ଆତ୍ମାର ବ୍ୟଥା

Minati Pradhan's odia poem Aatmaara Byathaa

ଧର୍ମଗୁରୁ,ବଡପଣ୍ଡା,ସଂସାର ରକ୍ଷକଙ୍କ
ହୃଦୟ ନ ଛୁଇଁ,
ନ ଦୋହଲାଇ ତାଙ୍କ ପାଷାଣ ମନକୁ….
ଆନ୍ଦୋଳିତ ନ କରି ଅନ୍ତର ଆତ୍ମାକୁ… ।

ଆତ୍ମାର ବ୍ୟଥା

ମା’ର ଯୋନିରୁ
ଜନ୍ମିଥିବା ମଣିଷର ହାତ
କେମିତି କେଜାଣି ଲମ୍ବିଯାଏ
କରିବାକୁ ଖଣ୍ଡଖଣ୍ଡ
ଭବିଷ୍ୟତ ମା’ର ସେଇ ଅଙ୍ଗକୁ….

ଖାଲି ସମାଜରେ ବଜାୟ ରଖିବାକୁ,
ନିଜର ପ୍ରତ୍ତିପତ୍ତି, ଉଜୀବିତ୍ତ କରିବାକୁ
ନିଜ କାମନାର ବହ୍ନି
ଅକ୍ଷ୍ୟୁର୍ଣ୍ଣ ରଖିବାକୁ
ତଥାକଥିତ ଗାରିମା
ଦେଖାଇ ବାହାନା
ଧର୍ମ ଓ ସମାଜ ନାମରେ……

ଧର୍ମଗୁରୁ,ବଡପଣ୍ଡା,ସଂସାର ରକ୍ଷକଙ୍କ
ହୃଦୟ ନ ଛୁଇଁ,
ନ ଦୋହଲାଇ ତାଙ୍କ ପାଷାଣ ମନକୁ….
ଆନ୍ଦୋଳିତ ନ କରି ଅନ୍ତର ଆତ୍ମାକୁ… ।

ମାଆର ସହିଷ୍ଣୁ ମନ ବିଦ୍ରୋହୀ ସାଜେ
କୁନିଝିଅର ଅସହ୍ୟ ଯନ୍ତ୍ରଣା
ଅଙ୍ଗବ୍ୟଥା, ନିଜ ମଧ୍ୟେ ଅନୁଭବ କରି
ଶତାବ୍ଦୀ ଶତାବ୍ଦୀ ପ୍ରଥାରତାଲା
ତା ମୁହଁରେ ବନ୍ଧା, ଲୁହଶିକ୍ତ ଆଖିତଳେ
ଅନେକ ବେଦନା
ମୁହଁ ଖୋଲିଗଲେ ଡାଇନୋସର କୃର
ଫୁଙ୍କରେ ଉଡିଯିବ ତାହାରି ଅସ୍ତିତ୍ଵ ।

ଏ ନୀରବ ନିଆଁ ଝୁଲ,
ଜାଳିବା ପୂର୍ବରୁ ସମଗ୍ର ପୃଥିବୀ,
ଲିଭିଯିବ ଦବି ପରମ୍ପରା ତଳେ….,
ରାଜନୀତିର ପବନ ଦେବନି
ଜଳିବାକୁବିଦ୍ରୋହର ଅଗ୍ନି–
ପାଉଁଶକରିବାକୁଏ କୃର ବର୍ବରତା ।

ଦିଗବଳୟରେ ଦିଶୁଥିବା
ମଶାଲ ଆଲୋକ,ହଟାଇ
ପାରିବ ପ୍ରାୟ କୁସଂସ୍କାର ର
ଏ ଘନ ଅନ୍ଧକାରକୁ ।
ଜଳୁଛି-ଅଶାର ସ୍ତମିତ ଶିଖାଟିଏ
ମୋ ଭଳି ଅନେକଙ୍କ ଗହନ ହୃଦୟରେ ।

(This poem is written against the barbaric practice of female genital mutation, FGM, prevalent among some communities.)

ଲୋକପ୍ରିୟ ଲେଖା

To Top