କବିତା

ଅଶ୍ରୁ

ଲୋତକେ ପଖାଳି ହୃଦୟର ପ୍ରଗଳ୍ଭତା,
ଲେଖନୀରେ ରୂପଦେଲେ ଅପୂର୍ବ କବିତା ।।

ଅଶ୍ରୁ

ଯେବେ ଶରବିଦ୍ଧ କ୍ରୋଞ୍ଚ ବେଦନାରେ ମର୍ମ,
ଅଶ୍ରୁ ଢାଳି କବି ଦେଲେ କବିତାର ଜନ୍ମ ।।

ମର୍ମାହତ ବିଗଳିତ ହୋଇଥିବେ କବି,
ଦରଶନେ ଅନୁଭବି କାରୁଣ୍ୟର ଛବି ।।

ଲୋତକେ ପଖାଳି ହୃଦୟର ପ୍ରଗଳ୍ଭତା,
ଲେଖନୀରେ ରୂପଦେଲେ ଅପୂର୍ବ କବିତା ।।

ବହେ (ଅଶ୍ରୁ) ଦୟା କ୍ଷମା ସହାନୁଭୁତି ଭକ୍ତି ପ୍ରିତିରେ,
ଛୁଏଁ ଯେବେ ସୂକ୍ଷ୍ମତାରେ ଗଢ଼ା ତୁମ ଛାତିରେ ।।

ଅଶ୍ରୁ ଗଳେ ଭୟେ ବିଚ୍ଛେଦେ କଷ୍ଟେ ଅତ୍ୟାଚାରେ,
ଥରିଉଠେ ଛାତିଯେବେ ହୃଦୟ ଝଙ୍କାରେ ।।

ବିଗଳିତ ଅଶ୍ରୁ ଭରତର ରାମ ବିଚ୍ଛେଦରେ,
ପୁଣି ତାଙ୍କ ଅଶ୍ରୁ ବହେ ଭ୍ରାତ ମିଳନରେ ।।

ଛଳ ଛଳ ହୁଏ କୃଷ୍ଣ ସୁଦାମାଙ୍କ ଆଖି,
ବନ୍ଧୁତ୍ୱର ଗାରିମା କୃଷ୍ଣ ହୃଦୟେ ପରଖି ।।

ପ୍ରେମେ ବୋହିଯାଏ ଅଶ୍ରୁ ଗୋପେ ଗୋପିଙ୍କର ,
ବିଚ୍ଛେଦ ଓ ମିଳନରେ ରାଧାକୃଷ୍ଣଙ୍କର ।।

ଭୟେ ବହେ (ଅଶ୍ରୁ) ଅସୁରର ଦୁର୍ଗା ସନ୍ନିକଟେ,
ପ୍ରାଣଭିକ୍ଷା କରେ ଯେବେ ମୃତ୍ୟୁର ନିକଟେ ।।

ଅଶ୍ରୁ ତୁମେ ଯୁଗେ ଯୁଗେ ପ୍ରାଣୀର ଶରଣ,
ସୁଖେ ଦୁଃଖେ ସାଥେ ଦିଅ ତୃପ୍ତକର ପ୍ରାଣ ।।

ତୁମେହିଁ ବୁଝ ହୃଦୟର ମରମ ବ୍ୟଥା,
ତୁମେ ସାଥୀ, ନୀରବ ପ୍ରକାଶ, ଅକୁହା କଥା ।।

ଅଶ୍ରୁ ତୁମେ ଆଶ୍ୱାସନା ଆନନ୍ଦର ମକର ବିନ୍ଦୁ,
ଭାବର ବାରିଧି, ବିଭୁ ଆଶୀର୍ବାଦ, ସାନ୍ତ୍ୱନାର ସିନ୍ଧୁ ।।

ଲୋକପ୍ରିୟ ଲେଖା

To Top