କବିତା

ଅନୁସୃତ ଆବେଗ

Nirupama Swain's odia poem Anusruta Aabega

ଶ୍ୱେତବସ୍ତ୍ର ପରିହିତା କେହି ଜଣେ
ଶୁଭ୍ରତାର ରଙ୍ଗ ଧରି
ସ୍ୱଚ୍ଛତାର ସୁଅରେ ଧାଉଁଛି
ପ୍ରେମର ରାଗିଣୀ ଗାଉଛି ।

ଅନୁସୃତ ଆବେଗ

ଶାନ୍ତିର କପୋତ ସଦା ଉଡୁଛି
ଉଚ୍ଚରେ
ଛୁଉଁଛି ବି ସବୁରିଙ୍କୁ ତା’
ପବନ ଆହୁଲାରେ ।

ଶ୍ୱେତବସ୍ତ୍ର ପରିହିତା କେହି ଜଣେ
ଶୁଭ୍ରତାର ରଙ୍ଗ ଧରି
ସ୍ୱଚ୍ଛତାର ସୁଅରେ ଧାଉଁଛି
ପ୍ରେମର ରାଗିଣୀ ଗାଉଛି ।

ଜୀବନର ଏ ପଥଟା ସତରେ ଏତେ
ଚମକପ୍ରଦ ଭାବିଲେ
ସତେ ଆତ୍ମା ବିଭୋର ହୋଇ ଉଠେ
ଯେତେ ଦୁଃଖ ଭୁଲିଯାଇ କେବଳ
ଜୀଇଁବାକୁ ଇଚ୍ଛା ହୁଏ ।

ଅମୃତ ସମ ସେଇ ପରଶ
ଶୁଭ୍ରତାର, ସଦା ଯା’କୁ
ଆବୋରି ରଖିବାକୁ ଇଚ୍ଛା ହୁଏ,
ସେଇ ସତ୍ୟତା ଉପରେ ହିଁ
କେବଳ ହସି ହୁଏ ।

କାମନା ମୋର ସେଇ
ଶୁଦ୍ଧ ସ୍ନେହ ଟିକକ
ଲିପ୍ସୁ ମୁଁ ତା’ର ଆମରଣ ଯାଏ
ସଭିଁଙ୍କୁ ବି ବିନତି ମୋହର,
ଜୀଅ, ଆଉ ଜୀଇଁବାକୁ ଦିଅ,
ସବୁରିଙ୍କୁ ରଖି ସେଇ
ସ୍ନେହ ମମତାର ଡୋରରେ !

ଲୋକପ୍ରିୟ ଲେଖା

To Top