟ ହେଲା । ଉଭୟଙ୍କ ବାପାମାନେ ଗୋଟେ ଗୋଟ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଇଥିବାରୁ ଘରେ ଅଭାବ ଅନାଟନ ସବୁବେଳେ ଲାଗି ରହିଥାଏ । ବେପାର ପାଇଁ ଅବା ଟଙ୍କା ଆସିବ କେଉଁଠାରୁ ଯେ ଏମାନେ କିଛି ପୁଞ୍ଜି ବିନିଯୋଗ କରି ରୋଜଗାରକ୍ଷମ ହୋଇପାରିବେ । ତା’ ପରେ ବେପାର ସମ୍ପର୍କରେ ତ ମୂଳରୁ ଜ୍ଞାନ ନାହିଁ । ପାଠପଢ଼ାର ଫାଷ୍ଟ୍ କ୍ଲାସ୍ ପ୍ରମାଣ ପତ୍ର ଗୁଡ଼ାକ ଫାଇଲ୍‌ରେ ଧରି ଇଣ୍ଟରଭ୍ୟୁ ଦେବାରେ ଲାଗିଛନ୍ତି ସତ୍ୟ ଓ ଗୌରବ୍ । ନା ସରକାରୀ ସ୍ତରରେ କୌଣସି ଚାକିରୀ ପାଇ ହେଉଛି । ନା ବେସରକାରୀ ସ୍ତରରେ କୌଣସି ଚାକିରୀ ।

ଏମିତି ଚାକିରୀ ପାଇଁ ଚେଷ୍ଟା ପରେ ଚେଷ୍ଟା କରି ମଧ୍ୟ ବିଫଳ ହେଉଥାନ୍ତି ଉଭୟ ସାଙ୍ଗ । ହେଲେ ମଧ୍ୟ ପ୍ରଚେଷ୍ଟା ଜାରି ରହିଥାଏ ।

ଏମିତି ଦିନେ ଖବରକାଗଜରେ ବିଜ୍ଞାପନ ଦେଖି ଉଭୟ ସାଙ୍ଗ ଅତ୍ୟନ୍ତ ଆନନ୍ଦିତ ହେଇଥାଆନ୍ତି । ସେ ବିଜ୍ଞାପନରେ ଲେଖାଥିଲା- “ସରକାରୀ ସ୍ତରରେ ଅତ୍ୟଧିକ ପଦବୀ ଖାଲିଥିବାରୁ ତୁରନ୍ତ ପୂରଣ କରାଯିବ ।” କିଛିଦିନ ପରେ ଖବରକାଗଜରେ ବିଜ୍ଞାପନ ଅନୁଯାଇ ଉକ୍ତ ପଦବୀ ପୂରଣ ନିମନ୍ତେ ଫର୍ମ ଓ ନିୟମାବଳୀ ମିଳିବା ଆରମ୍ଭ ହୁଏ । ଯୋଗ୍ୟ ଯୁବକ, ଯୁବତୀମାନେ ନିୟମାବଳୀ ଅନୁସାରେ ସମସ୍ତ ପ୍ରମାଣପତ୍ରର ନକଲ ଦେଇଥିବା ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଇଠ କରିଦିଅନ୍ତି । ସତ୍ୟ ଏବଂ ଗୌରବ ମଧ୍ୟ ନିଜର ନିଜର ସମସ୍ତ ପ୍ରମାଣପତ୍ରର ନକଲ ନିର୍ଦ୍ଧାରିତ ସମୟ ପୂର୍ବରୁ ପଇଠ କରି ଦେଇଥାନ୍ତି । କିଛିଦିନ ପରେ ଇଣ୍ଟରଭ୍ୟୁ ସାମ୍ନା କରିବା ନିମନ୍ତେ ଚିଠି ଘରେ ଆସି ପହଞ୍ଚିଥାଏ । ସତ୍ୟ ଏବଂ ଗୌରବ ଉକ୍ତ ଚିଠିଟି ପାଇ ଅତ୍ୟନ୍ତ ଆନନ୍ଦିତ ହୋଇ ଉଭୟ କଥାବାର୍ତ୍ତା ହୁଅନ୍ତି । କେମିତି ଆମେ ଏ ଇଣ୍ଟରଭ୍ୟୁଟି ଭଲ କି ସାମ୍ନା କରିବା ନିମନ୍ତେ । ଉଭୟ ଲାଗିପଡ଼ନ୍ତି ପ୍ରସ୍ତୁତିରେ । ପ୍ରତ୍ୟେକ ଦିନ ମନ୍ଦିର ଯାଇ ନିଜ ଦୁଃଖ ଜଣାନ୍ତି ପ୍ରଭୁଙ୍କୁ । କାହିଁକି ନା ଏହି ଇଣ୍ଟରଭ୍ୟୁଟି ତାଙ୍କ ବୟସ ଅନୁସାରେ ଶେଷ ଇଣ୍ଟରଭ୍ୟୁ । ଏହା ପରେ ସରକାରୀ ସ୍ତରରେ ଚାକିରୀ ପାଇବା ପାଇଁ ଏମାନେ ଆଉ ଯୋଗ୍ୟ ନୁହଁନ୍ତି । ଆସିଗଲା ଇଣ୍ଟରଭ୍ୟୁକୁ ସାମ୍ନା କରିବା ସମୟ । ରାତି ପାହିଲେ ଇଣ୍ଟରଭ୍ୟୁ ଦେବା ପାଇଁ ଯିବେ ଉଭୟ ସାଙ୍ଗ ।

