ଗଳ୍ପ

ସୁଖୀ ମଣିଷ

ସେଇଟା ହେଲା । ଧନକୁ ଭଲ ପାଇ ଶିଖ୍, ଧନ ହିଁ ଏ ଦୁନିଆଁରେ ସର୍ବ ଶ୍ରେଷ୍ଠ । ଏଣିକି ତୁ ବିବାହ କରିସାରିଲୁଣି । ଏ କଥା ଯେମିତି ମତେ ବାରମ୍ୱାର କହିବାକୁ ନ ପଡ଼େ ।

ସୁଖୀ ମଣିଷ

ଆଜିକାଲି ଦୁନିଆଁରେ ଧନ ସମ୍ପତ୍ତି ସତେକି ଯେମିତି ସବୁକିଛି ପାଲଟି ଯାଇଛି ମଣିଷମାନଙ୍କ ପାଇଁ । ଯଦି ପାଖରେ ଧନ, ସମ୍ପତ୍ତି ପ୍ରଚୁର ପରିମାଣରେ ଥାଏ, ତାହାହେଲେ ସେ ହିଁ ଏ ଦୁନିଆଁର ସବୁଠାରୁ ସୁଖୀ ମଣିଷ ବୋଲି ସମସ୍ତଙ୍କ ଧାରଣା । ଯଦି ପାଖରେ ଧନ, ସମ୍ପତ୍ତି ପ୍ରଚୁର ପରିମାଣରେ ଅଛି ତାହାହେଲେ ସେ ମଣିଷ ସବୁ କ୍ଷେତ୍ରରେ ଜିତେନ୍ଦ୍ର ହେଇଥାଏ ଓ ସେ ଯାହା ଚାହେଁ ତାହା କରିପାରେ । ଏମିତି ଭାବନାରେ ସବୁବେଳେ ସବୁ ସମୟରେ ବୁଡ଼ି ରହୁଥିଲେ ସନାତନ ବାବୁ । ସେ ଜଣେ ରାଜନୈତିକ ଦଳରେ ଏକ ଶ୍ରେଷ୍ଠ ବ୍ୟକ୍ତି ବିଶିଷ୍ଠ ଥିଲେ ତାଙ୍କର ଛୋଟ ବେଳୁ ଗୋଟିଏ ଧାରଣା ଥିଲା । ସେ କେମିତି ଅଜସ୍ର ଧନର ମାଲିକ ହେବେ । ପୌତିକ ସମ୍ପତ୍ତି ତାଙ୍କର ଅଜସ୍ର ଥିଲେ ହେଲେ ମଧ୍ୟ । ସେ ସବୁବେଳେ ଧନର ପଛେ ଗୋଡ଼ାଇ ଥାନ୍ତି ଓ ଧନକୁ ହିଁ ବେଶି ଭଲ ପାଇଥାନ୍ତି । ପରିବାର କହିଲେ ଗୋଟାଏ ବୋଲି ପୁଅ ପ୍ରତୀକ୍‌ ଓ ସ୍ତ୍ରୀ ସନ୍ଧ୍ୟା । ଏମାନଙ୍କୁ ନେଇ ତାଙ୍କର ହସଖୁସିର ସଂସାର । ପୁଅ ପ୍ରତୀକ୍‌କୁ ପାଠଶାଠ ପଢ଼ାଇ ଜଣେ ଉଚ୍ଚସ୍ତରର ସରକାରୀ ଅଫିସର୍ କରାଇଛନ୍ତି । ଗୋଟାଏ ବୋଲି ପୁଅ ପ୍ରତୀକ୍ ହେଇଥିବାରୁ ବାପା ବହୁତ ସ୍ନେହ ଶ୍ରଦ୍ଧା କରନ୍ତି । ପ୍ରତୀକ୍ ମଧ୍ୟ ବାପାଙ୍କୁ ସ୍ନେହ କରେ ଓ ତାଙ୍କ କଥାକୁ ଅକ୍ଷର ଅକ୍ଷରେ ପାଳନ କରିଥାଏ ।

