କବିତା

ଅଭିନେତ୍ରୀ

Navajyoti Ray's odia poem Abhinetree

ଖେଳାଉ ଥାଏ
ନାରୀର ମୁହଁ ଉଦାସ
ତଥାପି ସେ କରୁଥାଏ ଅଟ୍ଟହାସ୍ୟ
ତା’ ଭିତରର ଏ ଗର୍ଜନ

ଅଭିନେତ୍ରୀ

ଅଭିନେତ୍ରୀ ଯେବେ ବାନ୍ଧି ହୋଇଯାଏ
ନିଜର ଅଭିନୟ ଶୈଳୀରେ
ତେବେ ତା’ର ଚିତ୍କାର କରେ ତାକୁ ଦୟନୀୟ
ପୁରୁଷଙ୍କଠୁଁ ଅଧିକା ହସେ ସେ
ଯାହା ତାକୁ କରିଦିଏ ପୁରୁଷଠୁ ଅଧିକ କୃତ୍ରିମ
ଏହା ଏ ସମାଜରେ ନାରୀର ବିଡ଼ମ୍ୱନା
ପ୍ରତ୍ୟେକ ଥର ତାକୁ ମରିବାକୁ ହୁଏ
ଭଗ୍ନାଂଶ ସବୁ ସାଇତି ଦିଏ ସେ
ନିଜ ଭିତରର ଭଙ୍ଗା ଅଂଶର
ବଦଳରେ ନୂଆ ଗଢୁଥାଏ
କିନ୍ତୁ ଦେଖ ତ ତା’ ମୁହଁରେ
କେମିତି ଛାଇଯାଇଛି କ୍ଳାନ୍ତି
ପୁରୁଷଙ୍କ ପ୍ରିୟ ଶୈଳୀ ତାକୁ କହୁଥାଏ
କେବେ କାନ୍ଦିବାକୁ ତ କେବେ ହସିବାକୁ
ଏ ଦୁଇ କଥାରୁ କିଛି ଅଧିକା କହିପାରେ
ନାରୀର ମୁହଁ
କିନ୍ତୁ ତା’ର ଏପରି ସ୍ୱାଧୀନତା କ’ଣ
ପୁରୁଷ କେବେ ସହିପାରିବ ।

ପୁରୁଷ ତାକୁ ହସାଉଥାଏ
ତାକୁ ବ୍ୟତିବ୍ୟସ୍ତ କରାଉଥାଏ
ସେ ତାକୁ ନିଜ ଶସ୍ତା ରଙ୍ଗମଞ୍ଚ ଉପରେ
ଖେଳାଉ ଥାଏ
ନାରୀର ମୁହଁ ଉଦାସ
ତଥାପି ସେ କରୁଥାଏ ଅଟ୍ଟହାସ୍ୟ
ତା’ ଭିତରର ଏ ଗର୍ଜନ
ପାଲଟିଯାଏ ଭୟଙ୍କର ଚିତ୍କାରରେ
ସେ କେବେ କେବେ ଦେଇପାରିଥାନ୍ତା
ତା’ ସଂଗ୍ରହରୁ ଗୁପ୍ତଦାନ
କିନ୍ତୁ ହାୟ,
ଖୋଲା ବଜାରରେ ହୋଇଯାଏ
ନିଜେ ଏକ ଭିକ୍ଷା !

ଲୋକପ୍ରିୟ ଲେଖା

To Top