କବିତା

ସ୍ଵର୍ଗ 

Minati Pradhan's Odia Poem SWARGA

ସେପାରି ରେ ଥାଇ
ଦେଉଥା ପ୍ରେରଣା 
ନିତି କରିବାକୁ ଭଲ କରମ ।

ସ୍ଵର୍ଗ 

ମୃତ୍ୟୁ ନୁହେଁ ଶାନ୍ତି ,
କୋଳେଇ ତୁମକୁ
ଆଜି ନେଉଛି
ନର୍କରୁ ସ୍ଵର୍ଗ ପୁରୀକୁ
ଆକାଶର ସେଇ ଝିଲ୍‌ମିଲ୍‌
ତାରା ସ୍ମିତ ହାସ୍ୟ ଦେଇ
ସ୍ଵାଗତ ଜଣାନ୍ତି ,
ତୁମ ସେ ନୂଆ ଜନ୍ମକୁ ।

ଶରୀର ତୁମର
ପାଉଁଶ ହୋଇଛି
ଏ ଯମ ଯନ୍ତ୍ରଣାରୁ
ମୁକ୍ତି ପାଇଛି
କ୍ରେମାଟୋରିୟମର ସୁଇଚ ବଳରେ ।

ଆତ୍ମା ଆଜି ଉଠି
ବନ୍ଧନ ଖୋଲି
ହଜିଛି, ମିଶିଛି
ଆଶାର ଦୂର ଦିଗ୍‌ବଳୟ ରେ ।

ଆଉଥରେ ତୁମେ
ପାଲଟି ଫେରନା,
ପାଅନି ଏ ନାରୀ ଜନମ ।

ସେପାରି ରେ ଥାଇ
ଦେଉଥା ପ୍ରେରଣା
ନିତି କରିବାକୁ ଭଲ କରମ ।

କେହି ନାରୀ ଆଉ
ଜନ୍ମ ଦେଇ ପୁତ୍ର
ନ ନିନ୍ଦନ୍ତୁ  ତାଙ୍କ ଗର୍ଭକୁ ।

ପଶୁ ପାଲଟି
ଓ କୁକର୍ମ କରିଣ
ନ ସାଜନ୍ତୁ, ସାରଥି ରଥର ସ୍ଵର୍ଗକୁ ।

(ଏହି କବିତାଟି ନର୍ସ ଅରୁଣା ଶାନବଗଙ୍କ ମୃତ୍ୟୁରେ ଲିଖିତ । ନର୍ସ ଅରୁଣା ଦୁଃଷ୍କର୍ମ ର ଶିକାର ହୋଇ ଦୀର୍ଘ ୪୨ ବର୍ଷ ଧରି କୋମା ଅବସ୍ଥାରେ ହସ୍ପିଟାଲରେ ରହିବା ପରେ ମେ ୨୦୧୫ ରେ ମୃତ୍ୟୁ ବରଣ କରିଥିଲେ ।)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top