ସନାତନ ବାବୁ ଦିନେ ତାଙ୍କ ପୁଅ ପାଇଁ ତାଙ୍କର ଜଣେ ବନ୍ଧୁର ଝିଅ ପ୍ରୀତି ସହିତ ବିବାହ କରିବା ପାଇଁ ସ୍ଥିର କରନ୍ତି । ଏହି ପ୍ରସ୍ତାବ ପ୍ରତୀକ୍ ଏବଂ ମା ସନ୍ଧ୍ୟା ମୋଟେ ରାଜି ନଥାନ୍ତି । କାହିଁକି ନା, ପ୍ରତୀକ୍ ଓ ପ୍ରତୀକ୍‌ର ମା’ ସନ୍ଧ୍ୟା ଜାଣିଥିଲେ ପ୍ରୀତିର ଚରିତ୍ର ବିଷୟରେ, ଏଣୁ ଦୁହେଁ ମିଶି ବହୁ ନିବେଦନ କରିଥିଲେ ସନାତନ ବାବୁଙ୍କୁ ବି ସେ ପ୍ରସ୍ତାବ ବଦଳରେ ଅନ୍ୟ କୌଣସି ସ୍ଥାନରେ ପ୍ରସ୍ତାବ ଯୋଗାଡ଼ କରିବା ପାଇଁ । ସେ ଝିଅଟିର ଚରିତ୍ର ଆଦୌ ଭଲ ନୁହେଁ ଝିଅଟି ଗୋଟେ ନଷ୍ଟ ଚରିତ୍ରର ଏମିତି ଅନେକ କଥା କୁହନ୍ତି ପ୍ରତୀକ୍ ଓ ମା’ ସନ୍ଧ୍ୟା । କିନ୍ତୁ ଏମାନଙ୍କ କଥା ସନାତନବାବୁ ଗୋଟାଏ କାନରେ ପୁରାଇ ଆଉ ଗୋଟିଏ କାନରେ ଛାଡ଼ି ଦେଉଥିଲେ । ଯେମିତିକି ଏମାନଙ୍କ କଥା ସନାତନ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନ ଥିଲା । ସନାତନ ଏ ମା’, ପୁଅ କଥାଶୁଣି କୁହେ, ଏ ଦୁନିଆଁରେ ସମସ୍ତ ବାପା, ମା’ ନିଜ ସନ୍ତାନର ସୁଖ ଚାହାଁନ୍ତି । ଖୁସିରେ କେମିତି ସାରାଜୀବନ ଅତିବାହିତ କରିବ ସେ ନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ।

ସେଥିପାଇଁ ମୁଁ ବି ମୋ ପୁଅର ସୁଖ ଚାହେଁ, ଖୁସିରେ କେମିତି ସାରାଜୀବନ ରହିବ ସେ ଚିନ୍ତା ମଧ୍ୟ କରେ ।

