କବିତା

ଆହ୍ୱାନ

Dibakar Sahoo's odia poem Aahwaan

ଶୁଣରେ ଶାସକ ଶୁଣ ପ୍ରଶାସକ
ଚାଷୀ ପରିବାର ଦୁଃଖ କଥା
ଦୁର୍ଦ୍ଦିନେ ଥରେ ପଚାର ତାକୁରେ
ବୁଝ ଟିକେ ତା’ର ମନ ବ୍ୟଥା ।

ଶୁଣରେ ବଣିକ ଶୁଣ ବୈଜ୍ଞାନିକ
ସରକାରୀ କର୍ମଚାରୀ ଯେତେ
ଆହାର ଯୋଗାଉଥିଲା ଯେ ତମକୁ
ବସିଅଛ ଅନାହାର ପଥେ ।

କ୍ଳାନ୍ତି ଅବସାଦ ଜିଣିନି ଜୀବନେ
ପିଣ୍ଡ ତା’ର ଗଢ଼ା ଖଟିବାକୁ
ବଇଶାଖ ଖରା ପୁଷପୁହା ଜାଡ଼
ଡରିନାହିଁ ଝଡ଼ି ବରଷାକୁ ।

ଦେଇଛି ରକତ ଝାଳରେ ବୁହାଇ
ଖାଇଛି କିଆରି ହିଡ଼ ମୁଣ୍ଡେ
ଖଟାଇଛି ସ୍ତୀରି ପିଲା କବିଲାଙ୍କୁ
ବଞ୍ଚି ରହିବାକୁ ଦିନେ ଦଣ୍ଡେ ।

ଚାଷୀର ସମସ୍ତ ନିଷ୍ଠାର ଫଳେ
ପୂର୍ଣ୍ଣ ଭାରତ ଶସ୍ୟାଗାର
ମାତ୍ର ଏ ବିଚିତ୍ର ଦାତା ଘରେ ପୁଣି
ଅନ୍ନ ପାଇଁ ପଡ଼େ ହାହାକାର !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top