କବିତା

ଆଖି

ସହସ୍ର ସ୍ୱପ୍ନର ମହଲଡ଼େଇଁ
କେବେ ପହଞ୍ଚିଲେ
ଖୋଲା ବହିଟେ ପରି
ଢଳଢଳ ହେଉଥାଏ
ଆୟତ ନୟନ,
ପୃଷ୍ଠା ପରେ ପୃଷ୍ଠା
ପଢ଼ିହୁଏ ନିଶ୍ୱାସରେ
ବହୁଦୂରେ ମାୟାର ଅଞ୍ଜନ ।

ଆଖି

ତମ ଆଖି ଚମତ୍କାର !
କାବ୍ୟ ଯୁଗୀୟ ନାୟକ ପରି
ସେ ଆଖିରେ ଲେଖା ଅଛି
ଲଳିତ ପଦାବଳୀର
ତାଳ, ଲୟ, ସୁର ।

ସହସ୍ର ସ୍ୱପ୍ନର ମହଲଡ଼େଇଁ
କେବେ ପହଞ୍ଚିଲେ
ଖୋଲା ବହିଟେ ପରି
ଢଳଢଳ ହେଉଥାଏ
ଆୟତ ନୟନ,
ପୃଷ୍ଠା ପରେ ପୃଷ୍ଠା
ପଢ଼ିହୁଏ ନିଶ୍ୱାସରେ
ବହୁଦୂରେ ମାୟାର ଅଞ୍ଜନ ।

ମିଳିଯାଏ
ମାଗିବା ନ ମାଗିବା
ଭାବିବା ନଭାବିବା ସବୁର ଉତ୍ତର,
ବରଦ ମୁଦ୍ରାରେ
ଶାନ୍ତ ଶୋଭନୀୟ ଆଖି
ବିଞ୍ଚୁଥାଏ ଜୀବନ କଲ୍ୟାଣ ।

ତମ ଆଖିର ନୀରବତା
ମାପ କାଠିରେ ମାପିଲେ
କାଠିହିଁ ଉଣା ପଡ଼େ
ବ୍ୟାପ୍ତିର ପ୍ରକାଶ ଜଣାଏ
କେତେ ବାଚାଳ ତମ ଆଖି
ପୁଣି କେତେ ନୀରବରେ
ସାମବେଦ ଗାଏ ।

ଆଖି ଯୋଡ଼ିକ କ’ଣ
ଆଲୋକିତ ନୀଳ ସମୁଦ୍ରର
ସ୍ୱପର୍ଭର୍ତ୍ତି ତ୍ରିଭୂବନ ?
ନା ପ୍ରେମରେ ପ୍ରାପ୍ତିର ଆଶ୍ୱିନ ?
ଚାହିଁଥିଲେ ବରାଭୟ ଦିଏ
ମୁଦିଲେ ବୁଡ଼ିଯାଏ
ସାରା ସ୍ୱପ୍ନ, ସାରା ମୋ ସଂସାର ।

ଲୋକପ୍ରିୟ ଲେଖା

To Top