ସେଥିପାଇଁ ମୁଁ ମୋ ବନ୍ଧୁର ଝିଅ ପ୍ରୀତି ସହିତ ପ୍ରତୀକ୍‌ର ବିବାହ ସ୍ଥିର କରି ମୁଁ କିଛି ଭୁଲ୍ ନିଷ୍ପତ୍ତି ନେଇ ନାହିଁ । ମୋ ବନ୍ଧୁ ଜଣେ ଏଇ ସହରର ବିଶିଷ୍ଟ ଶିଳ୍ପପତି ଓ ତାଙ୍କ ଝିଅ ବହୁତ ପାଠ ପଢ଼ିଛି ଏବଂ ଜଣେ ସରକାରୀ ଅଫିସର୍ ମଧ୍ୟ ହେଇପାରିଛି ଠିକ୍ ଆମ ପ୍ରତୀକ୍ ପରି । ତାହାହେଲେ ମୁଁ ସେଠି ପ୍ରତୀକ୍‌ର ବିବାହ ସ୍ଥିର କରି କ’ଣଟା ଭୁଲ୍ କରିଛି । ମୋ ବନ୍ଧୁ ଜଣେ ବିଶିଷ୍ଠ ଶିଳ୍ପପତି ହେଇଥିବାରୁ ବହୁତ ଧନ, ସମ୍ପତ୍ତି ଆମ ଘରକୁ କୌତୂକ ଆକାରରେ ପ୍ରଦାନ କରିବେ । ତାହାହେଲେ ମୁଁ ସେଠି ପ୍ରତୀକ୍‌ର ବିବାହ ସ୍ଥିର କଲି କ’ଣଟା ଭୁଲ୍ କରିଦେଇଛି । ମୁଁ ପ୍ରତୀକ୍‌ର ବିବାହ ପ୍ରୀତି ସହିତ ସ୍ଥିର କରିଛି ମାନେ ଏ ବିବାହ ସୁନିଶ୍ଚିତ । ଏଥିପାଇଁ ମୁଁ କାହାରି ମନ୍ତବ୍ୟ ଲୋଡ଼େନା କି ଲୋଡ଼ିବା ଦରକାର ନାହିଁ । ପ୍ରତୀକ୍ ତୁ ଗୋଟେ କଥା ସବୁବେଳେ ମନେ ରଖିଥିବୁ । ଏ ଦୁନିଆଁରେ ଧନ ହେଉଛି ସର୍ବ ଶ୍ରେଷ୍ଠ । ଧନକୁ ଯେତେ ପରିମାଣରେ ନିଜର କରିପାରିବୁ କିମ୍ୱା ଭଲପାଇପାରିବୁ ଧନ ତତେ ସେତେ ପରିମାଣରେ ସୁଖ ଶାନ୍ତି ସବୁ ପ୍ରକାରର ଖୁସି ପ୍ରଦାନ କରିବ । ଧନ ହେଉଛି ମଣିଷମାନଙ୍କ ପାଇଁ ସବୁକିଛି ତମ ମାଆପୁଅକୁ ମୁଁ ଶେଷଥର ପାଇଁ କହିଯାଉଛି ପ୍ରତୀକ୍‌ର ବିବାହ ପ୍ରୀତି ସହିତ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛି ମାନେ ଏ ବିବାହ ନିଶ୍ଚୟ ହେବ । ଏତିକି କହି ସନାତନ ଚାଲିଯାଇଛି ।

