କବିତା

ଅଫୁଟା କଳିକା

Kiranbala Nayak's odia poem Aphutaa Kalikaa

ସ୍ୱପ୍ନ ତୋର ମିଳାଅନା, ହଜାଅନା ଆଶା ପୁଣି
ସ୍ମୃତିର ପାଣି ଫୋଟକା ପରି,
ବଞ୍ଚି ପୁଣି ବଞ୍ଚାଇବାକୁ ହେବ
ଜୀବନ ସହ ତୋତେ କେତେ ସଂଗ୍ରାମ କରି ।

ଅଫୁଟା କଳିକା

ଆଃ ! ଏମାନେ ମୋ ପ୍ରାଣ ନେବେ ମା’ ।
ନିମିଷକେ ମୋତେ ଏଠି ଖିନ୍‌ଭିନ୍ କରିଦେବେ,
ଉଠ୍ ମା’ ! ଅନା ସେ ଦେଉଳକୁ
ଜଗତ୍ମୟୀ ମା’ ଦୁର୍ଗା ମୂର୍ତ୍ତି ସିନା ସାଜିଛନ୍ତି ।
ହେହେଲେ ପରମଶକ୍ତି ନେଇ
ଆବିର୍ଭୂତା ସେ,
ତୁ ମଧ୍ୟ ସେ ଶକ୍ତି ନେଇ
ଦଣ୍ଡାୟମାନ ହୁଅ ମା’ ।
ଆମ ଦେଶର ନାରୀଟେ ଯଦି
ସର୍ବଶ୍ରେଷ୍ଠା ନାଗରିକା,
ସାରା ଦେଶେ, ବିଶ୍ୱେ ପୁଣି
ଉଡ଼ାଏ ସେ ବିଜୟ ଓ ଶାନ୍ତିର ପତାକା,
କଉସ୍ତୁଭ ମଣି ପରି
ଚମକାଏ ଏ ସାରା ଜଗତ,
ଜ୍ଞାନ, ଗୁଣେ ରଖେ ପୁଣି
ଏ ଦେଶ ଆଉ ଜାତିର ମହତ ।

ମୁଁ କାହିଁକି ନ ହେବି ମା’
ଲତା ଭଳି ଦରଦି ଗାୟିକା ।
ଶୈଳବାଳା ପରି ନ ହେବି ମା’
ସମାଜ ସେବିକା ।
ଚନ୍ଦ୍ରରେ ପାଦ ଥାପି ନ ହେବି ମା’
କଳ୍ପନା ପରି ମହାକାଶ ନାୟିକା,
ସଭିଁଙ୍କୁ ହସାଇବି ନିଜେ ପଛେ
ଲୁହ ପିଇ ସର୍ବଂସହା ତୋ’ଅରି ପରିକା,
ପୁଷ୍ପିତ ନୁହେଁ ସିନା ପଥ ମୋର
କଣ୍ଟକିତ ହେଉ ପଛେ ଲହୁଝରୁ ପାଦରୁ ମୋହର,
ସତ୍‌ପଥେ ଚାଲିଥିବି, ଚଲାଇବି, ବିତାଇବି
ପଥ ସେଇ ଅନନ୍ତ ମୁକ୍ତିର,
ସ୍ୱପ୍ନ ତୋର ମିଳାଅନା, ହଜାଅନା ଆଶା ପୁଣି
ସ୍ମୃତିର ପାଣି ଫୋଟକା ପରି,
ବଞ୍ଚି ପୁଣି ବଞ୍ଚାଇବାକୁ ହେବ
ଜୀବନ ସହ ତୋତେ କେତେ ସଂଗ୍ରାମ କରି ।

ଲୋକପ୍ରିୟ ଲେଖା

To Top