ସେ ନେଇ କଥାବାର୍ତ୍ତା ହୁଅନ୍ତି କି କାଲି ସକାଳର ଫାଷ୍ଟ୍ ଟ୍ରେନ୍‌ରେ ଆମେ ବାହାରି ପଡ଼ିବା ବୋଲି ନିଷ୍ପତ୍ତି ନିଅନ୍ତି ଉଭୟ ।

ତା’ ପରଦିନ ସକାଳୁ ଗୌରବ ନିତ୍ୟକର୍ମ ସାରି ନିଜ ଘରର ଇଷ୍ଟ ଦେବତାଙ୍କୁ ମୁଣ୍ଡିଆ ମାରି ବାହାରିପଡ଼େ ଘରୁ ଓ ସିଧା ଯାଇ ପହେଞ୍ଚ ସତ୍ୟ ଘରରେ । ସେଠାରେ ଯେଉଁ ଦୃଶ୍ୟ ଦେଖେ ତାହା ଥିଲା ଅତ୍ୟନ୍ତ ଦୁଃଖଦାୟକ ଓ ଅତ୍ୟନ୍ତ କଷ୍ଟଦାୟକ । ସେଠାରେ ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଥିବା ଗୌରବର ଇଣ୍ଟରଭ୍ୟୁ ଦେବା ପାଇଁ ଯିବାର ଇଚ୍ଛାଟା କୁଆଡ଼େ ଉଭେଇ ଯାଏ । କେମିତି ବା ସେ ଏକା ଏକା ଇଣ୍ଟରଭୁ୍ୟ ଦେବା ପାଇଁ ଯାଇଥାନ୍ତା । ତା’ର ଅତି ପ୍ରିୟ ବନ୍ଧୁ ସତ୍ୟ ପରା ଆଉ ଏ ଦୁନିଆଁରେ ନାହିଁ । ତାକୁ ଏବଂ ପରିବାର ସମସ୍ତଙ୍କୁ ଶୋକର ଜୁଇରେ ଭସେଇ ସବୁଦିନ ପାଇଁ ଏ ଦୁନିଆଁ ଛାଡ଼ି ଚାଲିଯାଇଛି ।

ସତ୍ୟର ମର ଶରୀର ପାଖରେ କିଛି ସମୟ ଧରି ଲୁହ ଗଡ଼େଇଲା ପରେ ସତ୍ୟର ସାନଭାଇକୁ ସତ୍ୟର ମୃତୁ୍ୟ ସମ୍ପର୍କରେ ପଚାରି ବୁଝିଲା ପରେ ସେ ଜାଣିବାକୁ ପାଏ ଯେ ପୂର୍ବଦିନ ରାତିରେ ଇଣ୍ଟରଭ୍ୟୁ ଯିବା ପାଇଁ ବାପାଙ୍କ ଠାରୁ ପଇସା ମାଗିବା ସମୟରେ ବାପା ବିରକ୍ତ ହେଇ କହିଥିଲେ- “ତୋର ଏ ଇଣ୍ଟରଭ୍ୟୁ ଦେବା ବନ୍ଦ କର ସତ୍ୟ । ତୋର ଏ ଇଣ୍ଟରଭ୍ୟୁ ପଛରେ ଖର୍ଚ୍ଚ କରିବା ପାଇଁ ମୋ ପାଖରେ ଆଉ ଟଙ୍କା ନାହିଁ କି ତତେ ଦେବା ପାଇଁ ବି ନାହିଁ । ଇଣ୍ଟରଭ୍ୟୁ ଦେବା ବାହାନାରେ ତୁ ଟଙ୍କା ନେଇ ସହର ଯାତ୍ରା କରୁଛୁ । ସହରରେ ବୁଲି ବୁଲି ୟଶ୍ କରୁଛୁ । ଏଣୁ ଏଣିକି ତୁ ନିଜେ କମାଣି କର । ଯାହା ପାରୁଛୁ ୟଶ୍ କର ମୋର କିଛି ଆପତ୍ତି ନାହିଁ ।” ଏମିତି ଅନେକ କଥା କହିଥିଲେ ବାପା । ଯେଉଁ କଥାରେ କି ସତ୍ୟ ସହନଶୀଳ ଶକ୍ତି ହରେଇ ବସିଥିଲା ଓ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା ।

ହେଲେ ବାପା ବିରକ୍ତ ହେଇ କ’ଣ ଦୁଇପଦ କହିଦେଲେ ବୋଲି ସତ୍ୟ ତୁ ଜୀବନ ହାରି ଦେଲୁ । ମାନୁଛି କି ବାପା ଏମିତି ଗୋଟେ ବଢ଼ିଲା ପୁଅକୁ କହିବାର ନଥିଲା । ଯଦି ଅବା ବିରକ୍ତ ମନୋଭାବରେ କହିଦେଇଥାନ୍ତି । ତାହା ହେଲେ କ’ଣ ହେଇଗଲା ସେଇଠୁ । ଛୋଟ ବେଳେ ତ ପୁଣି କେତେ ମାଡ଼, କେତେ ଗାଳି ସହିଥିଲୁ । ତାହା ହେଲେ ବାପାଙ୍କର କେଇପଦ କଥାରେ ଆତ୍ମହତ୍ୟା କରିବାଟା କ’ଣ ଠିକ୍ ହେଲା ସତ୍ୟ ? ସତ୍ୟର ମର ଶରୀର ପାଖରେ ବସି ଏମିତି କେତେ ପ୍ରଶ୍ନ ମନେ ମନେ ପଚାରିଥାଏ ଗୌରବ ସତ୍ୟକୁ ଓ ସଙ୍ଗେ ସଙ୍ଗେ କାନ୍ଦି ଉଠେ ଗୌରବ ।

ଲୋକପ୍ରିୟ ଲେଖା

To Top