ସନାତନ ଗଲାପରେ ସନ୍ଧ୍ୟା ଆଖିରୁ ଧାର ଧାର ହେଇ ଅଶ୍ର୍ର ଝରି ପଡୁଛି । ତାହା ଦେଖି ପ୍ରତୀକ୍ ଠିକ୍ ବୁଝିପାରୁଛି ମା’ ମନର ଭାବନାକୁ ସଙ୍ଗେ ସଙ୍ଗେ ଆଖିରୁ ବୋହି ପଡୁଥିବା ଅଶ୍ର୍ରକୁ ପୋଛି ଦେଇ କହୁଛି । ମା’ ତମେ ଚାହୁଁଥିଲ ନା, କି ମୋର ଗୋଟେ ସୁନ୍ଦର କଣ୍ଢେଇ ପରି ବହୁ ଆସିବ । ସେ ପୁଣି ଘରେ ତୋ ସହିତ ରହିବ ଓ ତୁ ତାକୁ ବଡ଼ ସ୍ନେହରେ ଘରର ସମସ୍ତ କାର୍ଯ୍ୟ ଶିଖାଇ ଦେଇ ତାକୁ ସମସ୍ତ ଦାୟିତ୍ୱ ଦେଇ । ତା’ ହାତ ରାନ୍ଧଣା ଖାଇ ବାକି ଜୀବନଟା ତା’ ସହିତ ସୁଥ, ଦୁଃଖ ବାଣ୍ଟି କାଟି ଦିଅନ୍ତୁ ନାଇଁ ଲୋ’ ମା’ କହି ପ୍ରତୀକ୍ ମଧ୍ୟ କାନ୍ଦି ଉଠିଛି ଓ ସେହି କାନ୍ଦ, କାନ୍ଦ ସ୍ୱରରେ କହୁଛି ମା’. . . ତମେ ତ ଜାଣିଛ ଆଜି ଯାଏଁ ବାପାଙ୍କ ନିଷ୍ପତ୍ତିରେ ଆମେ କେବେ ବାଧା ଦେଇନେ କି ଦେଇ ପାରିବା ଭଳି ଆମର ସାହସ ମଧ୍ୟ ନାହିଁ ମା’. . . । କହି କାନ୍ଦି ଉଠିଛି ପ୍ରତୀକ୍ । ମା’ ମଧ୍ୟ କାନ୍ଦି ପକାଇ ଥାନ୍ତି । ପ୍ରତୀକ୍‌ର ମନ ନଥାଇ ମଧ୍ୟ ବାପାଙ୍କ ନିଷ୍ପତ୍ତିକୁ ମାନି ନେଇ ପ୍ରୀତିକୁ ବିବାହ କରେ । ପ୍ରୀତି ଘରକୁ ବୋହୂ ହୋଇ ଆସିବା ମାତ୍ରେ କି ତା’ର ରଙ୍ଗ ଦେଖେଇବା ଆରମ୍ଭ କରେ । ଘରର କୌଣସି ସଦସ୍ୟଙ୍କୁ ସମ୍ମାନ ଦିଏ ନାହିଁ । ଏମିତି ଭାବରେ କଥାବାର୍ତ୍ତା କରେ ଯେ, ତା’ର କଥାବାର୍ତ୍ତା ଭଙ୍ଗୀରୁ ସ୍ପଷ୍ଟ ବାରି ହେଉଥାଏ କି ତା’ର କେତେ ପରିମାଣର ଗର୍ବ, ଦେହରେ ଭରି ରହିଛି । ମୋଟା ମୋଟି ଭାବରେ ଦେଖିବାକୁ ଗଲେ ପ୍ରୀତିର ଆଚାର, ବ୍ୟବହାର ମୋଟେ ଭଲ ନ ଥାଏ । ପ୍ରୀତି ଦେଖିବାକୁ ବହୁତ ସୁନ୍ଦର ଥିଲା । କିନ୍ତୁ କାର୍ଯ୍ୟକଳାପ ଗୁଡ଼ିକ ଭାରି ଅସୁନ୍ଦର । ସେ ସବୁଦିନ ମଦ୍ୟପାନ କରି ଡେନ୍ସ କ୍ଲବରେ ପୁରୁଷ ବନ୍ଧୁଙ୍କ ସହ ମାତାଲ ହୋଇ ନାଚକରେ ଓ ରାତି ବାରଟା ପୂର୍ବରୁ ସେ କେବେ ଘରକୁ ଫେରେ ନାହିଁ ମଦ ନିଶାରେ ମାତାଲ ହୋଇ ଘରକୁ ଫେରିଥାଏ ପ୍ରୀତି ପ୍ରତ୍ୟେକ ଦିନ ଓ ବହୁତ ଅସଭ୍ୟ ଭାଷାରେ ଗାଳି, ଗୁଲଜ କରେ ପ୍ରତୀକ୍‌କୁ ଏବଂ ତାଙ୍କ ମା’ଙ୍କୁ । ଏହି ଅସଭ୍ୟ ଭାଷାରର ଗାଳିରେ ସନାତନ ବାବୁ ମଧ୍ୟ ବାଦ୍ ପଡ଼ନ୍ତି ନାହିଁ । ଏହା କିଛି ଦିନ ଦେଖିବା ଓ ଶୁଣିବା ପରେ ପ୍ରତୀକ୍ ଓ ତାଙ୍କ ମା’ ପ୍ରଶ୍ନ କରନ୍ତି ସନାତନ ବାବୁଙ୍କୁ । କ’ଣ ତମକୁ ଦୁନିଆଁର ସବୁ ସୁଖ ମିଳିଗଲା । ମା’ ପଚାରନ୍ତି କ’ଣ ତମ ପୁଅ ପ୍ରତୀକ୍ ଏବେ ସୁଖଶାନ୍ତି ଜୀବନ ଅତିବାହିତ କରୁଛି । ପ୍ରତୀକ୍ କାନ୍ଦି କାନ୍ଦି ବାପାଙ୍କୁ ପଚାରେ, ବାପା ମୁଁ କ’ଣ ଏ ଦୁନିଆଁର ସବୁଠାରୁ ସୁଖୀ ସ୍ୱାମୀ । ନା ଧନ ପାଇ ମୁଁ ଏ ଦୁନିଆଁର ସବୁଠାରୁ ସୁଖୀ ମଣିଷ । ଆରେ ସୁଖୀ ମଣିଷ ତ ହେବା ଦୂରର କଥା ମୁଁ ଏ ପର୍ଯ୍ୟନ୍ତ ସୁଖୀ ସ୍ୱାମୀଟିଏ ମଧ୍ୟ ହେଇପାରି ନାହିଁ । ମୁଁ ଗୋଟେ ଏମିତି ସ୍ୱାମୀ ଯେ, ଯିଏକି ବିବାହ ପରଠାରୁ ଆଜି ପର୍ଯ୍ୟନ୍ତ ସ୍ତ୍ରୀ ସୁଖ କ’ଣ ଅନୁଭବ କରିନାହିଁ । ତାହାହେଲେ ବାପା ମୁଁ କ’ଣ ଏ ଦୁନିଆଁର ସବୁଠାରୁ ସୁଖୀ ମଣିଷ ? କୁହ ବାପା କୁହ ।

