ମୋର ମନେ ରହେନାହିଁ ସେ କ୍ଷଣ
ଯେବେ ହଠାତ୍ ଏକ ନୂଆ ଶକ୍ତି ମିଳିଯାଏ
କେଉଁ ଏକ ଛୋଟ ସତ୍ୟ ଧରା ପଡ଼ିଗଲେ
ସେଇ କ୍ଷଣଟି ହଜିଯାଏ ଏକ ବଡ଼ ସତ୍ୟରେ
ମତେ ଆଉ ଏକ ବଡ଼ ଅନୁଭବର ସନ୍ଧାନରେ ଛାଡ଼ି
ଏହା ନିଶ୍ଚିତ ଯିଏ ବଡ଼ ଅନୁଭବ ନପାଇ ସବୁ ଜାଣନ୍ତି
ଖୁସିରେ ଅଛନ୍ତି
ମୁଁ ଥକି ଯାଉଛି ଦିନକୁ ଦିନ ଆଉ ମୋର କିଛି ଇଚ୍ଛା ନାହିଁ
ନିଜକୁ ପରିବର୍ତ୍ତନ କରିବାର ମୂଲ୍ୟ ମୁଁ ମୋ ଥକ୍କା ପଣରେ ତୁଟେଇବି ।
ୟା’କୁ ମୋ ପାଖରେ ରହିବାକୁ ଦିଅ
ଯେବେ ମୁଁ ପରିବର୍ତ୍ତି ହେବି ଏହା ମତେ ସ୍ମରଣ କରାଇବ
ଯେ ମୁଁ କେବଳ ଏକ ପରିବର୍ତ୍ତିତ ପରିବେଶର ଅଂଶ ହୋଇଅଛି
ନିଜ ଭିତରେ ଅଦ୍ୱିତୀୟ କିନ୍ତୁ ଏକଦମ୍ ସାଧାରଣ
ସବୁ ଥକ୍କି ଯାଇଥିବା ମୁହଁକୁ ତୁମେ ନିରୀକ୍ଷଣ କର
ତା’ ମଧ୍ୟରେ କେଉଁଠି ଲୁଚିଥିବ ଗଲାକାଲି
ଏବଂ ଆସନ୍ତାକାଲି ମଧ୍ୟ ଥିବ ସେଇଠି କେଉଁଠି ?