କବିତା

ଅନୁତପ୍ତ

Deepankar Jena's odia poem Anutapta

ସେଠିକାର ସବୁ ସୁଖ ଅୟସ ଆରାମ,
ସ୍ନେହ,ପ୍ରେମ,ଦୟା,କ୍ଷମା,
ସର୍ବୋପରି ଆବେଗ ଓ ଉଚ୍ଛ୍ୱାସକୁ ?

ଅନୁତପ୍ତ

କହିବ କି ତୁମେ କାହିଁ ଖୋଜୁଅଛ
ଆଉ ଏକ ସ୍ୱର୍ଗ?

ତୁମ ପାଇଁ କାହିଁ ଲୋଡା
ଐରାବତ ହସ୍ତୀ ଆଉ ଉଚ୍ଚୈଶ୍ରବା ଅଶ୍ୱ
ଋମ୍ଭା,ମେନକା ଉର୍ବଶୀ ଓ
ମାଳମାଳ ଅପ୍ସରୀ ମାନଙ୍କ ସାନ୍ନିଧ୍ୟ ?

ତୁମେ କଣ ପାଇଁ ପାଇବାକୁ ଚାହଁ
ସୁନ୍ଦର ସେ ସ୍ୱର୍ଗୀୟ ପାରିଜାତ,
ଦେବତ୍ୱ ଓ ଅମରତ୍ୱ ପାଇଁ
କାହିଁ ଲୋଡା ବିନ୍ଦୁଏ ଅମୃତ?

ତୁମେ କଣ ହାତ ଛଡା କରିନକି
ମିଳିଥିବା ସମସ୍ତ ସୁଯୋଗ,
ସ୍ୱଇଚ୍ଛାରେ ପରିତ୍ୟାଗ ଇଡେନ୍ ଉଦ୍ୟାନ,
କଣ ପାଇଁ ନିଷିଦ୍ଧ ଫଳର
ଶତ ବାରଣ ସତ୍ୱେ ଆଗ୍ରହେ ଭୋଜନ?

ତୁମେ କଣ ନିଜ ହାତେ ଭାଙ୍ଗି ଦେଇନ
ନିଜ ପୃଥିବୀକୁ,
ସେଠିକାର ସବୁ ସୁଖ ଅୟସ ଆରାମ,
ସ୍ନେହ,ପ୍ରେମ,ଦୟା,କ୍ଷମା,
ସର୍ବୋପରି ଆବେଗ ଓ ଉଚ୍ଛ୍ୱାସକୁ ?

ଜୀବନ ଜୁଇରେ ଜଳିଜଳି ନିଃଶେଷ ହେଲାପରେ
ଆଗକୁ ବଢିବାର ସବୁ ରାସ୍ତା ବନ୍ଦ ହେଲାପରେ
ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ଠିଆହୋଇ
ଏବେ କାହିଁ ପଶ୍ଚାତାପ,
ପୁଣି କାହିଁ ନିଷ୍ଫଳ ପ୍ରଚେଷ୍ଟା—-
ଆଉ ଥରେ ଫେରିବାକୁ
ନନ୍ଦନବନକୁ?

ଲୋକପ୍ରିୟ ଲେଖା

To Top