ମା’ ପୁଅର କଥା ଶୁଣି ସନାତନବାବୁ ହସି ହସି ଜବାବ୍ ଦିଅନ୍ତି । ଆରେ ଝିଅଟାର ବୟସ ବର୍ତ୍ତମାନ କମ୍ ଅଛି ପିଲାଲୋକ । ତା’ପରେ ଧନୀ ଘର ଝିଅ ତ । ତେଣୁ କରି ବାହାରେ ପାଠ ପଢ଼ିବାକୁ ଯାଇ ଏସବୁ ଶିଖିଯାଇଛି । ପରେ ମୁଣ୍ଡକୁ ବୁଦ୍ଧି ଆସିଲା ପରେ ଏସବୁ ଧୀରେ ଧୀରେ ଛାଡ଼ି ଦେବନି । ଏଇଟା ଗୋଟେ କି କଥା ଯେ ତମେ ମା’ ପୁଅ ଦିଇଟା ଏମିତି ଆଖିରୁ ଲୁହ ଗଡ଼େଇ ଚାଲିଛି । ପ୍ରୀତି ବିରୁଦ୍ଧରେ କିଛି କହିବା ପୂର୍ବରୁ ତୁମ ମା’, ପୁଅଙ୍କୁ ମନେ ରଖିବା ଉଚିତ୍ ଯେ, ପ୍ରୀତିକୁ ଏ ଘରକୁ ବୋହୂ କରି ଆଣିବା ପରେ ଆମ ଘରକୁ କେତେ ପରିମାଣରେ ଧନ ସମ୍ପତ୍ତି ଆସିଛି । ତା’ପରେ ପ୍ରୀତି ବି ଗୋଟେ ସରକାରୀ ଅଫିସର୍ । ମାସକୁ ମାସ ଦରମା ମଧ୍ୟ ଘରକୁ ଆସିବ । ତେଣୁ କରି ଇଆଡୁ ଖୁସିର କଥା ଆଉ କ’ଣ ହେଇପାରେ । ପ୍ରତୀକ୍ ତୋର ଗୋଟେ କଥା ମନେରଖିବା ଉଚିତ୍ । ଯେଉଁଟା କି ମୁଁ ତତେ ଆଗରୁ ମଧ୍ୟ କେତେଥର କହିଆସିଛି । ସେଇଟା ହେଲା । ଧନକୁ ଭଲ ପାଇ ଶିଖ୍, ଧନ ହିଁ ଏ ଦୁନିଆଁରେ ସର୍ବ ଶ୍ରେଷ୍ଠ । ଏଣିକି ତୁ ବିବାହ କରିସାରିଲୁଣି । ଏ କଥା ଯେମିତି ମତେ ବାରମ୍ୱାର କହିବାକୁ ନ ପଡ଼େ ।

