କବିତା

ଆସନ୍ନ ପ୍ରଳୟ

Rukeya Jabeen's odia poem Asanna Pralaya

ପାଣିପାଗ ସୂଚନାକେନ୍ଦ୍ର, ମନ୍ତ୍ରଣାଳୟ, ବାତ୍ୟା ଆଶ୍ରୟସ୍ଥଳୀ,
ସବୁଠି ତତ୍ପରତା

ଆସନ୍ନ ପ୍ରଳୟ

ଖୁବ ଚଳଚଞ୍ଚଳ
ଇ ଟିଭି, ଓ ଟିଭି, ମୋବାଇଲ ତଥା ରେଡ଼ିଓ
ପାଣିପାଗ ସୂଚନାକେନ୍ଦ୍ର, ମନ୍ତ୍ରଣାଳୟ, ବାତ୍ୟା ଆଶ୍ରୟସ୍ଥଳୀ,
ସବୁଠି ତତ୍ପରତା

ଗାଁ, ସହର, ଦୋକାନ, ବଜାର, ଗହଳ, ଚହଳ,
ଆସନ୍ନ ପ୍ରଳୟଙ୍କରୀ ବାତ୍ୟାର କୋକୁଆ ଭୟ
ଚଉଦିଗେ ଚାରିମୁଖେ

ସମୁଦ୍ରକୁ ଜୀବିକା ମଣିଥିବା ମଚୁଆରଟି ଥରହର
ମୁଣ୍ଡରେ ବୋଟ୍‌ ନଦୀ ସରକାରୀ ଗାଡ଼ିରେ ପାଦ ରଖୁ ରଖୁ
ହୃଦୟର କୋହକୁ ଚାପି,
ଜକେଇ ଆସୁଥିବା ନେତ୍ରଯୋଡ଼ିକୁ ସମ୍ଭାଳି,
ଏକଲୟ ଦୃଷ୍ଟି ଦେଇଛି,
ବାଲିଗଦା ଉପରେ ଦୋହଲା ମାରୁଥିବା
ତା ସଂସାରର ଏକମାତ୍ର ସାହା
ସେଇ ତାଟ ଛାଉଣୀର କୁଡ଼ିଆ ଆଡେ ।

ଚାଷୀଟିଏ ବ୍ୟାକୁଳ, ମୁଗହିଡ଼ ଧାନ ଗହୀର ଭିତରେ,
ପଞ୍ଜାରେ ଆମ୍ପୁଡ଼ି, ଆଞ୍ଜୁଳାରେ ଟେକି,
କୋଳେଇ ନଉଛି ଶସ୍ୟକେଣ୍ଡା ଗୁଡ଼ିକୁ,
ମନ ଭୟ ଖାଉଛି,
ଉଜୁଡି ଯିବକି ତା’ କର୍ମର ଉପାର୍ଜନ,
ପବନର ତାଣ୍ଡବ ନୃତ୍ୟରେ ।

ନିରୀହ ଫେରିବାଲାଟେ ବୃତ୍ତିପଥରୁ ଫେରେଇ ଆଣିଥିବା
ଖେଳଣା ବୋଝେଇ ସାଇକେଲ୍‌ଟିକୁ ଘରେ ପୁରେଇ,
ଆବାକ ନିରେକ୍ଷି ରହିଛି ,
ମୁହୂର୍ତ୍ତକୁ ମୁହୂର୍ତ୍ତ ରଙ୍ଗ ବଦଳୁଥିବା
ସେ ଆକାଶ, ପବନ , ଗଛ, ପତ୍ର, ଡାଳର
ଅବୁଝା ଭାବଭଙ୍ଗୀ, ଠାଣିବାଣୀ ଆଉ ଇଙ୍ଗିତକୁ ।

ଭଙ୍ଗା ଆଜ୍‌ବେଷ୍ଟସ୍‌ରେ ପାଲ ଟାଣୁ ଟାଣୁ,
ଗାମୁଛାରେ ମୋଡ଼ି, ପିଠିରେ ବନ୍ଧା ଛୁଆକୁ,
ଶାନ୍ତ୍ଵନା ଦେଇ ଦୃଢ଼ମନା ମା’ ଟେ କହୁଛି
ରହିଯାରେ ଧନ, କାନ୍ଦନା ରେ ତୁହି
ଉଆସ ମୋ ରହିଲେ, ସାହାସ ମୋ ରହିବ
ତୋଳିଦେବୀ ତୋ ଲାଗି ଛାତ ଆରଥରକୁ ।

ଲୋକପ୍ରିୟ ଲେଖା

To Top