କବିତା

ଆକାଶ ଦୀପ

ହେ ପ୍ରଦୀପ ! ସମର୍ପୀତ ହୋଇ ଜଗଦୀଶ ପାଶେ,
ପ୍ରତୀକ୍ଷା ‘ନିର୍ବାଣ’ କର୍ମଜୀବନ ଶେଷେ ।

ଆକାଶ ଦୀପ

ଆକାଶ ଦୀପ ଗଗନ ଛୁଇଁ,
ଜଳୁଅଛି କୋଟି ଜନତା ପାଇଁ ।

ଉଚ୍ଚ ଆକାଶେ ଏକାକୀ ହୋଇ,
କି ଇଙ୍ଗିତ ଦିଅ ଶ୍ରଷ୍ଟାଙ୍କ ନିକଟ ହୋଇ ।

ନୀରବେ ଜଳି ଜଳି କୁହ କଥା,
ଦରଦୀଙ୍କ ଦୂତ, କର୍ତ୍ତାଙ୍କ ସ୍ମାରକ, ଜଣାଅ ସବୁରି ବ୍ୟଥା ।

ହେ ପ୍ରଦୀପ ! ସମର୍ପୀତ ହୋଇ ଜଗଦୀଶ ପାଶେ,
ପ୍ରତୀକ୍ଷା ‘ନିର୍ବାଣ’ କର୍ମଜୀବନ ଶେଷେ ।

ବେଳ ନାହିଁ, ବେଳ ନାହିଁ, ହେ, ଆକାଶ ଦୀପ,
ଓହ୍ଳାଇବା ବେଳ ହୋଇଗଲା ସରିବ କାର୍ତ୍ତୀକ ଜପ ।

ଆକାଶ ବାଉଁଶ ଯିବ ଓଳିତଳେ ସରିଲା କାର୍ତ୍ତୀକ ମାସ,
କେ ଜାଣେ ଦେଖିବା ଆର ବରଷକୁ ନାହିଁ ଆମର ଆଶ ।

କରୁ ନିବେଦନ କରହେ ସଘନ ନିରାକରେ ଗୁହାରି,
ଶାନ୍ତ ହୁଅନ୍ତା ଆତ୍ମା ଆମର ମୁକ୍ତିର ଆଶ୍ୱାସ ପାଇ ।

ଲୋକପ୍ରିୟ ଲେଖା

To Top