ସନାତନକୁ ଧନ, ସମ୍ପତ୍ତିର ଲୋଭ । ଏତେ ପରିମାଣରେ ଗ୍ରାସିଥିଲା ଯେ, ଆଖି ଥାଉ ଥାଉ ମଧ୍ୟ ଅନ୍ଧ ପାଲଟି ଯାଇଥିଲେ । ତାଙ୍କୁ ତାଙ୍କ ବୋହୂର କୌଣସି ଖରାପ କର୍ମ ଦୃଷ୍ଟିପାତ ଦେଉନଥିଲା ।

ଏମିତି କିଛିଦିନ ଚାଲିଲା ପରେ ପ୍ରୀତିର ପୁରୁଷ ବନ୍ଧୁମାନେ ଧୀରେ ଧୀରେ ଘରକୁ ଆସିବା ଆରମ୍ଭ କରିଦିଅନ୍ତି ଓ ମଦ୍ୟପାନ କରି ମାତାଲ୍ ହେଇଯାଆନ୍ତି ଓ ଅସଭ୍ୟଭାଷା କହି ଘରଟାକୁ କମ୍ପାଇ ଦିଅନ୍ତି ଏବଂ ପ୍ରୀତି ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥାନ୍ତି ।

ଦିନେ ଏସବୁ ଦେଖି ଉତ୍ତ୍ୟକ୍ତ ହେଇଯାଏ ପ୍ରତୀକ୍ ଓ ପ୍ରୀତିର ବନ୍ଧୁମାନଙ୍କ ସହ କଳି, ଗଣ୍ଡଗୋଳ କରେ । ପ୍ରୀତିର ବନ୍ଧୁମାନେ ସେତେବେଳେ ପ୍ରବଳ ମଦ୍ୟପାନ କରି ନିଶାରେ ଥିବା ହେତୁ, ଉତ୍ତ୍ୟକ୍ତ ହେଇ ଯାଆନ୍ତି ଓ ପ୍ରବଳ ମାଡ଼ ମାରନ୍ତି ପ୍ରତୀକ୍‌କୁ । ଏହା ଦେଖି ପ୍ରତୀକ୍‌ର ବାପା, ମା ବହୁତ କାକୁତି ମିନତି ହେଇ ନିବେଦନ କରନ୍ତି ପ୍ରତୀକ୍‌କୁ ନ ମାରିବା ପାଇଁ ପ୍ରୀତିର ବନ୍ଧୁମାନଙ୍କୁ । ପ୍ରୀତିକୁ ମଧ୍ୟ ନେହୁରା ହେଉଥାନ୍ତି ତା ବନ୍ଧୁମାନଙ୍କୁ ବୁଝାଇବା ପାଇଁ । କିନ୍ତୁ ପ୍ରୀତି ଏତେ ନିଶାରେ ଥାଏ ଯେ, ତା’ ବନ୍ଧୁମାନଙ୍କୁ ପ୍ରତୀକ୍‌କୁ ନ ମାରିବାକୁ କହିବା ପରିବର୍ତ୍ତେ ଆହୁରି ମାର, ଆହୁରି ମାର ବୋଲି ପରାମର୍ଶ ଦେଉଥାଏ । ଉତ୍ତ୍ୟକ୍ତ ହେଇ ପ୍ରୀତିର ଜଣେ ବନ୍ଧୁ ଲୁହା ଶାବଳ ମାଧ୍ୟମରେ ପ୍ରତୀକ୍‌ର ମୁଣ୍ଡର ପଛ ପଟେ ପ୍ରହାର ଉପରେ ପ୍ରହାର କରିଚାଲିଲେ । ଯାହାଫଳରେ ପ୍ରତୀକ୍‌ର ସେଇଠି ମୃତ୍ୟୁ ହେଇଯାଏ ।

