କବିତା

ଅନ୍ଧାର ଆସିଲେ……

ଅନ୍ଧାର ଆସିଲେ
ଖସିପଡ଼େ ଆକାଶ,
ଶୋଇପଡନ୍ତି ବନଗିରି, ପଶୁପକ୍ଷୀଗଣ
ମାଆମାଟି ପଣତକାନିରେ,
ସୂର୍ଯ୍ୟଙ୍କ ଡରରେ ଲୁଚିଥିବା ତାରାମାନେ
ନାଚି ନାଚି ଗୀତ ଗାଆନ୍ତି
ଜହ୍ନମାମୁଁ ପିଣ୍ଡା ତଳେ ତଳେ ।

ଅନ୍ଧାର ଆସିଲେ......

ଅନ୍ଧାର ଆସିଲେ
ରଙ୍ଗ, ଅତରରେ ମାଖି
ବଗିଚାର ପେନ୍ଥା ପେନ୍ଥା ଫୁଲ
ମୁଚୁ ମୁଚୁ ହସୁଥାନ୍ତି
କଢମାଙ୍କର ସେ ନିବୁଜ୍ ଖୋପରୁ,
ଖସିପଡେ ରାଶି ରାଶି ମୁକ୍ତା
ଜୋଛନାର ରୁପେଲି ଡେଣାରୁ ।

ଅନ୍ଧାର ଆସିଲେ
ଖସିପଡ଼େ ଆକାଶ,
ଶୋଇପଡନ୍ତି ବନଗିରି, ପଶୁପକ୍ଷୀଗଣ
ମାଆମାଟି ପଣତକାନିରେ,
ସୂର୍ଯ୍ୟଙ୍କ ଡରରେ ଲୁଚିଥିବା ତାରାମାନେ
ନାଚି ନାଚି ଗୀତ ଗାଆନ୍ତି
ଜହ୍ନମାମୁଁ ପିଣ୍ଡା ତଳେ ତଳେ ।

ଅନ୍ଧାର ଆସିଲେ
ହସୁଥାନ୍ତି ରାତି ସାରା
ନେଳି ନେଳି ଆଖି ଫାଡି
ଧାଡିଧାଡି ବତୀଖୁଣ୍ଟମାନେ,
ଲମ୍ବି ଯାଏ ଆଲୋକ ରୋଷଣୀ
ପୂର୍ବରୁ ପଶ୍ଚିମ ଆଉ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତେ ।

ଅନ୍ଧାର ଆସିଲେ
ନାକ ତଳେ ଭାସି ଉଠେ
ଆଦିମ ଖେଳର ସେହି ମହମହ ବାସ୍ନା,
ମୁକ୍ତ ହୁଏ ମହଣ ମହଣ ଇଛା
ବନ୍ଦୀ ଥିବା ମନ ସିନ୍ଦୁକରୁ,
ଶୁଭୁଥାଏ ଯୌବନର ହସ
ଅନ୍ଧାରର ଗହଳି ଭିତରୁ ।

ଅନ୍ଧାର ଆସିଲେ
ପୃଥିବୀ ଢାଙ୍କି ଦିଏ ବିସ୍ତୃତ ନୀରବତା
ରାତିର ସେ ନିସ୍ତବ୍ଦ ଛାତିରେ,
କଳାଅଶ୍ୱ ପୃଷ୍ଠେ ବସି
ଦୌଡୁଥାଏ ସମୟର ଦୂତ
ସତ୍ୟ, ଶିବ, ସୁନ୍ଦର ସନ୍ଧାନେ ।

ଲୋକପ୍ରିୟ ଲେଖା

To Top