କବିତା

ଆମ ଗାଁରେ ବର୍ଷା

Odia Author Amitav Sahu

ହେଲେ କାନ୍ଦେ
ଆମ ଗାଁ, ହରିଆ ପଧାନ ବୁଢ଼ା
ଦି’ ଦି’ଟା ଭେଣ୍ଡିଆ ପୁଅ
ବାଣ୍ଟି ନେଲେ ବିଲ, ବାଡ଼ି,
ଘରବାଡ଼, ଗହଣାଗାଣ୍ଠି
ହେଲେ ବାଣ୍ଟିଲେନି
ବୁଢ଼ା ବାପକୁ, ଛାଡ଼ିଦେଲେ
ଝୁମ୍ପୁଡ଼ି କୁଢ଼ିଆରେ ।

ଆମ ଗାଁରେ ବର୍ଷା

ବର୍ଷା ଆସିଲେ
ହସି ଉଠେ ଆମ ଗାଁର
ଲଣ୍ଡା ପାହାଡ଼, ଚେର ଲାଗେ
ଗଜୁରି ଉଠେ ଚାରା. . .
ଚଳ ଚଞ୍ଚଳ ହୁଏ
ଗାଁ ବିଲ କିଆ ଗୋହିରି,
ନଦୀ, ନାଳ, କୂଅ, ପୋଖରୀ
ସବୁଜ ବନାନୀର ଧରା ।

ହେଲେ କାନ୍ଦେ
ଆମ ଗାଁ, ହରିଆ ପଧାନ ବୁଢ଼ା
ଦି’ ଦି’ଟା ଭେଣ୍ଡିଆ ପୁଅ
ବାଣ୍ଟି ନେଲେ ବିଲ, ବାଡ଼ି,
ଘରବାଡ଼, ଗହଣାଗାଣ୍ଠି
ହେଲେ ବାଣ୍ଟିଲେନି
ବୁଢ଼ା ବାପକୁ, ଛାଡ଼ିଦେଲେ
ଝୁମ୍ପୁଡ଼ି କୁଢ଼ିଆରେ ।

ଏବେ ବର୍ଷା ହେଲା କାଳ
ଛାତ ଆଁ କରି ଗିଳୁଛି ଆକାଶ
ତଳେ ବର୍ଷାର ଲୁଚକାଳି ଖେଳ ।
ସ୍କୁଲ୍ ପିଣ୍ଡା, ଅବା
କୋଠଘର ବାରଣ୍ଡାରେ
ବୁଢ଼ା କାଟେ ଦିନ,
ଆମ ଗାଁ ସରପଞ୍ଚ
କଥା ଦେଇଛି ତୋଳି ଦେବ
ଇନ୍ଦିରା ଆବାସ ଘର
ଏବେ ଚାଲିଯିବ ବୁଡ଼ାର ଦୂର୍ଦ୍ଦିନ ।
ହେଲେ ଦେଖୁ ଦେଖୁ
ବିତିଗଲାଣି
ତିନି ତିନିଟା ଇଲେକ୍ସନ୍ !

ଲୋକପ୍ରିୟ ଲେଖା

To Top