ନିଜର ଗୋଟେ ବୋଲି ପୁଅ ପ୍ରତୀକ୍‌କୁ ଏମିତି ଲୋମ ଟାଙ୍କୁରା ହତ୍ୟାକୁ ନିଜ ଆଖି ଆଗରେ ଦେଖି ପ୍ରତୀକ୍‌ର ମା’ ସନ୍ଧ୍ୟାର ହୃଦୟ ଚାଳନା ବନ୍ଦ ହେଇଯାଏ ଓ ସେ ମଧ୍ୟ ସେଇଠି ଢଳିପଡ଼େ ସବୁଦିନ ପାଇଁ ।

ଶୁଭେନ୍ଦୁ ନିଜ ପୁଅର ଲୋମ ଟାଙ୍କୁରା ହତ୍ୟା ଓ ସେଠି ସ୍ତ୍ରୀ ସନ୍ଧ୍ୟାର ମୃତ୍ୟୁ ଉଭୟ ଏକତ୍ର ଦେଖି ପାଗଳ ହେଇଯାଏ । ସନାତନ ପାଗଳ ହେଲା ପରେ ବୋହୂ ପ୍ରୀତି ପାଗଳଖାନା ପଠାଇ ଦିଏ ସନାତନବାବୁଙ୍କୁ । ବର୍ତ୍ତମାନ ସନାତନ ବାବୁ ପାଗଳଖାନାରେ । ତାଙ୍କର ଏ ଦୁନିଆଁରେ ନିଜର ବୋଲି କେହି ନାହାନ୍ତି ନିଜ ପାଖରେ । ପୁଅ ଏବଂ ସ୍ତ୍ରୀକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି ଏହି ଦୁନିଆଁକୁ । ସେ ପାଗଳଖାନାରେ ସମ୍ପୂର୍ଣ୍ଣ ଏକା । ହେଲେ ସେ ଯେଉଁ ଧନକୁ ଏତେ ପରିମାଣରେ ଭଲ ପାଇ ଆସିଥିଲା ପିଲାଟି ଦିନରୁ । ସେ ଧନ କ’ଣ ତା’ ପାଖରେ ଅଛି ? ସେ ବର୍ତ୍ତମାନ କ’ଣ ଦୁନିଆଁର ସବୁଠାରୁ ସୁଖୀ ମଣିଷ ? ସେ ଯେଉଁ ଧନକୁ ଭଲ ପାଉଥିଲା ସେଇ ଧନ କ’ଣ ତାକୁ ସବୁ ପ୍ରକାରର ସୁଖ ପ୍ରଦାନ କଲା ? ସେ ତ ଧନକୁ କେବେ ଭଲ ପାଇବାରେ ଅବହେଳା କରିନି । ହେଲେ ଧନ କାହିଁକି ତାକୁ ଭଲ ପାଇପାରିଲାନି ? କାହିଁକି ତା’ ପାଖରେ ରହିଲା ନାହିଁ ? କାହିଁକି ତାକୁ ଗୋଟେ ସୁଖୀ ମଣିଷ କରିପାରିଲା ନାହିଁ ? ନିଜ ସନ୍ତାନକୁ ନିଜ ଆଖି ଆଗରେ କଲବଲ କରି ହତ୍ୟା କରାଯାଇଥିବା ଦୃଶ୍ୟ ନିଜ ସାମ୍ନାରେ ନିଜ ସ୍ତ୍ରୀ ଛଟପଟ ହେଇ ମରି ଯାଉଥିବା ଦୃଶ୍ୟ ଦେଖି ପାଗଳ ହେଇ ପାଗଳଖାନାରେ ଏକା ବାକି ଜୀବନ କାଟୁଥିବା ଶୁଭେନ୍ଦୁ କ’ଣ ଏ ଦୁନିଆଁର ସବୁଠାରୁ ସୁଖୀ ମଣିଷ ?

ଲୋକପ୍ରିୟ ଲେଖା

To Top