ଅଭୁଲା ଶୀତ

ଘୋଡ଼ି ହୋଇ ଦେହେ ମୋଟା ମୋଟା ଚଦର,
ନାହିଁ ଅଗଣାରେ ମାପିବାକୁ ଶୀତ ସେ ଦିନର
ଦେଖୁ ନାହୁଁ ଦୃଶ୍ୟ ଆଉ ଚାଳ ଉପରୁ ଧୁଆଁ,
ମୁଖରୁ ଥଣ୍ଡା କୁହୁଡ଼ି କରିଦେଲେ କିଏ ଆଁ ।

ଅଭୁଲା ଶୀତ

ଅଛି ବୁଢୀଆଣୀ ଜାଲ ଆମ ଅଗଣାରେ,
ଗଛରୁ ଗଛକୁ ସୂତା ଟାଣି ଅପୁର୍ବ ଶୈଳୀରେ
ନାହିଁ କିନ୍ତୁ ଜାଲପରେ ଟୋପା ଟୋପା କାକର ବିନ୍ଦୁ,
ଝଲସାଇ ଇନ୍ଦ୍ରଧନୁର ରଙ୍ଗ, ଉଷାର ହୀରାମାଳ ଖଣ୍ଡୁ ।

ଘୋଡ଼ି ହୋଇ ଦେହେ ମୋଟା ମୋଟା ଚଦର,
ନାହିଁ ଅଗଣାରେ ମାପିବାକୁ ଶୀତ ସେ ଦିନର
ଦେଖୁ ନାହୁଁ ଦୃଶ୍ୟ ଆଉ ଚାଳ ଉପରୁ ଧୁଆଁ,
ମୁଖରୁ ଥଣ୍ଡା କୁହୁଡ଼ି କରିଦେଲେ କିଏ ଆଁ ।

ସବୁଜ ପଡ଼ିଆରେ ଅସୀମ ଶିଶିର ବିନ୍ଦୁ,
ଦିଶୁ ନାହିଁ ଆଉ ସେ ଅପୂର୍ବ ଦୃଶ୍ୟ ସିନ୍ଧୁ ।
ଲୋଡ଼ା ହେଉନି ମା’ଙ୍କ ସାଇତା ଗରମ ପୋଷାକ,
କାନ ମୁଣ୍ଡ ଘୋଡ଼ା ମଙ୍କି କ୍ୟାପ ଆଉ ଉହ୍ମେଇ ଖଣ୍ଡକ ।
ଥିଲା ସୁନ୍ଦର ହାଡ଼ ଭଙ୍ଗାଶୀତର ବୈଭବ,
କେ ଛଡ଼ାଇ ନେଲା କେ ଅଛି ବୁଝିବ ସେ ଅନୁଭବ ।

ଲୋକପ୍ରିୟ ଲେଖା

To Top