କବିତା

ଅନାମିକା

କାଳର ପ୍ରହାର ଭାଙ୍ଗିପାରି ନାହିଁ,
ତୁମରି ସ୍ମୃତି ସ୍ତମ୍ବ ।
ଛାଇପରି ତୁମେ ଲାଖିରହିଅଛ,
ମତେଛାଡି କେବେ ଯିବ?

ଅନାମିକା

ମୋ ହୃଦୟରେ ଆଣିଦେଲ ଶୁନ୍ୟତା,
ତୁମେ ଅନାମିକା ।
ଅମାନିଆଁ ମନରୁ ଲିଭୁନି
ତମ ସ୍ମୃତି ରେଖା।୧।।

କାଳର ପ୍ରହାର ଭାଙ୍ଗିପାରି ନାହିଁ,
ତୁମରି ସ୍ମୃତି ସ୍ତମ୍ବ ।
ଛାଇପରି ତୁମେ ଲାଖିରହିଅଛ,
ମତେଛାଡି କେବେ ଯିବ?।।୨।।

ତରୁଣ ବୁକୁର ସାଧା କାଗଜରେ,
ପଡିଥିଲା ତମ ଛାପ ।
ସ୍ଵପ୍ନ କୁଟୀରର ରାଣୀ ସାଜିଥିଲା,
ତୁମରି ସରଳ ରୁପ ।।୩।।

ତମ ସାଥେ ମୁହିଁ ଗଢିଚାଲିଥିଲି,
କେତେଯେ କଲ୍ପନା ଗଡ ।
ଚୁର୍‌ମାର୍‌ କରି ଭାଙ୍ଗିଦେଇଗଲା,
ସମୟର ବାଲିଝଡ ।।୪।।

ଅଲଗା ଅଲଗା ରାସ୍ତାର ଆମେ,
ହେଇଗଲୁ ଆମେ ଯାତ୍ରୀ ।
ଯେଉଁଠି ଥାଅ ଭଲରେ ଥାଅ,
ହସୁଥାଅ ଦିବା ରାତ୍ରୀ ।।୫।।

ଆଜି ଯାଏଁ ଯହିଁ ଲିଭିପାରି ନାହିଁ,
ଲିଭିବନି ସ୍ମୃତି ରେଖା ।
ମର୍ଯ୍ୟାଦାର ଗାର ଟପିବିନି କେବେ,
ତୁମେ ଥିବ ଅନାମିକା ।।୬।।

ଲୋକପ୍ରିୟ ଲେଖା

To Top