କବିତା

ଅନନ୍ୟ ପ୍ରେମିକ

Anusuya Jena's odia poem Ananya Premika

ତଥାପି ହାତ ମେଲାଇ ବସିଥାଅ
ଆଲିଙ୍ଗନ କରିବା ମୁଦ୍ରାରେ
ହତାଶାର ମଝି ନଈରେ ଛାଡି
ଯେତେବେଳେ ସମ୍ପର୍କମାନେ ଆନନ୍ଦ ଲୁଟୁଥାନ୍ତି,
ତୁମେ ହିଁ ତା ନିକଟଇ ଆସ
ପାଖେ ପାଖେ ରହିଥାଅ
କାଳେ କେବେ ମୋର
ଭାବନାରେ ଆସିବାର ଆଶା ବାନ୍ଧିରଖ

ଅନନ୍ୟ ପ୍ରେମିକ

ତୁମଠୁ ମୁଁ ବାରବାର
ମୁହଁ ଫେରେଇ ନେଇପାରେ
ପୁଣି ଲେଉଟି ବି ଆସିପାରେ
ସାରା ଦୁନିଆର ଧକ୍କା ଖାଇ, ଧୋକ୍କା ସହି
କେଜାଣି କାହିଁକି ମନ ପୂରେନି
ତୁମେ ମନ ପଡ଼ନି ।

ତଥାପି ହାତ ମେଲାଇ ବସିଥାଅ
ଆଲିଙ୍ଗନ କରିବା ମୁଦ୍ରାରେ
ହତାଶାର ମଝି ନଈରେ ଛାଡି
ଯେତେବେଳେ ସମ୍ପର୍କମାନେ ଆନନ୍ଦ ଲୁଟୁଥାନ୍ତି,
ତୁମେ ହିଁ ତା ନିକଟଇ ଆସ
ପାଖେ ପାଖେ ରହିଥାଅ
କାଳେ କେବେ ମୋର
ଭାବନାରେ ଆସିବାର ଆଶା ବାନ୍ଧିରଖ

(ହେଲେ) ତୁମକୁ ମୁଁ ଭୁଲୁଥାଏ
ଥରେ ଅଧେ ମନେ ପକାଏ
କେବେ କେବେ ଲୁହରେ
ବୁକୁଥରା ଦୀର୍ଘଶ୍ଵାସରେ
ଅବା ସ୍ୱାର୍ଥପରତାର ଦ୍ୱାହୀରେ
ଆଉ ଏମିତି ଏମିତି
ଆମର ଇତିହୀନ ସମ୍ପର୍କ
ଦୂରକୁ ଆହୁରି ଦୂରକୁ
ଅବିରତ ପାଦ ବଢ଼ଉଥାଏ ।।

ଲୋକପ୍ରିୟ ଲେଖା

To Top