କବିତା

ଅବକ୍ଷୟ

Nrushingha Tarai's odia poem Abakshyaya

ପବନ ନେଇଚି ତୋଳି
ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ
ଗଛରୁ ଫୁଲ-ମାଟିର ମହକ
ଚାଟିଚୁଟି ପାଦଚିହ୍ନ ସବୁ
ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।

ଅବକ୍ଷୟ

ପବନ ନେଇଚି ତୋଳି
ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ
ଗଛରୁ ଫୁଲ-ମାଟିର ମହକ
ଚାଟିଚୁଟି ପାଦଚିହ୍ନ ସବୁ
ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।

ଜୀବନର ସଂଜ୍ଞା ପାଲଟିଚି
ପାଦତଳ ମାଟି ଯେ ହେତୁ ଅରୁଚି
ଥରୁଥରୁ ବେଦମ
ପାଦ ରଖିଲେ ପାଦତଳ ମାଟି
ଏଣେ ତେଣେ ଛିଟିକି ପଡୁଚି
ଆକାଶକୁ ଚାହିଁଲେ
ଆକାଶ ପଡ଼ିଚି ଲଟକି
ପାଦ ରଖିବାକୁ ଏଠି ।

ଲୋକପ୍ରିୟ ଲେଖା

To Top