କବିତା

ଅନ୍ୱେଷଣ

Bijayalaxmi Patri's odia poem Anwesana

ବଞ୍ଚିବା ଭିତରେ
ନିରୁତା ଭଲ ପାଇବାର ଆଶା
ଏଠି. . .
ଅନ୍ୱେଷଣର ଲମ୍ୱା ରାସ୍ତା ।

ଅନ୍ୱେଷଣ

ବଞ୍ଚିବା ଭିତରେ
ନିରୁତା ଭଲ ପାଇବାର ଆଶା
ଏଠି. . .
ଅନ୍ୱେଷଣର ଲମ୍ୱା ରାସ୍ତା ।

ରାସ୍ତାକଡ଼ର ମହକିଆ ଫୁଲ
ଏଠି. . .
ଶୁଖିଲା କଣ୍ଟାର ଘାଟ
ଯେଉଁଠି ଖାଲି ଯନ୍ତ୍ରଣା ପରେ ଯନ୍ତ୍ରଣା
ଆଉ. . . ଲହୁଲୁହାଣର ଲମ୍ୱା ଧାଡ଼ି ।

ଦଣ୍ଡେ ଜୀଇଁବା ଆଶାରେ
ବଞ୍ଚିବାର
ଆବଦ୍ଧ, ସୀମିତ ଜୀବନବୋଧ
ସ୍ନେହ ସକାଳର କଅଁଳ କିରଣକୁ
ଚାହିଁ ରହିଥିବା କଢ଼
ଅନାବିଳ ଆଶାର
ଅସୁମାରି ସ୍ୱପ୍ନରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top