କବିତା

ଆମେ ନୋହୁ ମାଓବାଦୀ

Dibakar Sahoo's odia poem Aame Nohu Maaobaadi

ଆମେ ଖଟିଖିଆ ଜାତି
କେତେ କାଳ ଆଉ କାକୁତି କରିବୁ
କାକର ହାତ ପାତି ?

ଆମେ ନୋହୁ ମାଓବାଦୀ

ଆମେ ନୋହୁ ମାଓବାଦୀ ,
କୃଷକ ଆମେ ଦୁଃଖ ଜଣାଇଲେ
କାହିଁକି ନେଉଚ ବାନ୍ଧି ?
ବାରମାସ ଖଟି ଦେଉଚୁ ଆହାର
କୃତଜ୍ଞ ନ ହେଲେ ନାହିଁ,
ଭୋକିଲା ପେଟରେ ଦେଉଛ ପାହାର
କୃତଘ୍ନ କାହିଁ ପାଇଁ ?
ଆମେ ନୋହୁ ମାଓବାଦୀ
କୀତଦାସ କରି ରଖିବ ଆମକୁ
ଭାବିଛ ସୁବିଧାବାଦୀ ।

ଆମେ ସବୁ ଖଟିଖିଆ ,
ଖରା ବର୍ଷା ଶୀତ କାକର ସହି
ଦୃଢ଼ ଆମର ହିଆ ।
ଆମେ ତ ସାଗର ଦେଖାଉଛ ଭୟ
ଶତ -କୋଟିର ପ୍ରାଣ ।
ନଦନଦୀ ପରି ତମେ କତିପୟ
ଦେଖାଉଛ ଏତେ ଟାଣ ?
ଆମେ ସବୁ ଖଟି ଖିଆ ,
ଗ୍ରୀଷମ ବହିଲେ ଜଳିବୁ ଆମେ
ପାଉଁଶ ତଳର ନିଆଁ । ।

ଆମେ ଖଟିଖିଆ ଜାତି
କେତେ କାଳ ଆଉ କାକୁତି କରିବୁ
କାକର ହାତ ପାତି ?
ସାବଧାନ ଥାଅ ପିଶାଚ ପାମର
ଆରମ୍ଭ ଏଇ ମାତ୍ର ,
ଆଗକୁ ବଢିବ ସଂଗ୍ରାମ ଆମର
ଘଟୁ ପଛେ ପ୍ରାଣପାତ ।
ଆମେ ଖଟିଖିଆ ଜାତି
ସ୍ୱେଚ୍ଛାଚାରୀର ଶାସନ ଟାଳିବୁ
ଆଣିବୁ ପୂର୍ଣ୍ଣ କ୍ରାନ୍ତି । । ।

ଲୋକପ୍ରିୟ ଲେଖା

To Top