କବିତା

ଅବ୍ୟକ୍ତ

Abyakta odia poem by Manjurani Mishra

ଛାପିଦିଏ ସବୁ ସମ୍ଭାବନା
ଶବ୍ଦ ସବୁ ବରଫ ପାଲଟେ
ସପନର ଇଲାକାରେ
ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର

ଅବ୍ୟକ୍ତ

ନିର୍ଜନ ଆଲୁଅର ଆର୍ତ୍ତନାଦ
ନୀଳ ଋତୁର ପୃଥିବୀ ଭିତରେ
ଅପହୃତ ସ୍ଵପ୍ନମାନଙ୍କ ଆବାଜ
ନିଖୋଜ ସ୍ମୃତିର ପାଦ ଶବ୍ଦ
ବିଷର୍ଣ୍ଣ ଦିନ ସବୁର କୋଳାହଳ
ଅବାସନ୍ନତାର ଉତ୍ତରିୟଟିଏ
ଅନାତ୍ମୀୟ ସୂର୍ଯ୍ୟର ଚୁମ୍ବନ
ଫୁଲଙ୍କର ଓଠ ଚିବୁକରେ
ଧୂସର ଆକାଶର ଛାଇ
ଅକସ୍ମାତ ଅଟକି ଯାଉଥିବା
କଳ୍ପନାର ସବୁଜ ଦ୍ଵିପରେ
ଆତ୍ମ ସମର୍ପଣର ଉଦାର ମନଟି

ଇଚ୍ଛା ସବୁ ଭୟଙ୍କର
କ୍ଷୁଧାର ଅରଣ୍ୟ
ସମୟର ଶିରାଳ ପାପୁଲି
ଛାପିଦିଏ ସବୁ ସମ୍ଭାବନା
ଶବ୍ଦ ସବୁ ବରଫ ପାଲଟେ
ସପନର ଇଲାକାରେ
ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ଗଜଲଟିଏ
ଝୁଲିଯାଏ ଓଦା ଓଦା ନିସଙ୍ଗ କାରୁଣ୍ୟ
କେମିତି ମୁଁ ମାଗିବି
ଆୟୁଷ୍ମାନ ସକାଳ ସବୁକୁ
କେଉଁଠି ଖୋଜିବି

ତୁମରି ଠିକଣା
ନିରୁଦବେଗ ମୁହୂର୍ତ୍ତ ମାନଙ୍କ
ଭିଡ଼ରେ
କାହାକୁ ମାଗିବି
ଠାକୁରଙ୍କୁ ଅଳି କରିବି
ସବୁଜ ପତ୍ରଟେ ପାଇଁ
କେଉଁ ବୃକ୍ଷର ଶାଖାରେ
କା ଓଠରେ ହସ ହୋଇ
ଝରି ପଡ଼ିବାକୁ
କେଉଁଠି ଖୋଜିବି
ପ୍ରଶାନ୍ତିର ନୀଳ ନୀଳ ଢ଼େଉ
ମୋ ମନର ପ୍ରଥମ ଚିଟାଉ ।।

ଲୋକପ୍ରିୟ ଲେଖା

To Top